ନୂଆବର୍ଷରେ କିଛି ନୂଆ କରିକି ଦେଖନ୍ତୁ

 ନୂଆବର୍ଷରେ କିଛି ନୂଆ କରିକି ଦେଖନ୍ତୁ

ନୂଆ ବର୍ଷରେ କର୍ମ ସହିତ ଯଦି ଭାଗ୍ୟର ସାଥ ମିଳିଯାଏ ତେବେ ଆପଣଙ୍କର ସମସ୍ତ କାମ ସଫଳ ହୋଇଥାଏ । ଏଥିପାଇଁ ଆପଣ ଭାଗ୍ୟକୁ ବୃଦ୍ଧି କରିବା ପାଇଁ ଘରକୁ କିଛି ଖାସ ଜିନିଷ ଆଣିପାରିବେ, ଯାହା ସୌଭାଗ୍ୟର ପ୍ରତୀକ ହୋଇଥାଏ। ତେବେ ଜାଣନ୍ତୁ ଘରେ କେଉଁ ସବୁ ଜିନିଷ ରଖିବା ଦ୍ୱାରା ସୌଭାଗ୍ୟ ବୃଦ୍ଧି ହୋଇଥାଏ।

ଯେଉଁ ଜିନିଷକୁ ନୂତନ ବର୍ଷ ଘରେ ରଖିବା ଦ୍ୱାରା ଆପଣ ମାନଙ୍କ ଘରେ ସୁଖ ଏବଂ ସମୃଦ୍ଧି ପ୍ରବେଶ କରିଥାଏ । ତେବେ ଆସନ୍ତୁ ଏହି ବିଷୟ ସେହି ଜିନିଷ ଗୁଡ଼ିକ କ'ଣ କ'ଣ ରହିଛି । 

ଘରର ସଫାଇ

  • ନୂଆବର୍ଷରେ ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଯେମିତି ଦୀପାବଳିରେ ଆମେ ସଫା ସଫି ଉପରେ ବହୁତ ଧ୍ୟାନ ଦିଅନ୍ତି ସେମିତି ନୂଆ ବର୍ଷର ଆଗମନରେ ବି ଆମକୁ ଘର ତଥା ଦୋକାନର ସଫା ସଫି ଉପରେ ସେମିତି ଧ୍ୟାନ ଦେବା ଉଚିତ । 
  • ଆଉ ନିଜ ଦୋକାନ ବା ଘରେ ନୀଳ ଅଥବା ଧଳା ରଙ୍ଗ କରିବା ନିଶ୍ଚୟ ଉଚିତ ।
  • ନୂଆବର୍ଷରେ ଘରର ଛାତ ଉପରକୁ ସଫା କରିବାକୁ ଯେମିତି ନ ଭୁଲନ୍ତି । ଛାତ ଉପରେ ଲୁହା ଛଡ଼ ଥିଲେ ତାହାକୁ ତୁରନ୍ତୁ ହଟାଇ ଦିଅନ୍ତୁ ।
  • ଘରରୁ ପୁରୁଣା, ଭଙ୍ଗା ସାମଗ୍ରୀ ବାହାର କରନ୍ତୁ ।
  • ଉତ୍ତର ଦିଗରେ କେବେ ବି ବେକାର ଆଉ ଅଦରକାରୀ ଜିନିଷ ରଖିବା ଉଚିତ ନୁହଁ । ଏହା ଘରର ସମୃଦ୍ଧି ରେ ଆଞ୍ଚ ଆଣିଥାଏ ।

ଏକ ଗଛ ନିଶ୍ଚୟ ଲଗାନ୍ତୁ 

  • ଗଛ ଲତା ଶୁଭର ପ୍ରତୀକ ହେଇଥାନ୍ତି । ଏମିତି ସମୟରେ ନୂଆ ବର୍ଷର ଆରମ୍ଭରେ ଆପଣ ନିଜ ଘର ଅଥବା ନିଜ ଦୋକାନର ସାମ୍ନାରେ ଗୋଟେ ମନି ପ୍ଲାଣ୍ଟ ଅଥବା ତୁଳସୀ ଗଛ ଲଗାନ୍ତୁ । ସେଠାରେ ହିଁ ପୂର୍ବରୁ ମହଜୁଦ ଥିବା ତୁଳସୀ ଗଛ ଆଉ ମନି ପ୍ଲାଣ୍ଟର ସଫା ସଫି କରନ୍ତୁ ।
  • ଘରେ ଯଦି ତୁଳସୀ ବୃକ୍ଷ ନାହିଁ ତେବେ ନୂଆବର୍ଷରୁ ଘରେ ଏବେ ଚଉରା ସ୍ଥାପନା କରି ପୂଜା କରନ୍ତୁ । ଘରେ ପୂଜାପାଠ, ହୋମ ଯଜ୍ଞ ଆଦି କରନ୍ତୁ । ଘରେ ସୁଖଶାନ୍ତି ବଢ଼ିବ ।

ମନି ଟ୍ରି

ଏହି ନୂଆବର୍ଷର ଆରମ୍ଭ ଆପଣେ କେଉଁ ବି ମନି ଟ୍ରି କିଣି କରିପାରିବେ ଯେମିତିକି ମନି ପ୍ଲାଣ୍ଟ, ବାଁମ୍ବୁ ପ୍ଲାଣ୍ଟ, କ୍ରାସୁଲ ପ୍ଲାଣ୍ଟ୍,‌ ଅଶୋକ ପ୍ଲାଣ୍ଡ୍‌ । ବନ୍ଧୁଗଣ ଏହି ସବୁ ଗଛ ଘରକୁ ସୁଖ ସମୃଦ୍ଧି ଆଣିଥାଏ । 

ଶୁଆର ଚିତ୍ର କିମ୍ବା ମୂର୍ତ୍ତି

  • ନୀଳ ରଙ୍ଗର ସୁଆର ଯୋଡା କି ହଂସର ଯୋଡା ଘରକୁ କିଣିକି ଆଣୁଛନ୍ତି ସେଥିରେ ମଧ୍ୟ ଜୀବନରେ ଖୁସି ଆସିଥାଏ ।ବାସ୍ତୁ ଶାସ୍ତ୍ର ଅନୁଯାୟୀ ଉତ୍ତର ଦିଗରେ ଶୁଆର ଚିତ୍ର ଲଗାଇବା ଦ୍ୱାରା ପିଲାମାନଙ୍କର ପଢିବାରେ ରୁଚି ବଢିଥାଏ । 
  • ଏଥିସହ ପିଲାମାନଙ୍କର ସ୍ମରଣ କ୍ଷମତାରେ ମଧ୍ୟ ବୃଦ୍ଧି ହୋଇଥାଏ । ଶୁଆ ସୌଭାଗ୍ୟର ପ୍ରତୀକ। ଯଦି ଆପଣ ଘରେ ରୋଗୀ, ନିରାଶା, ଦରିଦ୍ରତା କିମ୍ବା ସୁଖର ଅଭାବ ଅନୁଭବ କରୁଛନ୍ତି ତେବେ ଘରେ ନିଶ୍ଚୟ ଶୁଆ ରଖନ୍ତୁ ।

ମୟୂର ପୂଛ

  • ମୟୁର ପୂଛ ଅତ୍ୟନ୍ତ ଶୁଭ ଏବଂ ଚମତ୍କାରୀ ହୋଇଥାଏ । ମୟୁର ପୂଛକୁ ଭାଗ୍ୟ ବର୍ଦ୍ଧକ ମଧ୍ୟ କୁହାଯାଇଥାଏ । ଏହା ଭାଗ୍ୟର ମାର୍ଗରୁ ସମସ୍ତ ସମସ୍ୟା ଦୂର କରିଥାଏ । କିନ୍ତୁ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ ଘରେ ମୟୂର ପୂଛର ଗୁଚ୍ଛା ନୁହେଁ ବରଂ ଗୋଟିଏ ରୁ ତିନଟି ମୟୁର ପୂଛ ରଖନ୍ତୁ ।
  • ଆପଣମାନେ ଦେଖିଥିବା କୃଷ୍ଣ ଭଗବାନଙ୍କ ମୁକୁଟରେ ଏହାକୁ ଲଗାଇ ଦିଆଯାଏ ତେଣୁ ଧ୍ୟାନ ରଖିବେ କିଣିବା ସମୟରେ ଶ୍ରୀକୃଷ୍ ଙ୍କର ନାମ ନିଶ୍ଚୟ ନେବେ । ଏମିତି କରିବା ଦ୍ୱାରା କାର୍ଯ୍ୟ ରେ ସଫଳତା ମିଳିଥାଏ ଆଉ ସବୁ କାମ ଭଲରେ ହୋଇଥାଏ ।
  • ଘରକୁ ଶ୍ରୀକୃଷ୍ଣ ବଂଶୀ ବଜାଉଥିବା ଫଟୋ ଆଣନ୍ତୁ ।

ଧାତୁର କଇଁଛ ଓ ଡ୍ରାଗନ

  • ସର୍ବ ପ୍ରଥମେ ଆପଣ ନିଜ ଘରେ ଗୋଟିଏ ଧାତୁର କଇଁଛ ରଖନ୍ତୁ । କିଛି ଲୋକମାନେ ମାଟି କିମ୍ବା କାଠର ଛୋଟ କଇଁଛ ଆଣି ଘରର କୌଣସି ସ୍ଥାନରେ ରଖିଦେଇଥାନ୍ତି, ଯାହା ବିଲକୁଲ ଠିକ ନୁହେଁ । ଆପଣ ଭଲ ଧାତୁରେ କଇଁଛ ତିଆରି କରନ୍ତୁ । ଧାତୁ ରୂପା,ପିତ୍ତଳ କିମ୍ବା ତମ୍ବାର ହୋଇଥିଲେ ମଧ୍ୟ ଚଳିବ। କିନ୍ତୁ ମିଶ୍ରିତ ଧାତୁରେ ତିଆରି ହୋଇଥିବା କଇଁଛକୁ ଉତ୍ତର ଦିଗରେ ରଖିବା ଉଚିତ।
  • କଇଁଛ ଯାହା ଧନର ପରିଚାୟକ ଅଟେ, ଏହାକୁ ଗୁଡ ଲକ ପାଇଁ ଏହାକୁ ଦେଖାଯାଇଥାଏ । କଇଁଛ ପ୍ରାୟ ସମସ୍ତଙ୍କ ଘରେ ରହିଥାଏ, କଇଞ୍ଚକୁ ସବୁବେଳେ ପୂର୍ବ ଦିଗ ଆଡକୁ ମୁହଁ କରି ପାଣିରେ ବୁଡାଇକି ରଖନ୍ତୁ ।
  • ଯଦି ଆପଣ ମଧ୍ୟ ପଇସାର ଅଭାବ ଅନୁଭବ ନକରିବାକୁ ଚାହାନ୍ତି ତେବେ ଘରକୁ ନିଶ୍ଚୟ ଧାତୁର କଇଁଛ,ଘୋଡା କିମ୍ବା ଡ୍ରାଗନ ଆଣନ୍ତୁ । ଏଥିଦ୍ୱାରା ସକରାତ୍ମକ ଶକ୍ତିର ସଂଚାର ହୋଇଥାଏ।

ଅନେକ ପ୍ରକାର ପିରାମିଡ

ଆପଣ ଆପଣଙ୍କ ଘରେ ବିଭିନ୍ନ ପ୍ରକାର ପିରାମିଡ ତ ନିଶ୍ଚୟ ରଖିଥିବେ । ବିଶେଷଜ୍ଞଙ୍କ କହିବାନୁଯାୟୀ ପିରାମିଡ ର ଆକୃତି ଉତ୍ତର ଦକ୍ଷିଣ ଦିଗରେ ରହିବା କାରଣରୁ ବିଶ୍ୱରେ ବ୍ୟାପ୍ତ ଜ୍ଞାନ ଏବଂ ଅଜ୍ଞାତ ଶକ୍ତିକୁ ସ୍ଵୟଂ ସମାହିତ କରି ନିଜ ଭିତରେ ଏକ ଶକ୍ତିପୂର୍ଣ୍ଣ ବାତାବରଣ ତିଆରି କରିବାରେ ସକ୍ଷମ ହୋଇପାରିବେ ।

ଲାଫିଙ୍ଗବୁଦ୍ଧ

  • ଏହି ନୂଆବର୍ଷ ରେ ଯଦି ଆପଣଙ୍କୁ କିଏ ଲାଫିଙ୍ଗବୁଦ୍ଧ ଗିଫ୍ଟ ଦେଉଛି ତେବେ ବୁଝିନିଅନ୍ତୁ ଆପଣଙ୍କ ଭାଗ୍ୟ ବଦଳିଗଲା ।ଲାଫିଙ୍କବୁଦ୍ଧ ସେତେବେଳେ କାମ କରିଥାଏ ଯେତେବେଳେ ଆପଣଙ୍କୁ କିଏ ଗିଫ୍ଟ ଦେଇଥାଏ । ଯେଉଁଘରେ ଲାଫିଙ୍ଗବୁଦ୍ଧ ଥାଏ ସେଠି କେବେବି ଧନର ଅଭାବ ହୁଏ ନାହିଁ.| ଲଫିଙ୍ଗ ବୁଦ୍ଧ ଖୁସିର ବାତାବରଣ ଘରେ ସୃଷ୍ଟି କରିଥାଏ ।
  • ଲାଫିଙ୍ଗ ବୁଦ୍ଧଙ୍କୁ ସୁଖ ଏବଂ ସମୃଦ୍ଧିର ଦେବତା ମନାଯାଏ | ସେହିପରି ବେଳେ ଯଦି ଆପଣ ମାନେ ନୂତନ ବର୍ଷ ରେ ଏହି ଲାଫିଙ୍ଗ୍‌ ବୁଦ୍ଧଙ୍କୁ ଘରକୁ ଆଣନ୍ତୁ । ତେବେ ଏହା ଆପଣ ମାନଙ୍କ ପାଇଁ ବହୁତ ଶୁଭ ହେବ |
  • ଏହା ସହିତ ଘରର ଉତ୍ତର-ପୂର୍ବ ଦିଗରେ ଲାଫିଙ୍ଗ ବୁଦ୍ଧ ରଖିବା ଦ୍ୱାରା ସମୃଦ୍ଧି ସହିତ ସକରାତ୍ମକ ଭାବନା ଆସିଥାଏ ।

ବାୟୁ ଘଣ୍ଟି

ବାୟୁ ଘଣ୍ଟି ଏହା ପବନ ଦ୍ଵାରା ଏମିତି ସୁନ୍ଦର ଆବାଜ ବାହାର କରିଥାଏ ଘରେ ଥିବା ନକରାତ୍ମକ ଊର୍ଜା ଘରୁ ବାହାରି ଯାଇଥାଏ । ଯଦି ଘରକୁ ଆଣି ଏହାକୁ ଆପଣ ଘରେ ଟାଙ୍ଗୁଛନ୍ତି ଆପଣଙ୍କ ଜୀବନରେ ସକାରାତ୍ମକ ଊର୍ଜାର ପ୍ରବାହ ସବୁବେଳେ ରହିବ । 

Post a Comment

0 Comments