ମକର ସଂକ୍ରାନ୍ତିରେ ରାଶି ଅନୁଯାୟୀ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ
ମକର ସଂକ୍ରାନ୍ତିରେ ରାଶି ଅନୁଯାୟୀ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ
ମକର ସଂକ୍ରାନ୍ତି ସୂର୍ଯ୍ୟଙ୍କ ଉପାସନା ଦିନ । ଏହିଦିନ ନିଷ୍ଠାର ସହ ସୂର୍ଯ୍ୟଙ୍କୁ ପୂଜା କଲେ ଆତ୍ମା ଶୁଦ୍ଧି ହେବା ସହ ଶରୀରକୁ ଶକ୍ତି ମିଳେ । ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବଙ୍କ କୃପାରୁ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ । ବିଶେଷ କରି ସୂର୍ଯ୍ୟଙ୍କୁ ପୂଜା ସହ ତାଙ୍କ ନାମ ଧରି ଅର୍ଘ୍ୟ ଦେଲେ ବା ପାଣି ଟେକିଲେ ବିଶଷ ଫଳ ପ୍ରାପ୍ତି ହୋଇପାରିବେ । ତେବେ ଏବେ ଆସନ୍ତୁ ଜାଣିବା ରାଶି ଅନୁଯାୟୀ ସୂର୍ଯ୍ୟଦେବଙ୍କ କେଉଁ ନାମ ନେଇ ପୂଜା କଲେ ସୂର୍ଯ୍ୟଦେବ ଅଧିକ ପ୍ରସନ୍ନ ହୋଇ ମନସ୍କାମନା ପୂର୍ଣ୍ଣ କରିବେ ।
ସଂକ୍ରାନ୍ତିଠାରୁ ବାପଘରକୁ ଯାଇଥିବା ମହାଲକ୍ଷ୍ମୀ ନବାଙ୍କରେ ଭାର, ଥୋର ନେଇ ଶ୍ରୀମନ୍ଦିରକୁ ଫେରିଥାନ୍ତି। ଶ୍ରୀମନ୍ଦିରରେ ଚାଉଳ ମେଲାଣ ନୀତି ଓ ଫୁଲ ମେଲାଣ ନୀତି ସମ୍ପନ୍ନ ହୋଇଛି।
- ମେଷ ରାଶି : ମେଷ ରାଶିର ବ୍ୟକ୍ତିମାନେ ସୂର୍ଯ୍ୟଙ୍କୁ ପୂଜା କରିବା ସହ ଅର୍ଘ୍ୟ ଦେଲା ସମୟରେ ‘ଓଁ ସୂର୍ଯ୍ୟାୟ ନମଃ’ ମନ୍ତ୍ର ଗାଇ ଅର୍ଘ୍ୟ ଟେକିବେ । ଏହାଦ୍ୱାରା ସୂର୍ଯ୍ୟଦେବ ସନ୍ତୁଷ୍ଟ ହୋଇ ମନସ୍କାମନା ପୂର୍ଣ୍ଣ କରିବେ ।
- ବୃଷ ରାଶି : ବୃଷ ରାଶିର ବ୍ୟକ୍ତିମାନେ ସୂର୍ଯ୍ୟଙ୍କୁ ଜଳ ଟେକିବା ସମୟରେ ‘ଓଁ ଭାସ୍କରାୟ ନମଃ’ ମନ୍ତ୍ର ବୋଲନ୍ତୁ । ଏହାଦ୍ୱାରା ସୂର୍ଯ୍ୟଦେବ ସମସ୍ତ ଅନିଷ୍ଟ ଦୂର କରି ମନସ୍କାମନାପୂର୍ଣ୍ଣକରିବେ ।
- ମିଥୁନ ରାଶି : ଏହି ରାଶିର ବ୍ୟକ୍ତିମାନେ ସୂର୍ଯ୍ୟଙ୍କୁ ଜଳ ଟେକିବା ସମୟରେ ‘ଓଁ ରବୟେ ନମଃ’ ମନ୍ତ୍ର ବୋଲି ଜଳ ଟେକନ୍ତୁ । ଏହାଦ୍ୱାରା ସୂର୍ଯ୍ୟଦେବଙ୍କ କୃପାରୁ ଆପଣ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ ।
- କର୍କଟ ରାଶି : ଏହି ରାଶିର ବ୍ୟକ୍ତିମାନେ ‘ଓଁ ମିନ୍ତ୍ରାୟ ନମଃ’ ମନ୍ତ୍ର ଜପି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଟେକନ୍ତୁ । ଏହାଦ୍ୱାରା ସୂର୍ଯ୍ୟଙ୍କ କୃପାରୁ ସମସ୍ତ ଅନିଷ୍ଟ ଦୂର ହୋଇଯିବ ଓ ବ୍ୟକ୍ତିର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ ।
- ସିଂହ ରାଶି : ଏହି ରାଶିର ବ୍ୟକ୍ତିମାନେ ‘ଓଁ ଭାନବେ ନମଃ’ ମନ୍ତ୍ର ଗାଇ ସୂର୍ଯ୍ୟଦେବଙ୍କୁ ଜଳ ଟେକନ୍ତୁ । ଏହାଦ୍ୱାରା ସୂର୍ଯ୍ୟଙ୍କ ଆଶୀର୍ବାଦରୁ ଆଶା ରଖିଥିବା ସମସ୍ତ କାର୍ଯ୍ୟରେ ସଫଳ ହେବେ ।
- କନ୍ୟା ରାଶି : ଏହି ରାଶିର ବ୍ୟକ୍ତିମାନେ ‘ଓଁ ଦିବାକରୟେ ନମଃ’ ମନ୍ତ୍ର ଜପି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ । ସୂର୍ଯ୍ୟଦେବ ଏଥିରେ ସନ୍ତୁଷ୍ଟ ହୋଇ ସମସ୍ତ ଅସୁବିଧାକୁ ଦୂର କରିଦେବେ ଓ ବିଭିନ୍ନ କ୍ଷେତ୍ରରେ ଆପଣ ସଫଳତା ଅର୍ଜ କରିବେ ।
- ତୁଳା ରାଶି : ଏହି ରାଶିର ବ୍ୟକ୍ତି ମାନେ ସୂର୍ଯ୍ୟଦେବଙ୍କୁ ପୂଜା କରିବା ଓ ଜଳ ଅର୍ପଣ କରିବା ସମୟରେ ‘ଓଁ ଭାସ୍କରାୟ ନମଃ’ ଜପ କରନ୍ତୁ । ଏହାଦ୍ୱାରା ସୂର୍ଯ୍ୟଦେବଙ୍କ ଅଶେଷ କୃପାରୁ ମନରେ ରଖିଥିବା ସମସ୍ତ ଆଶା ପୂରଣ ହେବ ।
- ବିଛା ରାଶି : ଏହି ରାଶିର ବ୍ୟକ୍ତିମାନେ ‘ଓଁ ମାରିଚାୟେ ନମଃ’ ମନ୍ତ୍ର ଜପି ସୂର୍ଯ୍ୟଙ୍କୁ ପାଣି ଟେକନ୍ତୁ । ଏହାଦ୍ୱାରା ସୂର୍ଯ୍ୟଦେବ ଶୀଘ୍ର ପ୍ରସନ୍ନ ହେବେ ଓ ଆପଣଙ୍କର ସମସ୍ତ ମନବାଞ୍ଚା ପୂର୍ଣ୍ଣ କରିବେ ।
- ଧନୁ ରାଶି : ଏହି ରାଶିର ବ୍ୟକ୍ତିମାନେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ ସମୟରେ ‘ଓଁ ଆର୍କାୟ ନମଃ’ ଜପ କରନ୍ତୁ । ସୂର୍ଯ୍ୟଦେବ ପ୍ରସନ୍ନ ହୋଇ ବ୍ୟକ୍ତିର ସମସ୍ତ ସମସ୍ୟା ଦୂର କରିବା ସହ ମନସ୍କାମନା ପୂର୍ଣ୍ଣ କରିବେ ।
- ମକର ରାଶି : ମକର ରାଶିର ବ୍ୟକ୍ତିମାନେ ‘ଓଁ ଆଦିତ୍ୟାୟ ନମଃ’ ଜପ କରି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ । ସୂର୍ଯ୍ୟଦେବ ଏଥିରେ ସନ୍ତୁଷ୍ଟ ହୋଇ ଆପଣଙ୍କର ସମସ୍ତ ମନବାଞ୍ଚା ପୂରଣ କରିବେ ।
- କୁମ୍ଭ ରାଶି : କୁମ୍ଭ ରାଶିର ବ୍ୟକ୍ତିମାନେ ‘ଓଁ ସାବିତ୍ରେ ନମଃ’ ଜପ ପୂର୍ବକ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ । ଏହାସହିତ ପୂଜା କରନ୍ତୁ । ଏହାଦ୍ୱାରା ସମସ୍ତ ଅନିଷ୍ଟ ଦୂର ହେବା ସହ ସୂର୍ଯ୍ୟଙ୍କ କୃପାରୁ ମନ ଚାହୁଁଥିବା ଜିନିଷ ପାଇବେ ।
- ମୀନ ରାଶି : ଏହି ରାଶିର ବ୍ୟକ୍ତିମାନେ ‘ଓଁ ହିରଣଗର୍ଭାୟ ନମଃ’ ଜପ କରି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ । ଏହାଦ୍ୱାରା ସୂର୍ଯ୍ୟଦେବଙ୍କ କୃପା ଅଚିରେ ପ୍ରାପ୍ତ ହେବ । ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ ।
0 Comments
Do you have any doubts or suggestions? Ask them here in the comments!