ଶୀତ ଦିନେ ଏହି ଖାଦ୍ୟ ଖାଇବା ଦ୍ୱାରା ଶରୀର ଉଷ୍ମ ରହିଥାଏ
ତେବେ ଜାଣନ୍ତୁ ଖାଦ୍ୟ ବିଷୟରେ, ଯାହାକୁ ଶୀତଦିନେ ଖାଇ ଆପଣ ନିଜକୁ ଫିଟ ରଖିପାରିବେ |
ଚିନାବାଦାମ ବା ବାଦାମ ଲଡୁ
ବାଦାମ ଗୁଡ ମିଶାଇ ଲଡୁ ପ୍ରସ୍ତୁତ କରି ଖାଆନ୍ତୁ । ଏହାକୁ ଶୀତ ଦିନେ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହୋଇଥାଏ ।
- ଚିନାବାଦମରେ ପ୍ରଚୂର ପରିମାଣରେ ପ୍ରୋଟିନ୍ ରହିଛି । ଚିନାବାଦାମ ଖାଇଲେ ଅନେକ ସମୟ ଯାଏ ଭୋକ ହୋଇନଥାଏ । ଏଣୁ ଅତିରିକ୍ତ କ୍ୟାଲୋରୀରୁ ଆପଣ ରକ୍ଷା ପାଆନ୍ତି । ଏଥିରେ ଭିଟାମିନ୍-ବି, ଆମିନୋ ଏସିଡ୍ ଏବଂ ପଲିଫିନୋଲ ରହିଛି, ଯାହା ଶରୀରକୁ ସୁସ୍ଥ ରଖିଥାଏ । ଚିନାବାଦାମ ଖାଇଲେ ଏହା ଶରୀରକୁ ଆବଶ୍ୟକ ଶକ୍ତି ଯୋଗାଇବା ସହ ହୃଦରୋଗ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
ମୂଳ ଜାତୀୟ ପରିବା
ଶୀତ ଦିନେ ଋତୁକାଳୀନ ପରିବା ଖାଆନ୍ତୁ । ଗାଜର, ବିଲାତି, ମୂଳା, ପିଆଜ ଭଳି ମୂଳ ଜାତୀୟ ପରିବା ଅଧିକ ମିଳିଥାଏ । ଏହାକୁ ଖାଇଲେ ଶରୀରକୁ ପ୍ରିବାୟୋଟିକ ମିଳିଥାଏ, ଯଦ୍ଦ୍ୱାରା ଶରୀରର ଓଜନ କମିବାରେ ସହାୟକୁ ହୁଏ । ଏହି ପରିବାଗୁଡ଼ିକ ପୋଷକ ତତ୍ତ୍ୱରେ ଭରପୂର ଯାହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇବା ସହ ହଜମ କ୍ରିୟାକୁ ସୁଧାରିଥାଏ।ସବୁଜ ପନିପରିବା
- ଶୀତଦିନରେ ତାଜା ସବୁଜ ପନିପରିବା ପ୍ରଚୁର ମାତ୍ରାରେ ମିଳିଥାଏ । ନିୟମିତ ନିଜ ଖାଦ୍ୟରେ ପନିପରିବାରେ ବିନ୍ସ, କୋବି, ଗାଜର, ବିଟ, ଟମାଟ ଆଦି ସାମିଲ କରନ୍ତୁ । ଏହା ସ୍ୱାସ୍ଥ୍ୟକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ଦେଇଥାଏ । ଯାହା ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।
- ପାଳଙ୍ଗ, ମେଥୀ, ସୋରିଷ, ପୋଦିନା ଆଦି ଶାଗକୁ ଖାଦ୍ୟରେ ସାମିଲ କରନ୍ତୁ । ଏହାକୁ ତାଜା ଏବଂ ଭଲ ଭାବରେ ଧୋଇ ଖାଇବା ଉଚିତ୍ । ସବୁଜ ପନିପରିବା ଖାଇଲେ ଶୀତ ଦିନେ ଶରୀର ଦରଜ ହେବା ସମସ୍ୟାର ମଧ୍ୟ ସମାଧାନ ମିଳିଥାଏ।
ବାଜରା
ଓଜନ କମାଇବାରେ ବାଜରା ଖୁବ୍ ଉପକାରୀ । ବାଜରାରେ ଭିଟାମିନ୍-ବି ପ୍ରଚୁର ମାତ୍ରାରେ ରହିଛି । ଏହା କେଶ ପାଇଁ ମଧ୍ୟ ବହୁତ ଉପକାରୀ । ବାଜରା ଖାଇବା ଦ୍ୱାରା ମାଂସପେଶୀ ମଜବୁତ୍ ହେବା ସହ ଶରୀରକୁ ଶକ୍ତି ଦିଏ ଏବଂ ଓଜନ ନିୟନ୍ତ୍ରଣରେ ମଧ୍ୟ ସାହାଯ୍ୟ କରେ ।
ଘିଅ
ଶୀତ ଦିନେ ଘିଅ ଖାଇବା ଦ୍ୱାରା ବେଶ ଲାଭ ମିଳିଥାଏ । ଘିଅ ଶରୀରକୁ ଭିତରୁ ଗରମ ରଖିଥାଏ । ଘିଅରେ ଭିଟାମିନ୍ ଏ, ଡି, ଇ ଏବଂ କେ ରହିଛି ଯାହା ଓଜନକୁ ନିୟନ୍ତ୍ରିତ କରେ । ଦେଶୀ ଘିଅ ଶରୀରର ମେଟେବୋଲିଜମକୁ ସୁଧାରିଥାଏ, ଯାହା ମୋଟାପଣ ଆସିବାକୁ ଦିଏ ନାହିଁ ।
ଲହୁଣୀ
ଶୀତ ଋତୁରେ ଲହୁଣୀ ଶରୀର ପାଇଁ ବେଶ୍ ଉପଯୋଗୀ । ଚେଷ୍ଟା କରନ୍ତୁ ଘରେ ଯେପରି ଲହୁଣୀ ପ୍ରସ୍ତୁତ କରିପାରିବ । କାରଣ ଏଥିରେ ଫ୍ୟାଟ୍ ନ ଥାଏ । ଶୀତ ଦିନରେ ତ୍ୱଚାକୁ ଶୁଖିଲା ହେବାକୁ ଦିଏ ନାହିଁ ଏବଂ ହାଇଡ୍ରେଟ୍ ରଖିଥାଏ । ଏହାଛଡ଼ା ହାଡ଼କୁ ମଜବୁତ କରିବା ସହ ଇମ୍ୟୁନିଟି ବଢ଼ାଇଥାଏ ।
ରାଶି
- ଥଣ୍ଡା ଦିନରେ ରାଶି ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଶରୀର ଉଷ୍ମ ରହିଥାଏ । ଏଥିରେ କ୍ୟାଲସିୟମ, ପ୍ରୋଟିନ, ଭିଟାମିନ୍ ଇ ଆଦି ପ୍ରଚୁର ମାତ୍ରାରେ ରହିଛି । ତେଣୁ ଏହାକୁ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ ।
- ଶୀତ ଦିନେ ହାଡ଼ ଏବଂ ଗଣ୍ଠି ଦରଜ ଏକ ସାଧାରଣ ସମସ୍ୟା ହେଲେ ବି ଯନ୍ତ୍ରଣାଦାୟକ । ଏଥିରୁ ରକ୍ଷା ପାଇବାକୁ ହେଲେ ନିଜ ଖାଦ୍ୟ ସୂଚୀରେ ରାଶିକୁ ସାମିଲ କରନ୍ତୁ । ଏହା ହାଇପରଟେନସନକୁ ମଧ୍ୟ ଦୂର କରିଥାଏ, ଯାହା ଫଳରେ ଭଲ ନିଦ ହୁଏ ।
ଶୀତ ଦିନ ସମୟରେ ବୟସ୍କ ହୁଅନ୍ତୁ ଅଥବା ପିଲା ଥଣ୍ତା ଜ୍ୱର ଆଦିରେ ଆକ୍ରାନ୍ତ ହୋଇଥାନ୍ତି । ଆଜି ଆପଣଙ୍କୁ ଏଭଳି କେତେକ ଖାଦ୍ୟ ବିଷୟରେ କହିବୁ ଯାହାକୁ ଆପଣ ଖାଇବା ଦ୍ୱାରା ଥଣ୍ତା ଜନିତ ସମସ୍ୟାରୁ ମୁକ୍ତି ମିଳିବ ।
ମିଶ୍ରି ଓ ରାଶି
ମିଶ୍ରି ଓ ରାଶି ମିଶାଇ ଖାଇବା ଦ୍ୱାରା ଥଣ୍ତା କାଶରୁ ମୁକ୍ତି ମିଳିଥାଏ । ରାଶି ଲଡୁ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ଅଟେ |
ଅଳସୀ


0 Comments
Do you have any doubts or suggestions? Ask them here in the comments!