ରାତିରେ ଖଟା ଫଳ ଖାଉଛନ୍ତି କି ? ସାବଧାନ
ରାତିରେ ଖଟା ଫଳ ଖାଉଛନ୍ତି କି ? ସାବଧାନ
ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ । ଏଥିରେ ଅନେକ ପ୍ରକାରର ଭିଟାମିନ୍, ମିନେରାଲ୍ସ ରହିଛି । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଫଳ ଖାଇବାର ମଧ୍ୟ ଉଚିତ୍ ସମୟ ରହିଛି । ତେବେ ଡାକ୍ତରଙ୍କ କହିବା ଅନୁସାରେ ଫଳ ଖାଇବାର ଉପଯୁକ୍ତ ସମୟ ହେଉଛି, ଦ୍ୱିପ୍ରହର । ଏହି ସମୟରେ ଫଳ ଖାଇବା ଦ୍ୱାରା ଆପଣଙ୍କ ଶରୀରର ଅନେକ ଲାଭ ହୋଇଥାଏ । ଖଟା ଫଳଗୁଡିକ ସକାଳୁ ଉଠିବା ପରେ ତୁରନ୍ତ ଖାଇବା ଉଚିତ୍ ନୁହେଁ । କାରଣ ଏହା ପରେ ଏସିଡ୍ ସମସ୍ୟାର ଆଶଙ୍କା ରହିଥାଏ ।
ଠିକ୍ ସମୟରେ ନ ଖାଇବା ଦ୍ୱାରା ଫଳ ସେବନ ମଧ୍ୟ ଆପଣଙ୍କ ଶରୀର ଉପରେ କୁପ୍ରଭାବ ପକାଇଥାଏ । ଡାକ୍ତରଙ୍କ କହିବା ଅନୁସାରେ ରାତିରେ ଖଟା ଫଳ ଯେପରିକି କମଳା, ସପୁରୀ, ଅଙ୍ଗୁର ଆଦି ଖାଇବା ଉଚିତ୍ ନୁହେଁ । ଆସନ୍ତୁ ଜାଣିବା କାହିଁକି ଡାକ୍ତର ରାତିରେ ଖଟା ଫଳ ଖାଇବା ପାଇଁ ବାରଣ କରିଥାନ୍ତି ।
- ଆୟୁର୍ବେଦ ଅନୁସାରେ ରାତିରେ ଖଟାଫଳ ଖାଇବା ଦ୍ୱାରା ତିନୋଟି ସମସ୍ୟା ଦେଖା ଦେଇଥାଏ । ସେଗୁଡ଼ିକ ହେଲା ବାତ, ପିତ୍ତ ଓ କଫ । ଯଦି ଆପଣ ରାତିରେ ଖଟା ଫଳ ଖାଉଛନ୍ତି, ତେବେ ଆପଣଙ୍କର ବାତ ଦୋଷ ବଢ଼ିବାର ସମ୍ଭାବନା ରହିଛି ।
- ଖଟା ଫଳରେ ଅମ୍ଳ ବା ଏସିଡ୍ ରହିଥାଏ । ଏହାକୁ ରାତିରେ ଖାଇବା ଦ୍ୱାରା ଆପଣଙ୍କୁ ଏସିଡିଟି ହେବାର ଆଶଙ୍କା ରହିଛି ।
- ରାତିରେ ଖଟା ଫଳ ଖାଇ ଶୋଇବା ଦ୍ୱାରା କାଶ ହୋଇଥାଏ ଏବଂ ଗଳାରେ ଯନ୍ତ୍ରଣା ଅନୁଭବ ହୁଏ ।
- କାଶ ହେବାରୁ ଗଳାରେ କଫ ମଧ୍ୟ ଜମାଟ ବାନ୍ଧିଥାଏ ।
- ଖଟା ଫଳରେ ଭିଟାମିନ୍ ‘ଏ’ ଓ ‘ସି’ ରହିଥିବାରୁ ଏହାକୁ ଖାଇବା ଦ୍ୱାରା ନିଦ ମଧ୍ୟ ହୋଇ ନ ଥାଏ ।
- ରାତିରେ ଶୋଇବା ପୂର୍ବରୁ ଟମାଟୋ ମଧ୍ୟ ଖାଇବା ଉଚିତ ନୁହେଁ । ଏହା ନିଦ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଟମାଟୋରେ ଏମିନୋ ଏସିଡ ରହିଛି । ଏହା ମସ୍ତିସ୍କର ସକ୍ରିୟତାକୁ ବଢ଼ାଇ ଦେଇଥାଏ । ଯାହାଫଳରେ ନିଦ ବିଳମ୍ବରେ ହୋଇଥାଏ । ଖଟା ଫଳ ସ୍ୱାସ୍ଥ୍ୟ ପାଇଁ ହାନିକାରକ ନୁହେଁ କିନ୍ତୁ ଅତ୍ୟଧିକ ଭିଟାମିନ-ସି ଯୋଗୁଁ ଶୋଇବାରେ ସମସ୍ୟା ହୋଇଥାଏ
- ଯଦି ଆପଣ ମେଦବହୁଳତା ପାଇଁ ଚିନ୍ତାରେ ଅଛନ୍ତି, ତେବେ ରାତିରେ କମଳା କିମ୍ୱା ସପୁରୀ ଖାଇବାରୁ ଦୂରେଇ ରହନ୍ତୁ । କାରଣ ଏହିସବୁ ଖଟାଫଳ ଖାଇବା ଦ୍ୱାରା ଶରୀରରେ ପାଣିର ମାତ୍ରା ବଢ଼ିଥାଏ । ଯାହାକି ଓଜନ ବୃଦ୍ଧିରେ ସାହାଯ୍ୟ କରିଥାଏ ।
- ଖଟା ଫଳ ହଜମ ନ ହେଲେ ଏସିଡ଼ିଟି ଓ ଛାତିରେ ଜ୍ୱଳନ ହୋଇଥାଏ । ଫଳରେ ନିଦ ହୋଇନଥାଏ । ସେଥିପାଇଁ ରାତିରେ ଖଟା ଫଳ ଖାଇବା ଅନୁଚିତ ।
- କେବଳ ଏତିକି ନୁହଁ କିଛି ଲୋକେ ବିୟର ସହ ଅଙ୍ଗୁର ଓ କମଳା ଭଳି ଖଟା ଫଳ ଖାଇବା ପସନ୍ଦ କରନ୍ତି । କିନ୍ତୁ ଏହା ଶରୀର ପ୍ରତି ଅତ୍ୟନ୍ତ ହାନିକାରକ ହୋଇଥାଏ ।
- ଲୋକେ ବିୟର ସହ ଚାଖିବା ପାଇଁ ଯାହା ପାଆନ୍ତି ଖାଇ ଦିଅନ୍ତି ସତ କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ମରଣାନ୍ତକ ପ୍ରମାଣ ହୋଇପାରେ । ବିୟର ସହ ଖଟା ଫଳ ଖାଇବା ଉଭୟ ହୃଦୟ ଏବଂ ପେଟ ପାଇଁ ସାଂଘାତିକ ପ୍ରମାଣିତ ହୋଇପାରେ । ଏହି କାରଣରୁ, ମଦ୍ୟପାନ ପରେ ଖଟା ଫଳ ଖାଇବା ଅନୁଚିତ୍ ।
- କେବଳ ସେତିକି ନୁହେଁ, ବିଳମ୍ବିତ ରାତିରେ ବିୟର ପିଉଥିବା ବ୍ୟକ୍ତିମାନେ ମଧ୍ୟ ଫଳ ଖାଇବାଠୁ ଦୂରେଇ ରହିବା ଉଚିତ । କାରଣ ଏହା ଶରୀରର ଗ୍ୟାସ୍ ସମସ୍ୟାକୁ ବଢାଇଥାଏ । ବହୁତ କମ ଲୋକେ ଜାଣିଥାନ୍ତି ଯେ, ମଦ୍ୟପାନ ସହ ଫଳ ଖାଇବା ଶରୀର ପାଇଁ ଅତ୍ୟନ୍ତ ବିପଦଜ୍ଜନକ ହୋଇଥାଏ ।
0 Comments
Do you have any doubts or suggestions? Ask them here in the comments!