କାର୍ତ୍ତିକ ମାସରେ ତୁଳସୀ ବିବାହର ମହତ୍ତ୍ୱ

କାର୍ତ୍ତିକ ମାସରେ ତୁଳସୀ ବିବାହର ମହତ୍ତ୍ୱ



କାର୍ତ୍ତିକ ମାସ ଶରଦ ପୂର୍ଣ୍ଣିମା ପରେ ହୋଇଥାଏ । ଏହି ମାସରେ ଭଗବାନ ବିଷ୍ଣୁ ପାଣିରେ ରୁହନ୍ତି, ତେଣୁ ଏହି ମାସରେ ସକାଳେ ଗାଧୋଇବା ଦ୍ୱାରା ଅନେକ ଫଳ ମିଳିଥାଏ । କାର୍ତ୍ତିକ ମାସରେ ତୁଳସୀ ପୂଜାର ବିଶେଷ ମହତ୍ତ୍ୱ ରହିଛି । ଏହି ମାସରେ ମାତା ତୁଳସୀଙ୍କ ସମ୍ମୁଖରେ ଦୀପ ଜଳାଯାଏ । କୁହାଯାଏ ଯେ ମାତା ତୁଳସୀଙ୍କୁ ପୂଜା କରିବା ଦ୍ୱାରା ଅନେକ ଫଳ ମିଳିଥାଏ । ଚନ୍ଦ୍ର ଏବଂ ତାରାମାନଙ୍କ ଉପସ୍ଥିତିରେ, ଗୁଣ ହାସଲ କରିବା ପାଇଁ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବା ଆବଶ୍ୟକ । 

କିମ୍ବଦନ୍ତୀ :-

ତୁଳସୀଙ୍କ ପୂର୍ବ ଜନ୍ମର ନାମ ଥିଲା ବୃନ୍ଦା | ବୃନ୍ଦା ରାକ୍ଷସ ଜାଳନ୍ଧରଙ୍କ ପତ୍ନୀ ଥିଲେ | କିମ୍ବଦନ୍ତୀ ରହିଛି ଯେ ରାକ୍ଷସ ଜଳନ୍ଧର ନିଜ ସତୀ ସ୍ଵାଧୀ ପତ୍ନୀ ତୁଳସୀଙ୍କ ପାତିବ୍ରତ୍ୟ ବଳରେ ବଳୀୟାନ ହୋଇ ଉଠିଥିଲା ଏବଂ ବୃନ୍ଦାବତୀଙ୍କ ସତୀତ୍ଵ ଅମ୍ଳାନ ରହିଥିବା ପର୍ଯ୍ୟନ୍ତ ଦେବତାମାନେ ବହୁ ଚେଷ୍ଟା ସତ୍ତ୍ଵେ ଜଳନ୍ଧର କୌଣସି ଅନିଷ୍ଟ କରିପାରି ନଥିଲେ । ଭଗବାନ ଵିଷ୍ଣୁ ଜଗତର ମଙ୍ଗଳ ପାଇଁ ବୃନ୍ଦାଙ୍କ ସତୀତ୍ଵ ନଷ୍ଟକରି ଥିଲେ  ଫଳରେ ଜାଳନ୍ଧରର ମୃତ୍ୟୁ ହୋଇଥିଲା | ଏବଂ ବୃନ୍ଦା ବି ନିଜକୁ ଭସ୍ମ କରି ଦେଇଥିଲେ , ଯାହାଙ୍କ ପାଉଁଶରୁ  ତୁଳସୀଙ୍କ ଜନ୍ମ | ଭଗବାନଙ୍କ ଦ୍ୱାରା ବୃନ୍ଦାଙ୍କ ଏପରି ଦଶା ହୋଇଥିବାରୁ ଦେବୋତ୍ଧାପନ ଏକାଦଶୀ ଦିନ ନିଜେ ଶାଳଗ୍ରାମ ରୂପରେ ତୁଳସୀଙ୍କୁ ବିବାହ କରିଥିଲେ |

ଏହି ମାସରେ ତୁଳସୀଙ୍କ ବାହାଘର ମଧ୍ୟ ଆୟୋଜିତ କରାଯାଏ । କୁହାଯାଏ ତୁଳସୀଙ୍କର ବିବାହ କରିବା ଦ୍ୱାରା ପୁଣ୍ୟ ହୋଇଥାଏ । ତୁଳସୀ ବିବାହ ଘରେ ସୁଖ ଏବଂ ସମୃଦ୍ଧତା ଆଣିଥାଏ । ଏପରି ମାନ୍ୟତା ଅଛି ଯେ ଯେଉଁ ମଣିଷ ତୁଳସୀ ସହିତ ଶାଲଗ୍ରାମର ବିବାହ କରାଏ, ତା'ର ମୋକ୍ଷ ପ୍ରାପ୍ତ ହୋଇଥାଏ ଓ ବିଭିନ୍ନ ପ୍ରକାର ଅନିଷ୍ଟ ଦୂର ହୋଇଥାଏ |          

ତୁଳସୀ ବିବାହ :-

  • କାର୍ତ୍ତିକ ମାସର ଶୁକ୍ଳ ପକ୍ଷର ଦେବୋତ୍ଧାପନ ଏକାଦଶୀରେ ତୁଳସୀ ବିବାହ ସନ୍ଧ୍ୟା ସମୟରେ କରାଯାଇଥାଏ ।
  • ତାପରେ ଗଣେଶ ଭଗବାନଙ୍କୁ ପୂଜା କରାଯାଇଥାଏ । ଏହି ଦିନ ଭଗବାନ ବିଷ୍ଣୁଙ୍କ ଶାଳଗ୍ରାମ ସ୍ୱରୂପ ସହ ତୁଳସୀଙ୍କ ବିବାହ ହୋଇଥାଏ । 
  • ତୁଳସୀ ବିବାହ କରାଇବା, କନ୍ୟାଦାନ କରାଇବା ପୁଣ୍ୟ ସହ ସମାନ ବୋଲି କୁହାଯାଏ । 
  • ଏପରି କରିବା ଦ୍ୱାରା ଗୃହରେ ସୁଖ, ସମୃଦ୍ଧି, ବୈଭବ- ମଙ୍ଗଳ ବିରାଜିତ ହୋଇଥାଏ।
  • ତୁଳସୀ ବିବାହ ପାଇଁ ଘର ଅଗଣାରେ ଚଉଁରା ପାଖରେ ଶାଳଗ୍ରାମ ପ୍ରତିଷ୍ଠା କରିବା ଦରକାର |
  • ଚଉଁରା ଚାରିପଟେ ମଣ୍ଡପ କରି ଫୁଲ ଓ ଆଖୁର, ବାସିଲ ପ୍ଲାଣ୍ଟର ଫୁଲରେ ସଜାଇ ପାରିବେ |
  • ତାପରେ ତୁଳସୀ ଚଉଁରାରେ ଲାଲ ଚୁନୁରି କିମ୍ବା ଓଢଣୀ ଦେଇ ବୋହୂ ରୂପରେ ସଜାନ୍ତୁ |
  • ସିନ୍ଦୂର,ଫୁଲମାଳ ଓ ଚନ୍ଦନ ଦେଇ ଏବଂ ଶାଲଗ୍ରାମରେ ମଧ୍ୟ ଚନ୍ଦନ ଲଗାଇ ବିବାହ କରନ୍ତୁ |
  • ତୁଳସୀଙ୍କର ଷୋଡ଼ପଚାର ପୂଜା ‘ତୁଳସୈ ନମଃ’ ମନ୍ତ୍ର ଜପ କରି ବିବାହର ଆରମ୍ଭ କରାଯାଇଥାଏ।
  • କେତେକ ଲୋକ ବ୍ରାହ୍ମଣ ଡାକି ପୂରା ନୀତି ନିୟମରେ ବିବାହ କର୍ମ କରନ୍ତି | ପରିବାର ଲୋକ ଏକାଠି ହୋଇ ଏହି ପୂଜା କଲେ ଅଧିକ ଫଲପ୍ରଦ ହୁଏ |
  • ବିଭିନ୍ନ ବ୍ୟଞ୍ଜନ ତିଆରି କରି ଭୋଗ ଲଗାଯାଏ ଏବଂ ଅନ୍ୟ ମାନଙ୍କୁ ବଣ୍ଟାଯାଏ |
  • ତୁଳସୀ ବିବାହ କରାଇବା, କନ୍ୟାଦାନ କରାଇବା ପୁଣ୍ୟ ସହ ସମାନ ବୋଲି କୁହାଯାଏ । ଶାସ୍ତ୍ରରେ ଦିନ ଗାଈ ଦାନ କରିବା ଦ୍ୱାରା ବହୁ ତୀର୍ଥ ଯାତ୍ରାର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି | 

 ତୁଳସୀ ପୂଜନ ପୂର୍ବରୁ ଜାଣି ନିଅନ୍ତୁ :-

  • ମନେରଖନ୍ତୁ ଯେ ତୁଲସୀ ପତ୍ର ସ୍ନାନ ନକରି ତୋଳିବା ଉଚିତ୍ ନୁହେଁ ।
  • କେବେ ବି ସନ୍ଧ୍ୟାରେ କିମ୍ବା ସଂନ୍ଧ୍ୟା ସମୟରେ ତୁଳସୀ ପତ୍ର ତୋଳନ୍ତୁ ନାହିଁ । ପୂର୍ଣିମା, ଅମାବାସ୍ୟା, ଦ୍ୱାଦଶି, ରବିବାର ଏବଂ ସଂକ୍ରାନ୍ତି ଦିନ, ଅପରାହ୍ନରେ କିମ୍ବା ସଂଧ୍ୟା କାଳରେ ଏବଂ ରାତି ମଧ୍ୟରେ ତୁଳସୀ ପତ୍ର ତୋଳିବା ଉଚିତ୍ ନୁହେଁ ।
  • ଜଣଙ୍କର ଜନ୍ମ ସମୟରେ ଏବଂ ମୃତ୍ୟୁ ସମୟରେ ଘର ଅସୁଧୀ ଥାଏ, ଏପରି ପରିସ୍ଥିତିରେ ତୁଳସୀକୁ ହାତ ଲଗାନ୍ତୁ ନାହିଁ । କାରଣ ତୁଲସୀ ଶ୍ରୀ ହରିଙ୍କ ରୂପରେ ଅଛନ୍ତି ।
  • ତୁଳସୀକୁ ଦାନ୍ତରେ ଚୋବାଇବା ଉଚିତ୍ ନୁହେଁ ।

କିପରି କରାଯାଏ ତୁଳସୀ ପୂଜା :-

  • ତୁଳସୀ ବୃକ୍ଷ ହିନ୍ଦୁ ଧର୍ମାବଲମ୍ବୀମାନଙ୍କର ପବିତ୍ର ବୃକ୍ଷ । ଏହାର ଔଷଧୀୟ ଗୁଣ ରହିଛି । ତୁଳସୀ ଚଉରାମୂଳେ ତୁଳସୀ ଦେବୀଙ୍କୁ ଦୀପଦାନ କରି ପୂଜାର୍ଚ୍ଚନା କରାଯାଏ । ଚଉରା ମୂଳେ ମୁରୁଜ ପକାଇବା ପରମ୍ପରା ଅଦ୍ୟାବଧି ଚଳି ଆସୁଛି । ଏହା ଆମ କଳାକୃତିର ଏକ ନିଦର୍ଶନ । ଶୁଦ୍ଧପୂତ ଭାବରେ ଦୀପଦାନ କଲେ ଐଶ୍ୱର୍ଯ୍ୟ, ଶ୍ରୀ, ସୁଖସମ୍ପଦ ପ୍ରାପ୍ତ ହୋଇଥାଏ ବୋଲି କଥିତ ଅଛି। 
  • ହିନ୍ଦୁ ଧର୍ମର ପ୍ରତ୍ୟେକ ଲୋକଙ୍କ ଘରେ ତୁଳସୀ ବୃକ୍ଷ ନିଶ୍ଚୟ ରହିଥାଏ। ନିୟମିତ ସକାଳ ଓ ସନ୍ଧ୍ୟା ସମୟରେ ତୁଳସୀଙ୍କୁ ପୂଜାର୍ଚ୍ଚନା କରାଯାଏ। ଭଗବାନ ବିଷ୍ଣୁ ଓ କୃଷ୍ଣଙ୍କର ପୂଜା ତୁଳସୀ ବିନା ପୂଜା ସମ୍ପୂର୍ଣ୍ଣ ହୋଇନଥାଏ। ସମସ୍ତ ପୁରାଣରେ ତୁଳସୀଙ୍କ ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି।

ତୁଳସୀଙ୍କ ଧାର୍ମିକ ମହତ୍ତ୍ୱ :-

  1. ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷର ମହତ୍ତ୍ୱ ଖୁବ ଅଧିକ । ବ୍ରତ, ଉପବାସ, ଧାର୍ମିକ ଆୟୋଜନ ଓ ଭଗବାନଙ୍କୁ ଭୋଗ ଲଗାଇବାରେ ତୁଳସୀ ଅର୍ପଣ କରାଯାଏ।
  2. ଯେଉଁ ମହିଳାମାନେ ନିୟମିତ ତୁଳସୀଙ୍କୁ ପୂଜା କରନ୍ତି, ତାଙ୍କୁ ସୌଭାଗ୍ୟ, ସମୃଦ୍ଧି ଓ ଭଗବାନଙ୍କ ବିଶେଷ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ।
  3. କେବଳ ଏତିକି ନୁହେଁ , ଯେଉଁ ଲୋକମାନଙ୍କର ବିବାହ ହେବାରେ ସମସ୍ୟା ଆସୁଅଛି , ଯଦି ସେମାନେ ତୁଳସୀଙ୍କର ବିବାହ କରାଇବେ , ସେମାନଙ୍କର ବିବାହ ଶୀଘ୍ର ହୋଇଯିବ।
  4. ପ୍ରକୃତ ଜୀବନସାଥୀ ପାଇବା ପାଇଁ ଝିଅମାନେ ତୁଳସୀ ବିବାହ ନିଶ୍ଚିତ ଭାବରେ କରନ୍ତୁ।
  5. ଯେଉଁ ଲୋକମାନଙ୍କର ଝିଅ ନାହିଁ , ଯଦି ସେମାନେ ତୁଳସୀ ବିବାହ କରାଇବେ , ତେବେ ସେମାନଙ୍କୁ କନ୍ୟାଦାନର ପୁଣ୍ୟ ମିଳିଥାଏ।
  6. ସକାଳ ସମୟରେ ତୁଳସୀଙ୍କୁ ଦର୍ଶନ କଲେ ମନରେ ସକରାତ୍ମକ ଭାବନା ସୃଷ୍ଟି ହୋଇଥାଏ।
  7. ଭଗବାନଙ୍କୁ ତୁଳସୀ ଦଳ ଅର୍ପଣ କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ପଦ୍ମ ପୁରାଣ ଅନୁଯାୟୀ, ତୁଳସୀ ବୃକ୍ଷରେ ସାକ୍ଷାତ ଦେବତା ବାସ କରିଥାଆନ୍ତି। 
  8. ଯେଉଁ ଭୋଗରେ ତୁଳସୀ ପ୍ରୟୋଗ କରାଯାଏ ନାହିଁ, ତାହା ଭଗବାନ ସ୍ୱୀକାର କରନ୍ତି ନାହିଁ ବୋଲି ମାନ୍ୟତା ରହିଛି।
  9. ଯେଉଁମାନେ ଏହି ଧର୍ମମାସରେ ତୁଳସୀବୃକ୍ଷ ମୂଳରେ, ରାଧା ଏବଂ ଶ୍ରୀକୃଷ୍ଣ, ରାଇ-ଦାମୋଦର ମୂର୍ତ୍ତି ରଖି ନିଷ୍କାମ ଭାବରେ ପୂଜାକରନ୍ତି, ସେମାନଙ୍କୁ ଜୀବନ୍ମୁକ୍ତ ହୁଅନ୍ତି । 

ଯେଉଁମାନେ ରାତି ଦି’ ଘଡ଼ି ଥିବ ଜଳାଶୟକୁ ତୁଳସୀମୂଳର ମୃତ୍ତିକା ଲଗାଇ, ବସ୍ତ୍ର ଏବଂ କଳସ ନେଇ ଜଳାଶୟକୁ ଯାଇ ଗଙ୍ଗାଆଦି ନଦୀ ତଥା ବିଷ୍ଣୁ ଶିବ ଆଦି ଦେବତା ସ୍ମରଣ ପୂର୍ବକ ନାଭି ପର୍ଯ୍ୟନ୍ତ ଜଳରେ ଠିଆ ହୋଇ ଏହିମନ୍ତ୍ର ଯଥା-

“ କାର୍ତ୍ତିକେଦ୍ଧହଂ କରିଷ୍ୟାମି ପ୍ରାତଃ ସ୍ନାନଂ ଜନାର୍ଦ୍ଦନ

ପ୍ରୀତ୍ୟର୍ଥଂ ତବ ଦେବେଶ ଦାମୋଦର ମୟା ସହ |”

ଜନାର୍ଦ୍ଦନ ! ଦେବେଶ୍ୱର ଦାମୋଦର ! ଲକ୍ଷ୍ମୀ ସହିତ ଆପଣଙ୍କ ପ୍ରସନ୍ନତା ପାଇଁ ମୁଁ କାର୍ତ୍ତିକ କାର୍ତ୍ତିକ ସ୍ନାନ କରୁଛି | ଅର୍ଘ୍ୟ ପ୍ରଦାନ ପୂର୍ବକ କହନ୍ତି-

“ ଗୃହାଣାର୍ଘ୍ୟଂ ମୟାଦତ୍ତଂ ରାଧୟା ସହିତ ହରେ

ନମଃ କମଳନାଭାୟ ନମସ୍ତେ ଜଳଶାୟିନେ

ନମସ୍ତେଦ୍ଧସ୍ତୁ ହୃଷିକେଶ ଗୃହାଣାର୍ଘ୍ୟଂ ନମୋଦ୍ଧସ୍ତୁତେ |”

ଭଗବାନ ! ଆପଣ ଶ୍ରୀରାଧାଙ୍କ ସହିତ ମୋର ପ୍ରଦତ୍ତ ଏହି ଅର୍ଘ୍ୟକୁ ସ୍ୱୀକାର କରନ୍ତୁ | ହରେ ! କମଳା ନାଭ ! ଆପଣଙ୍କୁ ନମସ୍କାର | ଜଳଶାୟୀ ନାରାୟଣ ! ଆପଣଙ୍କୁ ନମସ୍କାର |

ହୃଷୀକେଶ ଏହି ଅର୍ଘ୍ୟ ଗ୍ରହଣ କରନ୍ତୁ | ପ୍ରେତପୁରୁଷ ଓ ପିତୃପୁରୁଷଙ୍କୁ ପଥ ପ୍ରଦର୍ଶନ ତଥା ସେମାନଙ୍କ ଅନ୍ଧକାରାଚ୍ଛନ୍ନ ଦୁର୍ଗମପଥକୁ ଉଜ୍ଜଳ କରିବା ସକାଶେ ପ୍ରତ୍ୟେକ ଗ୍ରାମରେ ଆକାଶଦୀପ ପ୍ରତିଷ୍ଠା କରାଯାଇଥାଏ |

ଏହି ଧର୍ମମାସର ପ୍ରତ୍ୟେକ ଦିନ ପର୍ବର ଦିନ । ଦିନେ ଦଣ୍ଡକାରଣ୍ୟରେ ଋଷିମୁନିମାନେ ରାମରୂପ ଦର୍ଶନରେ ପ୍ରଲୁବ୍ଧ ହୋଇଥିଲେ | ଭଗବାନ ରାମ ବର ପ୍ରଦାନ କରିଥିଲେ- ଦ୍ୱାପର ଯୁଗରେ ତମେ ସବୁ ଗୋପୀ ହୋଇ ମୋତେ କୃଷ୍ଣ ରୂପରେ ପ୍ରାପ୍ତ ହେବ |

“ବଲ୍ଲଭୀ ତୁମ୍ଭେ ହୋଇବ ଦ୍ୱାପରେ

ବ୍ରଜେ ରହିବୁ ଆମ୍ଭେ କଂସ ଡରେ

ବୃନ୍ଦାବନରେ ହେବ ରାସକେଳି

ବଲ୍ଲଭୀ ଏକା ଏ ଦେହେ ମୈଥିଳୀ

ବହିବୁ ଗୋପୀନାଥର ନାମକୁ

ବେଲେ ଉପଇନ୍ଦ୍ର ବୋଧିଲେ ତାଙ୍କୁ |”

କୃଷ୍ଣପ୍ରାପ୍ତି ଆଶାରେ ଏହି ଗୋପୀମାନେ କାର୍ତ୍ତିକ ମାସ ସାରା ପ୍ରତ୍ୟୁଷରୁ ସ୍ନାନ କରି ନଦୀ, ସମୁଦ୍ର, ପୁଷ୍କରଣୀ, ଝରଣା ତଟରେ ବାଲିରେ କୃଷ୍ଣମୂର୍ତ୍ତି ସ୍ଥାପନ କରି, ପୁଷ୍ପଚନ୍ଦନ ହୁଳହୁଳି ଦାନପୂର୍ବକ, କୃଷ୍ଣ ତୁଲ୍ୟ ପତି ପ୍ରାପ୍ତ୍ୟର୍ଥେ କାର୍ତ୍ତିକ ବ୍ରତ ପାଳନ କରୁଥିଲେ | ସେ ପରମ୍ପରା ଏବେ ମଧ୍ୟ ଅନୁସୃତ |

Post a Comment

0 Comments