ମୂଳା ଓ ସେଓ ସହିତ ଖାଉଛନ୍ତି କି ଏହିସବୁ ଖାଦ୍ୟ,ହୋଇପାରେ ଅନେକ ସମସ୍ୟା

ମୂଳା ଓ ସେଓ ସହିତ ଖାଉଛନ୍ତି କି ଏହିସବୁ ଖାଦ୍ୟ, ହୋଇପାରେ ଅନେକ ସମସ୍ୟା

ଶୀତଦିନରେ ମୂଳା ଖିଆଯାଏ । କିନ୍ତୁ ଆପଣ ହୁଏତ ଜାଣିନଥିବେ, ମୂଳା ସହିତ ଅନେକ ଜିନିଷ ଖାଇଲେ ତାହା ବିଷରେ ପରିଣତ ହୋଇଯାଏ । ଏପରି କେତେକ ଜିନିଷ ରହିଛି, ଯାହାକୁ ମୂଳା ସହିତ ଖାଇବାକୁ ବାରଣ କରାଯାଇଛି । ମୂଳା ସହିତ କଲରା, କମଳା, କାକୁଡି, କ୍ଷୀର ଖାଇବାକୁ ମନା କରାଯାଏ |

କ୍ଷୀର :-

କ୍ଷୀରକୁ ଲୁଣିଆ ଏବଂ ଖଟାଳିଆ ଜିନିଷ ସହିତ ଖାଇବା ଉଚିତ ନୁହେଁ । ମୂଳା ଖାଇବା ପରେ ସଙ୍ଗେ ସଙ୍ଗେ କ୍ଷୀର ପିଅନ୍ତୁ ନାହିଁ। ଏପରି ହେଲେ କ୍ଷୀର ବିଷାକ୍ତ ହୋଇଯାଏ । ଫଳରେ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦେଖାଦିଏ । ମୂଳାରେ ପ୍ରସ୍ତୁତ ଖାଦ୍ୟ ଖାଇବାର 2 ଘଣ୍ଟା ପରେ କ୍ଷୀର ପିଅନ୍ତୁ  ।

କାକୁଡ଼ି :-

କାକୁଡି ଏବଂ ମୂଳା ଏକାଠି ଖାଇବା ମନା । କାକୁଡିରେ ଥିବା ଏସ୍କର୍ବିନାଜ ଭିଟାମିନ ସି'କୁ ଶୁଖାଇଦିଏ ।

କଲରା :-

ଆପଣ ଯଦି କେବେ ମୂଳା ସହିତ କଲରା ଖାଉଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ଏଥିରେ ଥିବା ପ୍ରାକୃତିକ ତତ୍ତ୍ୱ ପରସ୍ପର ଭିତରେ କ୍ରିୟା ହେବା ଯୋଗୁଁ ଆପଣଙ୍କ ସ୍ୱାସ୍ଥ୍ୟଵସ୍ଥା ବିଗାଡିଦିଏ । ଏପରି କଲେ ଶ୍ଵାସ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ । ମୂଳାରେ ପ୍ରସ୍ତୁତ ଖାଦ୍ୟ ଖାଇବାର 24 ଘଣ୍ଟା ପରେ କଲରା ସେବନ କରନ୍ତୁ ।

କମଳା :-

ମୂଳା ସହିତ କମଳା ଖାଇବା ମଧ୍ୟ ସ୍ୱାସ୍ଥ୍ୟ‌ ପାଇଁ ହାନିକାରକ । ଏହି ଦୁଇଟି ଜିନିଷ ଏକାଠି ଖାଇଲେ ଶରୀରରେ ଅନେକ ସମସ୍ୟା ଦେଖାଦିଏ । ମୂଳାରେ ପ୍ରସ୍ତୁତ ଖାଦ୍ୟ ଖାଇବାର 12 ଘଣ୍ଟା ପରେ କମଳା ସେବନ କରନ୍ତୁ ।

ସେଓ

ସାଧାରଣତଃ ପ୍ରତ୍ୟେକ ଦିନ ଗୋଟିଏ ସେଓ ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦିଅନ୍ତି । କାରଣ ଏଥିରେ ଭିଟାମିନ୍ ସି, ଭିଟାମିନ୍ ବି୬ ସହିତ ପୋଟାସିୟମ୍‌, ଫସ୍‌ଫରସ୍‌ ସମେତ ଆହୁରି ଅନେକ ପୋଷକ ତତ୍ତ୍ୱ ଭରି ରହିଛି । କୁହାଯାଏ, ପ୍ରତ୍ୟେକ ଦିନ ଗୋଟିଏ କିମ୍ବା ଦୁଇଟି ସେଓ ଖାଇଲେ ଶରୀରରୁ ଅନେକ ରୋଗ ଦୂରେଇ ରହନ୍ତି । ଏଥିରେ କ୍ୟାନସର୍‌ ବିରୋଧୀ ଗୁଣ ରହିଛି । ତା’ସହିତ ଏହା ଦାନ୍ତକୁ ମଜବୁତ ରଖେ ଓ ଶରୀରରେ ରକ୍ତ ଅଭାବକୁ ବି ଦୂର କରିଥାଏ । କିନ୍ତୁ କିଛି ଖାଦ୍ୟ ଅଛି, ଯେଉଁଗୁଡ଼ିକୁ ସେଓ ଖାଇବା ପରେ ଆଦୌ ଖାଇବା ଉଚିତ୍ ନୁହେଁ । ଏହା ଦ୍ୱାରା ଶରୀରକୁ କ୍ଷତି ପହଞ୍ଚିଥାଏ ।

ଯଦି ଆପଣ ସେଓ ଖାଉଛନ୍ତି, ତା’ହେଲେ ଏହାର ପରେ ପରେ ଦହି, ଆଚାର ଓ ମୂଳା ଖାଆନ୍ତୁ ନାହିଁ । ସେହିପରି ପାଣି ବି ପିଅନ୍ତୁ ନାହିଁ ।

ଦହି :-

ସେଓ ଖାଇବାର ୨ ଘଣ୍ଟା ପରେ ଦହି ଖାଇବା ଉଚିତ୍ ‌। ଏହାର କାରଣ ଉଭୟ ଦହି ଓ ସେଓ ଥଣ୍ଡା ଜାତୀୟ ଖାଦ୍ୟ। ଏହାକୁ ଏକାସଙ୍ଗେ ଖାଇଲେ ଆପଣଙ୍କର କଫ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି ।

କ୍ଷୀର :-

ସେଓ ଖାଇବାର 30 ମିନଟ ପରେ କ୍ଷୀର ପିଇବା ଉଚିତ୍ | ସେଓ ଖାଇବା କ୍ଷୀର ପିଇଲେ ପେଟରେ ଡାନିକ୍ ହୋଇଯାଏ ,ଯାହାଦ୍ୱାରା ଆପଣଙ୍କୁ ଯନ୍ତ୍ରଣା ହୋଇଥାଏ |

ଆଚାର :-

ସେଓ ଖାଇବା ପରେ ସାଙ୍ଗେ ସାଙ୍ଗେ ଆଚାର ଖା’ନ୍ତୁ ନାହିଁ । ଏଥିଯୋଗୁଁ ଗ୍ୟାସ୍‌, ଏସିଡିଟି ଓ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖା ଦେଇଥାଏ । ଏଥିପାଇଁ ସେଓ ଖାଇବା ପରେ ଖଟା ଜାତୀୟ ଜିନିଷଠାରୁ ଦୂରେଇ ରୁହନ୍ତୁ ।

ପାଣି :-

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଖଟା ଓ ମିଠା ଜିନିଷ ଖାଇବା ପରେ ପାଣି ପିଇବା ଉଚିତ୍‌ ନୁହେଁ । ଏହାର କାରଣ ଏହାର ପ୍ରଭାବ ଆପଣଙ୍କ ପିଏଚ୍‌ ସ୍ତର ଉପରେ ପଡ଼ିଥାଏ । ଏଥିପାଇଁ ପେଟ ଫୁଲିବା, କୋଷ୍ଠକାଠିନ୍ୟ ଓ ଗ୍ୟାସ୍‌ ଭଳି ସମସ୍ୟା ଦେଖା ଦେଇଥାଏ । ଏହା ସହିତ ପେଟରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ । ସେଓ ଖାଇବାର 30 ମିନଟ ପରେ ପାଣି ପିଅନ୍ତୁ ।

ମୂଳା :-

ସେଓ ଖାଇବା ପରେ ମୂଳା ଖାଇଲେ ଆପଣଙ୍କର ତ୍ୱଚା ସମ୍ୱନ୍ଧୀୟ ସମସ୍ୟା ଦେଖା ଦେଇଥାଏ । ସେଓ ଖାଇ ମୂଳା ଖାଇଲେ ଚର୍ମରେ ଆଲର୍ଜି ହେବାର ଆଶଙ୍କା ବଢ଼ିଯାଏ ।

Post a Comment

0 Comments