ଶୀତ ଋତୁରେ ଏହି ଖାଦ୍ୟ ବ୍ଲଡ଼ ସୁଗାର ସହ ନିୟନ୍ତ୍ରଣରେ ରଖିବ ରକ୍ତଚାପ ଓ ଓଜନ

ଶୀତ ଋତୁରେଏହି ଖାଦ୍ୟ ବ୍ଲଡ଼ ସୁଗାର ସହ ନିୟନ୍ତ୍ରଣରେ ରହିବ ରକ୍ତଚାପ ଓ ଓଜନ



ଆପଣ ଖାଦ୍ୟରେ କିଛି ଏମିତି ଜିନିଷ ସାମିଲ କରନ୍ତୁ, ଯାହା ଦ୍ୱାରା ଆପଣ ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରାଯାଇପାରିବ ।

ଗାଜର

ଆଜିକାଲି ଓଜନ ବୃଦ୍ଧି ମୁଖ୍ୟ ସମସ୍ୟା ହୋଇଛି ।  ଗାଜରରେ ଭରପୁର ମାତ୍ରାରେ ଫାଇବର ମିଳିଥାଏ । ଗାଜର ଆପଣଙ୍କ ହଜମ ସିଷ୍ଟମକୁ ନିୟନ୍ତ୍ରଣ ରଖିଥାଏ । ଗାଜରରେ କମ୍ କ୍ୟାଲୋରି ରହିଥାଏ । ଯାହାଦ୍ୱାରା ଆପଣଙ୍କ ପେଟ ଭରିଯାଇଥାଏ ଏବଂ ଓଜନ କଣ୍ଟ୍ରୋଲରେ ରହିଥାଏ ।  ଯାହା ଦ୍ୱାରା ଆପଣଙ୍କ ପେଟର ଚର୍ବି ହ୍ରାସ ପାଇବା ସହ ସ୍ୱାସ୍ଥ୍ୟ ଭଲ ରହିଥାଏ ।

ବିଟ୍

ବିଟ୍ ରେ ମାଙ୍ଗାନିଜ୍‍, ଭିଟାମିନ ସି, ଲୌହ, ଫୋଲେଟ ଓ ଫାଇବାର ତତ୍ତ୍ୱ ଭରପୁର ବିଟ୍‍ ପରିବା ସମସ୍ତ ବୟସ ଓ ବର୍ଗର ଲୋକ ଖାଇବା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ହିତକାରୀ । ମଧୁମେହ ରୋଗୀଙ୍କ ନିମନ୍ତେ ବିଟ୍‍ ଏକ ଔଷଧ ପରି କାମ କରେ । କମ୍‍ କ୍ୟାଲୋରୀଯୁକ୍ତ ଏଇ ପରିବା ଖାଇଲେ ଓଜନ ମଧ୍ୟ ନିୟନ୍ତ୍ରଣ କରେ । ବିଟ୍ ରେ ପ୍ରଚୁର ପରିମାଣରେ ଓଜନ କମାଇବା ଫାଇବର ମିଳିଥାଏ । ୧୦୦ ଗ୍ରାମ୍ ବିଟ୍ରୁ କେବଳ ୪୩ କ୍ୟାଲୋରୀ, ୦.୨ ଗ୍ରାମ୍ ଫ୍ୟାଟ୍ ଏବଂ ୧୦ ଗ୍ରାମ୍ କାର୍ବୋହାଇଡ୍ରେଟ୍ ରହିଥାଏ । ଏହାଦ୍ୱାରା ଭୋକ କମ୍ ଲାଗିଥାଏ  ଏବଂ ଓଜନରେ ମଧ୍ୟ ହ୍ରାସ ଘଟିଥାଏ ।

ଡାଲଚିନି

ଡାଲଚିନିରେ ଅଧିକ ମାତ୍ରାରେ ଔଷଧୀୟ ଗୁଣ ରହିଛି । ଡାଲଚିନକୁ ନିୟମିତ ଭାବେ ସେବନ କରିବା ଦ୍ୱାରା ଓଜନରେ ହ୍ରାସ ଘଟିଥାଏ । ଡାଲ୍‌ଚିନି ଚୂର୍ଣ୍ଣକୁ କ୍ଷୀରରେ ମିଶାଇ ପିଇଲେ କ୍ଷୀରରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ବଢ଼ିଯାଏ ।ଏହା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି ପାଇଥାଏ । ଡାଲଚିନି ଗୁଣ୍ଡ ସହ କ୍ଷୀରର ମିଶ୍ରଣ ମଧୁମେହ ସମସ୍ୟା ଦୂର କରିବା ସହ ଇମ୍ୟୁନୋ ସିଷ୍ଟମ୍‌କୁ ବି ମଜବୁତ୍‌ କରିଥାଏ ।  

ମେଥି

ସୁଗର ଏବଂ ଇନସୁଲିନ୍କୁ କଣ୍ଟ୍ରୋଲ କରିବା ନେଇ ମେଥିର ବିଜ ଅନେକ ଲାଭଦାୟକ ହୋଇଥାଏ ।  ଶରୀରରୁ ମେଟାବେଲିଜିୟମ୍ ସିଷ୍ଟମକକୁ ଠିକ୍ ରଖିବାକୁ ମଧ୍ୟ ସାହାଯ୍ୟ କରିଥାଏ । ମେଥିରେ ମିଳୁଥିବା ୱାଟର ସାଁଲ୍ୟୁବଲ  କମ୍ପୋନେଣ୍ଟ ଖାଇବାର ଇଛାକୁ କମ କରିଥାଏ । ଶୀତଦିନେ ଏହାର ସେବନ ଦ୍ୱାରା ଓଜନ ହ୍ରାସ ପାଇଥାଏ ।

କମଳା

କମଳାରେ ଭିଟାମିନ-ସି ଓ ଫାଇବର ଭରପୁର ମାତ୍ରାରେ ଥାଏ | ଯାହା ଶରୀରର ଥଣ୍ଡା ସର୍ଦ୍ଦିକୁ ନିୟନ୍ତ୍ରଣରେ ରଖିବା ସହ ଶରୀରର ଇମ୍ୟୁନିଟିକୁ ମଧ୍ୟ ମଜବୁତ କରିଥାଏ । ଏହା ସହ ବ୍ଲଡ଼ ସୁଗାର ଲେବଲ, କୋଲେଷ୍ଟ୍ରଲ, ତ୍ୱଚା ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ଦୂରୀଭୂତ କରିଥାଏ ।

ପିଜୁଳି

ପିଜୁଳି ପେଟ ସହ ଜଡିତ ଯେକୌଣସି ସମସ୍ୟାକୁ ଦୂର କରିପାରେ । ଏହାବାଦ ପିଜୁଳୀରେ ଆଣ୍ଟିଅକ୍ସିଡ଼ାଣ୍ଟ , ମିନେରାଲସ,ଭିଟାମିନ ସି, ଫଲିକ ଏସିଡ ଭରପୁର ମାତ୍ରାରେ ଥାଏ । ତେଣୁ ଗର୍ଭବତୀ ମହିଳା ମାନେ ଏହାକୁ ଖାଇଲେ ତାଙ୍କ ପାଇଁ ଉପଯୋଗୀ ହୋଇଥାଏ | ଶରୀରର ସ୍ନାୟୁ ଓ ମାଂସପେଶୀକୁ ମଜବୁତ କରିବା ସହ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ | ଏହା ମଧ୍ୟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।

ଆମ ଚର୍ମକୁ ଉଜ୍ୱଳ କରିବା ସହ ଏଥିରେ ମାଙ୍ଗାନିଜ ଥିବାରୁ ଶରୀରର ଅବଶୋଷଣ ଶକ୍ତିକୁ ବଢ଼ାଇଥାଏ । ପିଜୁଳିରେ ବହୁ କମ ମାତ୍ରାରେ କାର୍ବୋହାଇଡ଼୍ରେଡ଼ ରହିଛି । ପ୍ରାୟ ୧୦୦ ଟି ପିଜୁଳିରେ ୧୪ ଗ୍ରାମ କାର୍ବୋହାଇଡ୍ରେଡ୍ ରହିଥାଏ । ଯେଉଁଥିରେ କାର୍ବୋହାଇଡ୍ରେଡ୍ ମାତ୍ରା କମ ଥାଏ, ତାହା ଓଜନ ହ୍ରାସ ପାଇଁ ଖୁବ ଲାଭକାରୀ ଅଟେ । ତେଣୁ ପିଜୁଳି ଖାଇବା ଦ୍ୱାରା ଓଜନ କମ ହୋଇଥାଏ । ପ୍ରୋଟିନ ଭୋକ ସହ ଜଡ଼ିତ ଗ୍ରେଲିନ ହରମୋନକୁ ନିୟନ୍ତ୍ରିତ କରିଥାଏ। ଯାହା ଆମ ଓଜନକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

କଦଳୀ

ବହୁ ଲୋକ ସକାଳ ଜଳଖିଆରେ କଦଳୀ ଖାଇବାକୁ ପସନ୍ଦ କରିଥାନ୍ତି । ଏହା ପେଟ ଥଣ୍ତା ରଖିବା ସହ ଭୋକକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ | ଏହା ସହ କଦଳୀ ପୋଟାସିୟମ ଓ ଆଇରନ ପରି ଜରୁରୀ ଉପାଦାନର ମୁଖ୍ୟ ସ୍ରୋତ ହୋଇଥିବାରୁ ବହୁ ଗୁଡିଏ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର କରିପାରେ ବୋଲି ଡାକ୍ତର ମାନେ ମତ ଦିଅନ୍ତି ।

ସେଓ

ସେଓରେ ଫାଇବର ଏବଂ ଜଳୀୟ ଅଂଶ ଭରପୁର ମାତ୍ରାରେ ଥାଏ | ତେଣୁ ଦିନରେ ଅତି କମରେ ଗୋଟିଏ ଲେଖାଏଁ ସେଓ ଖାଇଲେ ଏହା ଶରୀରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିବା ସହ ଓଜନ ନିୟନ୍ତ୍ରଣକୁ ଆଣିଥାଏ । ଏହି ଫଳ ଡାଇବେଟିସ, ହାଇ ବିପି, ହୃଦ ରୋଗ ଆଦିରେ ପୀଡିତ ଥିବା ରୋଗୀଙ୍କ ପାଇଁ ଲାଭଦାୟୀ ହୋଇଥାଏ । ଏହା ବାଦ ଏଥିରେ ଆଣ୍ଟି ଆକ୍ସିଡେଣ୍ଟ ଓ ଫ୍ଲାବୋନଏଡ ମଧ୍ୟ ପ୍ରଚୁର ପରିମାଣରେ ମହଜୂତ ଥାଏ |

ଡାଳିମ୍ବ

ଡାଳିମ୍ବ ମଧ୍ୟ ଶୀତ ରତୁର ଏକ ଉପାଦେୟ ଫଳ | ଅର୍ଥୀରଇଟିସ, ଆଲଯାଇମର, ହଜମ ସମସ୍ୟାରେ ପୀଡିତ ଥିବା ଲୋକଙ୍କ ପାଇଁ ଏହା ବିଶେଷ ଫଳପ୍ରଦ ହୋଇଥାଏ |

Post a Comment

0 Comments