ଗୁରୁବାର ଦିନ କ'ଣ କରିବା ଉଚିତ
ଗୁରୁବାର ଦିନ କ'ଣ କରିବା ଉଚିତ
ଲକ୍ଷ୍ମୀ ପୁରାଣ ସମାଜ ପ୍ରତି ଏକ ଆହ୍ୱାନ । ଜାତି, ଅଜାତି, ଗୋରା, କଳା ବର୍ଣ୍ଣ ଆଦିରେ କୌଣସି ପ୍ରଭେଦ ରହିବ ନାହିଁ । ଏହା ହିଁ ଜଗନ୍ନାଥ ସଂସ୍କୃତିର ଉଚ୍ଚ ଆଦର୍ଶ ଲକ୍ଷ୍ମୀ ପୁରାଣରେ ପ୍ରକଟିତ । ଏ ବ୍ରତରେ ଜାତିଭେଦ ନାହିଁ । ସ୍ଵୟଂ ମହାଲକ୍ଷ୍ମୀ ବ୍ରାହ୍ମଣଠାରୁ ଚଣ୍ଡାଳଯାଏଁ ଦ୍ଵାରେ ଦ୍ୱାରେ ବୁଲିଛନ୍ତି । ଏହି ମାସରେ ପଡୁଥିବା ପୂର୍ଣ୍ଣିମା ଦିନ ମୃଗଶିରା ନକ୍ଷତ୍ର ଘଟିଥାଏ । ଯେଉଁଥିପାଇଁ ଏହି ମାସକୁ ମାର୍ଗଶିର କୁହାଯାଏ ।
ଗୁରୁବାର ଦିନ କ'ଣ କରିବା ଉଚିତ :-
- ସକାଳେ ଉଠିବା ପରେ ବାସୀ ବିଛଣା ପଡିଥିବା ଅବସ୍ଥାରେ ପୂଜା କରନ୍ତୁ ନାହିଁ । ପ୍ରଥମେ ବାସୀ ବିଛଣା ଉଠାଇବା ପରେ ଘରକୁ ଝାଡୁ ପୋଛା କରନ୍ତୁ ଓ ପରେ ସ୍ନାନ କରିବା ପରେ ପୂଜା ଆରମ୍ଭ କରନ୍ତୁ ।
- ଗୁରୁବାର ଭଗବାନ ବିଷ୍ଣୁ ଓ ମାତାଲକ୍ଷ୍ମୀଙ୍କୁ ସମର୍ପିତ । ବିଷ୍ଣୁ ଓ ଲକ୍ଷ୍ମୀଙ୍କର ପ୍ରିୟ ଦ୍ରବ୍ୟ ହଳଦୀ । ଏଣୁ ଗୁରୁବାର ଦିନ କିଛି ପାଣିରେ ହଳଦୀ ମିଶାଇ ଭକ୍ତ ପାଣିରେ ଗାଧାନ୍ତୁ ।
- ଗୁରୁବାର ଦିନ କଦଳୀ ଗଛ ମୂଳେ ଜଳ ଅର୍ପଣ କରନ୍ତୁ ଏବଂ କଦଳୀ ଗଛ ପୂଜା କରନ୍ତୁ ।
- ଗୁରୁବାର ଦିନ ପ୍ରଥମେ ତୁଳସୀ ଚଉରା ନିକଟରେ ପୂଜା କରନ୍ତୁ ଓ ଏହା ପରେ ଆପଣ ଆପଣଙ୍କ ଠାକୁର ଘରେ ଠାକୁରଙ୍କୁ ପୂଜା କରନ୍ତୁ ।
- ଗୁରୁବାର ଦିନ ବ୍ରତ କଲେ ଲକ୍ଷ୍ମୀଙ୍କ କୃପାରୁ ସମସ୍ତ ମନୋବାଞ୍ଛା ପୂର୍ଣ୍ଣ ହୁଏ । ଗୁରୁବାର ଦିନ ମାତା ଲକ୍ଷ୍ମୀ ଙ୍କର ପ୍ରିୟ ହୋଇଥିବାରୁ ଏହି ଦିନ ଏକ ଲାଲ ରଙ୍ଗର କପଡା ଉପରେ କିଛି ଶ୍ଵେତ ଧାନ ବିଛାଇ ଲକ୍ଷ୍ମୀ ଙ୍କ ପ୍ରତିମା ନିକଟରେ ପୂଜା କରନ୍ତୁ ଓ କିଛି ଶ୍ଵେତ ପୁଷ୍ପ ମଧ୍ୟ ଅର୍ପଣ କରନ୍ତୁ ।
- ଗୁରୁବାର ଦିନ ତୁଳସୀ ଗଛ ମୂଳେ କଞ୍ଚା କ୍ଷୀର ଢାଲନ୍ତୁ । ଏହାଦ୍ଵାରା ସମସ୍ତ ସମସ୍ୟା ବୂର ହୋଇଯିବ ।
- ଗୁରୁବାର ବୃହସ୍ପତି ଙ୍କୁ ସମର୍ପିତ ହୋଇଥିବାରୁ ଦେବଗୁରୁ ଙ୍କର ପ୍ରିୟ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ଭଗବାନ ବିଷ୍ଣୁ ଙ୍କୁ ମଧ୍ୟ ହଳଦିଆ ରଙ୍ଗ ପ୍ରିୟ ଅଟେ । ତେଣୁ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ ।
- ଗୁରୁ ଗ୍ରହକୁ ପ୍ରସନ୍ନ କରିବା ପାଇଁ ଗୁରୁବାର ଦିନ ଭଗବାନ ଶିବଙ୍କୁ ହଳଦିଆ କନିଆର ଫୁଲ ଓ ହଳଦିଆ ଲଡୁ ଚଢାନ୍ତୁ । ଏହାଦ୍ଵାରା ଭଗବାନ କୃପାରୁ ସମସ୍ତ ସମସ୍ୟା ଦୂରେଇ ଯିବ ଓ ଗ୍ରହ ରିଷ୍ଟ ମଧ୍ୟ କଟିଯିବ |
- ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତୁ ଦାନ କରିବା ଶୁଭ ହୋଇଥାଏ । ଏହି ଦିନରେ ଆପଣ ହଳଦୀ, ଚଣା ଡାଲି ଓ କଦଳୀ ଆଦି ଦାନ କରନ୍ତୁ । ଏହା ସହିତ ଗୁରୁବାର ଦିନ ବୃହସ୍ପତିଙ୍କ ମନ୍ତ୍ର ୧୦୮ ଥର ଜପ କରନ୍ତୁ ।
- ଆପଣ ଆପଣଙ୍କ ଘରର କବାଟ ରେ ଗୁରୁବାର ଦିନ ରାତିରେ ହି ଶୁଭ ଲାଭ, ସ୍ୱସ୍ତିକ ନହେଲେ ଲକ୍ଷ୍ମୀମାଙ୍କର କିଛି ଆଦର୍ଶ ଜିନିଷ ଲଗାନ୍ତୁ ।
- ଗୁରୁବାର ଦିନ ସନ୍ଧ୍ୟା ସମୟରେ ଝୁଣା ଜଳାଇ ଘର ସାରା ବୁଲାନ୍ତୁ । ଏହା ଦ୍ଵାରା ଆଖ ପାଖର ବାତାବରଣ ଶୁଦ୍ଧ ରହିବ ଏବଂ ନକରାତ୍ମକ ଶକ୍ତି ଘରୁ ଦୂରେଇଯିବ ।
- ଗୁରୁବାର ଦିନ ୧୨ ଟା ପରେ କାହାକୁ ବି ଭିକ୍ଷା ଦିଅନ୍ତୁ ନାହିଁ । ଏହି ବାରରେ କାହାକୁ ଟଙ୍କା ଧାର ଦିଅନ୍ତୁ ନାହିଁ । ଏପରି କଲେ ଘରୁ ଲକ୍ଷ୍ମୀ ଛାଡି ଚାଲି ଯାଆନ୍ତି ।
- ଗୁରୁବାର ଦିନ ଘରେ ଖେଚୁଡ଼ି ପ୍ରସ୍ତୁତ କରନ୍ତୁ କରନ୍ତୁ ନାହିଁ କି ବାହାରେ ଖାଆନ୍ତୁ ନାହିଁ |
0 Comments
Do you have any doubts or suggestions? Ask them here in the comments!