ଅଦା ଦ୍ୱାରା ବିଭିନ୍ନ ରୋଗର ଚିକିତ୍ସା
ଅଦା ଦ୍ୱାରା ବିଭିନ୍ନ ରୋଗର ଚିକିତ୍ସା
ଅଦା ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଏହା ଗଦ ଗଛ ପରି ଦିଶେ । ଏ ଗଛର ମୂଳକୁ ଅଦା ଭାବରେ ବ୍ୟବହାର କରାଯାଏ । ସାରୁ, ହଳଦୀ, କପୁରା ପରି ଏଇ ଗଛର ଚେରକୁ ବ୍ୟବହାର କରାଯାଏ । ଆମ୍ବକଷିଆ ଅଦା ବୋଲି ଆଉ ଏକ ପ୍ରକାର ଅଦା ରହିଛି, କିନ୍ତୁ ତାହା ଗୁଣରେ ନିକୃଷ୍ଟ। ଆୟୁର୍ବେଦରେ ଅଦାକୁ ମହୌଷଧି ବୋଲି କୁହାଯାଇଛି । ଏହାକୁ କଞ୍ଚା ବେଳେ ଅଦା ଓ ଶୁଖିଗଲେ ଶୁଣ୍ଠି କୁହାଯାଏ । ଅଦା ଗରମଜାତୀୟ ସାମଗ୍ରୀ ହୋଇ ଥିବାରୁ ଏହା ଶରୀରକୁ ଥଣ୍ଡା ଏବଂ ଶୀତ ଜନିତ ରୋଗରୁ ରକ୍ଷା କରିଥାଏ।
- କଞ୍ଚା ଅଦାରେ ୮୦.୯ ପ୍ରତିଶତ ଜଳ, ୨.୩ ପ୍ରତିଶତ ପ୍ରୋଟିନ୍ ଓ ୧୨.୩ ପ୍ରତିଶତ କାର୍ବୋହାଇଡ୍ରେଟ୍ ଥାଏ ।
- ଏହା ବ୍ୟତୀତ ଅଦାରେ ଆଇରନ୍, କ୍ୟାଲ୍ସିୟମ୍, ଆୟୋଡିନ୍, କ୍ଲୋରିନ୍, ଖଣିଜ ଲବଣ, ମ୍ୟାଗ୍ନେସିୟମ, ଜିଙ୍କ୍ ଏବଂ ମିନେରାଲ ତଥା ଭିଟାମିନ ପର୍ଯ୍ୟାପ୍ତ ପରିମାଣରେ ଥାଏ ।
ବ୍ୟବହାର
ଅଦା ଗଛର ଚେରକୁ ହିଁ ମୁଖ୍ୟତଃ ଉପଯୋଗ କରାଯାଏ । ଏହା ଅଗ୍ନୀବର୍ଦ୍ଧକ, ରୁଚିକର, ସ୍ୱର ପରିସ୍କାରକ, ମୁଖଶୋଧକ, ମଳ ନିଃସାରକ, ପାଚକ, ବାୟୁ, ଶୂଳ, ଶୋଥ, ହୃଦୟରୋଗ, କଫ, ପେଟଫମ୍ପା, ଅଜୀର୍ଣ୍ଣ, ଅଗ୍ନିମାନ୍ଦ୍ୟ, ମୂତ୍ରରୋଧ, କୋଷ୍ଠକାଠିନ୍ୟ, କାଶ, ସ୍ୱରଭଙ୍ଗ, ଶ୍ଳେଷ୍ମପୀଡା, ଶିରବ୍ୟଥା, ବଦହଜମି, ଗ୍ୟାସ୍, ପେଟ ବିନ୍ଧା, ପେଟ କାମୁଡ଼ା, ଆଦି ରୋଗରୁ ମୁକୁଳିବା ପାଇଁ ଅଦା ବ୍ୟବହାର କରାଯାଇଥାଏ ।
ଅଦା ସେବନଦ୍ୱାରା ଶରୀରରେ ରକ୍ତପ୍ରବାହ ବଢ଼ିଥାଏ । ଆଧୁନିକ ବୈଜ୍ଞାନିକ ପରୀକ୍ଷାଦ୍ୱାରା ଅଦା ପାଚନତନ୍ତ୍ର ସଂକ୍ରମଣ, ହୃଦ୍ରୋଗ ସଂକ୍ରମଣ, ଅଧକପାଳି (ମାଇଗ୍ରେନ୍), ଆଣ୍ଠୁ ଗଣ୍ଠି ବାତ, କର୍କଟ ଆଦି ରୋଗରୁ ମୁକ୍ତି ଦେଇଥାଏ ବୋଲି ଜଣାପଡ଼ିଛି । ଅଦା ଖାଦ୍ୟ ହଜମରେ ମଧ୍ୟ ସହାୟକ ହୁଏ । ଏହା ମଧ୍ୟ ଏକ ଶକ୍ତିଶାଳୀ ଜୀବାଣୁ ନାଶକ । ଏହା ବୃହଦନ୍ତ୍ରରେ ସୃଷ୍ଟି ହେଉଥିବା ଜୀବାଣୁଙ୍କ ବଢ଼ିବାରେ ବାଧା ସୃଷ୍ଟି କରିଥାଏ । ଫଳରେ ପେଟର ଗ୍ୟାସ୍ରୁ ମୁକ୍ତି ମିଳିଥାଏ । ନିୟମିତ ଅଦା ସେବନଦ୍ୱାରା ପେଟର ବହୁ ରୋଗ ଜୀବାଣୁ ଧ୍ୱଂସ ହୋଇଯାନ୍ତି ।
ଖାଲି ଯେ ଏହାକୁ ଖାଦ୍ୟରେ ସ୍ୱାଦ ବଢାଇବାକୁ ପ୍ରୟୋଗ କରାଯାଇଥାଏ ତାହା ନୁହେଁ ଏହାର ମଧ୍ୟ ଅନେକ ଔଷଧିୟ ଗୁଣ ମଧ୍ୟ ରହିଛି । ଯାହା ଶରୀରକୁ ବିଭିନ୍ନ ରୋଗରୁ ଉପଶମ ଦେଇଥାଏ । ଆସନ୍ତୁ ଜାଣିବା . . .
ଔଷଧୀୟ ଗୁଣ
ଥଣ୍ଡା କାଶକୁ ଭଲ କରିବା ପାଇଁ ଅଦା ଏବଂ ମହୁ ହେଉଛି ଏକ ଭଲ ଉପଚାର ।
ସାମଗ୍ରୀ
1. ଏକ ଲମ୍ବା ଅଦା ଖଣ୍ଡ 2. ଗୋଟିଏ କପ୍ ଗରମ ପାଣି 3. ଗୋଟିଏ ଚାମଚ ମହୁ
ପଦ୍ଧତି
ପ୍ରଥମେ ଅଦା ଖଣ୍ଡଗୁଡ଼ିକୁ ଛେଚି ଏହାକୁ କିଛି ମିନିଟ୍ ପାଇଁ ଗରମ ପାଣିରେ ଫୁଟାନ୍ତୁ । ଏବେ ସେହି ପାଣି ଛାଣନ୍ତୁ ଏବଂ ତା’ପରେ ସେଥିରେ ମହୁ ଭଲ ଭାବରେ ମିଶାନ୍ତୁ । ମିଶ୍ରଣକୁ ଭଲ ଭାବରେ ମିଶାଇବା ପରେ ପିଅନ୍ତୁ । ଆପଣ ଅଦା ପେଷ୍ଟ କିମ୍ବା କଟା ଅଦା ସୁପ୍ ସହିତ ମଧ୍ୟ ମିଶାଇ ସେବନ କରିପାରିବେ ।
ଅଦା କେତେ ଦିନ ପର୍ଯ୍ୟନ୍ତ ବ୍ୟବହାର କରିବେ = ଦିନସାରା ଦୁଇରୁ ତିନି କପ୍ ଅଦା ଚା ପିଅନ୍ତୁ ।
ଥଣ୍ଡା,କାଶ,ଶ୍ୱାସରୋଗ ଓ କଫ ଏବଂ ଅରୁଚି ରୋଗରେ
- ଅଦା ମିଶ୍ରିତ ପାଣି ସାଧାରଣତଃ ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ । ପ୍ରତିଦିନ ଏହି ପାଣି ପିଇବାଦ୍ୱାରା ସର୍ଦ୍ଦି, କାଶ, ଏବଂ ସଂକ୍ରମିତ ରୋଗ ଆଦି ବିପଦରୁ ମୁକ୍ତି ମିଳିଥାଏ ।
- ଥଣ୍ଡା ହୋଇଥିଲେ ଅଦା, ତୁଳସୀ ପତ୍ରକୁ ଚା' କରି ପିଇଲେ ଉପଶମ ମିଳିଥାଏ ।
- ୧୦ ଗ୍ରାମ ଅଦାକୁ ଘିଅରେ ଭାଜି ଖାଇଲେ କାଶ, ଶ୍ୱାସ, କଫ ଆଦି ରୋଗରୁ ମୁକ୍ତି ମିଳିଥାଏ ।
- ଅତ୍ୟଧିକ କାଶ ହେଲେ ଖଣ୍ଡେ ଅଦା ପାଟିରେ ରଖିଲେ ଉପଶମ ମିଳିଥାଏ ।
- ଗଳାରେ କଫ ଜମିଥିଲେ କିମ୍ବା ଗଳା ଦରଜ ହେଲେ ଅଦା ଓ ପୋଦିନା ପତ୍ରରସକୁ ଏକତ୍ର ମିଶାଇ ଚାଟିଲେ ଉପକାର ମିଳିଥାଏ ।
- ଛାତିରେ କଫ ଜମିଲେ କିମ୍ବା ଗଳା ଦରଜ ହେଲେ ୧୦ ଗ୍ରାମ ଅଦାରସ, ୫ ଗ୍ରାମ ମହୁ ଓ ୫ ଗ୍ରାମ ହଳଦୀ ମିଶାଇ ଚାଟିଲେ ଲାଭ ମିଳିଥାଏ ।
- ଅଦା ରସ, ମହୁ, ତୁଳସୀ ପତ୍ର ମିଶ୍ରିତ ଚା' ପିଇଲେ ତାହା କେବଳ ଥଣ୍ଡା, ନାକରୁ ପାଣି ଗଡ଼ିବା, ମୁଣ୍ଡ ବିନ୍ଧିବା କମାଇବାରେ ସାହାଯ୍ୟ କରିଥାଏ।
- କାଶ, ଶ୍ୱାସ ଆଦିରେ ଏହାକୁ ପିପ୍ପଳୀ ସହିତ ପ୍ରୟୋଗ କରାଯାଏ ।
- ଅଦା ଓ ତେଜପତ୍ରକୁ ପାଣିରେ ସିଝାଇ, ଥଣ୍ଡା ହେଲା ପରେ ସେଥିରେ ମିଶ୍ରି ଅଥବା ମହୁ ମିଶାଇ ସେବନ କଲେ ପିଲା, ବଡ଼ ସମସ୍ତଙ୍କର କାଶ, ଶ୍ୱାସ ନିବାରିତ ହୁଏ ।
- ପିଲାମାନଙ୍କର କାଶ, ଶ୍ୱାସ, କଫ, ଶ୍ଳେଷ୍ମା, ସର୍ଦ୍ଦିଜ୍ୱର, ମୁଣ୍ଡବ୍ୟଥା ଓ ଅରୁଚି ଆଦି ଦୂର କରିବାପାଇଁ ଅଦାରସ ସହିତ ମହୁର ପ୍ରୟୋଗ କରାଯାଏ ।
- ଅରୁଚି ଆଦିରେ ଅଦାକୁ ତେନ୍ତୁଳି, ଜୀରା ଲୁଣ ସହିତ ମଧ୍ୟ ବ୍ୟବହାର କରାଯାଏ ।
- ଅଦାରସ, ପିପ୍ପଳୀ, ସୌନ୍ଧବ ଲବଣକୁ ମିଶାଇ ରାତିରେ ଶୋଇବା ପୂର୍ବରୁ ୭ ଦିନ ପର୍ଯ୍ୟନ୍ତ ସେବନ କଲେ ଶ୍ୱାସ ରୋଗ ଭଲ ହୁଏ ।
ଓଜନ ହ୍ରାସ
ଅଦା ପାଣି ପିଇବା ଦ୍ବାରା ଶରୀରର ମେଟାବୋଲିଜିମ୍ ଉନ୍ନତ ହୋଇଥାଏ। ଏହି କ୍ଷେତ୍ରରେ, ଚର୍ବି ଶୀଘ୍ର ଜଳିଯାଏ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।
ପାଚନକ୍ରିୟାକୁ କରିଥାଏ ନିୟନ୍ତ୍ରିତ
ଅଦା ମିଶ୍ରିତ ପାଣି ପିଇବାଦ୍ୱାରା ଶରୀରର ପାଚନକ୍ରିୟାକୁ କରିଥାଏ ନିୟନ୍ତ୍ରିତ । ଏହା ଶରୀରର ଡାଇଜେଷ୍ଟିବ୍ ଜୁସକୁ ବୃଦ୍ଧି କରିଥାଏ । ଯାହାଦ୍ୱାରା ପାଚନକ୍ରିୟା ବହୁଳ ମାତ୍ରାରେ ନିୟନ୍ତ୍ରଣରେ ଆସିଥାଏ । ଆଉ ଖାଦ୍ୟ ସହଜରେ ହଜମ ମଧ୍ୟ ହୋଇଯାଇଥାଏ ।
ମଧୁମେହ ଭଳି ରୋଗକୁ ମଧ୍ୟ ନିୟନ୍ତ୍ରଣ
ଅଦା ମଧୁମେହ ଭଳି ରୋଗକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଅଦା ମିଶ୍ରିତ ପାଣିକୁ ନିୟମିତ ରୂପେ ସେବନ କରିବା ଦ୍ୱାରା ଶିରାପ୍ରଶିରାମାନଙ୍କରେ ଥିବା ରକ୍ତ ସବୁ ନିୟନ୍ତ୍ରଣରେ ଆସିଥାଏ । କେବଳ ସେତିକି ନୁହେଁ ଏହାକୁ ସାଧାରଣ ଲୋକେ ପିଇବା ଦ୍ୱାରା ସେମାନେ ମଧ୍ୟ ଏଭଳି ସମସ୍ୟାରୁ ରକ୍ଷା ପାଇଥାନ୍ତି । ନିୟମିତ ଅଦା ପାଣି ପିଇବା ଦ୍ବାରା ଶରୀରର ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରିତ ହୋଇଥାଏ । ଏହା ମଧୁମେହ ହେବାର ଆଶଙ୍କା ହ୍ରାସ କରିଥାଏ।
ମାଂସପେଶୀରେ ହେଉଥିବା ଯନ୍ତ୍ରଣାରୁ ମଧ୍ୟ ମୁକ୍ତି
- ଅଦା ମିଶ୍ରିତ ପାଣି ନିୟମିତ ରୂପେ ପିଇବାଦ୍ୱାରା ରକ୍ତ ସଂଚାଳନ ସଠିକ୍ ଭାବରେ ହୋଇଥାଏ । ଏବଂ ମାଂସପେଶୀରେ ହେଉଥିବା ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ମିଳିଥାଏ ।
- ନିୟମିତ ଭାବରେ ଅଦା ମିଶ୍ରିତ ପାଣିକୁ ପିଇଲେ ଏହା ଶରୀରର ଅତିରିକ୍ତ ମାଂସପେଶୀରୁ ନିୟନ୍ତ୍ରଣ କରି ଓଜନ ମଧ୍ୟ ହ୍ରାସ କରିଥାଏ ।
ମୁଣ୍ଡ ବ୍ୟଥା
- ଅଦା ରସରେ ଡାଲଚିନିକୁ ଘୋରି ମଥାରେ ଲେପ ଦେଲେ ମୁଣ୍ଡ ବ୍ୟଥା ଦୂର ହୁଏ ।
- ଅଦାରସ ସହିତ ଲବଙ୍ଗଗୁଣ୍ଡ ଓ ମହୁ ମିଶାଇ ସେବନ କଲେ, ମୁଣ୍ଡବ୍ୟଥା, ଦେହ ଦରଜ ହେବା ଓ ଜ୍ୱର ଆରମ୍ଭ ହେବାପରି ଜଣା ପଡୁଥିଲେ ଭଲ ହୋଇଯାଏ ।
- ଅଧକପାଳି ମୁଣ୍ଡ ବିନ୍ଧା ବା ମାଇଗ୍ରେନ୍ର ସମ୍ଭାବନା ଥିଲେ ୫୦୦-୬୦୦ ମି.ଗ୍ରା ଶୁଣ୍ଠି ୩/୪ ଦିନ ପର୍ଯ୍ୟନ୍ତ ଖାଇଲେ ଅଧକପାଳି ରୋଗରୁ ମୁକ୍ତି ମିଳିଥାଏ ।
- ଅଦା ପାଣି ପିଇବା ଦ୍ୱାରା ମସ୍ତିଷ୍କ କୋଷଗୁଡ଼ିକ ଆରାମ ପାଇଥାଏ। ଏହା ମୁଣ୍ଡବିନ୍ଧାର ସମତ୍ସ୍ୟାକୁ ହ୍ରାସ କରିଥାଏ।
ରକ୍ତହୀନତା ରୋଗରୁ ମୁକ୍ତି
୫ ଗ୍ରାମ ଅଦାରସ ଓ ୫ ଗ୍ରାମ ମହୁ ଏକତ୍ର ମିଶାଇ ପ୍ରତିଦିନ ସକାଳୁ ଖାଇଲେ ରକ୍ତହୀନତା ରୋଗରୁ ମୁକ୍ତି ମିଳିଥାଏ ।
ଖାଲି ପେଟରେ ପିଅନ୍ତୁ ଅଦା ରସ, ବିଶେଷ କରି ସକାଳୁ ଅଦା ରସ ପିଇଲେ ଅନେକ ଲାଭ ମିଳିଥାଏ ।
- ସକାଳୁ ଖାଲି ପେଟରେ ଅଦା ରସ ପିଇଲେ ଗଳା ଦରଜ, ରକ୍ତ ଶର୍କରା ବୃଦ୍ଧି ସମସ୍ୟା, ପେଟସମସ୍ୟା, ଆଣ୍ଠୁଗଣ୍ଠି ଦରଜ, କୋଲେଷ୍ଟ୍ରଲ୍ ଓ କର୍କଟ ଭଳି ମାରାତ୍ମକ ରୋଗଠାରୁ ଶରୀର ଦୂରେଇ ରହିଥାଏ ।
- ଏହା ଶରୀରରେ ଗ୍ଲୁକୋଜର ପରିମାଣକୁ ନିୟନ୍ତ୍ରଣରେ ରଖିଥାଏ । ଫଳରେ ଶର୍କରା ସ୍ତର ବଢି ନ ଥାଏ। ମଧୁମେହ ରୋଗୀଙ୍କ ପାଇଁ ଏହା ଲାଭଦାୟ କ।
- ସକାଳୁ ଖାଲି ପେଟରେ ଏକ କପ୍ ଅଦା ରସ ପିଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।
- ଆଣ୍ଠୁଗଣ୍ଠି ଦରଜ ଥିଲେ ପ୍ରତିଦିନ ସକାଳୁ ଏକ କପ୍ ଅଦା ପିଅନ୍ତୁ ।
- ନିୟମିତ ସକାଳୁ ଖାଲି ପେଟରେ ଅଦା ରସ ପିଇଲେ ଥକ୍କାପଣ ମଧ୍ୟ ଦୂର ହୋଇଥାଏ ।
0 Comments
Do you have any doubts or suggestions? Ask them here in the comments!