ଏହି ଦିନ ଦାନ,ସ୍ନାନ,ଧର୍ମ, ଜପ ଓ ତପର ଆଦିର ବହୁ ବିଶେଷ ମହତ୍ତ୍ୱ ରହିଛି । ଏହି ପର୍ବରେ ଗୁଡି ଉଡେଇବାର ପରଂପରା ମଧ୍ୟ ରହିଛି । ମାତ୍ର ଏହି ଦିନରେ ଏପରି କେତେକ କାର୍ଯ୍ୟ ରହିଛି, ଯାହାକୁ କରିବାକୁ ବାରଣ କରାଯାଇଛି |
ଆସନ୍ତୁ ଜାଣିବା ମକର ସଂକ୍ରାନ୍ତି ଦିନ କ'ଣ କରିବା ଉଚିତ ଓ କ'ଣ ନ କରିବା ଉଚିତ...
ମକର ସଂକ୍ରାନ୍ତିରେ କ'ଣ କରିବା ଉଚିତ
- ସର୍ବପ୍ରଥମେ ତ ଆପଣଙ୍କୁ କହିବୁ ଯେ ଯେଉଁ ଲୋକଙ୍କୁ ସକାଳେ ବିନା ସ୍ନାନ କରି ଚା କିମ୍ବା ହାଲୁକା ଜଳଖିଆ ବା ବିସ୍କୁଟ ଖାଇବାର ଅଭ୍ୟାସ ଅଛି ତାହାଲେ ଭୁଲରେ ବି ଏହିଦିନ ଏପରି କରନ୍ତୁ ନାହିଁ , କାରଣ ଏହାକୁ ଅଶୁଭ ବୋଲି ବିଶ୍ୱାସ କରାଯାଏ ଏଥିପାଇଁ ଏହି ଦିନ ସ୍ନାନ କରି ପୂଜାର୍ଚ୍ଚନା କରିବା ପରେ, ଦାନ କରିସାରି ହିଁ ଖାଆନ୍ତୁ ।
- ମକର ସଂକ୍ରାନ୍ତି ଦିନ ପ୍ରାତଃକାଳରେ ଗଙ୍ଗା ସ୍ନାନ କରିବା ବେଶ୍ ଲାଭଦାୟକ ହୋଇଥାଏ। ଯଦି ଗଙ୍ଗା ନଦୀକୁ ଯାଇପାରୁନାହାନ୍ତି ତେବେ ଯେକୌଣସି ପବିତ୍ର ନଦୀରେ ମଧ୍ୟ ସ୍ନାନ କରିପାରନ୍ତି ।
- ଏହିଦିନ ସକାଳେ ସ୍ନାନ କରିବା ସମୟରେ ଆପଣ ପାଣିରେ ତିଳ ମିଶାନ୍ତୁ ଏବଂ ତିଳ ମିଶା ଜଳରେ ହିଁ ସ୍ନାନ କରନ୍ତୁ । ସମ୍ଭବତଃ କୌଣସି ପବିତ୍ର ନଦୀରେ ସ୍ନାନ କରନ୍ତୁ , ଏବଂ ସମ୍ଭବ ହେବ ତ କ୍ଷୀର , ଦହି ଏବଂ ତିଳ ମିଶା ଜଳରେ ସ୍ନାନ କରନ୍ତୁ।
- କିନ୍ତୁ ଏଥିପ୍ରତି ଧ୍ୟାନ ଦେବେ ଯେ ଆପଣଙ୍କୁ ଏହିଦିନ କେଶକୁ ଧୋଇବା ଉଚିତ ନୁହେଁ ଏବଂ ହେବ ତ ସାବୁନ ବ୍ୟବହାର କରନ୍ତୁ ନାହିଁ।
- ସ୍ନାନ କରିବା ପରେ ସୂର୍ଯ୍ୟଙ୍କୁ ଜଳ ଅପଣ କରନ୍ତୁ। ଏହି ଦିନ ସୂର୍ଯ୍ୟଙ୍କୁ ପୂଜା କରିବା ଦ୍ୱାରା ପାପ କ୍ଷୟ ହୋଇଥାଏ।
- ଏହି ଦିନ ପ୍ରାତଃ ସ୍ନାନ କରି ସୂର୍ଯ୍ୟଙ୍କୁ ଲାଲ ପୁଷ୍ପ ଅର୍ପଣ କରିବା ଦ୍ୱାରା ଜୀବନର ବାଧାବିଘ୍ନ ଦୂର ହୋଇଥାଏ |
- ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଶନିଙ୍କ ରାଶିରେ ପ୍ରବେଶ କରିଥାଆନ୍ତି । ତେଣୁ ଏହି ଦିନ ଶନିଦେବଙ୍କୁ ପୂଜା କରିବା ଲାଭଦାୟକ ହୋଇଥାଏ । ଶନିଙ୍କୁ ପୂଜା କରିବା ସମୟରେ ସୋରିଷ ତେଲରେ କଳା ରାଶି ପକାଇ ଦୀପ ପ୍ରଜ୍ଵଳିତ କରନ୍ତୁ । ଏପରି କରିବା ଦ୍ୱାରା ଦୁଇଗୁଣା ଫଳ ମିଳିବ ।
- ମକର ସଂକ୍ରାନ୍ତିରେ ଭଗବାନ ଶିବ, ବିଷ୍ଣୁ ଓ ମା' ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରିବା ଉଚିତ।
- ପୂର୍ବପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ଖେଚୁଡି ଦାନ କରିବାର ମଧ୍ୟ ବିଧାନ ରହିଛି ।
- ଏହି ଦିନ ରାଶିରେ ପ୍ରସ୍ତୁତ ଖାଦ୍ୟ, ମୁଗ ଡ଼ାଲି, ଚାଉଳରେ ପ୍ରସ୍ତୁତ ଖେଚୁଡ଼ି ଆଦି ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ ।
- ଘରେ ଖେଚୁଡ଼ି ରାନ୍ଧି ବ୍ରାହ୍ମଣଙ୍କୁ ଭୋଜନ କରାନ୍ତୁ।
- ମକର ସଂକ୍ରାନ୍ତିରେ ଗାଈଙ୍କୁ ଖାଇବାକୁ ଦେଇ ସେବା କରିବା ଅତ୍ୟନ୍ତ ଶୁଭ ହୋଇଥାଏ।
- ଏହି ଦିନ ଘରକୁ ନୂଆ ଝାଡୁ କିଣିକି ଆଣିବା ମଧ୍ୟ ଶୁଭ ହୋଇଥାଏ ।
- ମକର ସଂକ୍ରାନ୍ତି ଦିନ ବୟୋଜ୍ୟେଷ୍ଠ ଙ୍କୁ ପାଦ ଛୁଇଁ ପ୍ରଣାମ କରିବା ଉଚିତ।
- ଏହି ଦିନ ଆଲମାରୀରୁ ସୁନାଗହଣା କାଢ଼ି ଗଙ୍ଗା ପାଣିରେ ଧୋଇ ହଳଦୀ ଲଗାଇ ରଖନ୍ତୁ ।
- ଏହି ଦିନ ଅନେକ ସ୍ଥାନରେ ଗୁଡି ଉଡାଇବାର ପରମ୍ପରା ରହିଛି।
- ଏହି ଦିନରେ ଲୋକେ ନିଜ ଘରେ ରାଶିର ଲଡ଼ୁ ମଧ୍ୟ ପ୍ରସ୍ତୁତ କରିଥାଆନ୍ତି। ଏହାକୁ ନିଜ ପଡ଼ୋଶୀ ଓ ପ୍ରିୟଜନଙ୍କୁ ମଧ୍ୟ ବାଣ୍ଟି ଥାଆନ୍ତି |
- ମକର ସଂକ୍ରାନ୍ତି ଦିନ ରାଶି, ଗୁଡ ଦାନ କରିବା ଉଚିତ । କିନ୍ତୁ ଏହିଦିନ ଘରେ ରାଶି ଲଡୁ ପ୍ରସ୍ତୁତ କରି ଗରିବ ମାନଙ୍କୁ ବାଣ୍ଟିବା ଅତ୍ୟନ୍ତ ଶୁଭକର ହୋଇଥାଏ ।
- ଏହି ଦିନ ଅସହାୟ, ଗରିବ, ଦୁଃଖୀ ବ୍ୟକ୍ତିଙ୍କୁ ଦାନ ମଧ୍ୟ କରନ୍ତୁ । ଦାନରେ କିଛି ଚାଉଳ ଓ ବିରି ଡାଲି,ମଞ୍ଜି ଦେଲେ ଭଲ ହେବ |
- ମିଠା ବଚନ କୁହନ୍ତୁ ।
- ବୃକ୍ଷରୋପଣ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ।
କ'ଣ କରିବେ ନାହିଁ
0 Comments
Do you have any doubts or suggestions? Ask them here in the comments!