କଣ ଆପଣ ଜାଣିଛନ୍ତି ବେଲପତ୍ରର ସ୍ୱାସ୍ଥ୍ୟଗତ ଲାଭ ?

କଣ ଆପଣ ଜାଣିଛନ୍ତି ବେଲପତ୍ରର ସ୍ୱାସ୍ଥ୍ୟଗତ ଲାଭ ?


ବେଲପତ୍ରକୁ ପୂଜା ପାଇଁ ବ୍ୟବହୃତ ହୁଏ | ଶିବଙ୍କୁ ଅର୍ପଣ କରା ଯାଉଥିବା ବେଲପତ୍ର ,କେବଳ ପୂଜାରେ ଲାଗିନଥାଏ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭ ଦାୟକ ଅଟେ | ଆପଣ ନିଶ୍ଚିନ୍ତ ଭାବରେ ଜାଣିଥିବେ ଯେ ବେଲପତ୍ରକୁ ଗାଁ ଗହଳିର ଲୋକମାନେ ବିଭିନ୍ନ ପ୍ରକାରର ରୋଗର ଚିକିତ୍ସା ପାଇଁ ବ୍ୟବହାର କରିଥାନ୍ତି | ଯେକୌଣସି ସମୟରେ ହେଉ ମଧ୍ୟ ଆମେ ଚାହିଁଲେ ବେଲପତ୍ରକୁ ପ୍ରାକୃତିକ ଉପାୟରେ ଅଧିକାଂଶ ରୋଗର ଚିକିତ୍ସା ପାଇଁ ବ୍ୟବହାର କରିପାରିବା  ।

ଶାସ୍ତ୍ରୋକ୍ତ ଗୁଣ

ବେଲପତ୍ର ଅଳ୍ପ କଟୁରସ, ପାଚକ, ଅଗ୍ନିବର୍ଧକ, କାନ୍ତି ବର୍ଧକ, ରକ୍ତଶୋଧକ, ପ୍ରଫୁଲ୍ଲତା କାରକ, ଜ୍ୱର, କାଶ, କୃମି, ହୃଦୟରୋଗ, କାମଳ, ଶୋଥ, ଅଜୀର୍ଣ, ପାଣ୍ଡୁ, ଯକୃତ, ପ୍ଳୀହା, ଗୁଳ୍ମ, ଶୂଳ, ବମନ ଓ ଅତିସାର ନାଶକ।

ସମସ୍ତ ପ୍ରକାର ବାତ – ପିତ୍ତ ରୋଗ ଯେପରିକି ଏସିଡ଼ିଟି, ଅଳସର, ପେଟ ଦରଜ, ସଂଗ୍ରହଣୀ, ଅଗ୍ନି ବଦ୍ଧକ, ପାଚକ, ମଳରୋଧକ, କଫବାତ ନାଶକ,ଆଣ୍ଠୁ ଓ ଅଣ୍ଟା ଦରଜ, ଶରୀର ଝାଳ ଦୁର୍ଗନ୍ଧ ଆସିବା, ବାଳ ଝାଡ଼ିବା ବା ପାଚିବା, କାମୁକ ଚିନ୍ତା ଆସିବା ସବୁବେଳେ, ରକ୍ତ ପରିଷ୍କାର କରିବା, ବ୍ଲଡ଼ ପ୍ରେସର, ଆନିମିଆ, ମଧୁମେହ ଆଦି ରୋଗରେ ଖୁବ ବଢ଼ିଆ କାମ କରେ |

ଆଜି ଚାଲନ୍ତୁ ଜାଣିବା ବେଲପତ୍ରର ଚମତ୍କାରିତା ଓ ଔଷଧିୟ ଗୁଣ ବିଷୟରେ ଓ ବେଲପତ୍ର ନିୟମିତ ଖାଇଲେ କେଉଁ କେଉଁ ରୋଗରୂ ମୁକ୍ତି ମିଳିଥାଏ । ଏହା ଜଡ଼ିବୁଟି ଅଟେ । ଅନେକ ଔଷଧ ଏହିଥିରୁ ପ୍ରସ୍ତୁତ ହୋଇଥାଏ ।

ଖାଇବା ପଦ୍ଧତି

  1. ଆପଣ ଏହାକୁ ସଫା କରି ରଖି ନିଅନ୍ତୁ ଏହା ପରେ ଆପଣ ଏହାକୁ ଗୁଣ୍ଡ କରିକି ଏହାକୁ ଚୂର୍ଣ୍ଣ ଭଳି ଖାଇ ପାରିବେ ।
  2. ଯଦି ଆପଣ କାଡା କରି ପିଇବା ପାଇଁ ଚାହୁଁଛନ୍ତି ତେବେ ଆପଣ ଏହାକୁ ମଧ୍ୟ ପି ପାରିବେ । ଆପଣ 5 ଟି ବେଲ ପତ୍ର, 5 ଟି ନିମ ପତ୍ର, 5 ଟି ତୁଳଷୀ ପତ୍ର, କିଛି ହଳଦୀ ମଧ୍ୟ ଏହା ମଧ୍ୟ ରେ ପକାଇ ପାରନ୍ତି । ଏହା ପରେ ଆପଣ କିଛି ପାଣି ତମ୍ବା ପାତ୍ରରେ ରଖି ନିଅନ୍ତୁ । ସକାଳେ ଏହି ସବୁ ଜିନିଷ ସେହି ପାଣିରେ ପକାଇ ତାକୁ ଫୁଟାଇ ଦିଅନ୍ତୁ ଦେଖିବେ ଆପଣ ଭଲ ପରିଣାମ ପାଇବେ ।

1. ନିମୋନିଆ

ମିଶ୍ରି ସହିତ ଶୁଖିଲା ବେଲ ପତ୍ର ଖାଇଲେ ନିମୋନିଆ ରୋଗ ଭଲ l

2. କର୍ଣ୍ଣ ପୀଡା ଦୂର

କର୍ଣ୍ଣ ପୀଡା ଦୂର କରେ ଯେତେବେଳେ ଏହାକୁ ସୋରିଷ ତେଲ ସହିତ ଫୁଟାଯାଇ ବ୍ୟବହାର କରାଯାଏ l

3. ଆଖି ସମ୍ବନ୍ଧୀୟ ବହୁତ ରୋଗ ଦୂର

  1. ଏହାକୁ ପାଣିରେ ସିଝାଇ ଥଣ୍ଡା କରି ସେଇ ପାଣିକୁ ଆଖିରେ ଧୋଇଲେ ଆଖି ସମ୍ବନ୍ଧୀୟ ବହୁତ ରୋଗ ଦୂର ହୋଇଥାଏ  l
  2. ଆଖି ଧରିଲେ କିମ୍ବା ଆଖିରୁ ପାଣି ଗଡ଼ିଲେ କିମ୍ବା ଆଖି ଲାଲ୍ ପଡ଼ିଲେ ବେଲପତ୍ରକୁ ଅଳ୍ପ ଉଷୁମ କରି ଆଖି ଉପରେ ରଖି ୨ ଘଣ୍ଟା ପାଇଁ ଏକ ପଟି ବାନ୍ଧି ଦେଲେ କଷ୍ଟରୁ ଉପଶମ ମିଳିଥାଏ ।

4. ଜ୍ୱର

  1. ଜ୍ୱର ହୋଇଥିଲେ ବେଲପତ୍ର ସବୁଠୁ ବେଶୀ ଜଲଦି କାମ ଦେଇଥାଏ । ଜ୍ୱରକୁ ନିୟନ୍ତ୍ରିତ କରିଥାଏ ଯଦି ଆପଣଙ୍କୁ ଜ୍ୱର ଆସିଥାଏ କିମ୍ବା ଛୋଟ ଛୁଆ ଙ୍କୁ ଜ୍ବର ହୋଇଥାଏ ସେତେବେଳେ ବେଲ ପତ୍ରର କାଢ଼ା ବନେଇକି ସେବନ କଲେ ଜ୍ୱର ଶୀଘ୍ର ଛାଡି ଯାଇଥାଏ ।  
  2. 7 ଟି ବେଲ ପତ୍ର ସହିତ 3ଟି ଗୋଲମରିଚ ଖାଇବେ ସକାଳୁ l ଥଣ୍ଡା ସର୍ଦି ଜ୍ୱରରେ ତୁଳସୀ ପତ୍ର ଓ ମହୁ ମିଶାଇ ଖାଇପାରିବେ l
  3. ବର୍ଷା ଦିନେ ଓ ଶୀତଦିନେ ଥଣ୍ଡା ,କାଶ ଓ ଜ୍ୱରରେ ପ୍ରାୟ ସମସ୍ତେ ଆକ୍ରାନ୍ତ ହୋଇଥାନ୍ତି | ଏହି ସମୟରେ ବେଲପତ୍ର ରସରେ ମହୁ ମିଶାଇ ପିଇବା ଦ୍ୱାରା ଲାଭ ମିଳିଥାଏ |

5. ହୃଦରୋଗ

  1. ହୃଦରୋଗୀ ମାନଙ୍କ ପାଇଁ ବେଲପତ୍ରର ପ୍ରୟୋଗ ଅତ୍ୟନ୍ତ ଲାଭଦାୟକ ଅଟେ | ଆପଣ ଯଦି ହୃଦ ରୋଗରେ ପୀଡ଼ିତ ଅଛନ୍ତି , ତେବେ ବେଲପତ୍ରକୁ ବାଟି ବା କାଢା ବନାଇ ଏହାର ସେବନ କଲେ । ହୃଦ ରୋଗ ସମସ୍ୟାରୁ ମୁକ୍ତି ମିଳେ ।
  2. ସକାଳୁ ଏହାକୁ ନିୟମିତ ଖାଇଲେ ଏହା ହାର୍ଟ ରୋଗରୁ ବଞ୍ଚାଇବା ସହ କୋଲୋଷ୍ଟ୍ରଲକୁ କମାଇ ଥାଏ ।

6. ଶ୍ୱାସ ରୋଗୀ

  1. ଶ୍ୱାସ ରୋଗୀ ମାନଙ୍କ ପାଇଁ ମଧ୍ୟ ବେଲପତ୍ର ଅମୃତ ସମାନ ଅଟେ | ଶ୍ୱାସ ରୋଗୀମାନେ ବେଲପତ୍ର ରସକୁ ସେବନ କଲେ ଲାଭ ମିଳିଥାଏ |
  2. ଆଜମା ରୋଗରେ ପୀଡ଼ିତ ଥିଲେ ବେଲପତ୍ରରେ ମହୁ ମିଶାଇ ଖାଇଲେ ଆଜମା କମ ହୋଇଥାଏ ।
  3. ଶୁଖୁଲା ବେଲ ପତ୍ର ଚୂର୍ଣ୍ଣ ଦୁଇଅଣି ଓଜନ ସେଥିରେ ଏକଅଣା ଓଜନ ଗୋଲମରିଚ ଚୂର୍ଣ୍ଣ ମିଶାଇ ସକାଳେ ଓ ସନ୍ଧ୍ୟାରେ ଖାଇଲେ ଅନ୍ତକୋଷ (ହାନିଆ), କଫ, କାଶ ଭଲ ହୁଏ | ଅନୁତଃ ଏକମାସ ଖାଇବ |
  4. ଆସ୍ଥମା ରୋଗ ପାଇଁ ମଧ୍ୟ ବେଲଗଛ ଚେରକୁ କାଢା କରି ପିଇବା ଦ୍ୱାରା ଏଥିରୁ ଆରାମ ମିଳିଥାଏ ।

7. ପାଟି ଘା

  1. ବେଳେବେଳେ ପେଟ ଗରମ ହୋଇ ପାଟିରେ ଘା ହୋଇଯାଇଥାଏ | ସେହି ସମୟରେ ବେଲପତ୍ରକୁ ଚୋବାଇବା ଦ୍ୱାରା ପାଟି ଘା କମିଯାଇଥାଏ |
  2. ପାଟି ଭିତରେ ଘା’ ହୋଇଥିଲେ ଗୋଟିଏ ଦୁଇଟି ବେଲପତ୍ରକୁ ଚୋବାଇ ଖାଆନ୍ତୁ । ଧିରେ ଧିରେ ଘା’ ଭଲ ହୋଇଯିବ ।
  3. ଛୋଟ ପିଲାଙ୍କ ପେଟରେ କୃମି ହୋଇଥିଲେ ବେଲ ପତ୍ରର ରସ ଅଳ୍ପ ଅଳ୍ପ ପିଆନ୍ତୁ ଏହା ଦ୍ୱାରା କୃମି ନଷ୍ଟ ହୋଇଯା’ନ୍ତି।

8. ପାଇଲସ୍ ଏବଂ ଅର୍ଶ ରୋଗ

  1. ଅର୍ଶ ରୋଗୀଙ୍କ ପାଇଁ ବେଲପତ୍ର କୌଣସି ଅମୃତଠୁ କମ ନୁହେଁ ଅର୍ଶ ରୋଗ ହୋଇଥିଲେ ବେଲ ପତ୍ରକୁ ଶୁଖାଇ ଏହାକୁ ଗୁଣ୍ଡ କରି ଏଥିରେ ମିଶ୍ରି ମିଶାଇ ଗୁଣ୍ଡ କରନ୍ତୁ ଏହି ଗୁଣ୍ଡକୁ ପ୍ରତିଦିନ ସକାଳୁ ପାଣି ସହିତ ମିଶାଇ ସେବନ କରନ୍ତୁ ।
  2. ଅର୍ଶ ରୋଗରେ ଆକ୍ରାନ୍ତ ରୋଗୀ ବେଲଗଛର ଚେରକୁ ବାଟି ସେଥିରେ ସମାନ ପରିମାଣରେ ମିଶ୍ରି ମିଶାଇ ଦିନକୁ ଦୁଇଥର ସେବନ କରିବା ଆବଶ୍ୟକ |
  3. ଯଦି ବେଲଗଛର ଚେର ମିଳୁନାହିଁ ତେବେ ବେଲଫଳର ଭିତର ଚେରୁଆ ଅଂଶକୁ ପାନମଧୁରୀ ଓ ଶୁଣ୍ଠୀ ମିଶାଇ କାଢା ପ୍ରସ୍ତୁତ କରନ୍ତୁ | ଏହାପରେ ଏହି କାଢାକୁ ପ୍ରତେକ ଦିନ ଏକ ସପ୍ତାହ ପର୍ଯ୍ୟନ୍ତ ପିଅନ୍ତୁ |
  4. ବେଲ ପତ୍ରର ରସରେ ଗୋଲମରିଚ ମିଶାଇ ସେବନ କରିବା ଦ୍ଵାରା ଅର୍ଶ, କାମଳ ଏବଂ ପେଟରୋଗରେ ଭଲ ହୋଇଥାଏ।
  5. ଯଦି ଆପଣ ପାଇଲ୍‌ସ୍‌ ରୋଗରେ ଆକ୍ରାନ୍ତ, ତେବେ ବେଲପତ୍ର ଆପଣଙ୍କୁ ବହୁତ ସୁଫଳ ଦେବ। ଏହା ସହ ଆପଣ ବେଲ ଗଛର ମୂଳକୁ କାଟି ଆଣି ଶୁଖାଇ ଦିଅନ୍ତୁ ତା ପରେ ସେଥିରେ ମିଶ୍ରି ମିଶାଇ ଗୁଣ୍ଡ କରି ନିଅନ୍ତୁ। ଏହି ଗୁଣ୍ଡକୁ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଥଣ୍ଡା ପାଣିରେ ମିଶାଇ ପିଅନ୍ତୁ। ଏହା କରିବା ଦ୍ୱାରା ଆପଣ ଅନେକ ସୁଫଳ ପାଇପାରିବେ।

9. ଡାଇରିଆ ସମସ୍ୟା

  1. ଛୋଟ ପିଲା ମାନଙ୍କର ଡାଇରିଆ ସମସ୍ୟା ଦେଖା ଦେଲେ ବେଲପତ୍ରର ରସ ପିଆନ୍ତୁ l ଏହା ଡାଇରିଆ ସହିତ ପେଟ ଫମ୍ପେଇବା ,ଏସିଡ଼ିଟି ,ଗ୍ୟାସ ଓ ବଦହଜମି ଇତ୍ୟାଦିକୁ ଠିକ କରିଥାଏ |
  2. ଯଦି କିଛି ପେଟର ସମସ୍ୟା ଅଛି ତେବେ ବେଲପତ୍ରକୁ ଗୋଲମରିଚ ସହ ବାଟି ସକାଳେ ଖାଲି ପେଟରେ ଖାଇଲେ ପେଟ ସମସ୍ୟାରୁ ଉପଶମ ମିଳେ ।

10. ଶରୀର ରୁ ସ୍ମେଲ୍

  1. ଯଦି ଶରୀରରୁ ସ୍ମେଲ୍ ବାହାରୁଛି ତେବେ ବେଲପତ୍ର ରସକୁ ୧ ଘଣ୍ଟା ଲଗେଇ ରଖନ୍ତୁ ତା ପରେ ଗାଧାନ୍ତୁ ଦେଖିବେ ଦେହରକ ବାହାରୁଥିବା ଦୁର୍ଗନ୍ଧ ବହୁତ ଶୀଘ୍ର କମିଯିବ ଧୀରେ ଧୀରେ ଏହା ଶେଷ ହୋଇଯିବ।  ନିୟମିତ ବେଲପତ୍ର ରସ ଦେହରେ ମର୍ଦ୍ଦନ କରିବା ଦ୍ଵାରା ଦେହରୁ ବାହାରୁଥିବା ଦୁର୍ଗନ୍ଧ ଦୂର ହୋଇଥାଏ।
  2. ଶିଶୁ ପତ୍ର 7ଟି ସହିତ ବେଲ ପତ୍ର 7 ଟି ସକାଳେ ଖାଇଲେ ଦୁର୍ଗନ୍ଧ ଦୂର ହୁଏ l

11. ଶରୀର ରେ ଦାଗ, ମୁହଁ ରେ ବ୍ରଣ , କାଛୁ କୁଣ୍ଡିଆ

  1. ଶରୀର ରେ ଦାଗ, ମୁହଁ ରେ ବ୍ରଣ , କାଛୁ କୁଣ୍ଡିଆ ହେଲେ ବେଲପତ୍ର ରସ ସହ ଜିରା କୁ ମିଶାଇ ଖାଆନ୍ତୁ କିଛିଦିନ ନିୟମିତ ବ୍ୟବହାର କଲେ ଏହା ମୁହଁରୁ ବ୍ରଣ ଓ ଦାଗ ସମ୍ପୂର୍ଣ୍ଣ ଭାବରେ ଲିଭାଇ ଦେବା ।
  2. ଆପଣଙ୍କ ଶରୀରରେ ଯଦି ବ୍ରଣ କିମ୍ବା ଯାଦୁ କାଛୁ କୁଣ୍ଡିଆ ହୋଇଥାଏ ତେବେ ସେହି ସ୍ଥାନରେ ବେଲପତ୍ର ରସ ଲଗାଇବା ଦ୍ୱାରା ଦାଗ ସମ୍ପୂର୍ଣ୍ଣ ଦୂର ହେଇଥାଏI
  3. ଯଦି ଆପଣଙ୍କ ମୁହଁରେ କୌଣସି ଦାଗ ରହିଛି, ତେବେ ବେଲ ପତ୍ରକୁ ବାଟି ମୁହଁରେ ଲଗାନ୍ତୁ। ଅନେକ ସମୟରେ ମୁହଁ କୁଣ୍ଡାଇ ହୋଇ ମଧ୍ୟ ଦାଗ ସୃଷ୍ଟି ହୋଇଥାଏ। ସେହି ସ୍ଥାନରେ ଆପଣ ବେଲ ପତ୍ର ରସ ଲଗାନ୍ତୁ। ଏହା ଦ୍ୱାରା ଆପଣଙ୍କ ମୁହଁରେ ଥିବା ଜୀବାଣୁ ନଷ୍ଟ ହୋଇଯିବେ।
  4. ଏହି ଲେପ ତିଆରି କରିବା ପାଇଁ ଗୋଟିଏ ତାଟିଆ ରେ ବେଲ ପତ୍ରକୁ ନେଇ ଏହାକୁ ଧୋଇକି ଗ୍ରାଇଣ୍ଡର ସାହାଯ୍ୟରେ ଏହାର ପେଷ୍ଟ ବନାନ୍ତୁ ଏହି ପେଷ୍ଟ କୁ ଚେହେରାରେ ଲଗାଇ ତିରିଶ ମିନିଟ ପର୍ଯ୍ୟନ୍ତ ରଖନ୍ତୁ ତାପରେ ଥଣ୍ଡା ପାଣି ସାହାଯ୍ୟରେ ଏହାକୁ ଧୋଇଦିଅନ୍ତୁ ।
  5. . ବେଲ ପତ୍ର, ବାସଂଗ ପତ୍ର, ଲିମ୍ବ ପତ୍ର ଏବଂ ବେଗୁନିଆ ପତ୍ର କୁ ସମ ଭାବରେ ମିଶ୍ରଣ କରି ସେଥିରେ ହଳଦୀ ୧୦ ଖଣ୍ଡ, ହରିଡା ୧୦ ଖଣ୍ଡ, ସୋଉନ୍ଧବ ଲବଣ ବାଟି କି ଲଗାଇଲେ କୁଣ୍ଡିଆ ରୋଗ ଭଲ ହୋଇଥାଏ।
  6. ଉଷୁମ ପାଣିରେ ଅଳ୍ପ ମହୁ ଏବଂ ବେଲ ପତ୍ରର ରସ ପକାଇ ପିଅନ୍ତୁ । ଏହା ଦ୍ୱାରା ଆପଣଙ୍କ ତ୍ୱଚା ଉଜ୍ଜ୍ୱଳ ଦିଶିବ

12. ବ୍ଳଡ୍ ପ୍ରେସର୍

  1. ବ୍ଲଡ଼ ପ୍ରେସର ରୋକିବା ପାଇଁ ବେଲପତ୍ରର ରସକୁ ସବୁ ଦିନ ସକାଳୁ ଉଠି ପିଅନ୍ତୁ ।
  2. ଆପଣ ରକ୍ତ ଚାପ ପାଇଁ ଡାକ୍ତର କହିଥିବା ଔଷଧକୁ ଖାଇବା ସହ ଯଦି ଏହି ବେଲପତ୍ରକୁ ସେବନ କରିବେ ତେବେ ଆପଣ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ ।
  3. ବେଲପତ୍ରକୁ ପାଣିରେ ଫୁଟାଇ ଦିଅନ୍ତୁ ଏବଂ ସେହି ପାଣିକୁ ପିଅନ୍ତୁ । ଏଭଳି କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିବ । 

13. କେସ ଝଡିବା

  1. କେସ ଝଡିବା ବନ୍ଦ ହେବାପାଇଁ ବେଲ ପତ୍ର ଖାଆନ୍ତୁ ବେଲ ପତ୍ର ଦ୍ୱାରା ଶରୀରେ ପରିବର୍ତ୍ତନ ଘଟିବ ଓ ଏହା ଆପଣ ଆପେ ଆପେ ଜାଣିପାରିବେ ଚେଷ୍ଟା କରନ୍ତୁ ପ୍ରତିଦିନ ବେଲପତ୍ର ଖାଇବାକୁ ।
  2. ଯଦି ଆପଣଙ୍କର କେଶ ପ୍ରବଳ ମାତ୍ରାରେ ଝଡୁଛି ତେବେ ସତେଜ ବେଲ ପତ୍ର ଖାଆନ୍ତୁ। ଦେଖିବେ କେଶ ଝଡ଼ିବା କମିଯିବ।

14. ବୟଶ ଆସିବା ଆଗରୁ ସେମାନେ ବହୁତ ବୟସ୍କ ଦେଖାଯିବା

ଏହା ସହ ଆଉ ଏକ କଥା ଆଜି କାଲୀ ପିଲା ମାନେ ହୁଅନ୍ତୁ କିମ୍ବା ଆଜିକାଲି ବଡ ଲୋକମାନେ ନିଜ ବୟଶ ଆସିବା ଆଗରୁ ସେମାନେ ବହୁତ ବୟସ୍କ ଦେଖା ଯାଉଛନ୍ତି । ଯାହା ପାଇଁ ସେମାନେ ଅନେକ ପ୍ରକାର ଉପାୟ ମାନ କରୁଛନ୍ତି କିନ୍ତୁ ଆପଣ ଏହାକୁ ମାତ୍ର ଥରେ ଖାଇବା ଦ୍ଵାରା ଆପଣ ମଧ୍ୟ ଯୁବକ ଭଳି ଦେଖା ଯାଇ ପାରିବେ । ଏଥିରେ ଆଣ୍ଟିଏଜିଂ ଗୁଣ ଥିବାରୁ ଏହାକୁ ସେବନ କରବା ଭଲ ହୋଇ ଥାଏ ।

15. ବଦହଜମି, ଏସିଡ଼ିଟି, ଗ୍ୟାସ୍‌

  1. ସକାଳୁ ଉଠି ତିନିରୁ ଚାରିଟି ବେଲପତ୍ର ଖାଇବା ଦ୍ୱାରା ବଦହଜମି, ଏସିଡ଼ିଟି, ଗ୍ୟାସ୍‌  ଏସବୁ ରୋଗ ଯଦି ଥାଏ ତେବେ ନିୟନ୍ତ୍ରଣ ହେଇଥାଏ।
  2. ମିଶ୍ରି ସହିତ ଖାଇଲେ ଏସିଡ଼ିଟି, ପେଟ ଗ୍ୟାସ ସମସ୍ୟା ଦୂର ହୁଏ l
  3. ବେଲ ପତ୍ର ଶୀଘ୍ର ହଜମ ହୁଏ ମହୁ ସହିତ ଖାଇଲେ l
  4. କଞ୍ଚା ବେଲପତ୍ର କୁ ଖରା ରେ ଶୁଖାଇ ଏହାକୁ ଗୁଣ୍ଡ କରି ଏକ ସଫା କାଚ ବୋତଲ ରେ ପୁରାଇ ରଖନ୍ତୁ। ଏହା କୁ ପ୍ରତ୍ୟହ ସେବନ କରିବା ଦ୍ୱାରା ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ  

16. ଡାଇବେଟିସ୍‌ ରୋଗୀ

  1. ମଧୁମେହ ରୋଗ ଆରମ୍ଭ ହେଲେ ୪ ଚାମଚ୍ ବେଲ ପତ୍ର ରସ ସହ ଅଧ ଚାମଚ ମହୁ ମିଶାଇ ୨ ଥର ଲେଖା ଖାଲି ପେଟରେ ଖାଇବା ଦ୍ଵାରା ରୋଗ ଭଲ ହୋଇଥାଏ।
  2. ମଧୁମେହ ରୋଗରେ ଦୁଇତୋଳା ବେ ପତ୍ର ରସରେ ଏକତୋଳା ମହୁ ମିଶାଇ ସକାଳେ ଓ ସନ୍ଧ୍ୟାରେ ଖାଇଲେ ୨/୩ ସପ୍ତାହରେ ରୋଗୀର ଶର୍କରା ନିର୍ଗମ ବନ୍ଦ ହୋଇ ଆଶ୍ଚର୍ଯ୍ୟ  ଜନକ ଫଳ ଲାଭ ହୁଏ ।
  3. ଡାଇବେଟିସ୍‌ ରୋଗୀ  ପ୍ରତିଦିନ ବେଲ ପତ୍ର ଖାଇବା ଦ୍ୱାରା ଡାଇବେଟିସ୍‌ ନିୟନ୍ତ୍ରଣରେ ରହେ।

17. ଶରୀରର ତାପକୁ ନିୟନ୍ତ୍ରିତ କରିଥାଏ

  1. ବେଲପତ୍ର ଶରୀର ତାପକୁ କମ କରିଥାଏ ତେଣୁ ଶରୀରର ତାପ ଯଦି ବଢିଯାଏ ତେବେ ବେଲ ପତ୍ରକୁ ପାଟିରେ ପକାଇ ଏହାକୁ ଚୋବାଇ ଖାଇଲେ ଏହା ବହୁତ ଲାଭ ଦାୟକ ହୋଇଥାଏ ।
  2. ଶରୀର ଦୁର୍ବଳ ଲାଗୁଥିଲେ ବେଲପତ୍ର ରସ ସହିତ ଜିରାଗୁଣ୍ଡ ମିଶାଇ ଖାଇଲେ ଦେହ ଭଲ ଲାଗିଥାଏ ।

18. ମହୁମାଛି କିମ୍ବା ବିରୁଡି କାମୁଡେ

  1. ଯଦି କେବେ ଆପଣଙ୍କୁ ମହୁମାଛି କିମ୍ବା ବିରୁଡି କାମୁଡେ ତେବେ କାମୁଡି ଥିବା ସ୍ଥାନରେ କିଛି ବେଲପତ୍ର ରସ ଲଗାଇଲେ ଯନ୍ତ୍ରଣାରୁ ଆରାମ ମିଳିଥାଏ |
  2. କୌଣସି ବିଷାକ୍ତ ପୋକ ଆପଣଙ୍କ ଶରୀରକୁ କାମୁଡ଼ି ଦେଲେ ସେହି ଅଂଶଟି ଲାଲ ପଡ଼ିଯିବା ସହ କୁଣ୍ଡାଇ ହୋଇଥାଏ। ସେହି ସ୍ଥାନରେ ବେଲ ପତ୍ରର ରସ ଲଗାନ୍ତୁ। ଏହା ଦ୍ୱାରା ଶୀଘ୍ର ସୁଫଳ ମିଳିବ।

Post a Comment

0 Comments