BEFAST ଫର୍ମୂଲା ଜାରିଆରେ ଜାଣି ହେବ ବ୍ରେନ୍ ଷ୍ଟ୍ରୋକର ଲକ୍ଷଣ
BEFAST ଫର୍ମୂଲା ଜାରିଆରେ ଜାଣି ହେବ ବ୍ରେନ୍ ଷ୍ଟ୍ରୋକର ଲକ୍ଷଣ
ବ୍ରେନ୍ ଷ୍ଟୋକ୍ କାହିଁକି ହୁଏ ? ବା ବ୍ରେନ ଷ୍ଟ୍ରୋକ କଣ ଅଟେ :-
ବ୍ରେନ୍ ବା ମସ୍ତିଷ୍କ ଆମ ଶରୀରର ଏକ ମୁଖ୍ୟ ଅଙ୍ଗ | ମସ୍ତିଷ୍କ ଆମ ଶରୀରର ସମସ୍ତ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିଥାଏ । ଏହିସବୁ କାର୍ଯ୍ୟ ମସ୍ତିଷ୍କରେ ଥିବା ବିଭିନ୍ନ କୋଷିକା ମାଧ୍ୟମରେ ହୋଇଥାଏ । ମସ୍ତିଷ୍କର କୋଷିକାଗୁଡ଼ିକ ଅହରହ ରକ୍ତ ପ୍ରବାହ, ଅମ୍ଳଜାନ ଓ ଗ୍ଲୁକୋଜ ଉପରେ ନିର୍ଭର କରିଥାନ୍ତି । କୌଣସି କାରଣରୁ ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇ ନ ପାରିଲେ, ମସ୍ତିଷ୍କର କୋଷିକାଗୁଡ଼ିକ ମରିଯା'ନ୍ତି କିମ୍ବା ମସ୍ତିଷ୍କ ଶୀରା ଫାଟିଗଲେ ଫଳରେ ବ୍ୟକ୍ତିଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଥାଏ ବା ପକ୍ଷାଘାତ ହୋଇଥାଏ ।
ଶୀତ ଦିନରେ ରକ୍ତ ପ୍ରବାହ ଭଲ ଭାବରେ ହୋଇପାରେ ନାହିଁ । ଏହାଦ୍ୱାରା ମସ୍ତିଷ୍କର ଶିରା ଗୁଡିକ ସଙ୍କୁଚିତ ହୋଇଯାଏ ଏବଂ ରକ୍ତ ପ୍ରବାହରେ ବାଧା ଯୋଗୁଁ ରକ୍ତ ବାହିକା ଗୁଡିକ ଫାଟି ଯାଇଥାଏ ।
ବ୍ରେନ୍ ଷ୍ଟୋକ୍ରର ପ୍ରକାର
- ବ୍ରେନ୍ ଷ୍ଟୋକ୍ ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ । ଯଦି କୌଣସି କାରଣରୁ ମସ୍ତିଷ୍କକୁ ରକ୍ତ ପ୍ରବାହ ଠିକ୍ ଭାବରେ ହୋଇପାରେ ନାହି, ତେବେ ଏହାକୁ ଇସ୍ପେମିକ୍ ଷ୍ଟ୍ରୋକ କୁହାଯାଏ ।
- ଯଦି କୌଣସି କାରଣରୁ ମସ୍ତିଷ୍କର ଶୀରା ଫାଟି ଯାଇ ରକ୍ତ ସ୍ରାବ ହୁଏ, ତେବେ ଏହା ହେମରଜିକ୍ ଷ୍ଟ୍ରୋକ କୁହାଯାଏ ।
ବ୍ରେନ୍ ଷ୍ଟୋେକ୍ର କାରଣ
ଡାଏବେଟିସ୍ , ରକ୍ତଚାପ, ଉଚ୍ଚ କୋଲେଷ୍ଟ୍ରଲ, ହୃଦରୋଗ, ମାନସିକ ଚାପ, ମେଦବହୁଳତା ହେଉଛି ବେନ୍ ଷ୍ଟୋକର ମୁଖ୍ୟ କାରଣ । ଏହାଛଡ଼ା ଯଦି ଜଣେ ବ୍ୟକ୍ତିଙ୍କ ବୟସ ୬୦ ବର୍ଷରୁ ଅଧିକ ଓ ବଂଶଗତ କାରଣରୁ ବି ବ୍ରେନ୍ ଷ୍ଟ୍ରୋକ୍ ହୋଇପାରେ। ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ବ୍ରେନ୍ ଷ୍ଟ୍ରୋକ ହେବାର ଅଧିକ ଆଶଙ୍କା ଥାଏ ।
ବ୍ରେନ ଷ୍ଟ୍ରୋକର ଲକ୍ଷଣ:-
ବିଶ୍ଵ ପକ୍ଷାଘାତ ସଂସ୍ଥା ବ୍ରେନ୍ ଷ୍ଟ୍ରୋକର ଲକ୍ଷଣ ଜାଣିବା ପାଇଁ ଏକ ଫର୍ମୂଲା ବାହାର କରିଛନ୍ତି BEFAST ଫର୍ମୂଲା ଜାରିଆରେ ଜାଣି ହେବ ବ୍ରେନ୍ ଷ୍ଟ୍ରୋକର ଲକ୍ଷଣ ସମ୍ପର୍କରେ ।
- B-Balance (ବାଲାନ୍ସ): ଯଦି ଆପଣ ସଙ୍ଗେ ସଙ୍ଗେ ନିଜକୁ ନିୟନ୍ତ୍ରଣ କରିପାରୁ ନାହାନ୍ତି ଏବଂ ବେଳେ ବେଳେ ପଡ଼ିଯାଉଛନ୍ତି, ତେବେ ଏହା ବ୍ରେନ୍ ଷ୍ଟ୍ରୋକ ଲକ୍ଷଣ ।
- E-EYE (ଆଖ୍): ସଠିକ୍ ଭାବେ ଦେଖା ନଗଲେ ବା ଦୁଇଟା ଦୁଇଟା ଦେଖାଯିବା ।
- F-FACE (ମୁହଁ): ମୁହଁ ବଙ୍କା ହୋଇଗଲେ ବା ମୁହଁରେ ଝିମ୍ଝିମ୍ ଲାଗିବା ।
- A-ARM (ବାହୁ): ହାତରେ କୌଣସି ଜିନିଷ ଉଠାଇ ପାରୁନାହାନ୍ତି ବା ହାତ ବଧିରା ଭଳି ଲାଗିବା ।
- S-SPEECH: କଥା କହିବା ବେଳେ ଖନି ମାରିଲେ ।
- T-TIME (ସମୟ): ଷ୍ଟ୍ରୋକ ହେଲେ ଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚିବା ଦରକାର । ବ୍ରେନ୍ ଷ୍ଟ୍ରୋକ୍ ହେବା ଏକ ଜରୁରୀକାଳୀନ ପରିସ୍ଥିତି । ଷ୍ଟ୍ରୋକ ହେବାର ସାଢ଼େ ୪ ଘଣ୍ଟା ମଧ୍ୟରେ ହସ୍ପିଟାଲରେ ପହଞ୍ଚିବା ଦରକାର । ଏହି ୪ ଘଣ୍ଟାର ସମୟକୁ ଗୋଲ୍ଡେନ ଞ୍ଜିଣ୍ତୋ ପିରିୟତ ବୋଲି କୁହାଯାଏ ।
- କାରଣ ଷ୍ଟ୍ରୋକ୍ର ଚିକିତ୍ସା ଯେତେ ଶୀଘ୍ର ହେବ ଏହା ଠିକ୍ ହେବାର ସମ୍ଭାବନା ସେତିକି ଜଲଦି | ଡେରିରେ ଚିକିତ୍ସା କରାଗଲେ ରୋଗୀ ଠିକ ହେବାରେ ବିଳମ୍ବ ହୋଇଥାଏ |
ଅନ୍ୟାନ୍ୟ ଲକ୍ଷଣ
- ମୁଣ୍ଡ ବୁଲାଇବା
- ମୁଣ୍ଡ ବ୍ୟଥା ହେବା
- ଦୁର୍ବଳ ଅନୁଭବ ହେବା
- ଚାଲିବାରେ ଅସୁବିଧା
- ବାନ୍ତି ହେବା
- ପକ୍ଷାଘାତର ଆଶଙ୍କା
0 Comments
Do you have any doubts or suggestions? Ask them here in the comments!