ଜାଣନ୍ତୁ ସ୍ୱାସ୍ଥ୍ୟପାଇଁ ମୂଳା କେତେ ଉପକାରୀ

ଜାଣନ୍ତୁ ସ୍ୱାସ୍ଥ୍ୟପାଇଁ ମୂଳା କେତେ ଉପକାରୀ

ଶୀତ ଋତୁରେ ମିଳୁଥିବା ଅନେକ ପନିପରିବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ । କାରଣ ଶୀତଋତୁରେ ଶରୀର ପାଇଁ ଉପଯୋଗୀ ନାନା ପନିପରିବା ମିଳିଥାଏ।  ଶୀତଦିନେ ଆମ ଶରୀର ପାଇଁ, ସବୁଠାରୁ ଅଧିକ ଲାଭଦାୟ ହେଉଛି ମୂଳା | ଏହାର ଅନେକ ସ୍ୱାସ୍ଥ୍ୟଗତ ଗୁଣ ରହିଛି । ମୂଳା ଖାଇବା ଦ୍ୱାରା ଅନେକ ରୋଗ ମଧ୍ୟ ଦୂର ହୋଇଥାଏ, କିନ୍ତୁ ଏହାର ଉପକାରିତା ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି | 

ଏଥିରେ  ଫସଫରସ ,ପ୍ରୋଟିନ , କ୍ୟାଲେସିୟମ ,ଆୟୋଡ଼ିନ ଆଦି ଅଧିକ ମାତ୍ରାରେ ଥାଏ । ଏହାସହ ଭିଟାମିନ-ଏ, ଭିଟାମିନ-ବି, ଭିଟାମିନ-ସି, ଲୌହ, ସୋଡିୟମ, ମ୍ୟାଗନେସିୟମ ଓ କ୍ଲୋରିନ ପରି ଯାବତୀୟ ପୋଷକ ତତ୍ତ୍ୱ ଭରି ରହିଥାଏ । ଏହା ଶରୀରକୁ ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୁଏ । 

ଲାଲ୍ ମୂଳା –ପୁଷ୍ଟିକର ପଦାର୍ଥରେ ଭରପୂର,  ନାଲି ମୂଳାରେ ଭରପୁର ମାତ୍ରାରେ ଭିଟାମିନ-ଏ, ଇ, ସି, କେ ଓ B6, ରହିଛି। ଏଥିରେ ବହୁ ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ, ଫାଇବର, ଜିଙ୍କ, ପୋଟାସିୟମ୍, ଫସଫରସ୍, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ଆଇରନ୍ ଏବଂ ମାଙ୍ଗାନିଜ୍ ରହିଛି।

ଆସନ୍ତୁ ଜାଣିବା ମୂଳାର ଉପକାରିତା -

1. କ୍ୟାନ୍ସର ରୋଗରୁ ମୁକ୍ତି

  • ମୂଳାରେ ଫାଇଟୋକେମିକାଲସ ଓ ଏନ୍ଥୋକ୍ୟାନିସ ନାମକ ତତ୍ୱ ରହିଥାଏ ଯାହା କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ମୁକ୍ତି ଦେଇଥାଏ । 
  • ମୂଳାରେ ଫୋଲିକ ଏସିଡ୍ ରହିଥାଏ । ଯାହା କ୍ୟାନ୍ସର ରୋଗରେ ପୀଡ଼ିତ ରୋଗୀଙ୍କୁ ରୋଗ ସହ ଲଢ଼ିବାକୁ ଶକ୍ତି ଯୋଗାଇଥାଏ ।

2. ପାଚନ ପ୍ରକ୍ରିୟା ଠିକ ଭାବେ ସଂଚାଳିତ

  • ଶୀତଋତୁରେ ଭୋକ କମ୍ ହେବା ଏକ ସାଧାରଣ ସମସ୍ୟା । ଖାଲି ପେଟରେ ଅଳ୍ପ ମୂଳା ଖାଆନ୍ତୁ, କିଛି ସମୟ ପରେ ଭୋକ ଲାଗିବ । ଏହା ଗ୍ୟାସ ସମସ୍ୟା ମଧ୍ୟ ଦୂର କରିବ । ମୂଳା ଖାଇବା ଦ୍ୱାରା ପାଚନ ପ୍ରକ୍ରିୟା ଠିକ ଭାବେ ସଂଚାଳିତ ହୋଇଥାଏ । ମୂଳା ଆମ ଲିଭରକୁ ସଠିକ ରଖିଥାଏ ଓ ଯେକୌଣସି ପାଚନ ଜନିତ ସମସ୍ୟାକୁ ଦୂର ରଖେ |
  • ମୂଳାରେ ପ୍ରଚୁର ମାତ୍ରାରେ ଫାଇବର ରହିଛି । ଯେଉଁମାନେ ପ୍ରତ୍ୟହ ସାଲାଡରେ ମୂଳା ଖାଆନ୍ତି ସେମାନଙ୍କ ଶରୀରରେ କେବେ ବି ଫାଇବରର ଅଭାବ ରହିବନି । ଫାଇବର କାରଣରୁ ପାଚନକ୍ରିୟା ଠିକ୍ ଭାବରେ ଚାଲିଥାଏ । ଏହା ବ୍ୟତୀତ ମୂଳା ଯକୃତର ମଧ୍ୟ ଯତ୍ନ ନେଇଥାଏ ।

3. ଦାନ୍ତ ପାଇଁ

ଏଥିରେ ଥିବା କ୍ୟାଲସିୟମ ଓ ମିନେରାଲ୍ସ ଯୋଗୁଁ ଏହା ଆମ ଦାନ୍ତକୁ ସୁସ୍ଥ ରଖିଥାଏ | ମୂଳାକୁ ଛୋଟଛୋଟ ଆକାରରେ କାଟି ତାକୁ ଲେମ୍ଭୁ ରସରେ ବୁଡ଼ାଇ ଦାନ୍ତ ଘଷନ୍ତୁ ଏବଂ କିଛି ସମୟ ଚୋବାନ୍ତୁ । ଦାନ୍ତ ଧଳା ହେବ । ମୂଳାରସ କୁଳି କଲେ ଦାନ୍ତ ଶକ୍ତ ଓ ଦୃଢ଼ ହେବ । 

4. ମୂଳା କୋଲେଷ୍ଟେରଲ ନିୟନ୍ତ୍ରଣ କରେ

  • ମୂଳା କୋଲଷ୍ଟ୍ରଲକୁ ନିୟନ୍ତ୍ରଣ ରଖେ ।
  • ଦେହରେ ଅଧିକ ଚର୍ବି ଥିଲେ ମୂଳାରସ ଓ ଲେମ୍ଭୁରସ ମିଶାଇ ପିଅନ୍ତୁ । ମୂଳାର ରସ ସେବନ ଦ୍ୱାରା ଏହା ଆମ ମୋଟାପାକୁ କମ କରିଥାଏ ।

5. ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ 

  • ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ବଢାଇବା ପାଇଁ ମୂଳା ମଧ୍ୟ କାମ କରେ | ମୂଳା ଶରୀରରୁ ପ୍ରଦାହ ଏବଂ ଉତ୍ତେଜନାକୁ ହ୍ରାସ କରିଥାଏ ଏବଂ ବାର୍ଦ୍ଧକ୍ୟକୁ ରୋକିବାରେ ମଧ୍ୟ ସାହାଯ୍ୟ କରିଥାଏ |
  • ମୂଳାରେ ଅଧିକ ପରିମାଣର ଭିଟାମିନ୍ ସି ଥାଏ ଯାହା ଶୀତଦିନେ କଫ ଏବଂ ଥଣ୍ଡାକୁ ରୋକିଥାଏ | ମୂଳାରେ ଡି-କଂଜେଷ୍ଟେଟ ଥାଏ ଯାହା ନାକ ଆଉ ବେକକୁ ସଫା କରିବାରେ ସାହାଯ୍ୟ କରେ । ଏହାଦ୍ୱାରା ବ୍ୟାକ୍ଟେରିଆ ବଢି ପାରନ୍ତି ନାହିଁ ତେଣୁ କାଶ ଆଉ ଥଣ୍ତା ହୁଏ ନାହିଁ ।
  • ଯଦି ଆପଣଙ୍କୁ କାଶ କିମ୍ବା ଅସ୍ଥାମା ଥାଏ ତେବେ ମୂଳାର ସାଲାଡ଼ରେ କଳା ଲୁଣ ଓ ଜିରା ପାଉଡ଼ର ପକାଇ ଖାଇଲେ ବହୁତ ଉପକାର ମିଳିବ ।
  • ମୂଳା ଖାଇବା ଦ୍ଵାରା ଥଣ୍ଡା ଜ୍ଵରରୁ ମୁକ୍ତି ମିଳିଥାଏ ।
  • ମୂଳା ଶରୀରରେ ଯନ୍ତ୍ରଣା ଏବଂ ଜଳାପୋଡ଼ା କମ କରିବା ସହ ବୟସର ଛାପ ପଡ଼ିବାକୁ ଦେଇ ନ ଥାଏ ।
  • ମୂଳା ଫାଇବର ଯୁକ୍ତ ହୋଇଥିବାରୁ ଏହା ପେଟ ସଫା କରିବାରେ ସାହାଯ୍ୟ କରେ । ଯାହାଦ୍ୱାରା କଫରୁ ମୁକ୍ତି ମିଳିଥାଏ ଆଉ ପେଟ ଭଲ ରହିଥାଏ।

6. ରକ୍ତଚାପକୁ ନିୟନ୍ତ୍ରଣ କରେ

  • ମୂଳାରେ ହାଇପରଣ୍ଟେସିବ ଗୁଣ ରହିଥାଏ ଯାହା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ । ମୂଳାରେ ପୋଟାସିୟମ ଅଧିକ ପରିମାଣରେ ଥାଏ | ଏହା ଶରୀରରେ ସୋଡିୟମ ଆଉ ପୋଟାସିୟମ ମାତ୍ରାକୁ ସନ୍ତୁଳିତ କରିବାରେ  ସାହାଯ୍ୟ କରେ ଯାହା ବିପିକୁ ବିଗିଡିବାକୁ ଦିଏ ନାହିଁ ।
  • ବିଶେଷକରି ଯଦି ଆପଣ ହାଇପରଟେନସନ ସମସ୍ୟାରେ ପୀଡ଼ିତ । ତେବେ ନିଜ ଖାଦ୍ୟରେ ମୂଳାକୁ ନିଶ୍ଚୟ ସାମିଲ କରନ୍ତୁ । ଆୟୁର୍ବେଦ ଅନୁସାରେ, ମୂଳା ରକ୍ତ ଉପରେ ଥଣ୍ଡା ପ୍ରଭାବ ପକାଇଥାଏ ।
  • କେତେକ ରକ୍ତଚାପ ରୋଗୀଙ୍କର ମୁଣ୍ଡ ବୁଲାଇଥାଏ ଏବଂ ଅଚାନକ ତାଙ୍କୁ କିଛି ଦେଖାଯାଏ ନାହିଁ ।ଏଭଳି ଅବସ୍ଥା ଉପୁଜିଥିଲେ ସାଧାରଣତଃ ପୀଡ଼ିତ ବ୍ୟକ୍ତି ଚିକିତ୍ସକଙ୍କ ପରାମର୍ଶ ନେଇଥାଆନ୍ତି | ମନେରଖନ୍ତୁ ଏକ ପରିବାର ପତ୍ରକୁ ଆପଣ ନିଜ ଭୋଜନର ଏକ ଅଙ୍ଗ କରିଲେ,ସେହି ଅବସ୍ଥା ଛୁମନ୍ତର ହୋଇଯିବ।ଏହା ହେଲା ମୂଳା ଶାଗ । 

7. ହୃତପିଣ୍ଡକୁ ରୋଗରୁ ରକ୍ଷା କରିଥାଏ

  • ମୂଳା ଓ ଏହାର ପତ୍ର ରସ ଆମ ଶରୀର ବିଶେଷକରି ହୃଦଘାତ ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ ।
  • ମୂଳା ଏନ୍ଥୋସାୟନିନ୍ ଏକ ସ୍ରୋତ । ଯେଉଁ କାରଣରୁ ଆମ ହୃଦୟ ସଠିକ୍ ଭାବରେ କାର୍ଯ୍ୟ କରିବାରେ ସକ୍ଷମ ହୁଏ । ପ୍ରତ୍ୟହ ମୂଳା ଖାଇଲେ ହୃଦରୋଗ ହେବାର ଆଶଙ୍କା କମ ରହିଥାଏ । ମୂଳାରେ ଫୋଲିକ୍ ଏସିଡ ଏବଂ ଫ୍ଲୋଭୋନଏଡସ୍ ମଧ୍ୟ ପ୍ରଚୁର ରହିଛି । ଏହା ରକ୍ତରେ ଅମ୍ଳଜାନର ଅଭାବକୁ ଦୂର କରିଥାଏ ।
  • ବିପିକୁ କଣ୍ଟ୍ରୋଲରେ ରଖିବା ଦ୍ୱାରା ଏହା ଆମ ହୃଦୟକୁ ଠିକ ରଖିବାରେ ସାହାଯ୍ୟ କରିଥାଏ ।  ବିପି ବିଗିଡିବା ଶରୀର ବିଗିଡିବାର ସବୁଠାରୁ ବଡ କାରଣ ମାନା ଯାଇଥାଏ । ଏମିତିରେ ଏହା କଣ୍ଟୋଲରେ ରହିବା ଦ୍ୱାରା ହୃଦୟ ଉପରେ କମ ପ୍ରେସର ପଡିଥାଏ ଆଉ ହୃଦୟ ସହିତ ଜଡିତ ରୋଗର ବିପଦ କମ ହୋଇଥାଏ |

8. ସୁଗାର କଣ୍ଟ୍ରୋଲ ପାଇଁ

ମୂଳାର ରସ ଡ଼ାଇବେଟିସ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ । ମୂଳା ଫାଇବର ଯୁକ୍ତ ପରିବା ଅଟେ,ଯାହା ପେଟକୁ ଠିକ ରଖିବା ସହିତ ଖାଇବାକୁ ଠିକରେ ପଚେଇବାରେ ସାହାଯ୍ୟ କରେ । ଏହା କରିବା ଦ୍ୱାରା ଏହା ସୁଗାର ଲେବଲକୁ ଶୀଘ୍ର ବଢ଼ାଏ ନାହିଁ ଯାହା ଡାଇବେଟିସକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ । ମୂଳାରେ ଇନସୁଲିନକୁ କଣ୍ଟ୍ରୋଲ କରିବାର ମଧ୍ୟ ଗୁଣ ଅଛି,ଯାହା ବ୍ଲଡ଼ ସୁଗାର ସ୍ତରକୁ ଅଟକାଇ ରଖିଥାଏ ।

9. କିଡ଼ନୀକୁ ସୁସ୍ଥ ରଖିବା

  • ମୂଳାରେ ଡାୟୁରେଟିକ ରହିଥାଏ ଯାହା କିଡନିକୁ ଦିଟସ୍କ କରିବାରେ ସାହାଯ୍ୟ କରିଥାଏ । ଏହାଦ୍ୱାରା ଶରୀର ଠିକ ରହିଥାଏ ଆଉ ଶରୀରରେ ଅଦରକାରୀ  ଦ୍ରବ୍ୟ ଏକାଠି ହେବାକୁ ଦିଏ ନାହିଁ ।
  • ମୂଳା କିଡ଼ନୀକୁ ସୁସ୍ଥ ରଖିବା ସହ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଦେଇଥାଏ । ମୂଳାରସ ସହିତ ସୈନ୍ଧବଲବଣ ମିଶାଇ ପିଇଲେ କିଡ୍‌ନୀ ସୁସ୍ଥ ରୁହେ ଏବଂ ପଥୁରି ସମସ୍ୟା ଦୂର ହୁଏ ।
  • ମୂତ୍ର ସମ୍ବନ୍ଧିତ ପ୍ରାୟ ସମସ୍ତ ସମସ୍ୟା ପାଇଁ ମୂଳା ଏକ ଉପଯୋଗୀ ପରିବା । ଏହା ମୂତ୍ରମାର୍ଗରେ ଥିବା ହାନିକାରକ ତତ୍ତ୍ୱ ମୂଳପୋଛ କରେ ଏବଂ ସଂକ୍ରମଣ ଦୂର କରିବାରେ ସହାୟକ ହୁଏ ।

10. ମେଟାବୋଲିଜମ୍ ବୃଦ୍ଧି କରେ

ମୂଳା କେବଳ ପାଚନକ୍ରିୟା ପାଇଁ ଲାଭକାରୀ ନୁହେଁ ଏହା ଅମ୍ଳ, ମୋଟାପଣ, ଗ୍ୟାଷ୍ଟ୍ରିକ୍ ଏବଂ ବାନ୍ତି ଭଳି ସମସ୍ୟାର ମଧ୍ୟ ସମାଧନ କରିଥାଏ ।

11. ରକ୍ତ ନଳୀକୁ ମଜବୁତ କରେ

ମୂଳାରେ ପ୍ରଚୁର ମାତ୍ରାରେ କୋଲୋଜେନ୍ ରହିଛି । ଏହା ଆମ ଶରୀରର ରକ୍ତ ନଳୀକୁ ମଜବୁତ କରିଥାଏ । ଫଳରେ ଆଥେରୋସ୍କେଲେରୋସିସ୍ ଭଳି ଗମ୍ଭୀର ରୋଗ ହେବାର ଆଶଙ୍କା କମ୍ ହୋଇଯାଏ ।

12. ତ୍ୱଚା ଓ ଚର୍ମ ପାଇଁ ଲାଭଦାୟକ 

  • ସୁନ୍ଦର ଓ ମସୃଣ ତ୍ୱଚା ପାଇଁ ପ୍ରତିଦିନ ମୂଳା ଜୁସ ପିଇବା ଉଚିତ । ମୂଳାରେ ଭିଟାମିନ-ସି ଓ ଫସଫରସ ଥିବାରୁ ଏହା ତ୍ୱଚାର ରୁଖାପଣ ଦୂର କରିଥାଏ ଏବଂ ବ୍ରଣ ରୁ ମଧ୍ୟ ମୁକ୍ତ କରିଥାଏ । କେଶରେ ଲଗାଇଲେ ରୁପି ସମସ୍ୟା ମଧ୍ୟ ଦୂର ହୋଇଥାଏ ଓ ମୂଳରୁ କେଶ ମଜବୁତ ହୋଇଥାଏ ।
  • ତ୍ଵଚାକୁ ଦାଗହୀନ ଓ ନରମ କରିବାକୁ ଚାହୁଁଥିଲେ ମୂଳାପତ୍ରର ରସ ଲଗାନ୍ତୁ । ଚର୍ମ ଚିକଣ କରିବାରେ ସାହାଯ୍ୟ କରେ । ମୂଳାରେ ଆଣ୍ଟି ବେକ୍ଟେରିଆଲ୍ ଏବଂ ଆଣ୍ଟିଅକ୍ସିଡେଣ୍ଟର ଗୁଣ ତ୍ୱଚାକୁ ହାଇଡ୍ରେଟ୍ ରଖିଥାଏ ଆପଣଙ୍କ ତ୍ୱଚାରେ ସୁନ୍ଦର ବନାଇବାରେ ସହାୟକ ହୋଇଥାଏ ।

13. ଅନ୍ୟାନ୍ୟ ରୋଗ

  • ମୂଳାରେ ପ୍ରଚୁର ମାତ୍ରାରେ ଫାଇବର୍‌ ରହିଛି । ଏହା ଖାଇଲେ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ବି ମୁକ୍ତି ମିଳିଥାଏ । 
  • ମୂଳାର ରସକୁ ପାଣି ଓ ମିଶ୍ରି ସହିତ ମିଶାଇ ପିଇଲେ ପୋଲିଓ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । 
  • ମୂଳା ପାୟରିଆ ଆଦି ସମସ୍ୟାର ସମାଧାନ କରିଥାଏ ।
  • ମୂଳା ଶରୀରର ହିମୋଗ୍ଲୋବିନକୁ ସଠିକ ରଖେ ।
  • ହରମୋନ ବାଲାସିଂ ପାଇଁ ମୂଳା ଏକ ଉପକାରୀ ଖାଦ୍ୟ ।
  • ମୂଳା ନିଦ୍ରାହୀନତା ଦୂର କରେ |
  • ବାରମ୍ବାର ହାକୁଟି ହେଉଥିଲେ ମୂଳାର କଞ୍ଚା ନରମ ପତ୍ରକୁ ଚୋବାଇ ରସ ଢ଼ୋକନ୍ତୁ |

Post a Comment

0 Comments