ମକର ସଂକ୍ରାନ୍ତିରେ ଦାନ ପଛରେ କ'ଣ ରହିଛି କାରଣ

ମକର ସଂକ୍ରାନ୍ତିରେ ଦାନ ପଛରେ କ'ଣ ରହିଛି କାରଣ 



ମକର ସଂକ୍ରାନ୍ତି ହିନ୍ଦୁମାନଙ୍କ ପ୍ରମୁଖ ପର୍ବମାନଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପର୍ବ ଅଟେ । ବହୁ ଆନନ୍ଦ ଉଲ୍ଲାସର ସହ ଏହି ପର୍ବକୁ ପାଳନ କରିଥାଆନ୍ତି । ଏହା ପାଳନ କରିବାର ସବୁଠାରୁ ବଡ଼ କାରଣ ହେଉଛି ଏହି ଦିନରେ ଭଗବାନ ସୂର୍ଯ୍ୟଦେବ ଧନୁ ରାଶି ଠାରୁ ମକର ରାଶିରେ ପ୍ରବେଶ କରନ୍ତି। ଏହି ଦିନରେ ଦାନ ଓ ଧର୍ମର ବିଶେଷ ମହତ୍ତ୍ୱ ରହିଛି । ମାନ୍ୟତା ଅନୁଯାୟୀ ସୂର୍ଯ୍ୟଙ୍କ ଆରାଧାନାର ବିଶେଷ ପର୍ବ ମକର ସଂକ୍ରାନ୍ତି ପାଳନ କରିବା ଦ୍ୱାରା ପାପର ନାଶ ହୋଇଥାଏ ।ଏହି ଦିନରେ କାଠ, ରାଶି ଲଡ଼ୁ, ଅନ୍ନ, ବିରି ଡ଼ାଲି, ଚାଉଳ, ପାମ୍ପଡ଼, ଘିଅ, ଗୁଡ଼, ଲୁଣ, କମଳ, ବସ୍ତ୍ର ଦାନ କରିବା ଦ୍ୱାରା ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି |

ମକର ସଂକ୍ରାନ୍ତିରେ ଏହିସବୁ ବସ୍ତୁ ଦାନ କରନ୍ତୁ

  1. ଯଦି ଆପଣ ଏହିଦିନ କୌଣସି ବ୍ୟକ୍ତିକୁ ପାଣି ପିଆଉଛନ୍ତି, ତାହେଲେ ଆପଣଙ୍କର ପୁଣ୍ୟରେ ବୃଦ୍ଧି ହେବ। ଏହାସହିତ ଆପଣଙ୍କର ପୁରୁଣା ପାପରୁ ଆପଣଙ୍କୁ ମୁକ୍ତି ମିଳିଯିବ।
  2. ମକର ସଂକ୍ରାନ୍ତି ଦିନ ମନ୍ଦିରରେ ଦୀପ ଦାନ କରିବା ଉଚିତ। ଏହାଦ୍ବାରା ଦେବୀ ଓ ଦେବତା ମାନେ ପ୍ରସନ୍ନ ହୋଇଥାନ୍ତି। ଏହାସହିତ ରୋଗୀ ମାନଙ୍କୁ ଔଷଧ ଦାନ କରିବା ଉଚିତ। 
  3. ମକର ସଂକ୍ରାନ୍ତି ଦିନ ରାବିଡି ମଧ୍ୟ ଦାନ କରାଯାଏ। ଏଭଳି କରିବା ଶୁଭ ବୋଲି ମାନାଯାଏ।

ରାଶି

  1. ମକର ସଂକ୍ରାନ୍ତି ଦିନ ରାଶି ଦାନ କରିବା ଶୁଭ। କଳା ରାଶି ହେଉ ଅବା ଧଳା ରାଶି ଦାନ କରିବା ଦ୍ୱାରା ଶନି ଦେବ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ରହିଛି। ଏହିଦିନ ଅସହାୟ ଲୋକଙ୍କୁ ତିଳର ଲଡୁ ଦାନ କରିବା ଉଚିତ। 
  2.  ଏହି ଦିନରେ ଦାନ କରିବା ଦ୍ଵାରା ଆପଣଙ୍କ ଜୀବନରେ ସମସ୍ୟା ଦୂର ହୋଇଥାଏ | 

ଖେଚୁଡି

  1. ବିଶ୍ୱାସ କରାଯାଏ ଯେ ମକର ସଂକ୍ରାନ୍ତି ଦିନ ଖେଚୁଡି ଦାନ କରିବା ଦ୍ୱାରା ଜୀବନରେ ସୁଖ ଏବଂ ଶାନ୍ତି ଆସିଥାଏ। ଏହା ସ୍ୱାସ୍ଥ୍ୟ ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇଥାଏ। 
  2. ମକର ସଂକ୍ରାନ୍ତି ଦିନ ଯେଉଁ ମାନେ ଅନ୍ନର ଦାନ କରିଥାନ୍ତି, ତାଙ୍କ ଜୀବନରେ କେବେବି ଅନ୍ନର ଅଭାବ ହୋଇ ନଥାଏ। 

ଗୁଡ

  1. ଗୁଡ଼ ଦାନ କରିବା ଦ୍ୱାରା ମାନ ସମ୍ମାନ ର ବୃଦ୍ଧି ଘଟିଥାଏ । ଏହି ସବୁ ଦାନ କରିବା ଦ୍ୱାରା ଆପଣଙ୍କର ବେପାରରେ ବୃଦ୍ଧି ଘଟିଥାଏ ।
  2. ମକର ସଂକ୍ରାନ୍ତି ଦିନ ଗୁଡ ଦାନ କରିବା ଶୁଭ। ଏହା ଦାନ କରିବା ଦ୍ୱାରା ସୂର୍ଯ୍ୟ ଦେବତାଙ୍କ କୃପା ଲାଭ ମିଳିଥାଏ ବୋଲି ବିଶ୍ୱାସ ରହିଛି।

ତେଲ

  1. ମକର ସଂକ୍ରାନ୍ତି ଦିନ, ସେମାନେ ଏକ ତମ୍ବା ପାତ୍ରରେ କଳା ତେଲ ଭରି ଏକ ଗରିବ ଲୋକକୁ ଦାନ କରିବା ଉଚିତ୍। 
  2. ଏହି ଦିନ ତେଲ ଦାନ କରିବା ମଧ୍ୟ ଶୁଭ ହୋଇଥାଏ। ଏଭଳି କରିବା ଦ୍ୱାରା ଶନି ଦେବଙ୍କ ଆଶୀର୍ବାଦ ଲାଭ ହୁଏ।
  3. କାର୍ଯ୍ୟ-ବ୍ୟବସାୟ ଅଗ୍ରଗତି କରିବ ଏବଂ ଆପଣଙ୍କର ଅସୁବିଧା ସମାପ୍ତ ହେବ।

ଶସ୍ୟ

  1. ମକର ସଂକ୍ରାନ୍ତି ଦିନ ଗରିବ, ଅସହାୟ ଏବଂ ଅଭାବୀ ଲୋକ ଖାଦ୍ୟ ଶସ୍ୟ ଦାନ କରିବା ଉଚିତ୍ ।ଏହି ପ୍ରତିକାର କରି ମାତା ଅନ୍ନପୂର୍ଣ୍ଣା ବିଶେଷ ଆଶୀର୍ବାଦ ପାଆନ୍ତି।ବ୍ୟକ୍ତିଙ୍କ ଧନ ଏବଂ ଶସ୍ୟର ଭଣ୍ଡାର ସବୁବେଳେ ପରିପୂର୍ଣ୍ଣ ରହେ।
  2. ମକର ସଙ୍କ୍ରାନ୍ତି ଦିନରେ ପାଞ୍ଚ ପ୍ରକାରର ଶସ୍ୟ ଦାନ କରିବା ଦ୍ୱାରା ସମସ୍ତ ଇଚ୍ଛା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି।

ଘିଅ ଦାନ

  1. ଘରେ କୌଣସି ଅସୁସ୍ଥ ବା ରୋଗୀ ମଣିଷ ଅଛି ଓ ତାଙ୍କର ଦେହ ଭଲ ହେଉନାହିଁ, ମକର ସଙ୍କ୍ରାନ୍ତି ଦିନ ଭକ୍ତି ମନରେ ଦରିଦ୍ର ଲୋକଙ୍କୁ ଘିଅ ପ୍ରଦାନ କରନ୍ତୁ ବା ମନ୍ଦିରରେ ଦାନ କରନ୍ତୁ । ଦେଖିବେ ବହୁତ ଶୀଘ୍ର ସେହି ଅସୁସ୍ଥ ବ୍ୟକ୍ତି ଜଣକ ସୁସ୍ଥ ହୋଇଯିବେ ।
  2. ମକର ଉପରେ ଘିଅ ଦାନ କରିବା ଭଲ ବୋଲି ବିବେଚନା କରାଯାଏ। ଏହି ପ୍ରତିକାର ଆପଣଙ୍କ ଆର୍ଥିକ ସମସ୍ୟା ଦୂର କରିବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ।
  3. ସେହିପରି ଘିଅ ଦାନ କରିବା ଦ୍ୱାରା କ୍ୟାରିଅର୍‌ରେ ସଫଳତା ମିଳିଥିଏ।

ଲୁଣ

  1. ଏହି ଦିନ ଏକ ନୂଆ ଲୁଣ ପ୍ୟାକେଟ ଆବଶ୍ୟକ ଥିବା ବ୍ୟକ୍ତିଙ୍କୁ ଦାନ କରନ୍ତୁ। ଏହାଦ୍ୱାରା ଶୁକ୍ର ଗ୍ରହ ମଜଭୁତ ହୁଏ।
  2.  ଯଦି କୌଣସି ବ୍ୟକ୍ତିର ଖରାପ ସମୟ କଟୁଛି, ତେବେ ସେ ମକର ସଂକ୍ରାନ୍ତି ଦିନ ଲୁଣ ଦାନ କରିବା ଉଚିତ୍।
  3. ଲୁଣ ଦାନ କରିବା ଦ୍ୱାରା ଘରେ ଥିବା ସମସ୍ତ ନକରାତ୍ମକ ଦୃଷ୍ଟି ର ଅନ୍ତ ଘଟିଥାଏ ।

କମ୍ବଳ

ମକର ସଂକ୍ରାନ୍ତିରେ କମ୍ବଳ ଦାନ କରିବା ଶୁଭ। ଏଭଳି କରିବା ଦ୍ୱାରା ରାହୁ ଓ ଶନି ଶାନ୍ତି ହୁଅନ୍ତି।

ନୂଆ ପୋଷାକ

  1. ଏହି ଦିନ ଗରିବ ଏବଂ ଅସହାୟ ଲୋକଙ୍କୁ ନୂତନ ପୋଷାକ ଦାନ କରାଯିବା ଉଚିତ୍। ଏହି ସବୁ ଜିନିଷ ଦାନ କରିବା ଦ୍ୱାରା ଘରୁ ଧନର ଅଭାବ ଦୂର ହୋଇଯାଇଥାଏ ବୋଲି ବିଶ୍ୱାସ ରହିଛି।
  2. ବସ୍ତ୍ର ଦାନ କରିବା ଦ୍ଵାରା ସବୁଠାରୁ ଅଧିକ ଭଲ ଫଳ ମିଳିଥାଏ । ବସ୍ତ୍ର ଦାନ କରିବା ଦ୍ଵାରା ଆୟୁ ମଧ୍ୟ ବଢିଥାଏ ।  ଧ୍ୟାନ ରଖିବେ ନୂଆ ବସ୍ତ୍ର ଦାନ କରିବେ, କାରଣ ପୁରୁଣା ବସ୍ତ୍ରକୁ ଦାନ କରିଲେ କୌଣସି ଫାଇଦା ହେବ ନାହିଁ ।

କଦଳୀ ଏବଂ ତେଲ

ଶାସ୍ତ୍ର ଅନୁଯାୟୀ, ମକର ସଂକ୍ରାନ୍ତି ଦିନ କଦଳୀ ଏବଂ ତେଲ ଦାନ କରିବା ଦ୍ୱାରା ରାଶିରେ ସୂର୍ଯ୍ୟ ଏବଂ ଶନିଙ୍କ ସ୍ଥିତି ଦୃଢ଼ ହୋଇଥାଏ। ସମାଜରେ ସମ୍ମାନ ବୃଦ୍ଧି ଏବଂ କାର୍ଯ୍ୟରେ ସଫଳତା ମିଳେ  ।

ଏମିତି ଦାନ କରନ୍ତୁ ନାହିଁ 

  • କାହାକୁ କଷ୍ଟ ଦେଇ ରୋଜଗାର କରିଥିବା ଧନ ଦାନ କରିବା ଉଚିତ ନୁହେଁ ବୋଲି କୁହାଯାଏ। ଏହି ଦାନ କଲେ ସେହି ଦାନର କିଛି ଲାଭ ନାହିଁ। ଏହାର କୌଣସି ସୁଫଳ ମଧ୍ଯ ମିଳିନଥାଏ। ସେଥିପାଇଁ ଦାନ ସବୁବେଳେ ସଠିକ ତରିକାରେ ରୋଜଗାର କରିଥିବା ଧନ ହିଁ ଦାନ କରିବା ଉଚିତ |
  • ଯେଉଁ ଜିନିଷ କୁ ଦାନ କରିଥାଉ ତାହାକୁ ହିଁ ଆମେ ଅନ୍ୟ ଠାରୁ ଦାନ ସ୍ୱରୂପ ନେବା ଉଚିତ ନୁହେଁ । ଆମେ ଜଣଙ୍କୁ ଦାନ ଦେଇଥାଉ କାରଣ ଆମ ପାଖରେ ତାହା ଥାଏ କିନ୍ତୁ ଯାହାକୁ ଦାନ କରିଥାଉ ତା ପାଖରେ ଏ ସବୁ ନଥାଏ । କିନ୍ତୁ ଯଦି ଆମ ପାଖରେ ସେହି ଵସ୍ତୁ ଥାଇକି ମଧ୍ୟ ଆମେ ଅନ୍ୟ ଠାରୁ ଦାନ ସ୍ୱରୂପ ତାହାକୁ ନେବା ତେବେ ତାହା ଦ୍ୱାରା ଆମର ବହୁତ କ୍ଷତି ହେବ ।
ଉଦାହରଣ ସ୍ୱରୂପ ଯଦି ଆପଣ ଅନ୍ୟ କାହା ଠାରୁ ତେଲ ଆଣୁଛନ୍ତି ତେବେ ଆପଣ ମଧ୍ୟ ତିଳ ତିଳ ହୋଇ ମୃତ୍ୟୁ ମୁଖରେ ପଡିବେ । 
ଏହାର ମାନେ ହେଉଛି ଆପଣ ମୃତ୍ୟୁ ସମୟରେ ତାର ସମସ୍ତ ତେଲର ମୂଲ୍ୟ ସୁଝାଇ କରି ହିଁ ମୃତ୍ୟୁ ବରଣ କରିବେ । ତେଣୁ ଯଦି ବି ଆପଣ ଏହି ସବୁ ଜିନିଷ ଅନ୍ୟଠୁ ନେଉଛନ୍ତି ତେବେ ଏହାର ଉପଯୁକ୍ତ ମୂଲ୍ୟ ଦେଇ କରି ନିଅନ୍ତୁ । ଏହା ଦ୍ୱାରା ଆପଣଙ୍କର କୌଣସି କ୍ଷତି ହେବ ନାହିଁ।

  • ଦାନ ଦେବା ପଛରେ ବ୍ୟକ୍ତିର ଲକ୍ଷ୍ୟ ସ୍ପଷ୍ଟ ହେବ ଉଚିତ। କୌଣସି ପ୍ରକାର ଯଶ ପାଇବାକୁ କିମ୍ବା ଦେଖେଇ ହେବାକୁ ଦାନ କରିବା ଉଚିତ ନୁହେଁ। ଏହିଭଳି ଦାନକୁ ଭଲ କୁହାଯାଏ ନାହିଁ |
  • କାରଣ ଦାନ ଏଇଥିପାଇଁ ଦିଆଯାଏ କାରଣ ଭଗବାନ ଆପଣଙ୍କୁ ସେଥିପାଇଁ ଯୋଗ୍ୟ କରିଛନ୍ତି ଯେ ଆପଣ କାହାକୁ ସାହାଯ୍ୟ କରିପାରିବେ।
  • ଆପଣ ଯାହା ଦାନ କରୁଛନ୍ତି ତାହା ଭଲ ହୋଇଥିବା ଦରକାର। ପୁରୁଣା ଏବଂ ନିଜ ଉପଯୋଗରେ ନ ଆସୁଥିବା ପୁରୁଣା ଜିନିଷ କେବେ କାହାକୁ ଦାନ ନ କରନ୍ତୁ।
  • ଦାନ ସବୁବେଳେ ପାତ୍ରରେ ହିଁ କରିବା ଉଚିତ। ଅର୍ଥାତ ଆବଶ୍ୟକୀୟ ଏବଂ ଅଭାବୀ ଲୋକଙ୍କୁହିଁ ଦାନ କରିବା ଉଚିତ।
  • ଶାସ୍ତ୍ର ଅନୁସାରେ ଦାନ ସବୁବେଳେ ଭଲ ମନରେ କରିବା ଉଚିତ। ଯାହାଦ୍ବାରା ଏହାର ଫଳ ପ୍ରାପ୍ତ ହୋଇଥାଏ।
  • ଦାନ କରିବା ପରେ କେବେ ବି ପଶ୍ଚାତାପ କରିବା ଉଚିତ ନୁହେଁ। ନହେଲେ ଦାତାଙ୍କୁ ଏହାର ପୂଣ୍ୟଫଳ ପ୍ରାପ୍ତ ହୋଇନଥାଏ।
  • ଯେଉଁମାନେ ଦାନ ନେଇ ସନ୍ତୁଷ୍ଟ ହୋଇନଥାନ୍ତି ଏବଂ ଆହୁରି ଅଧକ ଆଶା କରନ୍ତି, କିମ୍ବା ଦାତାଙ୍କୁ ଅପମାନିତ କରନ୍ତି ସେମାନଙ୍କୁ ଦାନ ଦିଆଯିବ ଉଚିତ ନୁହେଁ।

Post a Comment

0 Comments