କେମିତି ପ୍ରସ୍ତୁତ କରିବେ ମକର ଚାଉଳ ?
ହିନ୍ଦୁ ଧର୍ମରେ ବହୁ ଧୁମ୍ଧାମ୍ରେ ପାଳନ କରାଯାଏ ମକର ସଂକ୍ରାନ୍ତି । ଏହି ପର୍ବର ମୁଖ୍ୟ ଆକର୍ଷଣ ହେଉଛି ମକର ଚାଉଳ । ପ୍ରତ୍ୟେକ ଓଡ଼ିଆ ଘରେ ମକର ଚାଉଳ ନିଶ୍ଚୟ ପ୍ରସ୍ତୁତ ହେବ। ମକର ସଂକ୍ରାନ୍ତି ଦିନ ଠାକୁରଙ୍କ ପାଖରେ ଏହା ଭୋଗ ଲାଗେ । ପାଖ ପଡିଶାରେ ଦିଆନିଆ ହୁଏ । ମକର ଚାଉଳ ଯେପରି ସ୍ଵ|ଦିଷ୍ଟ ସେହିପରି ପୁଷ୍ଟିକର ମଧ୍ୟ । ପାରମ୍ପରିକ ଉପାୟରେ ତ ଏହା ପ୍ରସ୍ତୁତ କରାଯାଏ, ଏହାକୁ ଅଧିକ ସ୍ୱାଦିଷ୍ଟ କରିବା ଲାଗି ଏସବୁ ସାମଗ୍ରୀ ମିଶାଇପାରନ୍ତି ।
ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବାର ସଠିକ ପ୍ରଣାଳୀ
ସାମଗ୍ରୀ
- ନୂଆ ବାସୁମତି ଅରୁଆ ଚାଉଳ –୧/ ୨ କପ୍
- କ୍ଷୀର – ୧ କପ୍
- ନଡ଼ିଆ କୋରା – ଅଧ କପ୍
- କଦଳୀ – ୩ଟି ବା ଏକ ଗିନା (ଛୋଟ ଛୋଟ କଟା ଯାଇଥିବ )
- ସେଓ -୧ଟି
- ଅଙ୍ଗୁର - ୧0 ଟି
- ଆଖୁ କଟା -ଅଳ୍ପ
- ପିଜୁଳି କଟା ଅଳ୍ପ
- କମଳା ଅଳ୍ପ
- ଡାଳିମ୍ବ – ଅଧା ଡାଳିମ୍ବ
- ଚିନି/ଗୁଡ଼ – ଅଧ କପ୍
- ଛେନା – ଗୋଟେ କପ୍
- ଚେରି,କାଜୁ ,କିସମିସ,ପେସ୍ତା ବାଦାମ କଟା
- ଗୁଜୁରାତି ଗୁଣ୍ଡ – ୧ ଚାମଚ
- ଗୋଲମରିଚ ଗୁଣ୍ଡ – ୧ ଚାମଚ
- ୧/ ୨ଇଞ୍ଚ ଅଦା ଛେଚା
ପ୍ରଣାଳୀ
ନୂଆ ଅରୁଆ ଚାଉଳକୁ ଭଲ ଭାବରେ ଧୋଇ ତାକୁ ୩ରୁ ୪ ଘଣ୍ଟା ପାଇଁ ବତୁରାଇ ଦିଅନ୍ତୁ । ୪ ଘଣ୍ଟା ପରେ ଚାଉଳକୁ ଛାଣି ଦେଇ ବାଟି ଦିଅନ୍ତୁ । ଚାଉଳକୁ ବେଶି ବାଟିବେ ନାହିଁ, ଖଦଡ଼ା କରି ବାଟିବେ। ନଚେତ୍ ହାତରେ ଚକଟି ଦେଲେ ମଧ୍ୟ ନୂଆ ଚାଉଳ ଗୁଣ୍ଡ ହୋଇଯିବ ।
ଏବେ ଏହି ଚାଉଳରେ ନଡ଼ିଆ, କ୍ଷୀର, କଦଳୀ, ଚିନି, କଟା ଅଦା,ବିଭିନ୍ନ କଟା ଫଳ ପକାଇ ଚକଟି ଦେବେ । ଏହାପରେ କଟା ସେଓ, ଚିନି, ଡାଳିମ୍ବ, ଛେନା, ଗୁଜୁରାତି ଓ ଗୋଲମରିଚ ଗୁଣ୍ଡ ମିଶାଇବେ । ଏବେ ପ୍ରସ୍ତୁତ ହୋଇଗଲା ଓଡ଼ିଶାର ସ୍ପେଶାଲ ମକର ଚାଉଳ।
ଏହାକୁ ଠିକ୍ ଭାବେ ମିଶାଇ ତାହାକୁ ଭଗବାନଙ୍କ ପାଖରେ ଭୋଗ ଚଢ଼ାନ୍ତୁ । ପରେ ଏହାର ସେବନ କରନ୍ତୁ ।


0 Comments
Do you have any doubts or suggestions? Ask them here in the comments!