ମକର ସଂକ୍ରାନ୍ତି କାହିଁକି, ପାଳନ କରାଯାଏ

ମକର ସଂକ୍ରାନ୍ତି କାହିଁକି ପାଳନ କରାଯାଏ

ବିଭିନ୍ନତା ମଧ୍ୟରେ ଏକତାର ସର୍ବଶ୍ରେଷ୍ଠ ଉଦାହରଣ ପ୍ରସ୍ତୁତ କରୁଥିବା ଭାରତ ଧର୍ମୀୟ ଭାବନାକୁ ସବୁବେଳେ ପ୍ରାଧାନ୍ୟତା ଦେଇଆସିଛି । ଏଠି ବାରମାସରେ ତେର ପର୍ବ- ଉକ୍ତିକୁ ଯଥାର୍ଥରେ ପରିଣତ କରି ଆସିଛି ମକର ସଂକ୍ରାନ୍ତି । ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି । ପୌଷମାସରେ ଧନୁରାଶିରୁ ବାହାରି ସୂର୍ଯ୍ୟ ମକର ରାଶିରେ ପ୍ରବେଶ ହୋଇଥାନ୍ତି । ଉତ୍ତରାୟଣଠାରୁ ଦେବତାଙ୍କ ଦିନ ଆରମ୍ଭ ହୋଇଥାଏ। ତେଣୁ ମକର ସଂକ୍ରାନ୍ତିରେ ଅନ୍ନବସ୍ତ୍ର ଓ ତିଳ ଦାନ ଦ୍ୱାରା ବିଶେଷ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି । 

କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି

  1. ସୂର୍ଯ୍ୟ ଉତ୍ତରାୟଣ ହେଉଥିବାରୁ ଦେବତାଙ୍କ ଦିନ ଆରମ୍ଭ ହୋଇଥାଏ । ଦେବତାଙ୍କ ପକ୍ଷ ଭାବେ ମକର ସ୍ରଂକାନ୍ତି ପାଳନ କରାଯାଏ । ଏହିଦିନରୁ ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ । ଦିନ ବଡ଼ ହୋଇଥାଏ । ଭଲ ଶସ୍ୟ ଅମଳ ହେବା ପାଇଁ ଅନେକ ସମ୍ପ୍ରଦାୟ ସୂର୍ଯ୍ୟଙ୍କ ଏହି ବିଶେଷ ପୂଜାର୍ଚ୍ଚନା କରିଥାନ୍ତି । ଶାରୀରିକ, ଭୌତିକ ଓ ମାନସିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ମକର ସଂକ୍ରାନ୍ତି ପାଳନ କରାଯାଏ ।
  2. ଏହି ଦିନ ଗଙ୍ଗା ପୃଥିବୀ ପୃଷ୍ଟରେ ଅବତରିତ ହୋଇଥିଲେ ବୋଲି ପୌରାଣିକ ଆଖ୍ୟାନ ରହିଛି । ତେଣୁ ପାପକ୍ଷୟ ପାଇଁ ମକର ସଂକ୍ରାନ୍ତି ପୂଜାର୍ଚ୍ଚନାର ବିଶେଷ ମହତ୍ୱ ଅଛି ।
  3. ଆଉ ଏକ ପୌରାଣିକ ଆଖ୍ୟାନ ଅନୁଯାୟୀ ମହାଭାରତ ଯୁଦ୍ଧପରେ ଭୀଷ୍ମ ଉତ୍ତରାୟଣରେ ଦେହତ୍ୟାଗ କରିଥିବାରୁ ଏହା ମୋକ୍ଷର ପର୍ବ ଭାବେ ପାଳିତ ହୋଇଆସୁଛି । ତେଣୁ ମୋକ୍ଷ ଆଶା କରୁଥିବା ସାଧୁ ସନ୍ୟାସୀମାନେ ମକର ସଂକ୍ରାନ୍ତିକୁ ବିଧିବିଧାନର ସହ ପାଳନ କରିଥାନ୍ତି ।

ସୂର୍ଯ୍ୟଙ୍କ ସମ୍ପର୍କରେ କିଛି ଅଜଣା କଥା 

ଦୁଇ ଋତୁର ସନ୍ଧିକାଳ ହୋଇଥିବାରୁ ବିଭିନ୍ନ ପ୍ରକାର ମୌସୁମୀ ଜନିତ ରୋଗ ଆକ୍ରାନ୍ତ କରିଥାଏ । ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ସମ୍ପର୍କରେ କିଛି ଅଜଣା କଥା ।

  1. ସୂର୍ଯ୍ୟଙ୍କ ବିବାହ ସଜ୍ଞା ନାମକ ଦେବ କନ୍ୟା ସହ ହୋଇଥିଲା । ଯମରାଜ ଏବଂ ଯମୁନା ସେମାନଙ୍କ ସନ୍ତାନ ।
  2. ସୁର୍ଯ୍ୟଙ୍କ ତେଜକୁ ସଜ୍ଞା ସହ୍ୟ କରିପାରୁ ନ ଥିଲେ । ସେଥିପାଇଁ ସେ ନିଜ ଛାୟାକୁ ସୂର୍ଯ୍ୟଦେବଙ୍କ କାର୍ଯ୍ୟରେ ଲଗାଇଥିଲେ ।
  3. ସୂର୍ଯ୍ୟ ଏବଂ ଛାୟାଙ୍କ ସନ୍ତାନ ହେଲେ ଶନିଦେବତା । ଛାୟାଙ୍କ ଯୋଗୁ ସେ କଳା ହୋଇଥିଲେ ।
  4. ଶନି ସର୍ବଦା ନିଜ ପିତା ସୂର୍ଯ୍ୟଙ୍କୁ ଶତ୍ରୁ ବୋଲି ଭାବନ୍ତି । କିନ୍ତୁ ସୂର୍ଯ୍ୟ ତାଙ୍କୁ କେବେ ହେଲେ ଅବହେଳା କରନ୍ତି ନାହିଁ ।
  5. ସୂର୍ଯ୍ୟ ୭ ଘୋଡା ରଥରେ ସର୍ବଦା ସବାରୀ କରିଥାନ୍ତି । ସେ କେବେ ହେଲେ ବିଶ୍ରାମ ନିଅନ୍ତି ନାହିଁ । ଏହି ୭ ଘୋଡାଙ୍କୁ ୭ ଦିନର ପ୍ରତୀକ ଭାବେ ବିବେଚନା କରାଯାଏ ।
  6. ସୂର୍ଯ୍ୟଙ୍କ ସାରଥୀ ହେଲେ ଗରୁଡଦେବଙ୍କ ଭାଇ ଅରୁଣ ।
  7. ବିଭିନ୍ନ ଗ୍ରନ୍ଥ ଅନୁସାରେ ତ୍ରେତୟା ଯୁଗରେ ସୁଗ୍ରୀବ ଏବଂ ଦ୍ୱାପରରେ କର୍ଣ୍ଣ ତାଙ୍କ ଅଂଶରୁ ଜନ୍ମଗ୍ରହଣ କରିଥିଲେ । ସୂର୍ଯ୍ୟଦେବ ହନୁମାନଙ୍କ ଗୁରୁ । ତାଙ୍କଠାରୁ ପ୍ରଥମ ଜ୍ଞାନ ପ୍ରାପ୍ତ କରିଥିଲେ ।
  8. ମକର ସଂକ୍ରାନ୍ତି ଠିକ୍ ଭାବେ ପାଳନ କଲେ ଧନ, ଜନ, ଗୋପ ଓ ଲକ୍ଷ୍ମୀର ଅଭାବ ରହି ନ ଥାଏ 

ପର୍ବର କାରଣ

  1. ଏହି ଦିନର ବିଶେଷ ଖାଦ୍ୟ ହେଉଛି ‘ମକର ଚାଉଳ’ । କଞ୍ଚା ଚାଉଳରେ କଦଳୀ, ସେଓ, କମଳା, ଅଙ୍ଗୁର ଓ କିସ୍ମିସ୍, କାଜୁ ଓ ବିଭିନ୍ନ ପ୍ରକାର ଗରମ ମସଲା ପକାଇ ପ୍ରସ୍ତୁତ ହୋଇଥାଏ ସ୍ୱାଦିଷ୍ଟ ‘ମକର ଚାଉଳ’ । ଏହାକୁ ମକର ସଂକ୍ରାନ୍ତିରେ ବାଣ୍ଟିବା ଦ୍ୱାରା ସ୍ନେହ ବଢ଼ିଥାଏ ବୋଲି ବିଶ୍ୱାସ ରହିଛି ।
  2. ମକର ଚାଉଳ ସହିତ ଆଉ ଏକ ବିଶେଷ ପରମ୍ପରା ମକର ସଂକ୍ରାନ୍ତି ସହିତ ଜଡ଼ିତ । ତାହା ହେଉଛି ‘ଗୁଡ଼ି ଉଡ଼ା ପର୍ବ’ । ମକର ସଂକାନ୍ତି ଦିନ ଗୁଡ଼ି ଉଡ଼ାଇବାର ବିଶେଷ ପ୍ରଥା ରହିଛି । ଏହି ଗୁଡ଼ି ଉଡ଼ା ପରମ୍ପରା ସହିତ ଅନେକ ସାମାଜିକ, ଐତିହାସିକ ଓ ପୌରାଣିକ କାହାଣୀ ଜଡ଼ିତ । ତେଣୁ ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବାର ବିଶେଷ ମହତ୍ତ୍ୱ ରହିଛି ।

ମକର ସଂକ୍ରାନ୍ତି ସମ୍ପର୍କରେ କିଛି ବିଶେଷ କଥା

ଚଳିତ ବର୍ଷ ମକର ସଂକ୍ରାନ୍ତି ଦିନ ପଞ୍ଚଗ୍ରହ ଯୋଗ ଗଠନ ହେଉଛି । ସୂର୍ଯ୍ୟ, ଚନ୍ଦ୍ର, ବୁଧ, ଗୁରୁ ଏବଂ ଶନି ଗୋଟିଏ ରାଶି ମକରରେ ବାସ କରିବେ | ତେଣୁ, ଅନ୍ୟ ସମସ୍ତ ରାଶିର ଲୋକମାନେ ଖରାପ ପ୍ରଭାବ ହ୍ରାସ କରିବା ଏବଂ ଶୁଭ ପ୍ରଭାବ ଲାଭ କରିବା ପାଇଁ ନବଗ୍ରହ ସ୍ତୋତ୍ର ପାଠ କରନ୍ତୁ । ନବଗ୍ରହର ମନ୍ତ୍ର ଜପ କରିବା ଦ୍ୱାରା ଆପଣ ଅସୁବିଧାରୁ ରକ୍ଷା ପାଇପାରିବେ ।

Post a Comment

0 Comments