ମାଘ ମାସର ମହତ୍ତ୍ୱ

ମାଘ ମାସର ମହତ୍ତ୍ୱ

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଗୋଟିଏ ବର୍ଷର ୧୧ତମ ମାସକୁ ମାଘ ମାସ କହନ୍ତି । ଧର୍ମ ଶାସ୍ତ୍ର ରେ ଏହି ମାସକୁ ବହୁତ ପବିତ୍ର ବୋଲି ମାନନ୍ତି । ଯେଉଁ ମଣିଷକୁ  ଚିରଦିନ ପାଇଁ ସ୍ୱର୍ଗଲୋକରେ ରହିବାକୁ ଇଚ୍ଛା ଅଛି ସେମାନେ ମାଘମାସରେ ସୂର୍ଯ୍ୟ ମକର ରାଶିରେ ଥିବା ବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା ଏବଂ ପବିତ୍ର ନଦୀରେ ସକାଳୁ ସ୍ନାନ କରିବା ଉଚିତ୍ । ମହାଭାରତ ଏବଂ ଅନ୍ୟ ଗ୍ରନ୍ଥରେ ମାଘମାସର ମହତ୍ତ୍ୱ ବିଷୟରେ ଲେଖା ହୋଇଛି । 

ପବିତ୍ର ମାଘ ମାସରେ ସୁଖ ଓ ସମୃଦ୍ଧି ପାଇବା ପାଇଁ ଦିନଚର୍ଯ୍ୟାରେ କିଛିଟା ପରିବର୍ତ୍ତନ କରାଯାଏ । ଏଥିରୁ ବ୍ୟକ୍ତିଙ୍କ ଶରୀର ସହିତ ମନର ନବୀକରଣ ହୁଏ ବୋଲି ହିନ୍ଦୁ ଧର୍ମରେ ବର୍ଣ୍ଣନା କରାଯାଇଛି ।

  1. ଦିନ ଆରମ୍ଭରେ ଗରମ ପାଣିକୁ ଧୀରେ ଧୀରେ ସାମାନ୍ୟ ପାଣିରେ ମିଶାଇ ସ୍ନାନ କରାଯାଏ ।
  2. ଏହି ପବିତ୍ର ମାସରେ ଅଧିକ ସମୟ ଧରି ଶୋଇବା ଏବଂ ବିଳମ୍ବରେ ସ୍ନାନ କରିବା ଅନୁଚିତ୍‌ ।
  3. ରାଶୀ ଏବଂ ଗୁଡ଼ର ସେବନ ଲାଭଦାୟକ ।
  4. ଯଦି ସମ୍ଭବ ଏହି ପବିତ୍ର ମାସରେ ଦିନକୁ ଥରେ ଭୋଜନ କରନ୍ତୁ । ହିନ୍ଦୁ ଶାସ୍ତ୍ରାନୁସାରେ, ମାଘ ମାସରେ ଦିନକୁ ଥରେ ଭୋଜନ ଗ୍ରହଣ କଲେ ଶରୀର ସୁସ୍ଥ ସହିତ ଏକାଗ୍ରତା ବୃଦ୍ଧି ପାଏ ।

ସ୍ନାନର ମହତ୍ତ୍ୱ

  1. ଏହି ଦିନ ଭଗବାନ ବିଷ୍ଣୁ ଗଙ୍ଗାଜଳ ରେ ନିବାସ କରିଥାନ୍ତି । ଯାହା କାରଣରୁ ଏହି ଶୁଭ ଦିନରେ ଗଙ୍ଗା ସ୍ନାନ, ଦାନ ଓ ଜପ କରିବା ପୂଣ୍ୟ ଫଳଦାୟୀ ହୋଇଥାଏ ।
  2. ମାନ୍ଯତା ରହିଛି କି, ଏହି ମାସରେ ପବିତ୍ର ନଦୀରେ ସ୍ନାନ କରିବା ଦ୍ବାରା ସକାରାତ୍ମକ ଉର୍ଜା ଭରି ରହିଥାଏ। ଏହି ଉର୍ଜା ବିଭିନ୍ନ ପ୍ରକାର ରୋଗକରୁ ବଞ୍ଚାଇଥାଏ। ମାଘ ମାସରେ ଅନୁଶାସିତ ଜୀବନଶୈଳୀ ଆପଣାଇବା ଯୋଗୁଁ ଅନେକ ପ୍ରକାର ସମସ୍ଯାରୁ ମୁକ୍ତି ମିଳିଥାଏ। 
  3. ମାଘ ମାସର ଖରା ଅନେକ ପ୍ରକାର ସ୍ବାସ୍ଥ୍ଯ ସମସ୍ଯା ଦୂର ହୋଇଥାଏ। ତେଣୁ ଏହି ମାସରେ ସୂର୍ଯ୍ଯଦେବତାକୁ ପୂଜା କରାଯିବାର ବିଶେଷ ମହତ୍ତ୍ବ ରହିଛି। 
  4. ମାଘର ମାସର ଖରା ପିଲାଙ୍କୁ ନିମୋନିଆ ଏବଂ ଥଣ୍ଡା ଭଳି ରୋଗରୁ ରକ୍ଷା କରିଥାଏ। ଏହାଛଡା ବୟସ୍କ ଲୋକ ଖରାରେ ବସିବା ଦ୍ବାରା ସେମାନଙ୍କ ହାଡ ଜନିତ ସମସ୍ଯା ଦୂର ହୋଇ ଆରମ ମିଳିଥାଏ।
  5. ମାଘ ମାସ ର ମହିମା ଏମିତି ଯେ ଏଥିରେ ଗଙ୍ଗା ନାମ ଉଚ୍ଚାରଣ କରି ସ୍ନାନ କଲେ ଗଙ୍ଗା ସ୍ନାନ ଫଳ ମିଳିଥାଏ ।ଏହି ମାସରେ ଶ୍ରୀ କୃଷ୍ଣ ପୂଜା ଓ ନଦୀ ସ୍ନାନ ର ଅଛି ବିଶେଷ ମହତ୍ଵ |
  6. ମାନ୍ୟତା ଅନୁଯାୟୀ ମାଘ ମାସରେ ସ୍ନାନ ଜଳରେ ରାଶି ପକାଇ ସ୍ନାନ କରିବା ଦ୍ୱାରା ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ।
  7. ଏହି ମାସରେ ସ୍ନାନ ଜଳରେ ଗଙ୍ଗାଜଳ ଅଳ୍ପ ମିଶାଇ ସ୍ନାନ କରନ୍ତୁ। ଏହାଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
  8. ମାଘ ମାସ ର ମହିମା ଏମିତି ଯେ ଏହି ମାସରେ ଯେଉଁଠି ବି ଜଳ ଥାଉ ନା କାହିଁ ତାହା ଗଙ୍ଗାଜଳ ସମାନ ହୋଇଥାଏ । ତଥାପି ପ୍ରୟାଗ, କାଶୀ, ନୈମିଷାଣ୍ଯ,  କୁରୁକ୍ଷେତ୍ର, ହରିଦ୍ଵାର ତଥା ଅନ୍ୟ ପବିତ୍ର ତୀର୍ଥ ଏବଂ ନଦୀ ମାନଙ୍କରେ ସ୍ନାନ ର ବି ବହୁତ ମହତ୍ତ୍ୱ ରହିଅଛି ।
  9. ସ୍ନାନ କରିବା ପରେ ଓମ ଘୃଣୀ ସୁର୍ଜ୍ଯାୟ ନମହ ମନ୍ତ୍ର ଜପ କରି ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ । ଏହା ପରେ ବ୍ରତର ସଙ୍କଳ୍ପ ନେଇ  ବିଷ୍ଣୁଙ୍କର ବିଧି ବିଧାନ ଅନୁଯାୟୀ ପୂଜା କରନ୍ତୁ । ଶେଷରେ ଗରିବ ଲୋକଙ୍କୁ ଦାନ ଦକ୍ଷିଣା ଦେଇ ବ୍ରତ ସମାପ୍ତ କରନ୍ତୁ ।

ପୂଜା

  1. ମହାଭାରତର ଅନୁଶାସନ ପର୍ବର ଅନୁସାରେ ଯିଏ ମାଘମାସ ରେ ନିୟମପୂର୍ବକ ଦିନକୁ ଥରେ ଭୋଜନ କରେ ସେ ଧନୀ କୁଳରେ ଜନ୍ମ ହୋଇ ନିଜର କୁଟୁମ୍ବମାନଙ୍କ ମଧ୍ୟରେ ମହତ୍ତ୍ୱ  ପ୍ରାପ୍ତ କରିଥାଏ । 
  2. ଏହି ଅଧ୍ୟାୟରେ କୁହାଯାଇଛି ଯେ ମାଘମାସ ର ଦ୍ଵାଦଶୀ ତିଥିରେ ଦିନ ରାତି ଉପବାସ କରି ଭଗବାନ ମାଧବଙ୍କୁ ପୂଜା କଲେ ଉପାସକ କୁ ରାଜସୂୟ ଯଜ୍ଞ ର ଫଳ ପ୍ରାପ୍ତି ହୋଇଥାଏ ଏବଂ ସେ ନିଜର କୁଳ ଉଦ୍ଧାର କରିଥାଏ ।
  3. ମାଘ ମାସରେ ପ୍ରତ୍ୟେକ ଦିନ ଗୀତା ପାଠ କରନ୍ତୁ। ଏପରି କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କୁ ଆଶୀର୍ବାଦ ମିଳିଥାଏ। ନକରାତ୍ମକ ଶକ୍ତି ଦୂର ହେବା ସହ ଉତ୍ତମ ବିଚାରଧାରାର ବିକାଶ ହୋଇଥାଏ।
  4. ମାଘ ମାସରେ ସକାଳୁ କୃଷ୍ଣ ଭଗବାନଙ୍କୁ ହଳଦିଆ ଫୁଲ ଅର୍ପଣ କରିବା ସହିତ ପଞ୍ଚାମୃତ ଅର୍ପଣ କରନ୍ତୁ।
  5. ମାଘ ମାସ ରେ ବିଧିପୂର୍ବକ ଭଗବାନ ଶ୍ରୀକୃଷ୍ଣ ଙ୍କୁ ପୂଜା କରିବା ପୂର୍ବରୁ ସକାଳୁ ଖସା,ଜଳ, ଫୁଲ, କୁଶ ନେଇ ଏହି ପ୍ରକାର ସଂକଳ୍ପ ନେବା ଆବଶ୍ୟକ । ଏହାପରେ ଶ୍ରୀକୃଷ୍ଣଙ୍କୁ ପାର୍ଥନା ଓ ପୂଜା କରନ୍ତୁ । ଶ୍ରୀକୃଷ୍ଣଙ୍କୁ ଶୁଦ୍ଧପୂର୍ବକ ଘରେ ପ୍ରସ୍ତୁତ ପାକଦ୍ରବ୍ୟ ଭୋଗ ଲଗାନ୍ତୁ । ଏଥିରେ ତୁଲସୀ ପତ୍ର ନିଶ୍ଚିତ ପକାନ୍ତୁ ।
  6. ମାଘ ମାସରେ ରାଶିର ବିଶେଷ ମହତ୍ତ୍ୱ ରହିଛି। ନିୟମିତ ଭାବେ ଭଗବାନ ବିଷ୍ଣୁଙ୍କୁ ରାଶି ଅର୍ପଣ କରନ୍ତୁ। ଏହାଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ଧନସମ୍ପତ୍ତି ବୃଦ୍ଧି ହେବା ସହ ଆର୍ଥିକ ସମସ୍ୟା ଦୂର ହୋଇଥାଏ।
  7. ଏହି ପ୍ରକାର ସଂପୂର୍ଣ୍ଣ ମାଘ ମାସ ରେ ଭଗବାନ ଶ୍ରୀକୃଷ୍ଣ ଙ୍କୁ ପୂଜା କଲେ ଦୁଃଖ ଦୂର ହୁଏ ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଏ । 
  8. ଏହାପରେ ‘ମଧୁରାଷ୍ଟକ’ କାବ୍ୟର ପାଠ କରନ୍ତୁ । ଏହି କାବ୍ୟରେ ଭଗବାନ ଶ୍ରୀକୃଷ୍ଣଙ୍କ ଶ୍ୟାମ-ସୁନ୍ଦର ଚରିତ୍ରର ବର୍ଣ୍ଣନା କରାଯାଇଛି ।

    “ ଶ୍ରୀ ମାଧବ ଦୟା ସିନ୍ଦେ ଭକ୍ତକାମପ୍ରବର୍ଷଣ । ମାଘ ସ୍ନାନବ୍ରତଂ ମେହ୍ୟ ସଫଳଂ କୁରୁ ତେ ନମଃ । । ” ମନ୍ତ୍ରୀ ମଧ୍ୟ ଜାପ କରିପାରିବେ । 

  9. ଏହି ମାସରେ ନିୟମିତ ତୁଳସୀଙ୍କ ପୂଜାର୍ଚ୍ଚନା କରନ୍ତୁ। ସନ୍ଧ୍ୟା ସମୟରେ ତୁଳସୀଙ୍କ ନିକଟରେ ଘିଅର ଦୀପ ଲଗାନ୍ତୁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତି ହେବା ସହ ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ।

ଶିବଲିଙ୍ଗ ଅଭିଷେକ

  1. ଏହି ମାସରେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ବ୍ୟତୀତ ଶିବଙ୍କର ଉପାସନା ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। 
  2. ରୋଗରୁ ମୁକ୍ତି ପାଇବା ପାଇଁ ମାଘ ମାସରେ ଦୈନିକ ପାଣିରେ କିଛି ବୁନ୍ଦା ଗଙ୍ଗାଜଳ ମିଶାଇ ଶିବଲିଙ୍ଗରେ ଜଳଅଭିଷେକ କରିବା ଦ୍ୱାରା ମନୋବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ ।
  3. ବିଶେଷ ଇଚ୍ଛା ପୂରଣ ପାଇଁ ଏହି ମାସରେ ରୁଦ୍ରାଭିଷେକ କରିବା ଲାଭଦାୟକ ଅଟେ । 
  4. ଏହି ସମୟରେ ଶ୍ରୀ ବିଷ୍ଣୁ ସାହସ୍ରନାମା ପାଠ କରିବା ଦ୍ୱାରା ବିଷ୍ଣୁ ଭକ୍ତି ପ୍ରାପ୍ତ ହୋଇଥାଏବ ଏବଂ ଶ୍ରୀ ସୁକ୍ତଙ୍କର ବିଧିବିଧାନ ସହ ପୂଜା , ଯଜ୍ଞ କରିବା ଦ୍ୱାରା ଧନ ପ୍ରାପ୍ତ ହେବା ସହ ଘରେ ସୁଖ, ଶାନ୍ତି ଆସିଥାଏ ।

ଦାନ

  1. ଏହି ମାସରେ ରାଶି ତେଲ,ଗୁଡ ଏବଂ କମ୍ବଳ ଦାନ କରିବାର ବିଶେଷ ମହତ୍ତ୍ୱ ରହିଛି । ଏପରି କରିବା ଦ୍ୱାରା ରୋଗ ନାଶ ହୋଇଥାଏ । 
  2. ମତ୍ସ୍ୟ ପୁରାଣ ଅନୁଯାୟୀ ମାଘ ମାସରେ ଯେଉଁ ବ୍ୟକ୍ତି ବ୍ରହ୍ମବେବର୍ତ ପୁରାଣ ଦାନ କରିଥାଏ, ସେ ବ୍ରହ୍ମଲୋକ ପ୍ରାପ୍ତ କରିଥାଏ । ପ୍ରତିଦିନ ଅନ୍ନ ଦାନ କରିବା ଦ୍ୱାରା କେବେ ଅର୍ଥର ଅଭାବ ହୁଏ ନାହିଁ ।

ମାଘ ମାସର କଥା

ପୌରାଣିକ କଥା ଅନୁସାରେ ମାଘ ମାସରେ ଗୌତମ ଋଷି ଇନ୍ଦ୍ରଦେବଙ୍କୁ ଅଭିଶାପ ଦେଇଥିଲେ। ଯେତେବେଳେ ଇନ୍ଦ୍ର ଦେବଙ୍କୁ ନିଜ ଭୁଲର ଅନୁତାପ ହେଲା ସେତେବେଳେ ସେ ଗୌତମ ଋଷିଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ। ଗୌତମ ଋଷି ଇନ୍ଦ୍ରଦେବଙ୍କୁ ମାଘ ମାସରେ ଗଙ୍ଗା ସ୍ନାନ କରି ପ୍ରାୟଶ୍ଚିତ କରିବାକୁ କହିଥିଲେ। ସେତେବେଳେ ଇନ୍ଦ୍ରଦେବ ମାଘ ମାସରେ ଗଙ୍ଗା ସ୍ନାନ କରିଥିଲେ। ଫଳସ୍ୱରୂପ ଇନ୍ଦ୍ରଦେବଙ୍କୁ ଅଭିଶାପରୁ ମୁକ୍ତି ମିଳିଥିଲା। ତେଣୁ ଏହି ମାସର ବିଶେଷ ମହତ୍ତ୍ୱ ରହିଥାଏ।

  1. ପ୍ରାଚୀନ କାଳରେ ନର୍ମଦା ନଦୀ କୂଳରେ ସୁବ୍ରତ ନାମକ ଏକ ବ୍ରାହ୍ମଣ ରହୁଥିଲେ । ସେ ସମସ୍ତ ବେଦ-ବେଦାଙ୍ଗ, ଧର୍ମ ଶାସ୍ତ୍ର ଓ ପୁରାଣ ଜାଣିଥିଲେ । ସେ ଅନେକ ଦେଶର ଭାଷା ଓ ଲିପି ବି ଜାଣିଥିଲେ । ଏତେ ବିଦ୍ୱାନ ହୋଇ ବି ସେ ନିଜର ଜ୍ଞାନକୁ ଧର୍ମ କାମରେ ଉପଯୋଗ କରିନଥିଲେ ।
  2. ପୁରା ଜୀବନ ସେ କେବେଳ ଧନ କମାଇବା ରେ ହିଁ ବିତାଇ ଦେଇଥିଲେ । ଯେତେବେଳେ ସୁବ୍ରତ ବୁଢା ହୋଇଗଲେ ସେତେବେଳେ ସେ ଭାବିଲେ ଯେ ମୁଁ ଧନ ତ ବହୁତ କମେଇଲି କିନ୍ତୁ ସ୍ବର୍ଗପ୍ରାପ୍ତି ପାଇଁ କିଛି ବି କାମ କରିନାହିଁ ଏହା ଭାବି ସେ ଅନୁତାପ କଲେ ।
  3. ସେହି ରାତିରେ ଚୋର ମାନେ ତାଙ୍କର ଧନକୁ ଚୋରାଇ ନେଲେ, କିନ୍ତୁ ସୁବ୍ରତଙ୍କୁ ସେଥିପାଇଁ କିଛି ଦୁଃଖ ହେଲାନି କାରଣ ସେ ତ ପରମାତ୍ମା ଙ୍କୁ ପ୍ରାପ୍ତ କରିବା ପାଇଁ ଉପାୟ ଭାବୁଥିଲେ । ଠିକ୍ ସେତିକିବେଳେ ସୁବ୍ରତଙ୍କର ଏକ ଶ୍ଲୋକ ମନେ ପଡିଲା ।
  4. ମାଘେ ନିମଗ୍ନାଃ- ସଲିଳେ ସୁଶୀତେ ବିମୁକ୍ତପାପାସ୍ତ୍ରିଦିବଂ ପ୍ରୟାନ୍ତି ।
  5. ସୁବ୍ରତଙ୍କୁ ନିଜ ମୁକ୍ତି ର ମୂଳମନ୍ତ୍ର ମିଳିଗଲା । ସେ ମାଘ ସ୍ନାନ ର ସଂକଳ୍ପ ନେଲେ ଏବଂ ୯ ଦିନ ଯାଏ ସକାଳୁ ନର୍ମଦା ନଦୀ ଜଳରେ ସ୍ନାନ କଲେ । ଦଶମ ଦିନ ସ୍ନାନ କରିବା ପରେ ସେ ନିଜ ଶରୀର ତ୍ୟାଗ କଲେ ।
  6. ସୁବ୍ରତ ଜୀବନ ସାରା କିଛି ଭଲ କାମ କରି ନ ଥିଲେ, କିନ୍ତୁ ମାଘ ମାସ ରେ ସ୍ନାନ କରି ଅନୁତାପ କଲା ପରେ ତାଙ୍କର ମନ ନିର୍ମଳ ହୋଇ ଯାଇଥିଲା । ଯେବେ ସେ ନିଜର ପ୍ରାଣ ତ୍ୟାଗ କଲେ ସେତେବେଳେ ତାଙ୍କୁ ନେବା ପାଇଁ ଦିବ୍ୟ ବିମାନ ଆସିଥିଲା ଏବଂ ତା ଉପରେ ବସି ସେ ସ୍ୱର୍ଗଲୋକକୁ ଚାଲିଯାଇଥିଲେ ।

ଜଗନ୍ନାଥ ମନ୍ଦିରରେ ନିତିକାନ୍ତି

  1. ମାଘମାସ ପୂଣ୍ୟମାସ ଭାବେ ପରିଚିତ । ଏହି ମାସର ଆରାଧ୍ୟ ଦେବତା ମାଧବ । ଶ୍ରୀ ଜଗନ୍ନାଥ ମନ୍ଦିରରେ ଅନେକ ନିତିକାନ୍ତି ମାଘ ମାସରେ ହେବାର ବିଧି ରହିଛି । ଶ୍ରୀ ଜୀଉଙ୍କୁ ଆକର୍ଷଣୀୟ ପଦ୍ମବେଶ ସମେତ ଗଜଉଦ୍ଧାରଣ ବେଶ କରାଯାଏ । 
  2. ଏହାଛଡ଼ା ମାଘସପ୍ତମୀ ତିଥିରେ ଚନ୍ଦ୍ରଭାଗା ବୁଡ ଅନୁଷ୍ଠିତ ହୁଏ । ଶ୍ରୀପଞ୍ଚମୀ ସରସ୍ୱତୀ ପୂଜା,ଭୌମି ଏକାଦଶୀ ପାଳନ କରାଯାଏ । ମାଘ ଅମାବାସ୍ୟାଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ଶନିବାର କିମ୍ବା ବୁଧବାର ପଡିଲେ ଶ୍ରୀ ଜଗନ୍ନାଥଙ୍କୁ ପଦ୍ମବେଶ କରାଯାଏ । 
  3. ଏହି ମାସରେ ମଘା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ହେଉଥିବାରୁ ମାସର ନାମ ମାଘ ରହିଛି । ପୁଣ୍ୟ ଅର୍ଜନ ନିମନ୍ତେ ଏହି ମାସ ସର୍ବୋକୃଷ୍ଟ । ପଦ୍ମ ପୁରାଣରେ ମାଘ ମାସର ମାହାତ୍ମ୍ୟ ବର୍ଣ୍ଣନା କରାଯାଇଛି ।  ପ୍ରାତଃ ସ୍ନାନକରି ମାଧବଙ୍କୁ ଦର୍ଶନ କଲେ ମହାପୁଣ୍ୟ ମିଳେ । ଏହିମାସର ବୁଡକୁ ମାଘବୁଡ କୁହାଯାଏ ।
  4. ଶ୍ରୀଦୋଳଗୋବିନ୍ଦ, ଶ୍ରୀ ଦେବୀ, ଭୁଦେବୀ ଶ୍ରୀ ମନ୍ଦିରରେ ବସନ୍ତ ଗୁଣ୍ଡିଚା ଯାତ୍ରା କରନ୍ତି । ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ବେଣ୍ଟବିନ୍ଧା ନୀତି ଅନୁଷ୍ଠିତ ହୁଏ । ସନ୍ଧ୍ୟାଧୂପ ପରେ ସରସ୍ୱତୀ ମନ୍ଦିରରେ ପାଞ୍ଜିପୂଜା କରାଯାଏ । ବସନ୍ତ ପଞ୍ଚମୀରେ ରଥ ନିର୍ମାଣ ନିମନ୍ତେ ୩ଟି କାଠ ରଖାଯାଇ ଅନୁକୁଳ ପୂଜା ହୁଏ । ଏହାକୁ ରଥଯାତ୍ରା ମହୋତ୍ସବ ଆଦ୍ୟପର୍ବ ବୋଲି କୁହାଯାଏ । 
  5. ତିଳ ସପ୍ତମି ତଥା ମାଘ ସପ୍ତମିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ପରେ ବେଢ଼ାସ୍ଥିତ ସୂର୍ଯ୍ୟନାରାୟଣଙ୍କ ମନ୍ଦିରରେ ଠାକୁରଙ୍କୁ ନୂଆଲୁଗା ଲାଗି କରାଯାଏ । ମାଘପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥାଏ । ଏହି ବେଶ ଦର୍ଶନ କଲେ ପରିବାରର ମଙ୍ଗଳ ହୁଏ ବୋଲି ଶାସ୍ତ୍ର ପୁରାଣ କୁହାଯାଇଛି । ଏହି ବେଶରେ ଶ୍ରୀ ଜଗନ୍ନାଥ ଓ ଶ୍ରୀବଳଭଦ୍ର ଚତୁର୍ଭୁଜ ଧାରଣ କରନ୍ତି । ଶ୍ରୀ ଜଗନ୍ନାଥ ଗରୁଡ ପୃଷ୍ଠେ ବିଜେ କରିବାର ବି ରହିଛି । ମାଘମାସ ବିଭିନ୍ନ ସାମାଜିକ ଓ ଶୁଭକର୍ମ ପାଇଁ ଉପଯୋଗୀ ।

Post a Comment

0 Comments