ଶୀତଦିନେ ଚର୍ମ ଶୁଖି ଯିବାର କାରଣ ଓ ଲକ୍ଷଣ
କେବଳ ଖରାଦିନେ ନୁହେଁ ଶୀତଦିନେ ମଧ୍ୟ ଶରୀର ଶୁଖି ଯିବା ସହିତ ଓ ଫାଟି କୁଣ୍ଡିଆ ସମସ୍ୟା ଦେଖାଦେଇଥାଏ । ତେବେ ଅଧିକାଂଶ ଲୋକ ମାନଙ୍କର ଶୀତ ରତୁ ରେ ଡ଼୍ରାଏ ସ୍କିନ ହୋଇଥାଏ ଓ ଯାହା ଫଳରେ ତାଙ୍କ ସ୍କିନ ଫାଟି ଥାଏ ଓ ବେଳେ ବେଳେ ସେଥିରୁ ରକ୍ତ ସ୍ରାବ ମଧ୍ୟ ହୋଇଥାଏ | କିଛି ଲୋକମାନଙ୍କୁ ଏହି କାରଣରୁ ଜ୍ୱର ବା ଥଣ୍ତା କାଶ ହୋଇଥାଏ । ତେବେ ଏହାର କିଛି କାରଣ ଓ ଲକ୍ଷଣ ବିଷୟରେ ଆସନ୍ତୁ ଜାଣିବା ।
ଏହା ସହିତ ଶରୀରରେ ପର୍ଯ୍ୟାପ୍ତ ପରିମାଣର ଆର୍ଦ୍ରତା ଅଭାବ, କ୍ଷତିକାରକ ଅଲଟ୍ରାଭାଇଓଲେଟ୍ (UV) ସୂର୍ଯ୍ୟ କିରଣ, ଅତ୍ୟଧିକ ଗରମ ପାଣିରେ ସ୍ନାନ ଇତ୍ୟାଦି ମଧ୍ୟ ଚର୍ମକୁ ଶୁଖାଇଥାଏ । ଏଥିସହ ଚର୍ମରେ ଜ୍ୱଳନ ଏବଂ କୁଞ୍ଚନ ସୃଷ୍ଟି ହୁଏ ।
1. ଆର୍ଦ୍ରତା ଅଭାବ, ଥଣ୍ଡା ପବନ ଓ ଭିଟାମିନ୍ ଅଭାବ :-
- ଶୀତଦିନେ ଆର୍ଦ୍ରତା ଅଭାବ ଓ ଥଣ୍ଡା ପବନ ଆପଣଙ୍କ ଚର୍ମରେ ଶୁଷ୍କତା ମଧ୍ୟ ସୃଷ୍ଟି କରେ ।
- ଓଠ ଏବଂ ଚର୍ମ ଫାଟିବା ଏହି ଋତୁରେ ଏକ ବଡ ସମସ୍ୟା । ଏମିତିରେ ଭିଟାମିନ୍ ଅଭାବ ହେଲେ ବି ଏଭଳି ହୁଏ ।
2. ଉଲ୍ବସ୍ତ୍ର :-
- ଖରାଦିନେ ଝାଳ ଯୋଗୁଁ ଦେହ ହାତ କୁଣ୍ତାଇ ହେଉଥିବା ବେଳେ ଶୀତଦିନେ ଉଲ୍ବସ୍ତ୍ର ଯୋଗୁଁ ଏହି ଅସୁବିଧା ହୋଇଥାଏ ।
3. ସୂର୍ଯ୍ୟକିରଣ :-
- ଖରାଦିନେ ସନସ୍କ୍ରିନ୍ ବ୍ୟବହାର କରୁଥିବା ବ୍ୟକ୍ତି ଶୀତରେ ଏହା ଅନାବଶ୍ୟକ ବୋଲି ଭାବନ୍ତି । ଅସଲରେ କିନ୍ତୁ, ଶୀତଦିନେ ହିଁ ସୂର୍ଯ୍ୟକିରଣ ତ୍ୱଚା ପ୍ରତି ବେଶୀ କ୍ଷତିକାରକ ହୋଇଥାଏ ।
- ଶୀତରୁ ରକ୍ଷା ପାଇବା ଲାଗି ଖରାରେ ବସିବା ବେଳେ ସ୍କ୍ରିନ୍ ଟ୍ୟାନିଂ ହୋଇଥାଏ । ତେଣୁ ଶୀତଦିନେ ସନସ୍କ୍ରିନ୍ ଲଗାଇବା ଜରୁରୀ ।
4. ଗରମ ପାଣିରେ ସ୍ନାନ :-
- ଯଦି ଆପଣ ଅତ୍ୟଧିକ ଗରମ ପାଣିରେ ସ୍ନାନ କରନ୍ତି, ତେବେ ଏହି ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ ।
- ଗରମ ପାଣି ଆପଣଙ୍କ ଚର୍ମରୁ ଆର୍ଦ୍ରତା ବାହାର କରିଥାଏ ଏବଂ ଚର୍ମ ପୃଷ୍ଠକୁ ମଧ୍ୟ କ୍ଷତି ପହଞ୍ଚାଏ । ଯାହା ଏକଜେମା ପରି ଅବସ୍ଥାରେ କରିପାରେ । ଏହା ବଦଳରେ ଏକ ଅଳ୍ପ ଉଷୁମ ପାଣିରେ ସ୍ନାନ କରନ୍ତୁ ।
5. ସାବୁନ୍ ବ୍ୟବହାର :-
- ସାବୁନ୍ ଯଥାସମ୍ଭବ କମ୍ ବ୍ୟବହାର କରନ୍ତୁ ।
- ଆପଣ ସାବୁନ ବ୍ୟବହାର କରିପାରିବେ ଯେଉଁଥିରେ ସାବୁନର ଅଂଶ କମ ଥାଏ ଓ ମଶ୍ଚର ଅଂଶ ଅଧିକ ଥାଏ ଆପଣ ତାକୁ ମଧ୍ୟ ବ୍ୟବହାର କରିପାରିବେ ।
6. ପାଣି କମ୍ ପିଇବା :-
ଶୀତ ଦିନେ ବାୟୁମଣ୍ତଳ ଶୁଷ୍କ ରହିଥାଏ ଓ ସେହି ହିସାବରେ ଆମକୁ ସେତିକି ମାତ୍ରା ରେ ପାଣି ପିଇବାକୁ ପଡ଼ିଥାଏ । କିନ୍ତୁ ଆମେ ସେତିକି ମାତ୍ରାରେ ପାଣି ପି ନଥାଉ ଯାହା ଫଳରେ ଆମର ସ୍କିନ ଡ୍ରାଏ ହୋଇଥାଏ ।


0 Comments
Do you have any doubts or suggestions? Ask them here in the comments!