କାର୍ତ୍ତିକ ପୂର୍ଣ୍ଣିମାରେ କଣ କରିବେ

କାର୍ତ୍ତିକ ପୂର୍ଣ୍ଣିମାରେ କଣ କରିବେ



କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିକୁ କାର୍ତ୍ତିକ ପୂର୍ଣ୍ଣିମା କୁହାଯାଏ । ଶୈବ ଏବଂ ବୈଷ୍ଣବ ଉଭୟ ଧର୍ମର ଲୋକଙ୍କ ପାଇଁ ଏହି ଦିନ ମହତ୍ତ୍ୱପୂର୍ଣ୍ଣ । ଏହି ଦିନ ଭଗବାନ ଶିବ ତ୍ରିପୁରାସୁର ନାମକ ରାକ୍ଷସକୁ ବଧ କରିଥିଲେ ଏବଂ ବିଷ୍ଣୁ ମତ୍ସ୍ୟ ଅବତାର ନେଇଥିଲେ । ଏହା ସହ କାର୍ତ୍ତିକ ପୂର୍ଣ୍ଣିମା ଦିନ ଗୁରୁନାନକ ଦେବଙ୍କ ଜନ୍ମ ଗ୍ରହଣ କରିଥିଲେ । ତେଣୁ ଏହି ଦିନକୁ ପ୍ରକାଶ ଏବଂ ଗୁରୁ ପର୍ବ ଭାବେ ମଧ୍ୟ ପାଳନ କରାଯାଏ।

ହିନ୍ଦୁ ଶାସ୍ତ୍ର ଅନୁସାରେ କାର୍ତ୍ତିକ ପବିତ୍ର ମାସ । ଏହାକୁ ଦାମୋଦର ମାସ ବୋଲି କୁହାଯାଇଥାଏ। କାର୍ତ୍ତିକ ପୂର୍ଣ୍ଣମା, ରାସ ବା ରାସ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ ‌।  ପ୍ରଭୁ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ ମାସ ହେଉଛି କାର୍ତ୍ତିକ ମାସ । ବିଷ୍ଣୁଙ୍କର ବିଭିନ୍ନ ଅବତାର ମଧ୍ୟରୁ ମତ୍ସ୍ୟ ଅବତାର ଅନନ୍ୟ ଓ ଆକର୍ଷଣୀୟ । ଶଙ୍ଖାସୁର ବେଦକୁ ଚୋରାଇ ନେଇ ଅଥଳ ସମୁଦ୍ର ମଧ୍ୟକୁ ପ୍ରବେଶ କରିବା ସମୟରେ ସ୍ୱୟଂ ନାରାୟଣ ମତ୍ସ୍ୟ ଅବତାର ଧାରଣ କରି ଶଙ୍ଖସୁରକୁ ମାରି ବେଦକୁ ଉଦ୍ଧାର କରିଥିଲେ କାର୍ତ୍ତିକ ପୂର୍ଣ୍ଣିମା ଦିନ। ସେଥିପାଇଁ ଏହି ମାସର ବିଶେଷତ୍ୱ ରହିଛି।

କାର୍ତ୍ତିକ ପୂର୍ଣ୍ଣିମା, ଓଡ଼ିଶାରେ ବୋଇତ ବନ୍ଦାଣ ପର୍ବ । ଆ-କା-ମା-ବୈ...ରେ ଉଚ୍ଚାରଣରେ ଗୁଞାରିତ ହେବ ସାରା ରାଜ୍ୟ । ହିନ୍ଦୁ ଧର୍ମରେ କାର୍ତ୍ତିକ ପୂର୍ଣ୍ଣିମାକୁ ସବୁଠାରୁ ପବିତ୍ର ପୂର୍ଣ୍ଣିମା ବୋଲି ଧରାଯାଏ । ଏହି ଦିନଟିକୁ ଦେବ ଦୀପାବଳି ଭାବେ ମଧ୍ୟ ପାଳନ କରାଯାଏ । ଏହି ପବିତ୍ର ଦିନରେ ନଦୀ ଜଳରେ ସ୍ନାନ କରି ଦୀପ ଦାନ କଲେ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ହିନ୍ଦୁ ଧର୍ମ ଶାସ୍ତ୍ର‌ ଅନୁସାରେ ଏହି ବ୍ୟକ୍ତିର ଜୀବନରେ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ଆଉ ଏହି ମାସରେ କିଛି ଏମିତି କାର୍ଯ୍ୟ ଅଛି ଯାହାକି ମନୁଷ୍ୟ କୁ ଭୁଲରେ ବି କରିବା ଉଚିତ ନୁହେଁ ।

କାର୍ତ୍ତିକ ପୂର୍ଣ୍ଣିମା ଦିନ କଣ କରିବେ ?

*ସୂର୍ଯ୍ୟୋଦୟ ପୂର୍ବରୁ ବ୍ରହ୍ମ ମୁହୂର୍ତ୍ତ ରେ ସ୍ନାନ କରିବେ । ନଦୀରେ ସ୍ନାନ କଲେ ଭଲ । ଯଦି ଘରେ ସ୍ନାନ କରୁଛନ୍ତି ତେବେ ପାଣିରେ ଗଙ୍ଗା  ଜଳ ମିଶାଇ ସ୍ନାନ କରନ୍ତୁ । 

*ସେ କଦଳୀ ପଟୁକା ହେଉ କିମ୍ବା କାଗଜ ତିଆରି ଡଙ୍ଗା ସେଥିରେ ଦୀପ ଓ ଧୂପ ଦେଇ ପାନ, ଗୁଆ, ଭୋଗ ଆଦି ରଖ୍‌ ନଦୀ କିମ୍ବା ଜଳାଶୟରେ ଭସାଇ ଦିଅନ୍ତୁ । ନମସ୍କାର ହୋଇ କୁହନ୍ତୁ, “ଆ-କା-ମା-ବୈ, ପାନ ଗୁଆ ଥୋଇ | ପାନ ଗୁଆ ତୋର, ମାସକ ଧର୍ମ ମୋର" ।

*ଦିନରେ ଘରେ ବିଷ୍ଣୁ ସହସ୍ର ନାମ ପାଠ କରିବା ସହ ହୋମ ଆଦି କାର୍ଯ୍ୟ କରି ପାରିବେ । 

*ବିଷ୍ଣୁ ଭଗବାନଙ୍କ ଜପ କରିବା ସହିତ ମନ୍ଦିରରେ, ଓସ୍ତଗଛ ମୂଳେ, ଛକ ସ୍ଥାନ ଓ ତୁଳସୀ ଚଉରା ମୂଳରେ ଏବଂ ନଦୀ କୂଳରେ ଦୀପ ଜଳାନ୍ତୁ  । ମଙ୍ଗଳ ହେବ |

*ଏହି ଦିନରେ ଓସ୍ତ ଗଛରେ ଲକ୍ଷ୍ମୀ ବାସ କରନ୍ତି ବୋଲି କୁହାଯାଏ । ତେଣୁ କ୍ଷୀରରେ ମହୁ ମିଶାଇ ଓସ୍ତ ଗଛକୁ ସ୍ନାନ କରାଇ ସେଠାରେ ଦୀପ ଜଳାନ୍ତୁ ।

*ସେହିପରି ସନ୍ଧ୍ୟାରେ ପାଣିରେ କଞ୍ଚା କ୍ଷୀର ମିଶାଇ ଚନ୍ଦ୍ରଙ୍କୁ ଅର୍ଘ୍ୟ ଦିଅନ୍ତୁ । ଦେଖିବେ ପରିବାରର ମଙ୍ଗଳ ହେବ | 

*ସାରା କାର୍ତ୍ତିକ ମାସ ଭଳି ପୂର୍ଣ୍ଣିମା ଦିନ ଦାନ ଧର୍ମ କଲେ ଆହୁରି ପୁଣ୍ୟ ମିଳିଥାଏ । ଅନ୍ନ, ବସ୍ତ୍ର ‌ ସହ ଅନ୍ୟ ସାମଗ୍ରୀ ଦାନ କରନ୍ତୁ । 

*ପୂର୍ଣ୍ଣିମା ଦିନ ବ୍ରାହ୍ମଣ ଏବଂ ଦରିଦ୍ର ତଥା ନିରାଶ୍ରୟଙ୍କୁ ବସ୍ତ୍ର ଦାନ ସହ ଦକ୍ଷିଣା ଦିଅନ୍ତୁ ।

କଣ କରିବେ ନାହିଁ

*କାର୍ତ୍ତିକ ମାସରେ ଆମିଷ ଖାଇବେ ନାହିଁ । 

*ଏହି କାର୍ତ୍ତିକ ମାସରେ କୌଣସି ବି ଜୀବଜନ୍ତୁର ହତ୍ୟା କରନ୍ତୁ ନାହିଁ । ଏମିତି କରିବା ଦ୍ୱାରା  ଆପଣଙ୍କର ସୌଭାଗ୍ୟ ଦୁର୍ଭାଗ୍ୟ ରେ ବଦଳି ଯାଇ ଥାଏ ।

*ଚନ୍ଦ୍ରଙ୍କ କୋପରୁ ବର୍ତ୍ତିବା ପାଇଁ ଏହି ଦିନ ଶାରୀରିକ ସମ୍ପର୍କ ରଖିବେ ନାହିଁ |

*ଘରେ କୌଣସି କଳିଗୋଳ କରିବା ଅନୁଚିତ |

*ନାରୀ କିମ୍ବା ଅସହାୟ ଏବଂ ବୟସ୍କ ଲୋକଙ୍କୁ ଅସନ୍ତୁଷ୍ଟ କି ସେମାନଙ୍କୁ ଅପମାନିତ କରିବେ ନାହିଁ ।  ଏମିତି କରିବା ଦ୍ୱାରା  ମା ଲକ୍ଷ୍ମୀ ଆପଣଙ୍କ ଉପରେ ରାଗିଥାନ୍ତି ।

*ଜଣେଇ ଦେଉଛୁ ଯେ ଏହି କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତିପ୍ରିୟ ମାସ ହୋଇଥାଏ ଏହି ମାସରେ ବ୍ୟକ୍ତିକୁ କୌଣସି ବି ବ୍ୟକ୍ତିର କ୍ଷତି କରିବା ଉଚିତ ନୁହେଁ ଆଉ କୌଣସି ବି ଭୁଲ କାର୍ଯ୍ୟ କରିବା ଉଚିତ ନୁହେଁ |

*ଏହି ଦିନ ତୁଳସୀ ପତ୍ର ତୋଳିବେ ନାହିଁ କିମ୍ବା ତୁଳସୀ ଗଛ ଉପାଡ଼ିବେ ନାହିଁ ।

*ଏହି ମାସକୁ ବହୁତ ଶୁଭ ମାସ ମାନା ଯାଇ ଥାଏ ଆଉ ଭଲ ସ୍ୱାସ୍ଥ୍ୟ ପାଇଁ ଗଛଲତା ବହୁତ ମହତ୍ୱପୂର୍ଣ୍ଣ ମାନା ଯାଇଥାଏ ଏହି ମାସରେ ଗଛ କାଟିଲେ ମନୁଷ୍ୟର ସ୍ୱାସ୍ଥ୍ୟ ଖରାପ ହୋ ଥାଏ ବୋଲି କୁହାଯାଏ |

* ହରଡ଼ ଓ ମସୁର ଡାଲି, କଲରା, ବାଇଗଣ ଏବଂ କୌଣସି ସବୁଜ ପରିବା ଖାଇବେ ନାହିଁ ।

Post a Comment

0 Comments