ରବିବାର ଦିନ ଏହି କାମ କରନ୍ତୁ ଏବଂ ଏହି କାମ କରନ୍ତୁ ନାହିଁ

ରବିବାର ଦିନ ଏହି କାମ କରନ୍ତୁ ଏବଂ ଏହି କାମ କରନ୍ତୁ ନାହିଁ 

ସୂର୍ଯ୍ୟ ଦେବଙ୍କର ଆଶୀର୍ବାଦ ଯେତେ ଫଳ ଦାୟକ ହୋଇଥାଏ , ତାଙ୍କ କ୍ରୋଧ ତାଠାରୁ ଯଥେଷ୍ଟ ଭୟଙ୍କର ହୋଇଥାଏ । ସେ ଥରେ ଯଦି ଆପଣଙ୍କ ଉପରେ ରାଗିଯିବେ ତେବେ ଆପଣଙ୍କ ଭାଗ୍ୟ ଦୁର୍ଭାଗ୍ୟ ରେ ପରିଣତ ହୋଇଯାଏ । 

  • ଯେମିତି କି ଜାଣିଛନ୍ତି ଧନ ଆସିବା ବେଳେ ଭଲ ଭାବେ ଆସେ ଆଉ ଯେବେ ଆସିବାର ନଥାଏ ଜମାବି ଆସେନି । ଏଥି ପାଇଁ ରବିବାର ଦିନ ବିନା ସୁଧରେ କେବେ କାହାରି କୁ ସୁଧ ଦିଅନ୍ତୁ ନାହିଁ । 
  • ଜ୍ଞାନ ଯେତେ ବାଣ୍ଟିବେ ତାହା ସେତେ ପରିମାଣ ରେ ବଢିବ | ସେମିତି ରେ ଏହି କଥାକୁ ସବୁ ବେଳେ ମନେ ରଖିବେ ପରିଶ୍ରମ କରିଲେ ଫଳ ନିଶ୍ଚିତ ଭାବେ ମି‌ଳିବ । 
  • ମୂର୍ଖ ମାନେ ସବୁ ବେଳେ ଚମତ୍କାର ଉପରେ ହିଁ ବିଶ୍ୱାସ କରିଥାନ୍ତି । ହେଲେ କେବେ ସେହି ଚମତ୍କାର କରିବା ଉପରେ ନୁହେଁ । ଯଦି ଆପଣଙ୍କ ମାର୍ଗ ରେ କେବେ ବି ଅସୁବିଧା ଆସୁନାହିଁ ତେବେ ଜାଣନ୍ତୁ ଆପଣ ମାନେ ଭୁଲ ରାସ୍ତାରେ ଯାଉଛନ୍ତି । ସବୁ ବେଳେ ସତ୍ୟର ମାର୍ଗ କଷ୍ଟ ପୂର୍ଣ୍ଣ ।
  • ତେବେ ଦେଖିବେ ଆପଣ ମାନଙ୍କ ଜୀବନ ରେ କୈଣସି ଅସୁବିଧା ଆସିଲେ ଆପଣ ମାନେ ତାହାକୁ ସବୁ ବେଳେ ସମାଧାନର ବାଟ ବାହାର କରିପାରିବେ । 

ଆସନ୍ତୁ ଜାଣିବା ରବିବାର ଦିନ କେଉଁ ସବୁ ଉପାୟ କରିବା

  1. ରବିବାର ଦିନ ସୂର୍ଯ୍ୟଦେବଙ୍କୁ କନିଏର ଫୁଲ,ଗୁଡ଼ ଭୋଗ ଅର୍ପଣ କରିବେ | 
  2. ଗୁଡ଼ ସେବନ କରନ୍ତୁ ।
  3. ରବିବାର ହେଉଛି ସୂର୍ଯ୍ୟ ଦେବତାଙ୍କ ବାର ଯଦି ରବିବାର ଦିନ ଆପଣ ବ୍ରତ ରଖନ୍ତି, ସୂର୍ଯ୍ୟ ଦେବତାଙ୍କ କୃପା ରହିଥାଏ ।
  4. ଲାଲ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ କିମ୍ବା ଲାଲ ରଙ୍ଗର ରୁମାଲ ପାଖରେ ରଖନ୍ତୁ ।
  5. ଯଦି ଆପଣ ନିଜ କାର୍ଯ୍ୟରେ ସଫଳତା ହାସଲ କରିପାରୁ ନାହାନ୍ତି, ତେବେ ଆପଣ ରବିବାର ଦିନ କଳା କୁକୁର କିମ୍ବା ଗାଈକୁ ରୁଟି ଖାଇବାକୁ ନିଶ୍ଚିତ ଦିଅନ୍ତୁ । ଏହା ସହିତ କଳା ପକ୍ଷୀକୁ ଦାନା ଦିଅନ୍ତୁ ।
  6. ଯଦି କୌଣସି ବ୍ୟକ୍ତିକୁ ଚାକିରି କ୍ଷେତ୍ରରେ ଅସୁବିଧା ହେଉଛି କିମ୍ବା ବ୍ୟାପାରରେ କ୍ଷତିର ସାମ୍ନା କରିବାକୁ ପଡ଼ୁଛି ତେବେ ଏଥିପାଇଁ ଆପଣ ରବିବାର ଦିନ ଓସ୍ତ ଗଛ ତଳେ ଦୀପ ଜଳାନ୍ତୁ ଓ ଏହି ଦୀପିଟି ଚୌମୁଖା ଦୀପ ହୋଇଥିବା ଆବଶ୍ୟକ । ସେଥିରେ ସୋରିଷ ତେଲ ବ୍ୟବହାର କରନ୍ତୁ | ଏହି ଉପାୟକୁ କରିବା ଦ୍ୱାରା ଆପଣଙ୍କ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ ।
  7. ଯଦି ଆର୍ଥକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ଏଥିପାଇଁ ରବିବାର ଦିନ ଚାନ୍ଦିର ପାତ୍ରରେ ପାଣି ଭର୍ତ୍ତି କରି ସେବନ କରନ୍ତୁ । ଯଦି ଆପଣଙ୍କ ପାଖରେ ଚାନ୍ଦିର ଗ୍ଳାସ ନାହିଁ ତେବେ ଏହି ସ୍ଥାନରେ ଆପଣ ସାମାନ୍ୟ ଗ୍ଲାସର ବି ପ୍ରୟୋଗ କରି ପାରିବେ | କିନ୍ତୁ ସେଥିରେ କୌଣସି ଚାନ୍ଦିର ମୁଦି ପକାଇ ଦେବେ |
  8. ଯଦି ଆପଣ ସୂର୍ଯ୍ୟ ଦେବତାଙ୍କ କୃପା ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ରବିବାର ଦିନ ଆଦିତ୍ୟ ସ୍ତ୍ରୋତକୁ ୧୧ ଥର ପାଠ କରନ୍ତୁ । ଏହା ସହିତ ତମ୍ବାର ଗଡ଼ୁରେ ଜଳ ଅର୍ପଣ କରନ୍ତୁ ।
  9. ସୂର୍ଯ୍ୟଙ୍କ ସାତ ଘୋଡା ବିଶିଷ୍ଟ ଫୋଟ ଆପଣଙ୍କ ଘରେ ସେହି ଜାଗାରେ ଲଗାନ୍ତୁ ଯେଉଁ ଜାଗାରେ ଆପଣଙ୍କ ନଜର ବାରମ୍ବାର ପଡୁଥିବ |
  10. ସୂର୍ଯ୍ୟ ଦେବଙ୍କୁ ଏହିଦିନ ଅବଶ୍ୟ ରାଶିତେଲ ଚଢାନ୍ତୁ। ଯଦି ଆପଣ ଏହା କରୁଛନ୍ତି ତେବେ ଭବିଷ୍ୟତରେ ଆସୁଥିବା ସଂକଟରୁ ଆପଣ ନିଶ୍ଚିତ ବଞ୍ଚିପାରିବେ |
  11. ଆପଣ ରବିବାର ଦିନ ରାଶିତେଲକୁ ଅର୍ପଣ କରିପାରିବେ କିନ୍ତୁ ଖାଇପାରିବେ ନାହିଁ ।
  12. ଯଦି ଆପଣ ସନ୍ତାନ ପ୍ରାପ୍ତି ପାଇଁ ଇଛୁକ ଏବଂ ସୂର୍ଯ୍ୟଦେବଙ୍କ ପରି ତେଜସ୍ୱି ସନ୍ତାନ ପାଇବାକୁ ଚାହୁଁଛନ୍ତି ତେବେ ଆପଣ ରବିବାର ଦିନ ସନ୍ଧ୍ୟା ପର୍ଯ୍ୟନ୍ତ ବ୍ରତର ପାଳନ କରନ୍ତୁ ଏବଂ ସନ୍ଧ୍ୟା ପରେ ବିନା ଲୁଣ ଵାଲା ଭୋଜନର ସେବନ କରନ୍ତୁ।

କରିବା ଉଚିତ ନୁହେଁ

  1. ରବିବାର ଦିନ ଛୁଟି ହେବା କାରଣରୁ ଅନେକ ଲୋକ ବହୁତ ସମୟ ଧରି ଶୋଇଥାନ୍ତି। କିନ୍ତୁ ଆପଣ ଯଦି ନିଜ ଭାଗ୍ୟକୁ ଭଲ ରଖିବାକୁ ଚାହାନ୍ତି ତେବେ ଏହି ଦିନ ସୂର୍ଯ୍ୟ ଉଦୟ ହେବା ଆଗରୁ ତମ୍ବା ପାତ୍ରରେ ଜଳ ନେଇ ସେଥିରେ ହଳଦୀ, କୁମକୁମ , ଏବଂ ଚାଉଳ ଲଗାଇ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।
  2. ରବିବାର ଦିନ ବାଳ କାଟନ୍ତୁ ନାହିଁ | ମୁଣ୍ଡରେ ତେଲ ଲଗାନ୍ତୁ ନାହିଁ
  3. ରବିବାର ଦିନ ସୋରିଷ ତେଲର ମାଲିସ କରନ୍ତୁ ନାହିଁ | 
  4. କ୍ଷୀର ଗରମ କରାଇ ଉତୁରିବା କାମ କରନ୍ତୁ ନାହିଁ ।
  5. ରବିବାର ଦିନ ମସୁରଡାଲି, ଲାଲ ଶାଗ, ମଦିରା ସେବନ ଓ କାଚପାତ୍ରରେ ଖାଇବେ ନାହିଁ |
  6. ରବିବାର ଦିନ ଏହାକୁ ଖାଇଲେ ମନୁଷ୍ୟର ଅଶୁଭ ହୋଇଥାଏ । ମସୁର ଡାଲିକୁ ନକାରାତ୍ମକ ବ୍ୟଞ୍ଜନ ଶ୍ରେଣୀରେ ରଖାଯାଇଥାଏ। ଆପଣ ଜାଣିଥିବେ ଯେ କୌଣସି ସାଧୁସନ୍ଥଙ୍କୁ କେବେ ହେଲେ ମଧ୍ୟ ମସୁରର ଡାଲି ଦିଆଯାଏ ନାହିଁ।
  7. ରବିବାର ଦିନ ଲାଲ ଶାଗ ଖାଇବା ଉଚିତ ନୁହେଁ। ଏହି ଶାଗ ଜଲଦି ଉଠିଥାଏ ଏବଂ ଜଲଦି ମଧ୍ୟ ନଷ୍ଟ ହୋଇଯାଏ। ସେଥିପାଇଁ ଏହି ଅଳ୍ପ ଆୟୁ ଵାଲା ବ୍ୟଞ୍ଜନର ସେବନ କରିବା ଉଚିତ ନୁହେଁ। 
  8. ରବିବାର ଦିନ କେବେ ବି ଆମିଷର ଭୋଜନ କରନ୍ତୁ ନାହିଁ । ଅଧିକାଶଂ ଲୋକ ମାନେ ରବିବାର ଆମିଷ ଖାଇବା ପାଇଁ ପସନ୍ଦ କରନ୍ତି । କିନ୍ତୁ ମନେ ରଖନ୍ତୁ ସୂର୍ଯ୍ୟ ସମସ୍ତଙ୍କର ଗୁରୁ । ସେ ଯମରାଜଙ୍କ ପିତା ଅଟନ୍ତି । ସେ ନାରାୟଣ ଙ୍କର ଅବତାର ଅଟନ୍ତି । ଯେଉଁ ମାନେ ରବିବାର ଦିନ ଆମିଷର ଭୋଜନ କରିଥାନ୍ତି ସେମାନଙ୍କୁ କେବେବି ମୁକ୍ତି ମିଳେ ନାହିଁ ।
  9. ରବିବାର ଦିନ ଲୁଣର ବ୍ୟବହାର କରିବା ଅଶୁଭ | ତେଣୁ ଯଦି ପାରୁଛନ୍ତି ରବିବାର ଦିନ ଲୁଣ ବ୍ୟବହାର କରନ୍ତୁ ନାହିଁ। ଯଦି ଲୁଣର ପ୍ରୟୋଗ କରିବାକୁ ଚାହୁଁଛନ୍ତି ତେବେ ସୂର୍ଯ୍ୟାସ୍ତ ପରେ ଲୁଣର ବ୍ୟବହାର କରନ୍ତୁ ।
  10. ରବିବାର ଦିନ ପିଆଜ , ରସୁଣ ଖାଇବା ଉଚିତ ନୁହେଁ। ଯଦି ଆପଣଙ୍କ କୁଣ୍ଡଳୀରେ କିଛି ଦୋଷ ରହୁଛି ତେବେ ଆପଣ କିଛି ଦିନ ପାଇଁ ପିଆଜ ରସୁଣ ଖାଆନ୍ତୁ ନାହିଁ। 
  11. ରବିବାର ଦିନ ନୀଳ, କଳା ଓ ଧୁସର ରଙ୍ଗର ପୋଷାକ ପରିଧାନ କରିବା ଉଚିତ ନୁହେଁ ଏବଂ ତାସହିତ ଏହି ଦିନ ଯଦି ଜରୁରୀ ନାହିଁ  ସେହି ରଙ୍ଗର ଜୋତା ପିନ୍ଧିବା ଉଚିତ ନୁହେଁ |
  12. ରବିବାର ଦିନ ତମ୍ବା ଜିନିଷ କିଣିବା ଓ ବିକ୍ରୟ କରିବା ଉଚିତ ନୁହେଁ | ଏହା ଦ୍ୱାରା ଘର ଉପରେ ସଙ୍କଟ ଦେଖା ଦେଇପାରେ |
  13. ସୂର୍ଯ୍ୟ ଦେବଙ୍କୁ  ଶଙ୍ଖ ରେ ଅର୍ଘ୍ୟ ଏବଂ ବେଲପତ୍ର କେବେହେଲେ ଦେବେ ନାହିଁ |
  14.  ଏହି ଦିନ ଅଶ୍ୱତ୍ଥ ଗଛରେ ଜଳ ଚଢାଇଲେ ଅନିଷ୍ଟ ହୋଇଥାଏ । ଯଦି ଆପଣ ଚାହିଁବେ ତେବେ ଅଶ୍ୱତ୍ଥ ଗଛ ମୂଳରେ ଘିଅଦୀପ ଟିଏ ଅବଶ୍ୟ ଜାଳିପାରିବେ। 

Post a Comment

0 Comments