ମା' ଲକ୍ଷ୍ମୀ କେଉଁଥିରେ ସନ୍ତୁଷ୍ଟ ହୁଅନ୍ତି ଏବଂ କେଉଁ ସ୍ଥାନ ତ୍ୟାଗ କରନ୍ତି

ମା' ଲକ୍ଷ୍ମୀ କେଉଁଥିରେ ସନ୍ତୁଷ୍ଟ ହୁଅନ୍ତି ଏବଂ କେଉଁ ସ୍ଥାନ ତ୍ୟାଗ କରନ୍ତି



ବଳରାମ ଦାସଙ୍କ ରଚିତ ‘ଲକ୍ଷ୍ମୀ ପୁରାଣ’ ପୁସ୍ତକରେ ଲକ୍ଷ୍ମୀଠାକୁରାଣୀଙ୍କର କେଉଁମାନେ ପ୍ରିୟପାତ୍ର ହୋଇପାରିବେ ଏବଂ କେଉଁମାନେ ତାଙ୍କ କୋପର ଶିକାର ହେବେ, ତାହା ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରାଯାଇଛି । କେବଳ ଏହି ପୁରାଣ ମାଣବସା କାର୍ଯ୍ୟରେ ସୀମିତ ନୁହେଁ ବରଂ ଏହା ଜନଜୀବନକୁ ପ୍ରଭାବିତ କରିଥାଏ ।

ଆମ ସମାଜରେ ଜାତି ଅଜାତି କୁ ନେଇ ଯେଉଁ ଭେଦଭାବ ରହିଛି, ତାହାକୁ ଉଚ୍ଛେଦ କରିବା ଅବା ଦୂରେଇବାର ପ୍ରୟାସ ହୋଇଛି ଲକ୍ଷ୍ମୀ ପୁରାଣରେ | 

ମା’କେଉଁଥିରେ ହୁଅନ୍ତି ସନ୍ତୁଷ୍ଟ :-

1. ମା’ ଲକ୍ଷ୍ମୀ କିପରି ସନ୍ତୁଷ୍ଟ ହେବେ ଓ କ’ଣ କଲେ କୋପ କରିବେ, ତାହା ସେ ନିଜେ ଦର୍ଶାଇଛନ୍ତି । ତାହା ଲକ୍ଷ୍ମୀ ପୁରାଣରେ ବର୍ଣ୍ଣିତ । 

2. ପ୍ରତି ଗୁରୁବାର ମା’ଙ୍କ ଦିନ । ଏହିଦିନ ନିଷ୍ଠାର ସହିତ ମା’ଙ୍କୁ ସ୍ମରଣ କଲେ ମା’ ସନ୍ତୁଷ୍ଟ ହୋଇଥାନ୍ତି । 

3. ବିଶେଷ କରି ଏହିଦିନ ଶୁକ୍ଳଲୁଗା ପିନ୍ଧିବା ସହିତ ଲକ୍ଷ୍ମୀପୁରାଣ ପଢ଼ିଲେ ମା’ ସନ୍ତୁଷ୍ଟ ହୋଇଥାନ୍ତି । 

4. ନିଜେ ପରିଷ୍କାର ପରିଚ୍ଛନ୍ନ ରହିବା ସହିତ ଘରଦ୍ୱାର ପରିଷ୍କାର ପରିଚ୍ଛନ୍ନ କଲେ ମା’ଙ୍କର କୃପା ଦୃଷ୍ଟି ପଡ଼େ । 

5. ସ୍ୱାମୀଙ୍କୁ ସମ୍ମାନ ଦେଇ ତାଙ୍କ ମନ ଜାଣି ତାଙ୍କ ପାଇଁ କାମ କରିବା, ସାନମାନଙ୍କୁ ସ୍ନେହ ଶ୍ରଦ୍ଧା କରିବା, ଗୁରୁଜନମାନଙ୍କୁ ଭକ୍ତି କରିବା ଦ୍ଵାରା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡ଼େ । 

6. ସ୍ୱଭାବରେ ଧୀରସ୍ଥିର, ନମ୍ର ଓ ଶାନ୍ତ ଭାବରେ କଥା ହେବା, ଅତିଥିଙ୍କୁ ଭଗବାନ ସଦୃଶ ସେବା କରିପାରିଲେ ଲକ୍ଷ୍ମୀ ଅତ୍ୟନ୍ତ ପ୍ରୀତ ହୁଅନ୍ତି ।

7. ସାହାସୀ ହୋଇଥିବେ ପୁଣି ନୀତିନିୟମ ମାନି ଚଳୁଥିବେ ଏହା ସହିତ ଗୁରୁବାର, ଅମାବାସ୍ୟା, ସଙ୍କରାନ୍ତି ଏହି ତିନିଦିନ ହବିଷ କରିବା ସହିତ ଦୁଃଖୁ ରଙ୍କିଙ୍କୁ ଦାନ କଲେ ମା’ ଅତ୍ୟନ୍ତ ପ୍ରସନ୍ନ ହୋଇ ଆଶିର୍ବାଦ କରିଥାନ୍ତି ।

ଲକ୍ଷ୍ମୀ କେଉଁ ସ୍ଥାନ ତ୍ୟାଗ କରନ୍ତି :-

ମା’ ଲକ୍ଷ୍ମୀଙ୍କର ନୀତି ବିରୋଧରେ କେତେକ କାର୍ଯ୍ୟ କଲେ ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ସେ ସ୍ଥାନ ଛାଡ଼ି ଚାଲି ଯାଆନ୍ତି । ଫଳରେ ସେଠାରେ ଦରିଦ୍ର, ଅଭାବ ଅନାଟନ ବାସ କରେ । ତେବେ ନୀତି ବିରୋଧି କାର୍ଯ୍ୟଗୁଡ଼ିକ...

1. ଶାଶୁ ଶ୍ଵଶୁରଙ୍କୁ ନମାନିଲେ, 2.  ହାତ-ପାଦ ନଧୋଇ ଖାଇ ବସିଲେ,  3. ଶୋଇବା ବିଛଣାକୁ ବଙ୍କା କରି ବିଛାଇଲେ, 
4. ଗୁରୁବାର ଦିନ ସକାଳୁ ନଉଠି ବିଳମ୍ବରେ ଉଠିଲେ,  5. ଘରଦ୍ଵାର ଲିପାପୋଛା ନକଲେ,  6. ଚୂଲିରୁ ପାଉଁଶ ନକାଢ଼ିଲେ   ମା’ ଅତ୍ୟନ୍ତ କ୍ରୋଧ କରନ୍ତି । 

7.ଦକ୍ଷିଣ ପଶ୍ଚିମ ଦିଗରେ ଖାଇ ବସିଲେ,   8. ସନ୍ଧ୍ୟାରେ କେଶ କୁଣ୍ଡାଇ ବାନ୍ଧିଲେ,  9. ଗୁରୁବାର ଦିନ ମୁଣ୍ଡ ନଧୋଇଲେ,  
10 ଆମିଷ ରାନ୍ଧିଲେ ବା ଆମିଷ ଖାଇଲେ      11. ପଖାଳ ଖାଇଲେ,    12. ଲାଉ ଖାଇଲେ   ମା’ ଅଶାନ୍ତି ହୋଇଥାନ୍ତି । 

13. ଗୁରୁବାର ଦିନ ଧାନ ଉଁଷେଇଲେ ଓ ଖଇ ଭାଜିଲେ, 14. ରାତ୍ରିରେ ଭାତ, ଦହି ଖାଇଲେ, 15. ଗୁରୁବାର ଦିନ କ୍ଷୀଅର ହେଲେ, 16. ଛୁଟି କାଟିଲେ ବା ନଖ କାଟିଲେ  ମା’ କୋପ କରନ୍ତି । 

17. ଖାଇବା ସମୟରେ ଭୂମିରେ ଅନ୍ନ ପକାଇଲେ, 18. ଖାଇ ନପାରି ଅନ୍ନ ଫୋପାଡ଼ିଲେ, 19 ଗୁରୁବାର ଦିନ     ନାରୀମାନେ ପିଲାଙ୍କୁ ମାରିଲେ,  20. ଭାତ ହାଣ୍ଡି ଧୋଇ ଭଲରେ ପରିଷ୍କାର ନକରିଥିଲେ,  

21. ଗୁରୁବାର ଦିନ ପୋଡ଼ା ଦ୍ରବ୍ୟ ଖାଇଲେ,  22. ସନ୍ଧ୍ୟାଗଡ଼ି ଗଲେ ସନ୍ଧ୍ୟା ଦେଲେ ମା’ ସେ ଘର ଛାଡ଼ି ଚାଲିଯାଆନ୍ତି । 

23. କଥା କହୁ କହୁ ହସିଲେ,  24. ରତୁମତୀ ନାରୀଙ୍କୁ ରମଣ କଲେ, 25. ସ୍ନାନ ପରେ ତେଲ ଲଗାଇଲେ, 

26. ଆସନ ନ ପକାଇ ଭୂମି ଉପରେ ଖାଇବସିଲେ, 27. କୁମାରୀ ସଙ୍ଗ ମୋହିଲେ, 28. ପିତୃଶ୍ରାଦ୍ଧ ନ କଲେ ମା’ଲକ୍ଷ୍ମୀ କୋପ କରି ସେ ସ୍ଥାନ ତ୍ୟାଗ କରିଥାନ୍ତି।

29. ଗୁରୁବାରେ ଖଟରେ ନ ଶୋଇ ତଳେ ଶୋଇଲେ, 20. ରାତିରେ କ୍ଷୀର ପିଇଲେ, 21. ମଇଳା ଡ୍ରେସ ସଫ| କଲେ 

22. ମୁଣ୍ଡ ସଫାକଲେ ମାତା ଆସନ୍ତି ହୁଅନ୍ତି |

Post a Comment

0 Comments