ବ୍ରେନ ଷ୍ଟ୍ରୋକର ଚିକିତ୍ସା ଓ ନିରାକରଣ

 ବ୍ରେନ ଷ୍ଟ୍ରୋକର ଚିକିତ୍ସା ଓ ନିରାକରଣ

ଶୀତ ଦିନରେ ପବନର ଗୁଣବତ୍ତା ଅତ୍ୟନ୍ତ ଖରାପ ହୋଇଯାଏ । ଏହାଦ୍ୱାରା ଶ୍ୱାସ ସମ୍ବନ୍ଧୀୟ ରୋଗର ବିପଦ ବଢିଯାଇଥାଏ । ଏହାସହିତ ଶୀତ ଦିନେ ବ୍ରେନ ଷ୍ଟ୍ରୋକର ଆଶଙ୍କା ମଧ୍ୟ ବଢିଯାଏ । ଏହା ଅତ୍ୟନ୍ତ ବିପଦଜ୍ଜନକ ରୋଗ ଅଟେ । ଏକ ଅନୁସନ୍ଧାନରେ ଖୋଲାସା ହୋଇଛି ଯେ , ଦୁନିଆଁରେ ପ୍ରତ୍ୟେକ ୬ଜଣ ବ୍ୟକ୍ତି ବ୍ରେନ ଷ୍ଟ୍ରୋକରେ ପୀଡିତ ଅଛନ୍ତି । ବିଶେଷଜ୍ଞ ମାନଙ୍କ ଅନୁଯାୟୀ , ବ୍ରେନ ଷ୍ଟ୍ରୋକର ଲକ୍ଷଣ ଦେଖାଯିବାର ଚାରି ଘଣ୍ଟା ମଧ୍ୟରେ ଚିକିତ୍ସାର ଆବଶ୍ୟକତା ପଡ଼ିଥାଏ । ଯଦି ଆପଣ ଏହାକୁ ଅଣଦେଖା କରନ୍ତି , ତେବେ ଏହା କ୍ଷତିକାରକ ପ୍ରମାଣିତ ହୋଇପାରେ । ଏହା ପାଇଁ ଆପଣ ଆପଣଙ୍କର ଖାଦ୍ୟ ଏବଂ ଦିନଚର୍ଯ୍ୟାରେ ପରିବର୍ତ୍ତନ କରନ୍ତୁ ।

ବ୍ରେନ୍‌ ଷ୍ଟ୍ରୋକ୍‌ର ଚିକିତ୍ସା

  1. ଯଦି ଜଣେ ରୋଗୀଙ୍କର ବ୍ରେନ୍‌ ଷ୍ଟ୍ରୋକ୍ର କୌଣସି ଲକ୍ଷଣ ଦେଖାଦିଏ ତେବେ ଡାକ୍ତର ପ୍ରଥମେ ସିଟି ସ୍କାନ କିମ୍ବା ଏମ୍‌ ଆର ଆଇ ଜରିଆରେ ମସ୍ତିଷ୍କର ଫଟୋ ନିଅନ୍ତି । ଏହି ଫଟୋ ମାଧ୍ୟମରେ କେଉଁ ପ୍ରକାରର ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଛି ତାହା ନିରୂପଣ କରାଯାଏ। 
  2. ଏହାଛଡ଼ା ରୋଗୀଙ୍କର ମଧୁମେହ, ରକ୍ତଚାପ, କୋଲେଷ୍ଟ୍ରଲ ଓ ହୃଦୟ ସମ୍ବଦ୍ଧିୟ ପରୀକ୍ଷା କରାଯାଏ । ରୋଗୀର ଅବସ୍ଥା ଜଟିଳ ଥିଲେ ଆଇସିୟୁରେ ଭର୍ତ୍ତି କରାଯାଏ । କେତେକ କ୍ଷେତ୍ରରେ ଷ୍ଟ୍ରୋକ୍‌ର ଆକାର ବଡ଼ ଥିଲେ ନ୍ୟୁରୋ ସର୍ଜରୀ ଦରକାର ପଡ଼ିଥାଏ । 
  3. ଏହାପରେ ଫିଜିଓଥେରାପି, ଅକ୍ୟୁପେସନାଲ ଥେରାପି, ସ୍ପିଚ‌ ଥେରାପି ଓ ଔଷଧ ମାଧ୍ୟମରେ ରୋଗୀ ଧୀରେ ଧୀରେ ସୁସ୍ଥ ହୁଅନ୍ତି ।
  4. ଯଥାଶୀଘ୍ର ଅପରେସନ୍‌ କରାଗଲେ ରୋଗୀର ଜୀବନ ବଞ୍ଚିଯାଇପାରେ । 
  5. ବ୍ରେନ୍‌ ଷ୍ଟ୍ରୋକ୍‌ର ଚିକିତ୍ସା ପରେ ଜୀବନସାରା ଔଷଧ ଖାଇବାକୁ ପଡ଼େ । 
  6. ଔଷଧ ଖାଇବାରେ ଅବହେଳା କଲେ ଆଉ ଥରେ ଷ୍ଟ୍ରୋକ ହେବାର ଆଶଙ୍କା ବଢ଼ିଥାଏ ।
  7. ଏହାସହ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ ।

ବ୍ରେନ ଷ୍ଟ୍ରୋକର ନିରାକରଣ

  1. ସୁଷମ ଖାଦ୍ୟ ଖାଇବାକୁ ହେବ ।
  2. ଡାଏବେଟିସ୍ ଥି‌ଲେ ନିଜ ରକ୍ତ ଶର୍କରାକୁ ନିୟନ୍ତ୍ରଣ ରଖିବାକୁ ହେବ ।
  3. ତେଲ, ମସଲା, ଲୁଣ, ଛଣାଛଣି ଯୁକ୍ତ ଖାଦ୍ୟ କମ୍‌ ଖାଇବେ ।
  4. ମୋଟାପଣ କମ୍‌ କରିବା ପାଇଁ ବ୍ୟାୟାମ ଓ ସଠିକ୍‌ ଡାଏଟ୍‌ ଖାଆନ୍ତୁ ।

5. ଚିନ୍ତ|ମୁକ୍ତ ରହନ୍ତୁ ବା ଚାପରୁ ଦୂରେଇ ରୁହନ୍ତୁ :-

ଆଧୁନିକ ସମୟରେ ଲୋକମାନେ ଚାପପୂର୍ଣ୍ଣ ଜୀବନ ବଞ୍ଚିଥାନ୍ତି । ଯଦି ଆପଣ ମଧ୍ୟ ଚାପ ଏବଂ ଅବସାଦର ଶିକାର ହୋଇଛନ୍ତି , ତେବେ ବାହାରକୁ ବାହାରିବାର ଆବଶ୍ୟକତା ରହିଛି । ଚାପ ଏବଂ ଅବସାଦ ଦ୍ୱାରା ଷ୍ଟ୍ରୋକର ଆଶଙ୍କା ଆହୁରି ବଢ଼ି ଯାଇଥାଏ ।

6. ଧୂମ୍ରପାନ ଏବଂ ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ :-

ଯଦି ଆପଣ ମଦ୍ୟପାନ କରୁଛନ୍ତି , ତେବେ ଆପଣଙ୍କୁ ଏହାକୁ ଛାଡ଼ିଦେବା ଆବଶ୍ୟକ । ଏଥିସହିତ ଧୂମ୍ରପାନ ଠାରୁ ମଧ୍ୟ ଦୂରେଇ ରହିବା ଆବଶ୍ୟକ । ବିଶେଷଜ୍ଞ ମାନଙ୍କ ଅନୁଯାୟୀ , ମଦ୍ୟପାନ କରୁଥିବା ଲୋକ ମାନଙ୍କର ବ୍ରେନ ଷ୍ଟ୍ରୋକ ହେବାର ଆଶଙ୍କା ଅଧିକ ରହିଥାଏ ।

7. ଯୋଗ ଏବଂ ଧ୍ୟାନ କରନ୍ତୁ :-

ଆଧୁନିକ ସମୟରେ ଡାକ୍ତର ମାନେ ମଧ୍ୟ ରୋଗ ଠାରୁ ଦୂରେଇ ରହିବା ପାଇଁ ଯୋଗ କରିବାପାଇଁ ପରାମର୍ଶ ଦେଇଥାନ୍ତି। ଏହାଦ୍ୱାରା ମନ ଏବଂ ମସ୍ତିଷ୍କ ଶାନ୍ତ ରହିଥାଏ । ଏଥିପାଇଁ ଆପଣ ପ୍ରତିଦିନ ସକାଳେ ଯୋଗ ଏବଂ ଧ୍ୟାନ ନିଶ୍ଚିତ ଭାବରେ କରନ୍ତୁ । ନିୟମିତ ଯୋଗ, ମଣ୍ଣିଂ ୱାକ୍‌ କରିବା ଜରୁରୀ ।

Post a Comment

0 Comments