ଅଦା ଅନ୍ୟ କିଛି ରୋଗ ପାଇଁ ମଧ୍ୟ ଉପଯୋଗୀ
ଅଦା ଅନ୍ୟ କିଛି ରୋଗ ପାଇଁ ମଧ୍ୟ ଉପଯୋଗୀ
ଅପସ୍ମାର ବା ମୂର୍ଚ୍ଛା ରୋଗ
- ଅଦା ଓ ରସୁଣକୁ ବାଟି କପଡ଼ାରେ ରସକୁ ଚିପୁଡି ନାକରେ ୨-୨ ବୁନ୍ଦ ପକାଇଲେ ଅପସ୍ମାର (ମୂର୍ଚ୍ଛା) ରୋଗରେ ଲାଭ ମିଳିଥାଏ ।
- ଅଦା ରସରେ ଗୁଡ଼ ମିଶାଇ ଏକ ମାସ ସବେନ କଲେ ମୂର୍ଚ୍ଛା ରୋଗ ଭଲ ହୋଇଥାଏ ।
ନାକରୁ ମଇଳା ସଫା
ଏହାର ସୁଗନ୍ଧ ଆପଣଙ୍କ ନାକ ଖୋଲିଥାଏ । ଏହା ବ୍ୟତୀତ ଅଦା ଏହାର ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ପାଇଁ ମଧ୍ୟ ଜଣାଶୁଣା । ଏହାର ପ୍ରାକୃତିକ ପ୍ରଭାବ ନାକରୁ ମଇଳା ସଫା କରିଥାଏ ।
ଦାନ୍ତ ପୋକ କାଟୁଥିଲେ
ଅଦାକୁ ବାଟି ଦାନ୍ତ ମୂଳରେ ଲଗାଇଲେ ଦାନ୍ତ ପୋକ କଟା ଠିକ୍ ହୁଏ ଓ ବ୍ୟଥା କମିଯାଏ ।
ଅଣ୍ଟାଧରା
- ଅଦାକୁ ଛେଚି ପାଣିରେ ସିଝାଇ ଥଣ୍ଡା କରି ଛାଣି ସେଥିରେ ସୌନ୍ଧବ ଲବଣ ଓ ଶୁଣ୍ଠି ଚୂର୍ଣ୍ଣ ମିଶାଇ ପ୍ରତିଦିନ ୨-୩ ଥର ସେବନ କଲେ ଅଣ୍ଟାଧରା ଭଲ ହୁଏ ।
- ଅଦାକୁ ଜଳରେ ସିଝାଇ ଛାଣି ସେଥିରେ ଅଳ୍ପ ଲୁଣ ଓ ଶୁଣ୍ଠୀଚୂର୍ଣ୍ଣ ମିଶାଇ ଦିନରେ ତିନିଥର ସେବନ କଲେ ଅଣ୍ଟାଧରା ଭଲ ହୁଏ ।
ଜଖମ ଓ ଦରଜ ବା ଆଣ୍ଠୁଗଣ୍ଠି ଦରଦ
- ଅଦାରସକୁ ଜଖମ ଓ ଦରଜ ଜାଗାରେ ମାଲିସ୍ କଲେ ଦରଜ କମିଯାଇଥାଏ ।
- ଅଦା, ଧଳାଦୁବ, ଅରୁଆଚାଉଳକୁ ବାଟି ଲେପଦେଲେ ଜଖମ, ପବନ ଅଟକିବା ଓ ରକା ଭଲ ହୁଏ ।
- ଅଦା ରସରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଯଦି ଜଣେ ବ୍ୟକ୍ତି ପ୍ରତିଦିନ ୧୦-୨୦ ମିଲିଲିଟର ଅଦା ରସରେ ଅଳ୍ପ ଗୁଡ଼ ମିଶାଇ ପିଅନ୍ତି ତେବେ ତାହା ଆଣ୍ଠୁଗଣ୍ଠି ଦରଦରୁ ଅନେକାଂଶରେ ଉପଶମ ଦେଇଥାଏ।
- ଅଦାକୁ ମୂଷାମାଟିରେ ଆଠଦିନ ପୋତି ରଖିଲାପରେ ବାହାର କରି ଏହି ଅଦା ରସକୁ ମାଲିସ କଲେ ବହୁତ ଦିନରୁ ରହି ଯାଇଥିବା ଜଖମ, ଦରଜ, ସ୍ତ୍ରୀ ଲୋକଙ୍କର ପ୍ରସବକାଳୀନ ଶୂଳ, ଜଙ୍ଘ, ଗୋଡ଼, ଅଣ୍ଟା ପ୍ରଭୃତିରେ ଅଟକି ଯାଇଥିଲେ ଭଲ ହୋଇଯାଏ ।
ସାଇନ୍ ଫ୍ଲୁ
ଅଦାରସ, ତୁଳସୀ, ଗୁଳୁଚି ଓ ଗୋଲମରିଚକୁ ଛେଚି ୪୦୦ ଗ୍ରାମ ପାଣିରେ ସିଝାଇ ପାଣି ୧୦୦ ଗ୍ରାମ ରହିଲେ ଥଣ୍ଡା କରି ଛାଣି ପିଇଲେ ସାଇନ୍ ଫ୍ଲୁ ଭଲ ହୋଇଥାଏ ।
କାନ ପୀଡ଼ା
ଅଦାରସକୁ ଉଷୁମ କରି କାନରେ ୨-୨ ବୁନ୍ଦ ପକାଇଲେ କାନ ପୀଡ଼ା ବନ୍ଦ ହୁଏ ।
ନିମୋନିଆ
ଅଦାରସରେ ୧-୨ ବର୍ଷ ପୁରୁଣା ଘିଅ ଓ କର୍ପୂର ମିଶାଇ ଗରମ କରି ଛାତିରେ ମାଲିସ୍ କରିବ ।
ସଂଗ୍ରହଣୀ
ଶୁଣ୍ଠି, ମୂଥା, ଅତୀସ, ଗୁଳୁଚିକୁ ସମ ଭାଗରେ ନେଇ ପାଣିରେ ସିଝାଇ ସେହି କ୍ୱାଥରୁ ୨୦-୨୫ ମି.ଲି. ମାତ୍ରାରେ ସକାଳ ଓ ସନ୍ଧ୍ୟାରେ ସେବନ କଲେ ସଂଗ୍ରହଣୀରେ ଲାଭ ମିଳେ ।
ଅଜୀର୍ଣ୍ଣ
- ଭୋଜନ ପୂର୍ବରୁ କିମ୍ବା ସକାଳୁ ଖାଲି ପେଟରେ ଅଦା ସାଧାରଣଲୁଣ ବା ସୈନ୍ଧବ ଲୁଣ ଖାଇଲେ ଖାଦ୍ୟପଦାର୍ଥ ସହଜରେ ଜୀର୍ଣ୍ଣ ହୁଏ ।
- ହରିଡ଼ା, ଶୁଣ୍ଠି ଓ ସୌନ୍ଧବ ଲବଣ ଚୂର୍ଣ୍ଣ ପାଣି ସହିତ ଏକ ଚାମଚ ମାତ୍ରାରେ ଖାଇଲେ ଅଜୀର୍ଣ୍ଣ ଦୂର ହୁଏ ।
- ପେଟ ଉପରେ ଲେପିଲେ ଅଜୀର୍ଣ୍ଣ, ଅତିସାର, ଗୁଳ୍ମ, ପ୍ଳୀହା ନିବାରିତ ହୁଏ ।
- ନିୟମିତ ଅଦା ରସ ସେବନ କଲେ ତାହା ପାଚନକ୍ରିୟାକୁ ଆହୁରି ଦୃଢ଼ କରିଥାଏ। ତା' ସହ ବଦହଜମି ସମସ୍ୟା ମଧ୍ୟ ଅନେକାଂଶରେ ଦୂର କରିଥାଏ।
ବାନ୍ତି
- ଅଦାରସ ୧୦ ଗ୍ରାମରେ ୧୦ ଗ୍ରାମ ପିଆଜ ରସ ମିଶାଇ ପିଇଲେ ବାନ୍ତି ବନ୍ଦ ହୁଏ ।
- ବାନ୍ତି କିମ୍ବା ବାନ୍ତି ହେବାର ସମ୍ଭାବନା ଦେଖାଦେଲେ ଅଦା, ପୋଦିନା ପତ୍ରରସ, ଲେମ୍ବୁରସ ଏକତ୍ର ମିଶାଇ ଖାଇଲେ ବାନ୍ତି ଭଲ ହୋଇଥାଏ ।
ବହୁ ମୂତ୍ର
ଅଦାରସ ୨ ଚାମଚରେ ମିଶ୍ରୀ ମିଶାଇ ଦିନରେ ୨ ଥର ସେବନ କଲେ ଲାଭ ମିଳେ ।
ଅର୍ଶ ରୋଗ
ଶୁଣ୍ଠି ଚୂର୍ଣ୍ଣ କରି ଖାଇଲେ ଅର୍ଶ ରୋଗରେ ଲାଭ ମିଳିଥାଏ ।
କାମଳ ରୋଗ
ଅଦା, ତ୍ରିଫଳା ଚୂର୍ଣ୍ଣ ଗୁଡ଼ ସହିତ ଖାଇଲେ କାମଳ ରୋଗରେ ଲାଭ ମିଳିଥାଏ ।
ଅତିସାର
ଧନିଆଁ ୧୦ ଗ୍ରାମ ଓ ଶୁଣ୍ଠି ୧୦ ଗ୍ରାମ ଚୂର୍ଣ୍ଣ କରି ପାଣିରେ ସିଝାଇ ସେହି କ୍ୱାଥକୁ ସକାଳେ ଓ ସନ୍ଧ୍ୟାରେ ରୋଗୀକୁ ପିଆଇଲେ ଅତିସାର ରୋଗ ଠିକ୍ ହୋଇଥାଏ ।
ଶୋଥ
- ଅଦାରସ ୧୦-୨୦ ଗ୍ରାମରେ ଗୁଡ଼ ମିଶାଇ ଖାଇଲେ ସମସ୍ତ ପ୍ରକାର ଶୋଥ ଭଲ ହୁଏ ।
- ପୁରୁଣା ଗୁଡ଼ ସହିତ ସେବନ କଲେ ଶୋଥ, ଗୁଳ୍ମ ଆଦି ଭଲ ହୁଏ ।
ସଦ୍ଧିବାତ
ଅଦାରସ ୧ କିଲୋରେ ୫୦୦ ଗ୍ରାମ ରାଶିତେଲ ମିଶାଇ ଗରମ କରି ଖାଲି ତେଲ ରହିଲେ ଥଣ୍ଡା କରି ଛାଣି ମାଲିସ୍ କଲେ ସଦ୍ଧିବାତ ଠିକ୍ ହୁଏ ।
ହଇଜା ରୋଗ
ଅଦା ୧୦ ଗ୍ରାମ ଓ ଅରଖ ଚେର ୧୦ ଗ୍ରାମକୁ ବାଟି ଗୋଲମରିଚ ଭଳି ଛୋଟ ଛୋଟ ଗୁଳି ତିଆରି କରି ଏହି ଗୁଳିରୁ ୨-୩ଟି ଲେଖାଏଁ ଉଷୁମ ପାଣି ସହିତ ଖୁଆଇଲେ ଲାଭ ମିଳେ ।
ସନ୍ନିପାତ ଜ୍ୱର
ତ୍ରିକୁଟ, ସୌନ୍ଧବ ଲବଣ ଓ ଅଦାରସକୁ ମିଶାଇ କିଛିଦିନ ପର୍ଯ୍ୟନ୍ତ ସକାଳ ଓ ସନ୍ଧ୍ୟାରେ ଖାଇଲେ ସନ୍ନିପାତ ଜ୍ୱରରେ ଲାଭ ମିଳେ ।
ଗଳା ଦରଜ
ଗଳା ଦରଜରେ ଅଦାରସ ଓ ଲୁଣକୁ ଉଷୁମ ପାଣିରେ କୁଳି କଲେ ଉପକାର ମିଳିଥାଏ ।
ମୁଖ ଦୁର୍ଗନ୍ଧ
- ଅଦାକୁ କାଟି ଚିନିରେ ପାକ କରି ଖାଇଲେ ଅଗ୍ନିମାନ୍ଦ୍ୟ, ଅରୁଚି ଦୂର ହୋଇ ଖାଦ୍ୟପ୍ରତି ସ୍ପୃହା ଜନ୍ମେ, ତୁଣ୍ଡ ଦୁର୍ଗନ୍ଧ ଭାଙ୍ଗେ, ଅଗ୍ନିବୃଦ୍ଧି ହୁଏ ଓ ଖାଦ୍ୟଦ୍ରବ୍ୟ ସହଜରେ ପାକ ହୁଏ ।
- ଏହାର ରସକୁ କୁଳି କଲେ ମୁଖ ଦୁର୍ଗନ୍ଧ ଦୂର ହୁଏ ।
ପିଲାଙ୍କ କୃମି
ପିଲାଙ୍କ କୃମି ରୋଗରୁ ବର୍ତ୍ତିବା ପାଇଁ ଅଦାରସ ୧ ଚାମଚ ଲେଖାଏଁ ଦିନକୁ ୨ ଥର ପିଇବା ଆବଶ୍ୟକ ।
0 Comments
Do you have any doubts or suggestions? Ask them here in the comments!