ଶୀତଦିନେ ସାବୁନ ଠାରୁ ଦୂରେଇ ରୁହନ୍ତୁ
ଥଣ୍ଡାଦିନେ ତ୍ୱଚା ଏବଂ ଚେହେରାର ଧ୍ୟାନ ରଖିବା ଅତ୍ୟନ୍ତ ଆବଶ୍ୟକ । ଶୀତ ଦିନରେ ଆମ ଚର୍ମ ଶୁଷ୍କ ହୋଇଯାଏ ଓ ଚର୍ମ ଧଳା ଧଳା ଦେଖାଯାଏ । ଯେତେବେଳେ ସ୍କିନ ବେଶୀ ଶୁଷ୍କ ହୋଇଯାଏ ସେତେବେଳେ କୁଣ୍ତାଇ ହେବା ଆରମ୍ଭ ହୁଏ । ସ୍କିନ ଶୁଷ୍କ ହୋଇ ମଶ୍ଚର କମିଯାଏ ସେଥିପାଇଁ କେତୋଟି ଜିନିଷ ଆଭୋଏଡ କରିବାର ଆବଶ୍ୟକ ରହିଛି ।
ତ୍ୱଚାକୁ ସଫା କରିବା ପାଇଁ ଯଦି ଆପଣ ମଧ୍ୟ ସାବୁନର ବ୍ୟବହାର କରୁଥାନ୍ତି ତେବେ ଏବେ ହିଁ ଆପଣ ଏହାକୁ ବ୍ୟବହାର କରିବା ବନ୍ଦ କରିଦିଅନ୍ତୁ । କାରଣ ସାବୁନ ଲଗାଇ ସଫା କରିବା ଦ୍ଵାରା ତ୍ୱଚା ଶୁଷ୍କ ହୋଇଯାଏ । ସାବୁନ ପରିବର୍ତ୍ତେ ଆପଣମାନେ ଏହି ଘରୋଇ ଜିନିଷ ବ୍ୟବହାର କରିବା ଦ୍ଵାରା ତ୍ୱଚା ପାଇଁ ଲାଭକାରୀ ହେବ ।
ଶୀତ ଦିନେ କେମିତି ନେବେ ତ୍ୱଚାର ଯତ୍ନ
1. ସାବୁନୁକୁ ବେଶୀ ବ୍ୟବହାର କରିବେ ନାହିଁ | ଯେତେ ସାବୁନ ଲଗେଇବେ ସ୍ଳିନ ସେତେ ଶୁଷ୍କ ହୋଇଥାଏ ।
2. ଆପଣ ସାବୁନ ବ୍ୟବହାର କରିପାରିବେ ଯେଉଁଥିରେ ସାବୁନର ଅଂଶ କମ ଥାଏ ଓ ମଶ୍ଚର ଅଂଶ ଅଧିକ ଥାଏ ଆପଣ ତାକୁ ମଧ୍ୟ ବ୍ୟବହାର କରିପାରିବେ ।
3. ସପ୍ତାହରେ ଦୁଇଥର ନିଜ ଶରୀରକୁ ସଫା କରିବା ପାଇଁ ସାବୁନ ପରିବର୍ତ୍ତେ ଉବଟନ ବ୍ୟବହାର କରନ୍ତୁ ।
- ଉବଚନ ପ୍ରସ୍ତୁତ କରିବା ପାଇଁ ବେସନରେ ଅଳ୍ପ କିଛି କ୍ଷୀର ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବେ ଏହି ମିଶ୍ରଣକୁ ସାବୁନ ପରିବର୍ତ୍ତେ ଉବଟନ ବ୍ୟବହାର କରନ୍ତୁ ।
- ଏବେ ଏହି ମିଶ୍ରଣକୁ କିଛି ସମୟ ଶରୀରରେ ଲଗାଇ ଛାଡି ଦିଅନ୍ତୁ । ୧୫ ରୁ ୨୦ ମିନିଟ୍ ପରେ ଶରୀରକୁ ଭଲଭାବେ ଘଷି ସଫା କରିଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ତ୍ୱଚାରୁ ଶୁଷ୍କତା ଦୂର ହେବା ସହ ତ୍ୱଚା ସଫା ଦେଖାଯାଇଥାଏ ।
- ହଳଦୀ, ଚନ୍ଦନ, ବେସନ ଏହି ସବୁ ଥଣ୍ଡା ଦିନରେ ବ୍ୟବହାର କରନ୍ତୁ ନାହିଁ ।
4. ଆପଣ ଖାଲି ପାଣିରେ ଗାଧୋଇବେ ମାନେ, ବେଶୀ ଗରମ ପାଣିରେ ଗାଧୋଇବେ ନାହିଁ । ନଖ ଉଷୁମ ପାଣିରେ ଗାଧାନ୍ତୁ ବେଶୀ ଗରମ ପାଣିରେ ଗାଧୋଇଲେ ସ୍ଲିନରୁ ମଶ୍ଚର ଲେବେଲକୁ ବାହାର କରିଦେଇଥାଏ | ସେଥିଲାଗି ସ୍କିନ ବେଶୀ ଶୁଷ୍କ ହୋଇଥାଏ ।
5. ସ୍କିନରେ ଗାଧୋଇ ସାରିବା ପରେ ତେଲ ଲଗେଇବେ ଓ ତାପରେ ହାଲକା ଭାବରେ ପୋଛି ହୋଇଯିବେ ସେଥିରେ ବଡିରେ ମଶ୍ଚର ରହିଥାଏ |
6. କ୍ଷୀରରେ ମଶ୍ଚରାଇଜର ରହିଥାଏ, ଯାହା ଆମ ତ୍ୱଚାରୁ ଶୁଷ୍କତା ଦୂର କରିବା ସହ ରଙ୍ଗ ମଧ୍ୟ ବଦଳାଇଥାଏ । ଏହିକାରଣରୁ ଆପଣ ଗାଧୋଇବା ସମୟରେ ଟାୱାଲକୁ କ୍ଷୀରରେ ଭିଜାଇ ସେଥିରେ ହାଲୁକା ଭାବେ ଘଷି ହୋଇ କିଛି ସମୟ ପରେ ନଖ ଉଷୁମ ପାଣିରେ ଗାଧାନ୍ତୁ ।
7. ଗାଧୋଇବା ପାଣିରେ 4 ରୁ 5 ଟେବୁଲ ସ୍ପୁନ ବେକିଂ ସୋଢା ପକାଇବା ଦ୍ୱାରା ଶରୀରରୁ ବିଷ ପଦାର୍ଥ ବାହାରକୁ ବାହାରି ଯାଇଥାଏ ।
8. ଶୀତଦିନେ ଜଣ ଜଣକର ସନବର୍ନ ହୋଇଥାଏ କାରଣ ବେଶୀ ଖରାରେ ବସିଲେ ଏମିତି ହୋଇଯାଏ ସେଥି ପାଇଁ ଶୀତଦିନେ ଖରାରେ ବସନ୍ତୁ କିନ୍ତୁ କଞ୍ଚା ଖରାରେ ମାନେ ସକାଳ ୬ ରୁ ୮ ଭିତରେ |
9. ୧୦ ଟାରୁ ୧୨ ଯେଉଁ ଖରା ରହୁଛି ତାକୁ ଆଭୋଏଡ କରିବା ଭଲ ହୋଇଥାଏ | ସନ ବାଥ ପାଇଁ ସକାଳ ଖରା ହିଁ ବହୁତ ଭଲ ହୋଇଥାଏ ସ୍କିନ ପାଇଁ ।
ଓଠ
1. ଥଣ୍ତା ଦିନରେ ବହୁତ ଲୋକଙ୍କର ଓଠ ଫାଟିଥାଏ ଓ ଶୁଷ୍କ ହୋଇ ଚୋପା ଛାଡିଥାଏ । ଓଠରେ ବହୁତ ପତଳା ଚର୍ମ ହୋଇଥାଏ ଶୀତଦିନରେ ସେଥିରେ ଜଳୀୟ ଅଂଶ କମିଯାଇଥାଏ |
2. ଯେତେବେଳେ ଓଠ ବେଶୀ ଶୁଷ୍କ ହୋଇଥାଏ ଆମେ ସେତେବେଳେ ଛିପ ଲଗାଇ ଓ ଜିଭ ଲଗାଇ ତାକୁ ଓଦା କରିଥାଉ |
3. ଏହା କରିବା ଦ୍ୱାରା ଓଠ ଅଧିକ ଶୁଷ୍କ ହୋଇଥାଏ । ଓଠ ପାଇଁ ବହୁତ ଭଲ ଲୀପ ବାମ ଆସିଥାଏ ସେଥିରେ ପେଟ୍ରୋଲିୟମ ଜେଲି ଥାଏ ସେଥିରେ ଓଠ ନରମ ରଖିଥାଏ | ଏହାକୁ ଦିନକୁ ପାଞ୍ଚ ଛଅ ଥର ଲଗାଇବା ଉଚିତ ।
4. ଘରେ ତିଆରି ଗୁଆ ଘିଅ ମଧ୍ୟ ଦିନକୁ ପାଞ୍ଚ ଛଅ ଥର ଓଠରେ ଲଗାଇ ପାରିବେ ।
ଶୀତଦିନିଆ ତ୍ୱଚା ପାଇଁ ଘରୋଇ ଉପାୟ
1. ଭିଟାମିନ – ଇ ତେଲ, ଗ୍ଲିସରିନ କିମ୍ବା ଭେସଲିନକୁ ମିଶାଇ ମୁହଁରେ ଓ ସମ୍ଭବତଃ ବେକରେ, ହାତରେ , ଗୋଡ଼ରେ ସ୍ନାନ କରିବା ପୂର୍ବରୁ ଭଲ ଭାବେ ମାଲିସ କରନ୍ତୁ । ମାଲିସ କରିବା ପରେ ୧୫ ରୁ ୨୦ ମିନିଟ ପରେ ସ୍ନାନ କରନ୍ତୁ । ଏପରି କରିବା ଦ୍ୱାରା ତ୍ୱଚା ଖୁବ ଉଜ୍ଜ୍ୱଳ ଓ କୋମଳ ହୋଇଥାଏ । ଶୁଷ୍କପଣ ଦୂର ହୋଇଥାଏ ।
2. ନଡ଼ିଆ ତେଲ କେଶ ଓ ତ୍ୱଚା ପାଇଁ ବେଶ ଲାଭଦାୟକ । ଏକ ପାତ୍ରରେ ୩ ଚାମଚ ନଡ଼ିଆ ତେଲରେ, ୧ ଚାମଚ ଲେମ୍ବୁ ରସ ମିଶାଇ ଦିଅନ୍ତୁ । ସ୍ନାନ କରିବା ପୂର୍ବରୁ ଏହାକୁ ତ୍ୱଚାରେ ଲଗାଇ ୧୦ ମିନିଟ ରଖନ୍ତୁ । ଏହାପରେ ସ୍ନାନ କରନ୍ତୁ । ଏପରି କରିବା ଦ୍ୱାରା ତ୍ୱଚାର ଚମକ ବୃଦ୍ଧି ହେବା ସହ କଳାପଣ ଦୂର ହୋଇଥାଏ ।
3. ଏକ ପାତ୍ରରେ ଲେମ୍ବୁ ରସ, ଅଙ୍ଗୁର ରସ, ସେଓ ରସ, ଆଖୁ ରସ ମିଶାଇ ଦିଅନ୍ତୁ । ଏହାକୁ ତ୍ୱଚା ଓ ଶରୀରର ସମସ୍ତ ସ୍ଥାନରେ ଲଗାଇ ୫ ମିନିଟ ମାଲିସ କରନ୍ତୁ । ୧୫ ମିନିଟ ପରେ ସ୍ନାନ କରନ୍ତୁ । ଏପରି କରିବା ଦ୍ୱାରା ରଙ୍ଗ ଗୋରା ହୋଇଥାଏ ।
4. ଏକ ପାତ୍ରରେ ୧ ଚାମଚ ଲେମ୍ବୁ ରସ, ୨ ଚାମଚ ଓଟସ, ୧ ଚାମଚ କ୍ଷୀର ଅଳ୍ପ ଗୋଲାପ ଜଳ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ସ୍ନାନ କରିବା ପୂର୍ବରୁ ଏହାକୁ ଲଗାଇ ୫ ମିନିଟ ମାଲିସ କରନ୍ତୁ । ଏହାପରେ ସ୍ନାନ କରନ୍ତୁ । ଏହା ତ୍ୱଚାକୁ ଖୁବ କୋମଳ କରିଥାଏ ।
5. ଗାଧୋଇବା ପାଣିରେ ଏକ ଚାମଚ ଲୁଣ ଏବଂ ଫିଟିକିରି ମିଶାଇ ଗାଧୋଇବା ଦ୍ୱାରା ରକ୍ତ ସଂଚାଳନ ସଠିକ ରୂପେ ହୋଇଥାଏ । ଏହାବ୍ୟତୀତ ଥକାପଣ ଦୂର ହେବା ସହ ମସଲ୍ସ ଯନ୍ତ୍ରଣାରୁ ଆରାମ ମିଳିଥାଏ ।


0 Comments
Do you have any doubts or suggestions? Ask them here in the comments!