ଯଦି ଫୁଲ କୋବି ଖାଉଛନ୍ତି ଏହି ପୋଷ୍ଟଟିକୁ ନିଶ୍ଚୟ ପଢ଼ନ୍ତୁ

ଯଦି ଫୁଲ କୋବି ଖାଉଛନ୍ତି ଏହି ପୋଷ୍ଟଟିକୁ ନିଶ୍ଚୟ ପଢ଼ନ୍ତୁ



ଆମେ ମାନେ ଅନେକ ନିରାମିଷ, ଆମିଷ ରେ ମଧ୍ୟ ଅନେକ ପ୍ରକାର ର ଖାଦ୍ୟ ସବୁ ଖାଇଥାଉ । ତେବେ ସେହି ସବୁ ଖାଦ୍ୟରୁ ଆମମାନଙ୍କୁ ଅନେକ ପ୍ରକାରର ନ୍ୟୁଟ୍ରେସନ୍ ସବୁ ମିଳିଥାଏ । ଆମେ ମାନେ କିଛି ଖାଦ୍ୟ ସମ୍ପର୍କରେ ଜାଣିଥିବା କି ସେହି ଖାଦ୍ୟ କି ପରିବାକୁ ଖାଇବା ଦ୍ୱାରା ଆମ ଶରୀର ସେଥିପାଇଁ କେତେ ଲାଭବାନ୍ ହୋଇଥାଏ । 

ଫୁଲକୋବି ସାଧାରଣତଃ ଶୀତ ଦିନରେ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଫୁଲକୋବି ର ଉପକାରିତା ସମ୍ପର୍କରେ ଏବଂ ଏହା ମଧ୍ୟ ଜାଣିବା କି ଫୁଲକୋବି ରେ କେଉଁ ସବୁ ନ୍ୟୁଟ୍ରେସନ୍ ଏବଂ ମିନେରାଲ୍ସ ରହିଛି, ଯାହାକୁ ଖାଇବା ଦ୍ୱାରା ଆମ ଶରୀର ପାଇଁ ତାହା କେତେ ଲାଭବାନ୍ ହୋଇଥାଏ ।

ତେବେ ଫୁଲକୋବିରେ ଅନେକ ପ୍ରକାରର ଭିଟାମିନ୍ ସବୁ ରହିଛି ଯେପରିକି ଭିଟାମିନ୍ A ଓ C, ଭିଟାମିନ୍ k, B6, B1, B2, E ପରି କ୍ୟାଲସିୟମ, ମ୍ୟାଗ୍ନେସିୟମ୍, ଫସଫରସ, ପୋଟାସିୟମ୍, ମାଙ୍ଗାନିଜ, ପ୍ରୋଟିନ୍, ଡାଇଟେରିବ, ଜିଙ୍କ, ସୋଡ଼ିୟମ ଓ ସେଲେନିୟମ ଓ ଫାଇବର ପରି ଆହୁରି ଅନେକ ପ୍ରକାରର ନ୍ୟୁଟ୍ରିଏଣ୍ଟସ୍ ଏବଂ ମିନେରାଲ୍ସ ରହିଛି । ଏହି ପରିବାରେ ପ୍ରଚୁର ପରିମାଣରେ ପାଣି ଥିବା ବେଳେ ଏହା ଗ୍ଲୁଟେନ ଫି୍ର ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି । 

ଫୁଲକୋବି ଖାଇବା ଦ୍ୱାରା ଆମ ଶରୀରରୁ ଅନେକ ପ୍ରକାର ରୋଗ ଦୂରେଇ ଯାଇଥାଏ ଯେପରିକି କ୍ୟାନ୍ସର୍, ହାର୍ଟ ପ୍ରୋବ୍ଲେମ୍, ଅଲସର୍ ଓ ଆଖିରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଅସୁବିଧା ନେଉର୍ ଜେନେରେକ୍ ଡେସୋବ୍ରେସ୍, ହାଇପର୍ ଟେନସନ୍, ସୁଗାର ଭଳି ଅନେକ ପ୍ରକାର ରୋଗ ରୁ ଦୂରକରିବା ରେ ସାହାଯ୍ୟ କରିଥାଏ ।

ଫୁଲକୋବି ଆମ ଶରୀରରେ ଆଣ୍ଟି ଓବିଡେଣ୍ଟ ଓ ଆଣ୍ଟିଅକ୍ସିଡେଣ୍ଟ ଏଜେଣ୍ଟ ଭାବରେ କାମ କରିଥାଏ। ଏହାକୁ ଖାଇବା ଦ୍ୱାରା ଏହା ଆମ ଶରୀରର ଷ୍ଟ୍ରେସ୍ ଲେଭେଲ୍ କୁ କମ୍ କରିଥାଏ ଓ ଆମ ଡାଇଜେସନ୍ କରିବାରେ ଏହା ବହୁତ ସାହାର୍ଯ୍ୟ କରିଥାଏ । ଆମ ଶରୀରରେ ଯଦି କିଛି ବି ବିଷାକ୍ତ ଦ୍ରବ୍ୟ ରହିଛି ତେବେ ତାହାକୁ ବାହାର କରିବାରେ ଫୁଲକୋବି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହା ଆମ ୟୁନିୟନ୍ ସିଷ୍ଟମ୍ କୁ ବହୁତ ସୁସ୍ଥ ଓ ମଜବୁତ କରିଥାଏ । ଫୁଲକୋବି ଗର୍ଭବତୀ ମହିଳା ମାନଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ,ସେମାନଙ୍କୁ ବହୁତ ପ୍ରକାର ର ଶକ୍ତି ଦେଇଥାଏ ।

ଶୀତଦିନେ ଖାଆନ୍ତୁ ଫୁଲକୋବି ଓ ରୁହନ୍ତୁ ସୁସ୍ଥ

ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦିଏ

  • ଯଦି ଆପଣଙ୍କ ଗଣ୍ଠିରେ ଯନ୍ତ୍ରଣା ହେଉଛି ତେବେ ଫୁଲକୋବି ଆପଣଙ୍କୁ ଏହି ଯନ୍ତ୍ରଣାରୁ ମୁକ୍ତି ଦେବ । ଆପଣ ଫୁଲକୋବି ଓ ଗାଜର ରସକୁ ସମାନ ପରିମାଣର ମିଶାଇ ପିଅନ୍ତୁ, ଲାଭ ମିଳିବ । 
  •  ଅ।ଣ୍ଠୁଗଣ୍ଠି ସମସ୍ୟା ଥିଲେ କିମ୍ବା ହାଡ଼ ଦୁର୍ବଳ ଥିଲେ, ପ୍ରତ୍ୟହ ଫୁଲକୋବି ନିଜ ଡାଏଟ୍ରେ ସାମିଲ କରାଇବା ଉଚିତ ।

ରକ୍ତ ସଫା କରେ

  • ଫୁଲକୋବି ଖାଇବା ଦ୍ୱାରା ରକ୍ତ ସଫା ହୋଇଥାଏ । ଏହା ଆମକୁ ଚର୍ମ ରୋଗରୁ ମଧ୍ୟ ସୁରକ୍ଷା ଦିଏ । ଏଥିପାଇଁ ଆପଣ କଞ୍ଚାକୋବିକୁ ଜୁସ୍ କରି ପିଇପାରିବେ । 
  •  କୋବି ରସ ସେବନ ଦ୍ୱାରା ରକ୍ତ ଖରାପ ହୋଇଥିଲେ ଏହା ଦୂର ହେବା ସହିତ ରକ୍ତ ସଫା ହୋଇଥାଏ।

କୋଲୋଷ୍ଟ୍ରଲ୍ ନିୟନ୍ତ୍ରଣ କରେ 

  • ଫୁଲକୋବି ଖାଇବା ଦ୍ୱାରା ଆମ ଶରୀରର କୋଲୋଷ୍ଟ୍ରଲର ମାତ୍ର ନିୟନ୍ତ୍ରଣରେ ରହିଥାଏ । ଏଥିରେ ଥିବା ଫାଇବର ଓ ଓମେଗା 3 ଏସିଡ୍ କୋଲୋଷ୍ଟ୍ରଲକୁ କମ୍ କରିଥାଏ । 
  • ଏଥିରେ ଫ୍ୟାଟ୍‌ ନ ଥାଏ । ବହୁ ଅଧିକମାତ୍ରରେ ତନ୍ତୁ ରହିଥାଏ । କମ୍ କ୍ୟାଲୋରୀଯୁକ୍ତ ଏଇ ପରିବା ଖାଇଲେ ଓଜନ ମଧ୍ୟ ଶୀଘ୍ର ହ୍ରାସ ପାଏ ଫୁଲକୋବିରେ ୯୨% ଜଳ ଥିବାରୁ, ଏହା ଖାଇଲେ ଓଜନ ନିୟନ୍ତ୍ରଣରେ ରହେ ।
  • ଫୁଲକୋବିରେ ଇଣ୍ଡୋଲ୍ସ ନାମକ ଉପାଦାନଗୁଡ଼ିକ ମିଳିଥାଏ | ଏମାନେ ଆଣ୍ଟିଓବେସିଟି ଉପାଦାନ ଭାବରେ କାର୍ଯ୍ୟ କରନ୍ତି | ସେମାନଙ୍କର ଉପସ୍ଥିତି ହେତୁ, ଫୁଲକୋବି ଆପଣଙ୍କ ଶରୀରରେ ଗଚ୍ଛିତ ଚର୍ବିକୁ ଶୀଘ୍ର ତରଳାଇବା ପାଇଁ କାମ କରେ | 
  • ଫୁଲକୋବିରେ ଥିବା ଫାଇବର ମୋଟାପଣକୁ ରୋକିଥାଏ । କାରଣ ଫୁଲକୋବି ଖାଇବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗି ନ ଥାଏ । ଏଣୁ ବାରମ୍ବାର ଖାଇବା ଅଭ୍ୟାସରୁ ମୁକ୍ତି ମିଳିଥାଏ ।

ପେଟ ଯନ୍ତ୍ରଣା କମ୍ କରେ

  • ଯଦି ଆପଣଙ୍କ ପେଟରେ ଯନ୍ତ୍ରଣା ହେଉଛି ତେବେ ଆପଣ ଫୁଲକୋବି ଖାଆନ୍ତୁ । ଏହି ସମସ୍ୟାରୁ ମୁକ୍ତି ମିଳିବ । 
  • ଫାଇବର ପେଟ ପାଇଁ ସ୍ୱାସ୍ଥ୍ୟକର କାରଣ ଏହା ପେଟର ଥିବା ହଜମକାରୀ ଭୂତାଣୁଗୁଡ଼ିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏଣୁ ଆପଣ ଯେତେ ଫାଇବର ସେବନ କରିବେ, ସେତିକି ସୁସ୍ଥ ରହିବି ।

ଫୁଲକୋବି ଶରୀରକୁ ଗରମ ରଖେ

ସ୍ୱାଭାବିକ ଭାବରେ, ଫୁଲକୋବି ଏକ ଶୀତକାଳୀନ ପନିପରିବା | ତେଣୁ ଗ୍ରୀଷ୍ମ ଋତୁରେ ଫୁଲକୋବି ଖାଇବା ଠାରୁ ଦୂରେଇ ରୁହନ୍ତୁ |  ଫୁଲକୋବିର ଉତ୍ତାପ ଗରମ ଏବଂ ଶରୀରରେ ପ୍ରାକୃତିକ ଉତ୍ତାପ ସୃଷ୍ଟି କରି ଆପଣଙ୍କୁ ଗରମ କରିବା ପାଇଁ ଏହା କାମ କରେ | 

ଅଲଜାଇମର ବିପଦକୁ ହ୍ରାସ କରିବାକୁ

  • ଆମେ ବୃଦ୍ଧ ହେବା ସହିତ ଆମର ସ୍ମୃତି ମଧ୍ୟ ହ୍ରାସ ହେବାକୁ ଲାଗେ | ଯଦି ଏହି ସମସ୍ୟାର ସମୟ ସମୟରେ ଯତ୍ନ ନିଆଯାଏ ନାହିଁ, ତେବେ ଏହା ଅଲଜାଇମର ରୂପ ନେଇଥାଏ | ଏଥିରେ, ବ୍ୟକ୍ତି ନିଜକୁ ଏବଂ ତାଙ୍କ ଆଖପାଖର ଲୋକଙ୍କୁ କିଛି ସମୟ ପାଇଁ ଭୁଲିଯାଏ |
  • ଫୁଲକୋବିରେ ଥିବା ପୋଷକତତ୍ତ୍ୱ କାରଣରୁ ଅ।ମ ସ୍ମୃତି ଶକ୍ତି ବୃଦ୍ଧି ହେବା ସହ ନିଦ ମଧ୍ୟ ଭଲଭାବେ ହୋଇଥାଏ ।
  • କିନ୍ତୁ ଫୁଲକୋବି ଖାଉଥିବା ଲୋକଙ୍କର ଅଲଜାଇମର ହେବାର ବହୁତ କମ୍ ସୁଯୋଗ ଅଛି | କାରଣ ଫୁଲକୋବିରେ ମିଳୁଥିବା ସଲଫୋରାଫେନ୍ ଏବଂ ଇଣ୍ଡୋଲ୍ସ ମସ୍ତିଷ୍କର ଆଭ୍ୟନ୍ତରୀଣ ଆଘାତକୁ ସୁସ୍ଥ କରିବା ଏବଂ କୋଷଗୁଡ଼ିକର ମରାମତି ପାଇଁ କାର୍ଯ୍ୟ କରିଥାଏ | 

ମାଂସପେଶୀକୁ ସଙ୍କୋଚନରୁ ରକ୍ଷା କରିଥାଏ

ପୋଟାସିୟମ୍ ଆପଣଙ୍କ ଶରୀରର ମାଂସପେଶୀକୁ ସଙ୍କୋଚନରୁ ରକ୍ଷା କରିଥାଏ | ଏହା ସହିତ, ସେମାନଙ୍କ ମଧ୍ୟରେ ପ୍ରାକୃତିକ ନମନୀୟତା ବଜାୟ ରଖିବା ପାଇଁ ଏହା କାର୍ଯ୍ୟ କରେ | ପୋଟାସିୟମ୍ ଆପଣଙ୍କ ମାଂସପେଶୀ ପାଇଁ ଏକ ପ୍ରମୁଖ ଇଲେକ୍ଟ୍ରୋଲାଇଟ୍ ଭାବରେ କାର୍ଯ୍ୟ କରିଥାଏ, ଯାହା ସ୍ନାୟୁରେ ଥିବା ଇମ୍ପୁଲ୍ସକୁ ନିୟନ୍ତ୍ରଣ କରିବା ପାଇଁ କାର୍ଯ୍ୟ କରିଥାଏ | 

ନର୍ଭସ ସିଷ୍ଟମକୁ ମଜବୁତ କରିଥାଏ

ଫୁଲକୋବିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ରହିଛି । ଏହା ନର୍ଭସ ସିଷ୍ଟମକୁ ମଜବୁତ କରିଥାଏ । କ୍ୟାଲସିୟମ ଦାନ୍ତ ଓ ହାଡ଼କୁ ମଜବୁତ କରେ ।  

ଜଣ୍ଡିସ ପାଇଁ 

ଜଣ୍ଡିସ ପାଇଁ ଫୁଲକୋବି ରସ ବେଶ ଲାଭଦାୟକ । ଗାଜର ଓ ଫୁଲକୋବି ରସ ମିଶାଇ ସେବନ କରିବା ଦ୍ୱାରା ଜଣ୍ଡିସ ଠିକ ହୋଇଥାଏ ।

କୋଷ୍ଠକାଠିନ୍ୟ ସମସ୍ୟା ଦୂର

ବିଶେଷଜ୍ଞଙ୍କ ମତରେ ନିୟମିତ ଫୁଲକୋବିକୁ ନିଜ ଖାଦ୍ୟ ତାଲିକାରେ ସାମିଲ କରାଇଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ ।

ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ

ଅ।ଣ୍ଟିଅକ୍ସିଡାଣ୍ଟ ଭରପୂର ଏଇ ପରିବା ଅ।ମ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ପାଶ୍ଚାତ୍ୟ ରାଷ୍ଟ୍ରରେ ଫୁଲକୋବିକୁ ସାଲାଡ୍ରେ ବ୍ୟବହାର କରାଯାଇଥାଏ ।

କର୍କଟପ୍ରତିରୋଧୀ ଶକ୍ତି ବୃଦ୍ଧି କରେ

ଏହି ପରିବାରେ ଥିବା କ୍ୟାରୋଟିନଏଡ୍ ଓ ଫ୍ଲାବନଏଡ୍ ତତ୍ତ୍ୱ ଶରୀରର କର୍କଟପ୍ରତିରୋଧୀ ଶକ୍ତି ବୃଦ୍ଧି କରେ ।

ହୃଦରୋଗ ଅ।ଶଙ୍କା କମ୍ ହୁଏ

ଭିଟାମିନ୍ ସି’ ଭରପୂର ଥିବା ଫୁଲକୋବି ପ୍ରତ୍ୟହ ଖାଇଲେ ହୃଦରୋଗ ହେବାର ଅ।ଶଙ୍କା କମ୍ ହୁଏ ।

ମାନସିକ ସ୍ୱାସ୍ଥ୍ୟ ପାଇଁ ଉପକାରୀ

ଫୁଲକୋବିରେ ପ୍ରଚୁର ମାତ୍ରାରେ କୋଲିନ ନାମକ ଏକ ପୋଷକ ତତ୍ୱ ରହିଛି । ଏହା ଆମ ଶରୀରର ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏଭଳି ବହୁତ କମ୍ ଖାଦ୍ୟ ପଦାର୍ଥ ଅଛି, ଯେଉଁଥିରେ କୋଲିନ୍ ମିଳିଥାଏ।

Post a Comment

0 Comments