ମାର୍ଗଶୀର ମାସରେ ,ଜାଣନ୍ତୁ କେଉଁ ଜିନିଷ ଉପରେ ଧ୍ୟାନ ଦେବା ଉଚିତ
ମାର୍ଗଶିର ମାସ ଆରମ୍ଭ ହୋଇଗଲାଣି,କାର୍ତ୍ତିକ ପୂଣ୍ତିମା ଠାରୁ ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ମାର୍ଗଶୀର ମାସ ଆରମ୍ଭ ହୋଇଥାଏ | ହିନ୍ଦୁଧର୍ମ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ଦେବ ଗୁରୁ ବୃହସ୍ପତିଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ । ହିନ୍ଦୁ ପଞ୍ଚାଙ୍ଗରେ ଏହା ନଅ ମାସ ହୋଇଥାଏ ଏବଂ ଏହି ମାସ କୁ ଅଗହନ ମାସ ବୋଲି ମଧ୍ୟ କୁହାଯାଇଥାଏ | ଏହି ମାସ ଜପ, ତପ ଏବଂ ଧ୍ୟାନ କରିବା ପାଇଁ ସର୍ବୋତମ ବୋଲି ମଧ୍ୟ କୁହାଯାଇଥାଏ । ଏହା ବ୍ୟତୀତ ମାର୍ଗଶୀର ମାସରେ ପବିତ୍ର ନଦୀରେ ସ୍ନାନ କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ ।
ମାର୍ଗଶିର ମାସ ଭଗବାନ ଶ୍ରୀକୃଷ୍ଣଙ୍କୁ ସମର୍ପିତ ହୋଇଥାଏ ଏବଂ ଏହି ମାସର ପ୍ରତିଦିନ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା କରିବା ଦ୍ୱାରା ଲାଭ ମିଳିଥାଏ | ଗୁରୁବାର ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ଦିନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ଗୁରୁବାରକୁ ସାଧୁସନ୍ଥ ମାନଙ୍କ ଦିନ ବୋଲି କୁହାଯାଏ । ଆମ ଜୀବନର ସବୁ ସୁଖର ଚାବି କାଠି ବୃହସ୍ପତିଙ୍କ ପାଖରେ ଥାଏ ବୋଲି କୁହାଯାଏ । ଜ୍ୟୋତିଷ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ ଯେଉଁ ବ୍ୟକ୍ତିଙ୍କ ଉପରେ ବୃହସ୍ପତି କୃପା ଦୃଷ୍ଟି ରଖିଥାନ୍ତି, ସେହି ବ୍ୟକ୍ତିଙ୍କ ଜୀବନରେ କେବେବି ଦୁଃଖ ପ୍ରବେଶ କରେ ନାହିଁ । ଏହି ମାସ ଚାଲୁଥିବା ସମୟରେ ଲୋକମାନଙ୍କୁ ପୁଣ୍ୟର କାମ କରିବା ନିହାତି ଦରକାର ହୋଇଥାଏ |
ମାର୍ଗଶୀର ମାସରେ ନିଶ୍ଚିତ କରନ୍ତୁ ଏହି କାର୍ଯ୍ୟ :-
ଜାଣନ୍ତୁ ମାର୍ଗଶୀର ମାସରେ କେଉଁ କେଉଁ ପ୍ରକାର ଲାଭ ମିଳିଥାଏ :-
-ଏହି ମାସରେ ମଙ୍ଗଳକାର୍ଯ୍ୟ ବିଶେଷ ଫଳଦାୟୀ ହୋଇଥାଏ ।
-ଏହି ମାସରେ ଭଗବାନ ଶ୍ରୀକୃଷ୍ଣଙ୍କ ଉପାସନା ଏବଂ ଯଦି କିଛି ପବିତ୍ର ସରୋବର କିମ୍ବା ନଦୀରେ ସ୍ନାନ କରିବା ଶୁଭ ହୋଇଥାଏ ।
- ସବୁ ପାପ ସରିଯାଇଥାଏ ଏବଂ ପୁଣ୍ୟ ଲାଭ ହୋଇଥାଏ |
- ଏହା ଛଡା ଯଦି ଆପଣ ସ୍ନାନ କରୁଥିବା ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରନ୍ତି ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ |
-ଏଥିସହ ମାର୍ଗଶୀର ମାସରେ ସନ୍ତାନ ପାଇଁ ମଧ୍ୟ ଭଲ ବର ମିଳିବା ସହ ଚନ୍ଦ୍ରମାଙ୍କ ଠାରୁ ଅମୃତ ତତ୍ତ୍ୱ ପ୍ରାପ୍ତି ହୋଇଥାଏ ।
- ଯାହାର ବାହାଘର ହେଇପାରୁନାହିଁ ଯଦି ସେ ଭଗବାନ ଶ୍ରୀକୃଷ୍ଣ ଏବଂ ମାତା ରାଧାଙ୍କର ପୂଜା ଏକା ସାଙ୍ଗରେ କଲେ ତେବେ ତାଙ୍କୁ ସତ ଜୀବନସାଥୀ ମିଳିଥାଏ |
- ଏହା ଛଡ଼ା ପତି ଏବଂ ପତ୍ନୀଙ୍କର ସମ୍ପର୍କ ଭଲ ରହିଥାଏ |
-ମାର୍ଗଶିର ମାସରେ ଆସୁଥିବା ଦିନ ମାନଙ୍କରେ ଚନ୍ଦ୍ରର ପୂଜା ନିଶ୍ଚୟ କରନ୍ତୁ |
- ଚନ୍ଦ୍ରଙ୍କର ପୂଜା କରିବା ଦ୍ୱାରା ଶରୀରରେ ରୋଗ ଆସେ ନାହିଁ ଏବଂ ସ୍ୱାସ୍ଥ୍ୟ ଭଲ ରୁହେ |
- ଏମିତ ମନାଯାଏ କି ମାର୍ଗଶିର ପୂର୍ଣ୍ଣିମାର ଦିନରେ ଚନ୍ଦ୍ରଦେବଙ୍କର ଔଷଧୀୟ ଗୁଣ ପ୍ରାପ୍ତ ହୋଇଥାଏ |
-ଏହି ମାସରେ କୀର୍ତ୍ତନ କରିବା ଦ୍ୱାରା ଅମୋଘ ଫଳ ପ୍ରାପ୍ରି ହୋଇଥାଏ ।
-ଏହି ମାସରେ ଭଗବାନ ଶ୍ରୀକୃଷ୍ଣଙ୍କ ଛଡା ଶଙ୍ଖର ପୂଜା କରିବା ମଧ୍ୟ ଶୁଭ ଫଳ ଦେଇଥାଏ |


0 Comments
Do you have any doubts or suggestions? Ask them here in the comments!