ଭଗବାନ ବିଷ୍ଣୁ ମଧ୍ୟ ପାଳନ କରିଥିଲେ ଏହି ବ୍ରତ ଜାଣନ୍ତୁ ଗୁରୁବାର ଦିନ କଲେ କ'ଣ ମିଳିଥାଏ ଫଳ

ଭଗବାନ ବିଷ୍ଣୁ ମଧ୍ୟ ପାଳନ କରିଥିଲେ ଏହି ବ୍ରତ ଜାଣନ୍ତୁ ଗୁରୁବାର ଦିନ କଲେ କ'ଣ ମିଳିଥାଏ ଫଳ

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ,ସବୁ ପୂର୍ଣ୍ଣିମାକୁ ସତ୍ୟନାରାୟଣଙ୍କର ପୂଜା ଉପାସନା କରାଯାଏ । ଏହିଦିନ ଭଗବାନ ଶ୍ରୀହରି  ବିଷ୍ଣୁଙ୍କ ନାରାୟଣ ରୂପର ପୂଜା କରାଯାଇଥାଏ । ଏହି ବ୍ରତକୁ କରିବା ପାଇଁ କିଛି ବିଶେଷ ତିଥିର ଦରକାର ପଡେନି । 

ଗୁରୁବାର ଦିନ ସତ୍ୟନାରାୟଣ ପୂଜା କରାଯାଏ । ସତ୍ୟକୁ ନାରାୟଣଙ୍କ ରୂପରେ ପୂଜା କରିବାକୁ ସତ୍ୟନାରାୟଣ ପୂଜା କୁହାଯାଏ । ଭଗବାନ ବିଷ୍ଣଙ୍କୁ ସମର୍ପିତ କରାଯାଉଥିବା ଏହି ପୂଜା ଶୁଭ ଫଳଦାୟୀ ହୋଇଥାଏ । ସତ୍ୟନାରାୟଣ ପୂଜାର ତପ୍ତର୍ଯ୍ୟ ହେଉଛି ଦୁନିଆରେ ନାରାୟଣ ହିଁ ଏକମାତ୍ର ସତ୍ୟ ଅଟେ । 

ଭାଦ୍ରବ ମାସର ପୂର୍ଣ୍ଣିମାର ହିନ୍ଦୁ ଧର୍ମରେ ବିଶେଷ ମହତ୍ତ୍ୱ ରହିଛି । ଏହି ଦିନରେ ଭଗବାନ ବିଷ୍ଣୁଙ୍କର ସତ୍ୟନାରାୟଣ ରୂପର ପୂଜାର ବିଧାନ ରହିଛି, ନାରଦ ପୁରାଣରେ ଏହି ଦିନରେ ଉମା-ମହେଶ୍ୱରଙ୍କ ବ୍ରତ ରଖିବାର ମହତ୍ତ୍ୱ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି । ଧାର୍ମିକ ମାନ୍ୟତା ଅନୁଯାୟୀ, ଭଗବାନ ବିଷ୍ଣୁ ମଧ୍ୟ ଉମା-ମହେଶ୍ୱରଙ୍କ ବ୍ରତ ରଖିଥିଲେ । ଏହାସହ ଏହି ପୂର୍ଣ୍ଣିମା ଦିନ ପିତୃପକ୍ଷର ପ୍ରାରମ୍ଭ ହେଉଥିବାରୁ ଏହାର ମହତ୍ତ୍ୱ ମଧ୍ୟ ଅଧିକ । ଭଗବାନ ସତ୍ୟନାରାୟଣଙ୍କ ଉପାସନା ପାଇଁ ଏହି ଦିନଟି ସର୍ବୋତ୍ତମ ବି ଅଟେ । 

ମହତ୍ତ୍ୱ

  • ଭଗବାନ ବିଷ୍ଣୁଙ୍କର ସତ୍ୟନାରାୟଣ କଥାର ଖୁବ ମହତ୍ତ୍ୱ ରହିଛି । ସ୍କନ୍ଧ ପୁରାଣ ଅନୁଯାୟୀ, ସତ୍ୟର ପାଳନ ନ କଲେ ବହୁ ସମସ୍ୟାର ସୃଷ୍ଟି ହୋଇଥାଏ । ତେଣୁ ନିଜ ଜୀବନରେ ସତ୍ୟକୁ ନିଷ୍ଠାର ସହ ପାଳନ କରିବା ଉଚିତ । ଏହାଦ୍ୱାରା ଭଗବାନଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ।
  • ଏହି ବ୍ରତ କରିବା ଦ୍ଵାରା ପ୍ରଭୁ ବିଷ୍ଣଙ୍କ କୃପାରୁ ଜୀବନର ସମସ୍ତ କଷ୍ଟ ଦୂର ହୋଇଥାଏ । ବ୍ରତ କରିବା ଲୋକର ଜୀବନରେ ଦୁଖ,ଶୋକ ଦୂର ହୋଇଥାଏ,ଜୀବନରେ ସୁଖ,ଶାନ୍ତି, ସମୃଦ୍ଧିର ଆଗମନ ହୋଇଥାଏ |
  •  ପୁତ୍ର ପ୍ରାପ୍ତ ହେବା ସହିତ ସବୁଠି ବିଜୟ ପ୍ରାପ୍ତିର ବରଦାନ ମିଳିଥାଏ । ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।
  • ଏହି ବ୍ରତ କରିବା ଦ୍ୱାରା ବିବାହରେ ବିଳମ୍ବ ହେଉଥିବା କନ୍ୟା ଓ ଯୁବକଙ୍କର ଶୀଘ୍ର ବିବାହ ହୋଇଥାଏ ।
  • ଆପଣ ଗୁରୁବାର ଦିନ ଘରେ ସତ୍ୟନାରାୟଣ କଥା ରଖିଥାନ୍ତି , ନା କେବଳ ବିବାହିତ ଦମ୍ପତିଙ୍କ ପାଇଁ ଏହା ଲାଭକାରୀ ହେବ , ବରଂ ପୁରା ପରିବାରରେ ଶାନ୍ତିର ବାତାବରଣ ରହିବ |
  • ସତ୍ୟନାରାୟଣ କଥା ଘରୁ ସବୁ ନକରାତ୍ମକ ଉର୍ଜାକୁ ବାହାରକରି ସକରାତ୍ମକ ଉର୍ଜା ଫେରାଇଆଣିବ |
  • ଏଥିରେ ମନ ସଫା ରହିଥାଏ , ଓ ଭଲ ବିଚାର ଆସିଥାଏ , ଏହା ଦ୍ୱାରା ଘରେ କେବେ ଲଢାଇ ଝଗଡା ହୁଏ ନାହିଁ  ଓ ସମସ୍ତେ ଶାନ୍ତିରେ ଜୀବନ ଯାପନ କରନ୍ତି |

ସତ୍ୟନାରାୟଣ ପୂଜା ପାଇଁ ଆବଶ୍ୟକ ସାମଗ୍ରୀ

  • ସତ୍ୟନାରାୟଣ ପୂଜାରେ କଦଳୀ ପତ୍ର ଏବଂ ଫଳ ବ୍ୟତୀତ ପଞ୍ଚାମୃତ, ପାଞ୍ଚଗାଁବ୍ୟ, ସପୁରି, ପାନ, ରାଶି, ମୂଳା, ରୋଲି, କୁମକୁମ ର ଆବଶ୍ୟକତା ପଡିଥାଏ । 
  • ଏହି ପୂଜା ପାଇଁ କ୍ଷୀର,ମହୁ, କଦଳୀ, ଗଙ୍ଗାଜଳ, ତୁଳସୀ ପତ୍ର ଏବଂ ଖୁଆକୁ ମିଶାଇ ପଞ୍ଚାମୃତ ପ୍ରସ୍ତୁତ କରାଯାଏ । ଏହି ପଞ୍ଚାମୃତକୁ ଭଗବାନ ବହୁତ ପସନ୍ଦ କରନ୍ତି । 
  • ସତ୍ୟନାରାୟଣ ପୂଜାରେ ପ୍ରସାଦ ଭାବରେ ଫଳ, ମିଠା ବ୍ୟତୀତ ଅଟା ଗୁଣ୍ତକୁ ମିଶାଇ ଏକ ପ୍ରସାଦ ପ୍ରସ୍ତୁତ କରାଯାଏ । ଏହି ଭୋଗକୁ ଭଗବାନଙ୍କ ପାଖରେ ଭୋଗ ଲଗାଯାଏ।

ଜାଣିନ୍ତୁ ସତ୍ୟନାରାୟଣ ପୂଜା ବିଧି

  • ଯେଉଁ ବ୍ୟକ୍ତି ସତ୍ୟନାରାୟଣ ପୂଜାର ସଂକଳ୍ପ କରିଥାନ୍ତି ସେମାନେ ଦିନସାରା ବ୍ରତ ରଖିବା ଉଚିତ । 
  • ପୂଜା ସ୍ଥାନକୁ  ଗାଇ ଗୋବରରେ ପବିତ୍ର କରି ସେଠାରେ ଏକ ଚୌକି ବା ଖଟୁଲି ରଖନ୍ତୁ । ଏହି ଚୌକିର ଚାରୋଟି ଗୋଡ଼ରେ କଦଳୀ ଗଛ ଲଗାନ୍ତୁ । 
  • ଏହାପରେ ଏହି ଚୌକିରେ ଶ୍ରୀ ସତ୍ୟନାରାୟଣଙ୍କ ପ୍ରତିମା ସ୍ଥାପିତ କରନ୍ତୁ ।
  • ପୂଜା କରିବା ସମୟରେ ସର୍ବପ୍ରଥମେ ଗଣପତିଙ୍କର ପୂଜା କରନ୍ତୁ, ଏହାପରେ ପାଞ୍ଚ ଲୋକପାଳ, ସୀତା ସହିତ ରାମ, ଲକ୍ଷ୍ମଣ ଏବଂ ରାଧା କୃଷ୍ଣଙ୍କର ପୂଜା କରନ୍ତୁ । ଏହାପରେ ଠାକୁର ଶ୍ରୀ ସତ୍ୟନାରାୟଣଙ୍କ ପୂଜା କରନ୍ତୁ । 
  • ଏହାପରେ ଲକ୍ଷ୍ମୀ ମାତାଙ୍କୁ ଏବଂ ପରିଶେଷରେ ମହାଦେବ ଓ ବ୍ରହ୍ନାଙ୍କର ପୂଜା କରନ୍ତୁ । 
  • ପୂଜା କରିସାରିବା ପରେ ସମସ୍ତ ଦେବାଦେବୀଙ୍କୁ ଆରତୀ କରନ୍ତୁ ଏବଂ ଚରଣାମୃତ ନେଇ ପ୍ରସାଦ ବିତରଣ କରନ୍ତୁ । 
  • ପୁରୋହିତଙ୍କୁ ଦକ୍ଷିଣା ଏବଂ ବସ୍ତ୍ର ଦିଅନ୍ତୁ ଏବଂ ଭୋଜନ କରାନ୍ତୁ ।
  • ପୁରୋହିତଙ୍କୁ ଭୋଜନ କରିବା ପରେ ତାଙ୍କ ଠାରୁ ଆଶୀର୍ବାଦ ନେଇ ଆପଣ ନିଜେ ଭୋଜନ କରନ୍ତୁ ।

ଆପଣଙ୍କୁ ଏହି କଥାକୁ ବିଶେଷ ଧ୍ୟାନ ଦେବାକୁ ହେବ କି ଆପଣ ଘରେ ସତ୍ୟନାରାୟଣ କଥା କରିବେ ସେଠାରେ ଆପଣଙ୍କ ସ୍ଵାମୀ ରହିଥିବା ଦରକାର, ତେବେ ପୂର୍ଣ୍ଣ ଭାବେ ଆପଣ ବିବାହିତ ଜୀବନ ଅତିବାହିତ କରିବେ, ଆପଣ ଏହି କଥାକୁ ତିନି ମାସରେ ଥରେ ନିଶ୍ଚିତ କରନ୍ତୁ ।

Post a Comment

0 Comments