କାର୍ତ୍ତିକ ମାସରେ କିଛି ଜଣା ଅଜଣା କଥା
କାର୍ତ୍ତିକ ମାସରେ କିଛି ଜଣା ଅଜଣା କଥା
ହିନ୍ଦୁ ଧର୍ମରେ ସେମିତିରେ ତୋ ସବୁ ମାସକୁ ମହତ୍ତ୍ୱ ଦିଆ ଯାଇଥାଏ କିନ୍ତୁ କାର୍ତ୍ତିକ ମାସ ବହୁତ ଶୁଭ ଓ ପବିତ୍ର ମାନା ଯାଏ । ଆଉ ଏହି କାର୍ତ୍ତିକ ମାସକୁ ବି ପର୍ବ ଓ ଉତ୍ସବର ମାସ କୁହାଯାଇଥାଏ । ପୁରା 12 ମାସ ମଧ୍ୟରୁ କାର୍ତ୍ତିକ ମାସକୁ ସବୁଠାରୁ ପବିତ୍ର ମାନା ଯାଇଥାଏ । ଧାର୍ମିକ ମାନ୍ୟତା ଅନୁସାରେ ଏହିମାସ ଭଗବାନ ଶ୍ରୀହରି ବିଷ୍ଣୁଙ୍କର ମାସ ହୋଇଥାଏ |
ପ୍ରବୋଧିନୀ ଏକାଦଶୀ :-
- କାର୍ତ୍ତିକ ମାସରେ ମୃତ୍ୟୁବରଣ କଲେ ବୈକୁଣ୍ଠ ପ୍ରାପ୍ତି ହୁଏ ।
- ପବିତ୍ର କାର୍ତ୍ତିକ ମାସର ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଶେଷ ୫ ଦିନକୁ ଭୀଷ୍ମ ପଞ୍ଚକ ବୋଲି ମଧ୍ୟ କୁହାଯାଇଥାଏ । ଏହି ବ୍ରତ କଲେ ଏକ ହଜାର ଏକାଦଶୀ ବ୍ରତର, ଅଶ୍ୱମେଧ ତଥା ଶହେ ରାଜସୂୟ ଯଜ୍ଞର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।
- ପିତାମହ ବ୍ରହ୍ମା ଦେବର୍ଷି ନାରଦଙ୍କୁ କହୁଛନ୍ତି- “ ଏହି ଏକାଦଶୀକୁ ପ୍ରବୋଧିନୀ ଏକାଦଶୀ କୁହାଯାଏ | ଏହି ଏକାଦଶୀରେ ଉପବାସ ରହିବା ହଜାରେ ଅଶ୍ୱମେଧ ତଥା ଶହେ ରାଜସୂୟ ଯଜ୍ଞର ଫଳ ଦିଏ |
- ଏହି ପଞ୍ଚକରେ ତେତିଶ କୋଟି ଦେବତା ମନୁଷ୍ୟମାନଙ୍କର ସନ୍ନିକଟ ହୋଇଯାନ୍ତି |
ତୁଳସୀ ପୂଜା :-
- ଏହି ସମୟରେ ଏକଲକ୍ଷ ତୁଳସୀପତ୍ର ଚଢାଇ ବିଷ୍ଣୁଙ୍କୁ ପୂଜାକଲେ, ସମସ୍ତ ଦେବତା ପ୍ରସନ୍ନହୋଇ ବର ପ୍ରଦାନକରନ୍ତି | “
- ଅନ୍ୟ ମାସ ଅପେକ୍ଷା କାର୍ତ୍ତିକ ମାସରେ ତୁଳସୀ ପୂଜାର ବିଶେଷ ମହତ୍ତ୍ବ ରହିଛି।
- ମାନ୍ୟତା ଅନୁଯାୟୀ, ତୁଳସୀ ଭଗବାନ ବିଷ୍ଣୁଙ୍କ ଅତିପ୍ରିୟ । ତୁଳସୀ ପୂଜା ଜରିଆରେ ଭଗବାନ ବିଷ୍ଣୁଙ୍କୁ ମଧ୍ୟ ପୂଜା କରାଯାଇପାରିବ । ଶାସ୍ତ୍ରରେ ଏ ସମ୍ପର୍କରେ ମଧ୍ୟ ଉଲ୍ଲେଖ ରହିଛି ଯେ ତୁଳସୀଙ୍କ କଥା ଭଗବାନ ବିଷ୍ଣୁ କେବେ ଟାଳି ନ ଥାନ୍ତି।
- ଏପରି ସ୍ଥିତିରେ ବିଧିପୂର୍ବକ ତୁଳସୀଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ଦୁଃଖ, ରୋଗ ଆଦି ଦୂର ହୁଏ।
ଦ୍ୱାଦଶୀ ତିଥି :-
- ପଞ୍ଚକର ଦ୍ୱିତୀୟଦିନ ହେଉଛି ଦ୍ୱାଦଶୀ | ଏହିଦିନ ଉତ୍ତମ, ବୁଦ୍ଧିମାନ ମନୁଷ୍ୟ ବୃଦ୍ଧ ପିତାମାତାଙ୍କୁ ବିଧିପୂର୍ବକ ଭୋଜନ କରାଇ ନିଜ ସ୍ତ୍ରୀ ସହିତ ଭଗବାନ ବିଷ୍ଣୁଙ୍କ ପ୍ରସାଦକୁ ସେବନ କରନ୍ତି |
- ଯେଉଁ ମନୁଷ୍ୟ ଏହି ପ୍ରକାର ବିଧିରେ ଦ୍ୱାଦଶୀ ବ୍ରତର ଭୋଜନ କରାଇ ନିଜ ସ୍ତ୍ରୀ ସହିତ ଭଗବାନ ବିଷ୍ଣୁଙ୍କ ପ୍ରସାଦକୁ ସେବନ କରନ୍ତି, ସେ ଉତ୍ତମ ସୁଖ ଉପଭୋଗ କରି ଶେଷରେ ମୋକ୍ଷପ୍ରାପ୍ତ ହୁଅନ୍ତି |
ମହାପଞ୍ଚକ :-
- ପଞ୍ଚକର ଶେଷ ତିନିଦିନ ତ୍ରୟୋଦଶୀ, ଚତୁର୍ଦ୍ଦଶୀ, ପୂର୍ଣ୍ଣିମା- ଅତ୍ୟନ୍ତ ପୂଣ୍ୟମୟ ତିଥି । ପୂର୍ଣ୍ଣିମା ପୂର୍ବର ପାଞ୍ଚଦିନ ପଞ୍ଚକ, ମହାପଞ୍ଚକ, ବକ ପଞ୍ଚକ, ଭୀଷ୍ମ ପଞ୍ଚକ | ଏହି ପାଞ୍ଚଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ପରିହାର କରି ଶୁଦ୍ଧ, ସାତ୍ତ୍ୱିକ ଭୋଜନ କରନ୍ତି | ଲୋକ କଥାନୁସାରେ ଏହିପଞ୍ଚକରେ ଆମିଷାଶୀ ବକ ମଧ୍ୟ ଆମିଷ ସ୍ପର୍ଶ କରେନାହିଁ | ତେଣୁ ଏହାକୁ ‘ବକ ପଞ୍ଚକ’କୁହାଯାଏ ।
- କିଛି ନ ହେଲେ ଏହି ମହାପଞ୍ଚକ ପାଞ୍ଚଦିନ ବ୍ରତ ପାଳନ କରନ୍ତି | ଏହି ବ୍ରତ ପରି ପୁଣ୍ୟବ୍ରତ ଆଉକିଛି ନାହିଁ | ତେଣୁ କୁହାଯାଇଛି, ଯିଏ ଏହି ମହାପଞ୍ଚକ ବ୍ରତ କରନ୍ତି, ସେ ଧନ୍ୟ ଏବଂ ପୂଜନୀୟ |
କାର୍ତ୍ତିକ ପୂର୍ଣ୍ଣିମା :-
- କାର୍ତ୍ତିକ ପୂର୍ଣ୍ଣିମା ଦିନ ଗଙ୍ଗାରେ ସ୍ନାନ ପରେ ଦୀପଦାନ କରି ହବିଷ ଭୋଜନ କଲେ ସାଂସାରିକ ପାପତାପରୁ ମୁକ୍ତି ମିଳେ । ଅନ୍ନ, ଧନ ଓ ବସ୍ତ୍ରଦାନ କଲେ ବେଶ୍ ପୁଣ୍ୟ ଅର୍ଜନ ହୁଏ ।
- ଦୀପଦାନ ମନ୍ତ୍ରଂ:- ଦାମୋଦରାୟ ନଭସି ତୁଳାୟାଂ ଲୋକୟା ସହ/ପ୍ରଦୀପଂତେ ପ୍ରୟଚ୍ଛାମି ନମୋଅନନ୍ତାୟ ବେଧସେ।
- ଶେଷରେ ବ୍ରତଧାରୀମାନେ ପୂର୍ଣ୍ଣିମା ଦିନ ପୋଖରୀ ଓ ନଦୀରେ କଦଳୀ ପଟୁଆରେ ପାନଗୁଆ ଥୋଇ ଦୀପ ଜଳାଇ ବ୍ରତ ଭାଙ୍ଗିବା ପାଇଁ ଗାଇଥାନ୍ତି ‘ଆ କା ମା ବୈ, ପାନଗୁଆ ଥୋଇ, ପାନଗୁଆ ତୋର, ମାସକ ଧର୍ମ ମୋର' ।
ନାଗାର୍ଜୁନ ବେଶ :-
- କାର୍ତ୍ତିକ ମାସରେ ପଞ୍ଚକ ଛଅ ଦିନ ପଡ଼ିଲେ ମଳତିଥି ଦିନ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହୁଏ ।
- ନାଗାର୍ଜୁନ ବେଶ ଦର୍ଶନ କଲେ ଜନ୍ମ ଜନ୍ମାନ୍ତରର ପାପ ନାଶ ହୋଇ ମୋକ୍ଷ ମିଳିଥାଏ ବୋଲି ବିଶ୍ୱାସ ରହିଛି ।
- ଅର୍ଜୁନଙ୍କ ପୁତ୍ର ଶହସ୍ରାର୍ଜୁନ ବା ନାଗାର୍ଜୁନଙ୍କ ସହିତ ଯୁଦ୍ଧ ସମୟରେ ମହାପ୍ରଭୁଙ୍କ ଏହା ଏକ ବୀର ବେଶ ଥିଲା ପୁରାଣରେ ବର୍ଣ୍ଣିତ ଅଛି ।
- ନାଗାର୍ଜୁନଙ୍କୁ ପ୍ରଭୁ ପର୍ଶୁରାମ ବଧ କରିବା ସମୟରେ ଏହି ବେଶ ଧାରଣ କରିଥିଲେ ବୋଲି ପୁରାଣରେ ଉଲ୍ଲେଖ ଅଛି ।
0 Comments
Do you have any doubts or suggestions? Ask them here in the comments!