ଅଦା ତ୍ୱଚା ଏବଂ ଚର୍ମକୁ ରଖେ ସୁନ୍ଦର

 ଅଦା ତ୍ୱଚା ଏବଂ ଚର୍ମକୁ ରଖେ ସୁନ୍ଦର

ରାତି ପାହିଲେ ରୋଷେଇ ଘରେ ଖୋଜାପଡେ ଅଦା। ଚା’ଠାରୁ ଆରମ୍ଭ କରି ତରକାରୀ ପର୍ଯ୍ୟନ୍ତ ସବୁଥିରେ ପଡିପାରେ ଏହି ଅଦା। ଏହାକୁ ଖାଲି ମଧ୍ୟ ଖିଆଯାଏ। ଯାହା ଥଣ୍ଡା ସର୍ଦ୍ଦି ସମସ୍ୟାକୁ ଠିକ୍ କରିଥାଏ। ଏମିତିକି ଗଳା ସଂକ୍ରମଣ ହୋଇଥିଲେ ଅଦାକୁ ବ୍ୟବହାର କରାଯାଏ। ଏହି ଅଦାର ଆଉ କିଛି ଔଷଧୀୟ ଗୁଣ ସମ୍ପର୍କରେ ଆସନ୍ତୁ ଜାଣିବା…

  • ଅଦାରେ ରହିଥିବା ୪୦ରୁ ଅଧିକ ଆଣ୍ଟିଅକ୍ସିଡାଣ୍ଟ୍‌ସ୍‌  ଆଣ୍ଟି-ଏଜିଂ ପ୍ରକ୍ରିୟାକୁ ଧୀର କରିଥାଏ । ଏହା ଦ୍ୱାରା ଚର୍ମର ଢିଲାପଣ ଏବଂ କୁଞ୍ଚିତରେଖା କମ୍‌ ହୋଇଥାଏ । ଯାହାଫଳରେ ଆପଣ ଅଧିକ ବର୍ଷ ଯାଏ ଯୁବକଙ୍କ ଭଳି ଦେଖାଯାଇଥା’ନ୍ତି । 
  • ଅଦା ଗୁଣ୍ଡକୁ ସାମାନ୍ୟ ମହୁ ଏବଂ ଚନ୍ଦନ ଗୁଣ୍ଡ ସହ ମିଶାଇ ବ୍ୟବହାର କରନ୍ତୁ, କିଛି ଦିନ ମଧ୍ୟରେ ଆପଣ ତ୍ୱଚାରେ ଔଜଲ୍ୟ ପାଇ ପାରିବେ ।
  • ଅଦାରେ ରହିଥିବା ପୋଷକ ଦ୍ୱାରା ତ୍ୱଚାରେ ଚମକ ଆସିଥାଏ । ଏଥିପାଇଁ ଅଦା ରସ ସହ ଲେମ୍ବୁକୁ ମିଶାଇ ବ୍ୟବହାର କରନ୍ତୁ । ସେହି ପେଷ୍ଟକୁ କିଛି ସମୟ ଚେହେରାରେ ରଖିବା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଦେଖିବେ କିଛି ଦିନ ମଧ୍ୟରେ ଶରୀରର ସମସ୍ତ ରଙ୍ଗ ସମାନ ରହିବ ।
  • ଅଦାରେ ଥିବା ଆଣ୍ଟିଏଜିଂ ଗୁଣ ପାଇଁ ଏହାକୁ ଦୈନିକ ଖାଇବା ଦ୍ୱାରା ଦାଗ-ଚିହ୍ନ, କଳାଦାଗ ଦୂର ହୋଇଥାଏ ।
  • ତ୍ୱଚାରେ ଯେକୌଣସି ପ୍ରକାରର ଜ୍ୱଳନ ହେଉଥିଲେ ଅଦା ରସର ବ୍ୟବହାର କରିବା ଦ୍ୱାରା ଆରାମ ମିଳିଥାଏ ।
  • ଅଦାର ବ୍ୟବହାର  ତ୍ୱଚାରେ ପ୍ରାକୃତିକ ଗୋରାପଣ ମଧ୍ୟ ଆଣିଥାଏ । ଏଥିପାଇଁ ଅଦାରସକୁ ଗୋଲାପ ଜଳ ମିଶାଇ ବ୍ୟବହାର କରନ୍ତୁ । ଏହାକୁ ୨୦ ମିନିଟ ପର୍ୟ୍ୟନ୍ତ ରଖି ତାହାକୁ ଧୋଇ ଦିଅ ନ୍ତୁ। ଏପରି ନିୟମିତ ଭାବେ କରନ୍ତୁ ଦେଖିବେ ଚେହେରା ପ୍ରକତିକ ଚମକ ବଢ଼ିଯିବ ।
  • ଚର୍ମ ଜନିତ ସମସ୍ୟାକୁ ଦୂର କରିବାପାଇଁ ଆପଣ ଅଦାକୁ ଗ୍ରହଣ କରିପାରିବେ । ଏଥିପାଇଁ ଅଦା ମିଶ୍ରିତ ପାଣିକୁ ନିୟମିତ ଭାବରେ ପିଇବାଦ୍ୱାରା ରକ୍ତ ନିର୍ମଳ ହୋଇଥାଏ । ଏବଂ ଚର୍ମ ଚିକ୍କଣ ଦେଖାଯାଇଥାଏ । ଏଥିସହ ମୁହଁରେ ହେଉଥିବା ବ୍ରଣକୁ ଭଲ କରିବା ସହ ସ୍କିନ୍ ଇନଫେକ୍ସନ ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ ।
  • ଅଦା ଖାଇବା ଦ୍ୱାରା ଚର୍ମର ଢିଲାପଣ ଏବଂ କୁଞ୍ଚିତରେଖା କମ୍ ହୋଇଥାଏ । ଯାହାଫଳରେ ଆପଣ ଅଧିକ ବର୍ଷ ଯାଏ ଯୁବକଙ୍କ ଭଳି ଦେଖାଯାଇଥାନ୍ତି।
  • ଅଦା ଗୁଣ୍ଡକୁ ସାମାନ୍ୟ ମହୁ ଏବଂ ଚନ୍ଦନ ଗୁଣ୍ଡ ସହ ମିଶାଇ ବ୍ୟବହାର କରନ୍ତୁ, କିଛି ଦିନ ମଧ୍ୟରେ ଆପଣ ତ୍ୱଚା ସୁନ୍ଦର ଦେଖାଯିବ।

  • ଅଦାରେ ରହିଥିବା ପୋଷକ ତତ୍ତ୍ୱ ଦ୍ୱାରା ତ୍ୱଚାରେ ଚମକ ଆସିଥାଏ । ଏଥିପାଇଁ ଅଦା ରସ ସହ ଲେମ୍ବୁକୁ ମିଶାଇ ବ୍ୟବହାର କରନ୍ତୁ । ସେହି ପେଷ୍ଟକୁ କିଛି ସମୟ ଚେହେରାରେ ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଦେଖିବେ, କିଛି ଦିନ ମଧ୍ୟରେ ଚେହେରା ସତେଜ ଓ ସୁନ୍ଦର ଦିଶିବ।

କେଶ ପାଇଁ

  • କେଶ ପାଇଁ ମଧ୍ୟ ଅଦା ଖୁବ ଉପକାରୀ। ଅଦା ରସକୁ ସପ୍ତାହକୁ ୨ଥର ମୁଣ୍ଡରେ ଲଗାନ୍ତୁ। ଦେଖିବେ, ଖୁବ କମ୍ ଦିନରେ ରୁପୀ ସମସ୍ୟା ଦୂର ହେବା ସହ କେଶ ଘନ ହେବ।
  • କେଶ ପାଇଁ ମଧ୍ୟ ବହୁତ ଲାଭକାରୀ ଅଦା। ଏଥିପାଇଁ ଅଦା ରସକୁ ସପ୍ତାହକୁ ୨ଥର ମୁଣ୍ଡରେ ଲଗାନ୍ତୁ। ଦେଖିବେ ଖୁବ କମ ଦିନରେ ରୁପିର ସମସ୍ୟା ଦୂର ହେବା ସହ କେଶ ଘନ ହେବ।

Post a Comment

0 Comments