କାର୍ତ୍ତିକ ମାସରେ ଦେବୋତ୍ଥାପନ ଏକାଦଶୀର ମହତ୍ତ୍ୱ
କାର୍ତ୍ତିକ ମାସରେ ଦେବୋତ୍ଥାପନ ଏକାଦଶୀର ମହତ୍ତ୍ୱ
କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ଦେବୋତ୍ଥାପନ ଏକାଦଶୀ ପାଳନ କରାଯାଏ | ଭଗବାନ ବିଷ୍ଣୁ ଚାରିମାସ ନିଦ୍ରା ଯିବାପରେ ଏହିଦିନ ଜାଗ୍ରତ ହୁଅନ୍ତି | ଏଥିରେ ଦେବୀ-ଦେବତାଗଣ ଖୁସି ହୋଇ ଏହି ଦିନ ଦୀପ ଉତ୍ସବ ପାଳନ କରିଥାନ୍ତି । ଏହିଦିନ ଭଗବାନ ବିଷ୍ଣୁଙ୍କ ବିଶେଷ କୃପା ପାଇବା ପାଇଁ ନିଜ ଘରେ ଦୀପ ଜଳାନ୍ତୁ ।
ବନ୍ଦ ଥିବା ବିଭିନ୍ନ ପ୍ରକାର ମାଙ୍ଗଳିକ କାର୍ଯ୍ୟ ଏହିଦିନଠୁ ପୁନଃ ଆରମ୍ଭ ହୁଏ | ଭଗବାନ ଜାଗ୍ରତ ହେବାରୁ ଏହିଦିନ ଚତୁର୍ମାସ୍ୟା ବ୍ରତ ସମାପ୍ତ ହୁଏ | ସମସ୍ତ ପ୍ରକାର ଏକାଦଶୀ ବ୍ରତ କରିବା ଦ୍ୱାରା ପାପରୁ ମୁକ୍ତି ମିଳେ | ହେଲେ ଦେବୋତ୍ଥାପନ ଏକାଦଶୀର ମହତ୍ତ୍ୱ ଅନ୍ୟ ଏକାଦଶୀ ମାନଙ୍କ ଠାରୁ ଅଧିକ | ଯଜ୍ଞ କରିବାରେ ଯେଉଁ ପୁଣ୍ୟ ମିଳିଥାଏ, ତା'ଠାରୁ ଅଧିକ ପୁଣ୍ୟ ଦେବୋତ୍ଥାପନ ଏକାଦଶୀରେ ମିଳିଥାଏ |
ହିନ୍ଦୁ ଧର୍ମରେ ଏକାଦଶୀ ବ୍ରତର ମହତ୍ତ୍ୱ ଅଧିକ | ଏହିଦିନ ସୂର୍ଯ୍ୟ ଓ ଅନ୍ୟ ଗ୍ରହ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି | ଯାହାର ପ୍ରଭାବ ମଣିଷଙ୍କ ଇନ୍ଦ୍ରିୟ ଶକ୍ତି ଉପରେ ପଡ଼ିଥାଏ | ଏହି ପ୍ରଭାବରେ ଇନ୍ଦ୍ରିୟଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା ପାଇଁ ଏକାଦଶୀ ବ୍ରତ କରିବା ଦରକାର | ବ୍ରତ ଓ ଧ୍ୟାନ ମଣିଷର ଇନ୍ଦ୍ରିୟରେ ସନ୍ତୁଳନ ରକ୍ଷା କରିବାର ବିକଶିତ କରିଥାଏ |
ବ୍ରତ ପୂଜା ବିଧି
- ଏହିଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ନିତ୍ୟକର୍ମ ଓ ସ୍ନାନ ସାରି ଦେବା ଉଚିତ |
- ସୂର୍ଯ୍ୟୋଦୟ ପୂର୍ବରୁ ବ୍ରତ କରିବାର ସଂକଳ୍ପ ନେଇ ଠାକୁରଙ୍କୁ ପୂଜା କରନ୍ତୁ ଏବଂ ସୂର୍ଯ୍ୟୋଦୟ ହେବା କ୍ଷଣି ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଅର୍ପଣ କରନ୍ତୁ |
- ସ୍ନାନ ପାଇଁ ନଦୀ କିମ୍ବା ପୋଖରୀକୁ ଗଲେ ଅଧିକ ଶୁଭ ହୋଇଥାଏ |
- ଉପବାସ କରି ବ୍ରତ ରଖାଯାଏ | ଆହାରରେ ଫଳ ଓ ଜଳକୁ ସାମିଲ କରିପାରିବେ |
- ଆଧ୍ୟାତ୍ମିକ କ୍ଷେତ୍ରରେ କୀର୍ତ୍ତନ,ଭଜନ ଆଦି କରିବା ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି |
- ପରୋପକାରରେ ମଧ୍ୟ ଭଗବାନ ସନ୍ତୁଷ୍ଟ ହୁଅନ୍ତି |
ଦେବୋତ୍ଥାପନ ଏକାଦଶୀ ମହତ୍ତ୍ୱ
- ଦେବୋତ୍ଥାପନ ଏକାଦଶୀ ବ୍ରତ କରିବା ଦ୍ୱାରା ବିଭିନ୍ନ ପାପରୁ ମୁକ୍ତି ମିଳେ | ପୁରାଣ ଅନୁସାରେ, ଏହିଦିନ ଉପବାସ କରିବା ଦ୍ୱାରା ଯେଉଁ ପୁଣ୍ୟ ମିଳେ ତାହା ତୀର୍ଥ ଦର୍ଶନ, ଅଶ୍ଵମେଧ ଯଜ୍ଞ କରିବାର ପୁଣ୍ୟ ସହ ସମାନ |
- ଦେବୋତ୍ଥାପନ ଏକାଦଶୀ ଦିନର ମହତ୍ତ୍ୱ ସ୍ୱୟଂ ବ୍ରହ୍ମା ନାରଦ ମୁନିଙ୍କୁ କହିଥିଲେ ଯେ ଏହି ଏକାଦଶୀରେ ଯିଏ ଦିନରେ ଥରେ ଭୋଜନ କରେ ଗୋଟିଏ ଜନ୍ମ ପାଏ, ରାତିରେ ଭୋଜନ କଲେ ଦୁଇଥର ଜନ୍ମ ପାଏ ଏବଂ ପୂର୍ଣ୍ଣ ବ୍ରତ ପାଳନ କରିବା ଦ୍ୱାରା ସାତ ଜନ୍ମର ପାପ ନାଶ ହୋଇଥାଏ |
- ଏହିଦିନ ବ୍ରତ କରିବା ଦ୍ୱାରା ବହୁ ଜନ୍ମର ପାପ କ୍ଷୟ ହୋଇଥାଏ ଏବଂ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ |
- ଏହିଦିନ ବ୍ରତ କରିବା ଦ୍ୱାରା ଇନ୍ଦ୍ରିୟ ଉପରେ ବିଜୟ ହୁଏ ଏବଂ ମୃତ୍ୟୁ ପରେ ବୈକୁଣ୍ଠପୁର ଗମନ ହୋଇଥାଏ |
- ଏହି ବ୍ରତ କଥା ପଢ଼ିବା ଓ ଶୁଣିବା ଦ୍ୱାରା ଏକଶହ ଗାଈ ଦାନ କରିବାର ପୁଣ୍ୟ ମିଳିଥାଏ |
- ଯିଏ ବିଧିବିଧାନ ଓ ନିୟମାବଳୀ ସହ ଏହି ବ୍ରତ ପାଳନ କରେ, ସିଏ ନିଶ୍ଚୟ ଉତ୍ତମ ଫଳ ପାଇଥାଏ |
ଦେବୋତ୍ଥାନ ଏକାଦଶୀରେ ତୁଳସୀ ବିବାହର ମହତ୍ତ୍ୱ
- ଦେବୋତ୍ଥାନ ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କୁ ଶାଳଗ୍ରାମ ରୂପରେ ତୁଳସୀଙ୍କ ସହ ବିବାହ କରିଥାନ୍ତି । ତେଣୁ ଏହି ଦିନରେ ତୁଳସୀ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି ।
- ଭଗବାନ ବିଷ୍ଣୁଙ୍କ ସ୍ୱରୂପ ଶାଳଗ୍ରାମ ସହ ଦେବୀ ବୃନ୍ଦାବତୀ (ତୁଳସୀ)ଙ୍କ ବିବାହ ହୋଇଥାଏ ।
- ତୁଳସୀ ଦଳ ପ୍ରଭୁଙ୍କୁ ଅର୍ପଣ କଲେ ଖୁବ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି ।
- ତୁଳସୀ ଚଉରାକୁ ଭଲ ଭାବେ ବିଭିନ୍ନ ସାମଗ୍ରୀ ଓ ଫୁଲରେ ସଜାଇ ଦିଅନ୍ତୁ ।
- ତୁଳସୀ ଚଉରାର ଚାରି ପାଖରେ ଆଖୁ ରଖି ମଣ୍ଡପ ଭଳି ପ୍ରସ୍ତୁତ କରନ୍ତୁ ।
- ତୁଳସୀଙ୍କ ଉପରେ ଲାଲ ରଙ୍ଗର ଓଢଣୀ ରଖନ୍ତୁ। ଲାଲ ଚୂଡ଼ି ଓ ବିଭିନ୍ନ ଶୃଙ୍ଗାର ଦ୍ରବ୍ୟ ଅର୍ପଣ କରନ୍ତୁ। ପୂଜାର ସମସ୍ତ ବିଧି କରନ୍ତୁ ।
- ଭଗବାନ ଶାଳଗ୍ରାମଙ୍କ ମୂର୍ତ୍ତି ସିଂହାସନ ସହ ତୁଳସୀଙ୍କ ଚାରିପାଖରେ ପରିକ୍ରମା କରନ୍ତୁ । ଆଳତୀ କରି ସମସ୍ତ ପୂଜା ବିଧି ପାଳନ କରନ୍ତୁ ।
ଶୀଘ୍ର ବିବାହ ପାଇଁ କରନ୍ତୁ ଏହି ଉପାୟ
- ଲାଲ କିମ୍ବା ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ।
- ପ୍ରଭୁ ଶାଳଗ୍ରାମଙ୍କୁ ହଳଦିଆ ରଙ୍ଗର ଆସନରେ ବସାଇ ଚନ୍ଦନ ଅର୍ପଣ କରନ୍ତୁ ।
- ଏହାପରେ ପ୍ରଭୁଙ୍କ ସମ୍ମୁଖରେ ତୁଳସୀଙ୍କୁ ରଖି ପୂଜା କରନ୍ତୁ । ପୂଜା ପରେ ଆଳତୀ କରି ଶୀଘ୍ର ବିବାହ ହେବା ପାଇଁ ପ୍ରଭୁଙ୍କୁ ପ୍ରାର୍ଥନା କରନ୍ତୁ।
କଣ କରିବେ ନାହିଁ
ଏକାଦଶୀ ବ୍ରତ କରୁଥିବା ବ୍ୟକ୍ତିମାନେ | କେତେକ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ଉପବାସ ଅଧିକ ଫଳ ପ୍ରଦ ହେବ |
- କଂସା ବାସନରେ ଭୋଜନ ନ କରି କଦଳୀ ପତ୍ରରେ ଭୋଜନ କରନ୍ତୁ |
- ଆମିଷ ଖାଆନ୍ତୁ ନାହିଁ | ସମ୍ପୂର୍ଣ୍ଣ ମାତ୍ରାରେ ସାତ୍ତ୍ଵିକ ଆହାର କରନ୍ତୁ |
- ମସୁର ଡ଼ାଲି ଖାଆନ୍ତୁ ନାହିଁ |
- ଚଣା ଶାଗ ଭୋଜନରେ ସାମିଲ କରନ୍ତୁ ନାହିଁ |
- ଅନ୍ୟ ଘରୁ ଅନ୍ନ ସ୍ପର୍ଶ କରନ୍ତୁ ନାହିଁ କି ବାହାରେ ମଧ୍ୟ ଖାଆନ୍ତୁ ନାହିଁ |
- ଥରେ ଭୋଜନ କରନ୍ତୁ , ଦ୍ଵିତୀୟ ଥର ଭୋଜନ କରନ୍ତୁ ନାହିଁ |
- ସେଦିନ ସ୍ତ୍ରୀ ପ୍ରଣୟ ତ୍ୟାଗ କରନ୍ତୁ |
- ବ୍ରତ ଦିନ ଜୁଆ ଖେଳିବେ ନାହିଁ କି ମଦ୍ୟ ପାନ କରିବେ ନାହିଁ |
- ଏହିଦିନ ପାନ ଖାଇବା, ଦାନ୍ତ କାଠିରେ ଘଷିବା, ଅନ୍ୟର ନିନ୍ଦା ଓ ପାପୀ ମାନଙ୍କ ସଙ୍ଗ ତ୍ୟାଗ କରିବା ଦରକାର |
- କ୍ରୋଧ, ମିଥ୍ୟା ଭାଷଣ କରିବା ଅନୁଚିତ |
- ଏକାଦଶୀ ବ୍ରତରେ ଲୁଣ,ତେଲ ,ଚାଉଳ ତଥା ଅନ୍ନ ଭୋଜନ ତ୍ୟାଗ କରିବା ବହୁତ ଭଲ |
0 Comments
Do you have any doubts or suggestions? Ask them here in the comments!