କାର୍ତ୍ତିକ ମାସରେ ଆମିଷ ଖାଇବାକୁ ବାରଣ କରାଯାଏ କାହିଁକି ?
ହିନ୍ଦୁ ଧର୍ମ ଅନୁଯାୟୀ କାର୍ତ୍ତିକ ମାସ ହେଉଛି ଧର୍ମର ମାସ । ଏହି ସମୟରେ ଅନେକ କାର୍ଯ୍ୟ ବାରଣ କରାଯାଇଥାଏ । ଯେମିତି ଗଛ ନ କାଟିବା, କେଶ ନ କାଟିବା, ଫୁଲଫଳ ନ ତୋଳିବା ଇତ୍ୟାଦି । ତେବେ ହିନ୍ଦୁ ଧର୍ମରେ କାର୍ତ୍ତିକ ମାସରେ ଆମିଷ ଖାଇବାକୁ ବାରଣ କରାଯାଏ । ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଜୀବହତ୍ୟା କରିବା ମହାପାପ ବୋଲି କୁହାଯାଏ । ଏହି ମାସରେ ଆମିଷ ନ ଖାଇବାର ବିଜ୍ଞାନ ସମ୍ମତ କାରଣ ମଧ୍ୟ ଅଛି ।
ପୂର୍ଣ୍ଣିମା ପାଞ୍ଚଦିନ ପଞ୍ଚ ପର୍ବ ବା ମହାପଞ୍ଚକ ନାମରେ ପରିଚିତ । ଏହି ପାଞ୍ଚଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ପରିହାର ପୂର୍ବକ ଶ୍ରଦ୍ଧା ଭାବନା ତଥା ଧର୍ମୀୟ ମନୋଭାବରେ ଦେବତାଙ୍କୁ ପୂଜା କରିଥାନ୍ତି । କୁହାଯାଏ ଯେ ଏହି ପାଞ୍ଚଦିନକାଳ ବଗ ମଧ୍ୟ ଆମିଷ ସ୍ପର୍ଶ କରେ ନାହିଁ ।
1. ସାଧାରଣତଃ ମାଛଙ୍କୁ ଏହି ସମୟରେ ବସନ୍ତ ରୋଗ ହୋଇଥାଏ ବୋଲି କୁହାଯାଏ । ବର୍ଷା ଶେଷ ହେଉଥିବା ଓ ଶୀତ ଋତୁ ଆରମ୍ଭରେ ମାଛଙ୍କୁ ଚର୍ମରୋଗ ହେଉଥିବାରୁ ଆମିଷ ଖାଇବାକୁ ବାରଣ କରାଯାଇଥାଏ ।
- ସେଥିପାଇଁ ଏହି ସମୟରେ ମାଛ ଖାଇଲେ ଆମ ଶରୀରରେ ତାହାର ସଂକ୍ରମଣ ହେବାର ଆଶଙ୍କା ଦେଖାଦିଏ। ଏହା ଫଳରେ ବିଶେଷ କରି ଚର୍ମରୋଗ ଆଦି ହେବାର ଆଶଙ୍କା ଥାଏ ।
- ତେଣୁ ଆମ ଧର୍ମ ଧାରଣା ଅନ୍ଧବିଶ୍ୱାସ ନୁହେଁ, ବରଂ ବିଜ୍ଞାନ, ଆଧ୍ୟାତ୍ମିକତା ଉପରେ ଆଧାରିତ ।
2. ଏହା ବ୍ୟତୀତ ଅନ୍ୟ ଜୀବଜନ୍ତୁଙ୍କ ମାଂସ ଯେପରିକି ମେଣ୍ଢା, ଛେଳି, କୁକୁଡା ଆଦି ଖାଇବାକୁ ମଧ୍ୟ ବାରଣ କରାଯାଇଥାଏ । କାରଣ ଏମାନେ ଖୁବ୍ କମ୍ ସମୟରେ ବଂଶ ବୃଦ୍ଧି କରିଥାଆନ୍ତି । ଆଉ ସେହି ସମୟ ହେଉଛି କାର୍ତ୍ତିକ ମାସ । - ଅର୍ଥାତ୍ କାର୍ତ୍ତିକ ମାସରେ ଏମାନେ ପ୍ରଜନନକ୍ଷମ ହୋଇଥାଆନ୍ତି । ତେଣୁ ପ୍ରଜନନ କରୁଥିବା ଜୀବଜନ୍ତୁଙ୍କ ମାଂସ ଖାଇଲେ ଏହା ମନୁଷ୍ୟ ଶରୀରରେ ନାନା ରୋଗ ସୃଷ୍ଟି କରିଥାଏ । ସେଥିପାଇଁ କାର୍ତ୍ତିକରେ ଆମିଷ ଖାଇବାକୁ ବାରଣ କରାଯାଇଥାଏ ।
3. ଡାକ୍ତର ମତ ଦିଅନ୍ତି ବର୍ଷା ଋତୁ ପରେ ପରେ ଆସେ ଶୀତ ଋତୁ । ଆଉ ଏହାର ଆରମ୍ଭ ମାସ ହେଉଛି କାର୍ତ୍ତିକ ମାସ । ବର୍ଷା ଋୁତୁରେ ରାସ୍ତା କଡର ଖାଦ୍ୟ ଖାଇବାକୁ ବାରଣ କରାଯାଇଥାଏ । କାରଣ ଏଥିରେ ଜୀବାଣୁ ଥିବା ସମ୍ଭାବନା ଅଧିକ ଥାଏ । ତେଣୁ ସତର୍କତାର ସହ ଖାଦ୍ୟ ଗ୍ରହଣ କରିବାକୁ ମଧ୍ୟ କୁହାଯାଏ ।
4. ଆଉ ଏହା ପରେ ପରେ କାର୍ତ୍ତିକ ମାସ ଆସୁଥିବାରୁ ଏହି ସମୟରେ ମଣିଷର ହଜମ ଶକ୍ତି ଏତେଟା ସକ୍ରିୟ ନ ଥାଏ। ଅର୍ଥାତ କାର୍ତ୍ତିକ ମାସରେ ଭଲ ହଜମ ହୋଇ ନ ଥାଏ । - ଏପଟେ ଆମିଷକୁ ହଜମ କରିବାକୁ ଅତିକମ୍ରେ ୨ରୁ ୩ ଦିନ ଲାଗୁଥିବାରୁ ଏହି ସମୟରେ ଆମିଷ ଖାଇବାକୁ ବାରଣ କରାଯାଇଥାଏ । ତେଣୁ କାର୍ତ୍ତିକ ମାସରେ ଆମିଷ ନ ଖାଇଲେ ଶରୀର ସୁସ୍ଥ ରହିଥାଏ ବୋଲି କୁହାଯାଏ ।
5. କୁହାଯାଏ, ଏହି ୠତୁରେ ଶରୀରରେ ପାଚନ ଶକ୍ତି ପ୍ରଖର ନ ଥାଏ । ଏହା ଫଳରେ ଶରୀରରେ ପିତ୍ତର ପ୍ରକୋପ ଅଧିକ ହୁଏ । ମାଛ ଓ ମାଂସ ଅତ୍ୟନ୍ତ ପିତ୍ତବର୍ଦ୍ଧକ । ପୁଣି ଏସବୁ ରନ୍ଧନ ପାଇଁ ମାତ୍ରାଧିକ ତେଲ, ମସଲା ବ୍ୟବହାର କରାଯାଏ । - ଏହା ଫଳରେ ପିତ୍ତ ବୃଦ୍ଧି ପାଇ ପିତ୍ତଜନିତ ରୋଗ, ବିଶେଷକରି କାମଳ ରୋଗ ହେବାର ଆଶଙ୍କା ମଧ୍ୟ ଦେଖାଯାଇଥାଏ । ସେଥିପାଇଁ ଏହି ୠତୁରେ ଆମିଷ ଭକ୍ଷଣକୁ ନିଷେଧ କରାଯାଇଛି ।
0 Comments
Do you have any doubts or suggestions? Ask them here in the comments!