ଏହି କାରଣରୁ କମାଇ ଥିବା ଓଜନ ପୁଣି ଶୀତଦିନେ ବୃଦ୍ଧି ହୋଇଥାଏ

ଏହି କାରଣରୁ କମାଇ ଥିବା ଓଜନ ପୁଣି ଶୀତଦିନେ ବୃଦ୍ଧି ହୋଇଥାଏ

ସାଧାରଣତଃ ଗରମ ଦିନେ ବାୟାମ ଓ କସରତ୍ କରି ଓଜନ କମାଇଥାନ୍ତି ହେଲେ ଶୀତ ଦିନ ଅଧିକ ଥଣ୍ଡା ପଡ଼ିବା ଯୋଗୁଁ ବାୟାମ କରିବାକୁ କିମ୍ବା ଭୋର୍‌ରୁ ଚାଲିବାକୁ ଯାଇପାରନ୍ତିନାହିଁ । ଫଳରେ କମାଇ ଥିବା ଓଜନ ପୁଣି ବୃଦ୍ଧି ହୋଇଯାଏ । ଏହି ସମୟରେ ଗରମ ଜିନିଷ ଖାଇବାକୁ ଇଛା ହୋଇଥାଏ ତେଣୁ ବାର ବାର ଖାଇବା ଯୋଗୁଁ ମଧ୍ୟ ଓଜନ ବୃଦ୍ଧି ହେଇଥାଏ ।

ଶୀତଦିନେ ଆମେ ଯେତେବେଳେ ଦିନରେ ଚଳପ୍ରଚଳ ହେଉ ସୂର୍ଯ୍ୟାଲୋକରେ ଥିବା ନୀଳ ଆଲୋକ ଆମ ଆଖି ଦେଇ ଶରୀରରେ ପ୍ରବେଶ କରିଥାଏ । ଫଳରେ ଏହା ମଣିଷର ଚର୍ମତଳେ ଥିବା ଫ୍ୟାଟ୍ ସେଲ୍ ଉପରେ ପ୍ରଭାବ ପକାଇଥାଏ । ଏହି ଫ୍ୟାଟ୍ ସେଲ ବା ମେଦରେ ଥିବା ଲିପି ବୁନ୍ଦାର ଆକାର କମାଇ ଦିଏ, ଯାହାକି ଚର୍ମରନ୍ଧ୍ର ଦେଇ ବାହାରିଯାଇଥାଏ । ଅନ୍ୟ ଅର୍ଥରେ କହିବାକୁ ଗଲେ ସୂର୍ଯ୍ୟାଲୋକରୁ ଆସୁଥିବା ଏହି ହିତକାରୀ ଶକ୍ତି ମଣିଷ ଶରୀରର ମେଦବୃଦ୍ଧି କରିବାକୁ ଦିଏ ନାହିଁ । 

ଥଣ୍ଡାଯୋଗୁଁ ମେଟାବୋଲିଜିମ୍‌ ପ୍ରକ୍ରିୟା କମ୍‌ ହେବାରୁ ଗ୍ରହଣ କରାଯାଉଥିବା ଖାଦ୍ୟ ପଦାର୍ଥ ହଜମହେବା ଲାଗି ଅନ୍ୟ ଦିନ ତୁଳନାରେ ଶୀତଦିନେ ଅଧକ ସମୟ ନେଇଥାଏ |ତେଣୁ ଶରୀରର ଓଜନ ବଢ଼ିଯାଇଥାଏ |ଥଣ୍ଡାରେ ଛଣାଛାଣି   ଖାଇବା ପ୍ରତି ବହୂ ଲୋକଙ୍କର ଆଗ୍ରହ ରହିଥାଏ |ଏସବୁ ଖାଦ୍ୟପଦାର୍ଥ ଶରୀରର ଓଜନ ବଢ଼ାଇ ଦେଇଥାଏ। 

ଶୀତ ଦିନେ କିଭଳି କରିବେ ଡାଏଟ୍ କଣ୍ଟ୍ରୋଲ :-

  • ଖାଦ୍ୟରେ ପ୍ରୋଟିନ୍‌କୁ ମିଶାନ୍ତୁ । ଏହାଦ୍ୱାରା ଶରୀରକୁ ବାର ବାର ଭୋକ ଲାଗିବନି । ଯାହା ଆପଣଙ୍କ କ୍ୟାଲୋରୀକୁ କମ୍ କରାଇବ ଓ ବ୍ଲଡ଼ ପ୍ରେସର୍‌କୁ ନିୟନ୍ତ୍ରଣ ରଖିବ । ଯେମିତି କି ବୁଟ,ମୁଗ,ଛେନା,ପନୀର୍‌, ଅଣ୍ଡା ଇତ୍ୟାଦି ।
  • ଦିନକୁ ୨ ରୁ ୩ ଥର ଉଷୁମ୍ ପାଣି,ଗ୍ରାନ୍ ଟି ଓ ହର୍ବାଲ୍-ଟି ପିଅନ୍ତୁ ।
  •  ଘର ଭିତରେ ଯୋଗ କରିପାରିବେ । ଯାହାପାଇଁ ଆପଣଙ୍କୁ ବାହାରକୁ ଯିବାର ଆବଶ୍ୟକତା ପଡ଼ିବ ନାହିଁ ।
  • କିଛି ଅଧିକ ଖାଦ୍ୟ ଖାଇବା ପୂର୍ବରୁ କମ୍ କ୍ୟାଲୋରୀ ଯୁକ୍ତ ସୁପ୍ ନିଶ୍ଚୟ ପିଅନ୍ତୁ ।
  • ଶୀତଦିନେ ସତେଜ ପରିବା ଓ ଫଳ କିଣନ୍ତୁ।
  • ଫଳ ଖାଇବା ପ୍ରତ୍ୟେକ ଋତୁରେ ଆବଶ୍ୟକ । କିନ୍ତୁ ଶୀତ ଦିନରେ ବିଶେଷ କରି କମଳା, ପିଜୁଳି, ଅଁଳା, କିୱି ଆଦିର ସେବନ କରନ୍ତୁ । ଏହା ଶରୀରର ସମସ୍ତ ପ୍ରକାର ଭିଟାମିନର ଅଭାବକୁ ପୂରଣ କରିଥାଏ |

ଶୀତ ଦିନେ ଏହି ସବୁ ଖାଦ୍ୟକୁ ଖାଲି ପେଟରେ ଖାଇବା ଦ୍ୱାର ଓଜନ ମଧ୍ୟ କମିଥାଏ 

1. ଦିନେ ସକାଳୁ ଉଠିବା ପରେ ଖାଲି ପେଟର ଉଷୁମ ପାଣି ଏବଂ ମହୁ ପିଅନ୍ତୁ । ମହୁରେ ମିନେରାଲ୍ସ, ଭିଟାମିନ, ଫ୍ଲେଭୋନୋଇଡସ ଏବଂ ଏଞ୍ଜାଇମ ଭରପୁର ମାତ୍ରାରେ ରହିଛି । ଏସବୁ ଜିନିଷ ଆପଣଙ୍କ ଶରୀରକୁ ସୁସ୍ଥ ରଖିଥାଏ । ଉଷୁମ ପାଣିରେ ମହୁ ମିଶାଇ ପିଇବା ଦ୍ୱାରା ଶରୀରରୁ ସବୁ ବିଷାକ୍ତ ପଦାର୍ଥ ବାହାରିଯାଇଥାଏ । ଏହା ସହ ଓଜନ କମ କରିବାରେ ମଧ୍ୟ ଏହା ବେଶ ସହାୟକ ହୁଏ ।

2. ଆଲମଣ୍ଡରେ ଭିଟାମିନ-ଇ, ପ୍ରୋଟିନ, ଫାଇଭର, ଓମେଗା-୩ ଏବଂ ଓମେଗା-୬ ଫ୍ୟାଟି ଏସିଡ ଥାଏ । ଆଲମଣ୍ଡକୁ ପ୍ରତିଦିନ ରାତିରେ ପାଣିରେ ଭିଜାଇ ସକାଳୁ ଖାଲି ପେଟରେ ଖାଇବା ଉଚିତ । ଆଲମଣ୍ଡ ଶରୀରକୁ ଗରମ ରଖେ ଏବଂ ଶରୀରକୁ ଯେତିକି ପ୍ରୋଟିନ ଆବଶ୍ୟକ ତାକୁ ପୂରଣ କରିବାରେ ସହାୟକ ହୋଇଥାଏ ।
  • ଆଲମଣ୍ଡ ଭଳି ଅଖରୋଟକୁ ମଧ୍ୟ ଭିଜାଇ ଖାଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ଶୁଖିଲା ବଦଳରେ ଭିଜା ଅଖରୋଟରେ ଅଧିକ ପୋଷକ ତତ୍ତ୍ୱ ଥାଏ । ତେଣୁ ପ୍ରତିଦିନ ୨ରୁ ୩ଟି ଅଖରୋଟ ରାତିରେ ଭିଜାଇ ସକାଳୁ ଖାଲି ପେଟରେ ଖାଇବା ଉଚିତ । ଏହାଦ୍ୱାରା ଡାଏଟ କଣ୍ଟ୍ରୋଲ ରହିବା ସହ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ ।
  • ଜଳଖିଆ କରିବା ପୂର୍ବରୁ ଖାଲି ପେଟରେ ଏକ ମୁଠାଏ ଡ୍ରାଏ ଫ୍ରୁଟସ ଖାଇବା ଉଚିତ, ଏହାଦ୍ୱାରା ପେଟ ସଫା ହୋଇଥାଏ । ଏହା ଖାଇବା ଦ୍ୱାରା ପାଚନକ୍ରିୟା ସୁସ୍ଥ ହେବା ସହ ପେଟର ପିଏଚ ସ୍ତର ସାମାନ୍ୟ ରହିଥାଏ । ଚର୍ବି ମଧ୍ୟ ଲାଗିନଥାଏ । ନିତିଦିନିଆ ଡାଏଟରେ ଡ୍ରାଏ ଫୁଡସ ସାମିଲ କରିବା ଉଚିତ । 
ଧ୍ୟାନ ରଖନ୍ତୁ, ଏହାକୁ ଅଧିକ ମାତ୍ରାରେ ଖାଆନ୍ତୁ ନାହିଁ, ନଚେତ ଡାଏଟ କଣ୍ଟ୍ରୋଲ ହେବା ବଦଳରେ ପୁରା ବିଗିଡି ଯିବ ।

3. ଓଟ ସ୍ ଠୁ ଭଲ ବ୍ରେକଫାଷ୍ଟ ଆଉ କିଛି ନୁହେଁ । ଯଦି ଆପଣ କମ୍‌ କ୍ୟାଲୋରୀ ଯୁକ୍ତ ଏବଂ ପୋଷକ ତତ୍ତ୍ୱରେ ଭରପୁର ଖାଦ୍ୟ ଖାଇବା ପାଇଁ ଚାହାନ୍ତି ତେବେ ନିଜ ନିତିଦିନିଆ ଖାଦ୍ୟରେ ଓଟସକୁ ସାମିଲ କରିପାରିବେ । ଏହା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟତ ହୁଏ ଏବଂ ଅନ୍ତନଳୀକୁ ସୁସ୍ଥ ରଖେ । ଓଟସ୍ ଖାଇବା ଦ୍ୱାରା ଅଧିକ ସମୟ ଯାଏଁ ଭୋକ ଲାଗେ ନାହିଁ ‍ଏବଂ ଓଜନ କଣ୍ଟ୍ରୋଲରେ ରୁହେ ।

4. ପାଚିଲା  ଭଣ୍ଡା ପେଟ ଜନିତ ଅନେକ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।  ତେଣୁ ଏହାକୁ ସୁପରଫୁଡ ବୋଲି ମଧ୍ୟ କୁହାଯାଏ । ଏହାକୁ ଆପଣ ପ୍ରତିଦିନ ନିଜ ବ୍ରେକଫାଷ୍ଟରେ ସାମିଲ କରିପାରିବେ । ପାଚିଲା ଭଣ୍ଡା କୋଲେଷ୍ଟ୍ରୋଲ କମ କରିବା ସହ ହୃଦରୋଗ ଜନିତ ସମସ୍ୟାକୁ ଦୂର କରିଥାଏ । ଓଜନ କମ୍‌ କରିବାରେ ମଧ୍ୟ ପାଚିଲା ଭଣ୍ଡାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

Post a Comment

0 Comments