ଏହି ରୋଗୀମାନେ ଫୁଲକୋବି ଠାରୁ ଦୂରେଇ ରହିବା ଉଚିତ

ଏହି ରୋଗୀମାନେ ଫୁଲକୋବି ଠାରୁ ଦୂରେଇ ରହିବା ଉଚିତ

ଫୁଲକୋବିରେ ବିଭିନ୍ନ ରୋଗକୁ ଭଲ କରିବାର ପୋଷକ ତତ୍ତ୍ୱ ରହିଛି ।  କିନ୍ତୁ କିଛି ରୋଗ ଏମିତି ବି ଅଛି ଯାହା ପାଇଁ ଫୁଲକୋବି ବିଷ ପରି କାମ କରେ, ଏହି ରୋଗରେ ଫୁଲକୋବି ଖାଇଲେ ରୋଗ ଅତ୍ୟଧିକ ବଢିଥାଏ ବା ଏମିତି ରୋଗ ମଧ୍ୟ ରହିଛି ଯାହା ହୋଇଥିଲେ ଡାକ୍ତରମାନେ ଫୁଲକୋବି ଖାଇବାକୁ ମନା କରିଥାନ୍ତି ।

ଆସନ୍ତୁ ଜାଣିବା କେଉଁ ରୋଗ ହେଲେ ଫୁଲକୋବି ଖାଇବା ମନା...

ହୃଦୟ ରୋଗୀ ବା କିଡନି ରୋଗୀ 

  • ଯଦି କାହାକୁ ହୃଦୟ ରୋଗ ବା କିଡନି ରୋଗ ହୋଇଥାଏ ଏବଂ ତା ସହ ସୁଗାର ବଢିଥାଏ ସେହି ଲୋକଙ୍କ ପାଇଁ ଫୁଲକୋବି ବିଷ ପରି କାମ କରିଥାଏ |
  • କାହିଁକିନା ଫୁଲକୋବିରେ ୟୁରିନ ମାତ୍ରା ଅଧିକ ଥାଏ, ଏହା ଦ୍ୱାରା ଶରୀର ରେ ୟୁରିନ ଲେବଲ ବଢି ଯାଇଥାଏ ଯାହା ଏହି ରୋଗରେ ହାନିକାରକ ହୋଇଥାଏ | 
  • ଏମିତି ନୁହେଁ କି ଫୁଲକୋବି ଖରାପ ପରିବା ଏହା ଅଲଗା ଲୋକଙ୍କ ପାଇଁ ଲାଭକାରୀ ଅଟେ କିନ୍ତୁ ଏହି ରୋଗୀ ମାନଙ୍କ ପାଇଁ ବିଷ ଅଟେ ।
  • ଏହା ଆମ ଶରୀରରେ ରକ୍ତକୁ ସଫା କରି ଚର୍ମ ରୋଗରୁ ବଞ୍ଚାଇଥାଏ, ଏମିତିଆ ଲୋକ ଯାହାକୁ ଚର୍ମ ରୋଗ ହୋଇଥାଏ ସେହି ଲୋକ ଫୁଲକୋବିର ଯେତେ ପାରୁଛନ୍ତି ଉପଯୋଗ କରନ୍ତୁ । କିନ୍ତୁ ଯେଉଁ ଲୋକ ହୃଦୟ ବା କିଡନି ପାଇଁ ଔଷଧ ଖାଉଛନ୍ତି ସେ ଫୁଲକୋବିରୁ ଦୂରେଇକି ରୁହନ୍ତୁ |

ଆର୍ଥରାଇଟିସ୍‌

ସ୍ତନ୍ୟପାନ କରାଉଥିବା ମହିଳା, ଆର୍ଥରାଇଟିସ୍‌ ଥିବା ବ୍ୟକ୍ତିଙ୍କୁ ମଧ୍ୟ ଫୁଲକୋବି ଖାଇବାକୁ ଡାକ୍ତରମାନେ ମନା କରିଥାନ୍ତି ।

ସୁଗାର ରୋଗୀ

ଫୁଲକୋବି ରେ ସୁଗାର ଥାଏ ସେଥିପାଇଁ ଡ଼ାଇବେଟିଜ ଲୋକ ଏହାର ସେବନ କରନ୍ତୁ ନାହିଁ । ଏହି ପରିବା ଠାରୁ ଦୂରେଇ ରୁହନ୍ତୁ । ନଚେତ ଏହା ଆପଣଙ୍କ ପାଇଁ ବହୁତ ଖରାପ ହୋଇପାରେ |

ଥାଇରଏଡ଼

ଥାଇରଏଡ୍‌ ଦୁଇ ପ୍ରକାରର ହାଇପୋଥା ଇରଏଡ଼ ଓ ହାଇପର ଥାଇରଏଡ଼ । ହାଇପୋ ଥାଇରଏଡ୍‌ରେ ଥାଇରଏଡ଼ ‌ ଗ୍ରନ୍ଥି ଆକ୍ଟିଭ୍‌ ହୋଇପାରିନଥାଏ, ଫଳରେ ଶରୀରକୁ ଟି୩, ଟି୪ ହରମୋନ୍‌ ପହଞ୍ଚିପାରେ ନାହିଁ । ଫୁଲକୋବିରେ ଥିବା ଗାଇଟ୍ରୋଗନ୍‌ ନାମକ ତତ୍ତ୍ୱ ଥାଇରଏଡ୍‌ ଗ୍ରନ୍ଥିକୁ କାମ କରିବାରେ ବାଧା ଦିଏ। ଏଣୁ ଥାଇରଏଡ୍‌ ରୋଗୀଙ୍କୁ ଫୁଲକୋବି ଖାଇବାକୁ ଡ଼କ୍ଟର ବାରଣ କରିଥାନ୍ତି ।

ଗ୍ୟାସ୍‌ 

ଫୁଲକୋବିରେ ଥିବା ପୋଷକ ତତ୍ତ୍ୱ ଶରୀରର ହଜମ କ୍ରିୟାକୁ ବାଧାପ୍ରାପ୍ତ କରିଥାଏ । ଏଣୁ ଗ୍ୟାସ୍‌ ସମସ୍ୟା ଥିଲେ ଶୀତଦିନେ ଫୁଲକୋବି ଖାଆନ୍ତୁ ନାହିଁ । 

ରକ୍ତ ଜମାଟ ବାନ୍ଧିବାରେ ସମସ୍ୟା

ଫୁଲକୋବିରେ ଭିଟାମିନ୍‌ ବି ପ୍ରଚୁରମାତ୍ରାରେ ରହିଥାଏ, ଯାହା ରକ୍ତକୁ ଜମାଟ ବାନ୍ଧିବାରେ ସାହାର୍ଯ୍ୟ କରେ । ଶରୀରରେ ଭିଟାମିନ୍‌ ବିର ମାତ୍ରା କମିଗଲେ ଆଭ୍ୟନ୍ତରୀଣ ବିଡିଂ ମଧ୍ୟ ହୋଇଥାଏ, ଯାହା ବିପଦଜନକ । ଏଣୁ ଯେଉଁ ବ୍ୟକ୍ତି ରକ୍ତକୁ ମୋଟା କରିବାକୁ ଔଷଧ ଖାଉଛନ୍ତି ସେମାନେ ଫୁଲକୋବି ସେବନ କରନ୍ତୁ ନାହିଁ ।

Post a Comment

0 Comments