ଶୀତଦିନେ ଶାଗ ଅଧିକ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ।
ଶୀତଦିନେ ଶାଗ ଅଧିକ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ।
ଶାଗ ଶରୀର ପାଇଁ ଖୁବ୍ ଉପକାରୀ । ତେଣୁ ଶାଗକୁ ପ୍ରତ୍ୟେକ ଋତୁରେ ଖାଇବା ଉଚିତ । ତେବେ ଶୀତଦିନେ ଶାଗ ଅଧିକ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ତେବେ ଆଜି ଆସନ୍ତୁ, ଶୀତ ଦିନେ ସୋରିଷ ଶାଗର ଉପକାରିତା ବିଷୟରେ ଜାଣିବା । ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଶୀତଋତୁରେ ସୋରିଷ ଶାଗକୁ ମଧ୍ୟ ଭୋଜନରେ ସାମିଲ କରନ୍ତୁ । କ୍ୟାଲୋରୀ ଭରପୁର ଶାଗରେ କାର୍ବୋହାଇଡ୍ରେଟ, ଫାଇବର, ପୋଟାସିୟମ,ମିନେରାଲ୍ସ , ଭିଟାମିନ ଏ,ସି,ଡି, ବି-୧୨, ମ୍ୟାଗ୍ନେସିୟମ, ଲୌହ, କ୍ୟାଲସିୟମ,ଶର୍କରା ଥିବା ଏଇ ଶାଗ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ।
1. ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି :-
- ଆଣ୍ଟି ଅକ୍ସିଡାଣ୍ଟ ଭରପୁର ସୋରିଷ ଶାଗ ଖାଇଲେ ଶରୀରକୁ ଶକ୍ତି ମିଳେ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
2. ହଜମ ଶକ୍ତି ବଢାଏ :-
- ସୋରିଷ ଶାଗରେ ଫାଇବରର ମାତ୍ରା ରହିଛି। ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭକାରୀ । ଏହା ଖାଇବା ଦ୍ୱାରା ହଜମ ଶକ୍ତି ବୃଦ୍ଧି ହୋଇଥାଏ।
3. ହୃତପିଣ୍ଡ ସୁସ୍ଥ ରହିଥାଏ :-
- ସୋରିଷ ଶାଗ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲର ପରିମାଣ ହ୍ରାସ ପାଇଥାଏ। ଏହା ହୃତପିଣ୍ଡ ଓ ଧମନୀ ସମ୍ବନ୍ଧୀୟ ରୋଗକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।
- ସପ୍ତାହକୁ ଅନ୍ତତଃ ୨ ରୁ ୩ ଥର ସୋରିଷ ଶାଗ ଖାଇବା ଦ୍ୱାରା କୋଲେଷ୍ଟ୍ରଲର ସ୍ତର ନିୟନ୍ତ୍ରଣ ରହିବା ସହ ହୃଦଘାତର ଆଶଙ୍କା ହ୍ରାସ ପାଇଥାଏ।
4. ଓଜନ ନିୟନ୍ତ୍ରିତ ହୋଇଥାଏ :-
- ସୋରିଷ ଶାଗରେ ଫାଇବରର ମାତ୍ରା ଅଧିକ ରହିଛି। ଏହା ଶରୀରର ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।
5. ହାଡ ମଜଭୁତ ହୋଇଥାଏ :-
- ସୋରିଷ ଶାଗରେ ପ୍ରଚୁର ପରିମାଣରେ କ୍ୟାଲସିୟମ ଓ ପୋଟାସିୟମ ରହିଛି । ଏହାକୁ ନିୟମିତ ଖାଇବା ଦ୍ୱାରା ହାଡ ଶକ୍ତ ହୋଇଥାଏ । ଏହାସହ ହାଡ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।
- ଶୀତରେ ଆଣ୍ଠୁଗଣ୍ଠି ସମସ୍ୟା ଥିବା ଲୋକ ନିୟମିତ ସୋରିଷ ଶାଗ ଖାଇଲେ ଉପଶମ ମିଳେ ।
6. କ୍ୟାନସରରୁ ସୁରକ୍ଷା ଦିଏ :-
- ସୋରିଷ ଶାଗରେ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ସୋରିଷ ଶାଗ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ିଥାଏ । ଏହି ଶାଗ ଖାଇବା ଦ୍ୱାରା ମୁତ୍ରାଶୟ, ପେଟ, ଫୁସଫୁସ୍ ଓ କ୍ୟାନସର ଜନିତ ସମସ୍ୟାରୁ ମଧ୍ୟ ଉପସମ ମିଳିଥାଏ ।
7. ମେଟାବଲିଜମକୁ ନିୟନ୍ତ୍ରିତ ରଖେ :-
- ସୋରିଷ ଶାଗରେ ଥିବା ଭରପୂର ମାତ୍ରାର ଫାଇବର୍ ଶରୀରର ମେଟାବଲିଜମ୍କୁ ନିୟନ୍ତ୍ରିତ ରଖିବାରେ ସକ୍ଷମ ହୋଇଥାଏ । ଫଳରେ ଶରୀରର ହଜମ ପ୍ରକ୍ରିୟା ଭଲ ଭାବେ ପରିଚାଳିତ ହୁଏ ।
8. ଦୃଷ୍ଟି ଶକ୍ତି ବଢ଼ାଏ :-
- ସୋରିଷ ଶାଗରେ ଭିଟାମିନ୍-ଏ’ ଭରପୁର ରହିଛି । ଏହା ଦୃଷ୍ଟି ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ ।
0 Comments
Do you have any doubts or suggestions? Ask them here in the comments!