ଏହି ରୋଗୀମାନେ ଚିନାବାଦାମ ଖାଆନ୍ତୁ ନାହିଁ

ଏହି ରୋଗୀମାନେ ଚିନାବାଦାମ ଖାଆନ୍ତୁ ନାହିଁ

ସାଧାରଣତଃ ଶୀତଦିନେ ଚିନାବାଦାମ ଖାଇବା ଦ୍ୱାରା ଶରୀରକୁ ଉଷୁମ ମିଳିଥାଏ । ଏଥିରେ ଭିଟାମିନ୍-ଇ, ଭିଟାମିନ-ବି୬, ଓମେଗା ଫ୍ୟାଟ ଏସିଡ, ମ୍ୟାଗ୍ନେସିୟମ, ଫସଫରସ, ପୋଟାସିଅମ, ଜିଙ୍କ୍ ଏବଂ ଆଇରନ ଭରପୂର ମାତ୍ରାରେ ରହିଛି । କିନ୍ତୁ ପୁଷ୍ଟିକର ତତ୍ତ୍ୱରେ ଭରପୂର ଏହି ଚିନାବାଦାମରେ ଅନେକ ହାନିକାରକ ତତ୍ତ୍ୱ ମଧ୍ୟ ରହିଛି, ଯାହା ଆମ ଶରୀରକୁ କ୍ଷତି ପହଞ୍ଚାଇପାରେ ।

ଜାଣନ୍ତୁ ଚିନାବାଦାମର କିଛି ଅପକାରିତା ବିଷୟରେ...

ଚିନାବାଦାମ ଖାଇବା ଦ୍ୱାରା ଶରୀରରେ ଆଫଲାଟୋକ୍ସିନ ପରିମାଣ ବଢ଼ିଥାଏ। ଏହା କ୍ଷତିକାରକ ପଦାର୍ଥ ଅଟେ । ଭୋକ ନ ହେବା, ଆଖି ହଳଦିଆ ପଡିଯିବା ଆଫଲାଟୋକ୍ସିନ ବିଷାକ୍ତ ହେବାର ଲକ୍ଷଣ । ଏହାଦ୍ୱାରା ଲିଭର (ଯକୃତ) ଖରାପ ହେବା ସହ ଜଣ୍ଡିସ ମଧ୍ୟ ହୋଇପାରେ ବୋଲି ଏକ ସ୍ୱାସ୍ଥ୍ୟ ରିପୋର୍ଟରୁ ଜଣାପଡିଛି । ଆଫଲାଟୋକ୍ସିନ ବିଷାକ୍ତ ହେବା ଦ୍ୱରା ଲିଭର ଖରାପ ହେବା ସହ ଲିଭର କ୍ୟାନସରର ପ୍ରମୁଖ କାରଣ ମଧ୍ୟ ପାଲଟିପାରେ । ଗରମ ଏବଂ ଆଦ୍ର ସ୍ଥାନରେ ଆଫଲାଟୋକ୍ସିନ ବିଷାକ୍ତ ହେବା ଆଶଙ୍କା ଅଧିକ ।

ମୋଟା ଲୋକ ଏହାକୁ ଖାଇବା ଅନୁଚିତ

ଯେଉଁ ବ୍ୟକ୍ତିମାନେ ମୋଟା ଥାଆନ୍ତି ସେମାନେ ବାଦାମ ଖାଇବା ଅନୁଚିତ । କାରଣ ବାଦାମରେ କ୍ୟାଲୋରୀ ଅଧିକ ପରିମାଣରେ ରହିଥାଏ । ଏହା ଓଜନକୁ ମଧ୍ୟ ବଢାଇଥାଏ |

ଥାଇରଏଡ୍ ରୋଗୀ

ବାଦାମ ଖାଇବା ସମୟରେ କେତୋଟି ଦିଗ ପ୍ରତି ସତର୍କ ରହିବା ଜରୁରୀ । ଥାଇରଏଡ୍ ରୋଗୀ ବାଦାମ ଖାଇବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ । ଅଧିକ ପରିମାଣରେ ବାଦାମ ଖାଇଲେ, ତାହା ଅନେକ ସମୟରେ ହଜମ ହୋଇନଥାଏ । କେତେଜଣ ବାଦାମ ଖାଇଲେ, ତ୍ୱଚାରେ ଆଲର୍ଜି ହୋଇଯାଏ । ଏହି ବର୍ଗର ଲୋକ ବାଦାମ ନ ଖାଇବା ଭଲ ।

ପେଟରେ ଷ୍ଟୋନ ସମସ୍ୟା

ଯେଉଁ ବ୍ୟକ୍ତି ମାନଙ୍କର କିଡନୀରେ ଷ୍ଟୋନ କିମ୍ବା ଗଲବ୍ଲାଡର ସମ୍ବନ୍ଧୀୟ ସମସ୍ୟା ରହିଥାଏ ସେମାନେ ବାଦାମ ଖାଇବା ଅନୁଚିତ ।

ଆର୍ଥ୍ରାଇଟିସ୍ ରୋଗୀ

ଆର୍ଥ୍ରାଇଟିସ୍ ଥିବା ରୋଗୀଙ୍କୁ ଚିନାବାଦାମ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।  ଏଥିରେ ଥିବା ଲେକ୍ଟିନ୍ ଯୋଗୁଁ ଆର୍ଥ୍ରାଇଟିସ୍ ସମସ୍ୟା ଆହୁରି ବଢ଼ିଯାଇଥାଏ । ଏହା କୋଷ୍ଠକାଠିନ୍ୟ, ଅମ୍ଳତା ଏବଂ ହୃଦଘାତର କାରଣ ହୋଇପାରେ ।

ଉଚ୍ଚ ରକ୍ତଚାପ ରୋଗୀ

ଯେଉଁ ବ୍ୟକ୍ତି ମାନଙ୍କର ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ରହିଛି ସେମାନେ ବାଦାମ ଖାଇବା ଅନୁଚିତ । କାରଣ ସେମାନେ ନିୟମିତ ଔଷଧର ବ୍ୟବହାର କରିଥାଆ । ଔଷଧ ସହ ବାଦାମ ଖାଇବା ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ ।

ପାଚନ ସମ୍ବନ୍ଧୀୟ ଅସୁବିଧା

ଯଦି ଆପଣଙ୍କର ପାଚନ ସମ୍ବନ୍ଧୀୟ କୌଣସି ଅସୁବିଧା ହେଉଥାଏ ତେବେ ବାଦାମ ଖାଆନ୍ତୁ ନାହିଁ । କାରଣ ଏଥିରେ ଫାଇବରର ମାତ୍ରା ଅଧିକ ରହିଥାଏ । ତେଣୁ ବାଦାମ ଖାଇବା ଦ୍ୱାରା ଏସିଡିଟି ପରି ସମସ୍ୟା ସୃଷ୍ଟି ହୋଇଥାଏ |

ଆଣ୍ଟିବାୟୋଟିକ ଔଷଧ

ଯଦି ଆପଣ କୌଣସି ରୋଗ ପାଇଁ ଆଣ୍ଟି ବାୟୋଟିକ ଔଷଧ ସେବନ କରୁଥାଆନ୍ତି ତେବେ ବାଦାମ ଖାଆନ୍ତୁ ନାହିଁ । କାରଣ ବାଦାମରେ ଅଧିକ ମାତ୍ରାରେ ମ୍ୟାଗ୍ନେସିୟମ ରହିଛି । ବାଦାମ ଖାଇବା ଦ୍ୱାରା ଆପଣ ସେବନ କରୁଥିବା ଔଷଧ ଶରୀର ଉପରେ କୌଣସି ପ୍ରଭାବ ପକାଇ ନଥାଏ ।

Post a Comment

0 Comments