କାର୍ତ୍ତିକ ବ୍ରତର କିଛି ନିୟମ
କାର୍ତ୍ତିକ ମାସସାରା ବ୍ରତ କରିବା ଦ୍ୱାରା ଭଗବାନ ବିଶେଷ କୃପା ମିଳିଥାଏ | ତେବେ ଏହି ମାସରେ ବ୍ରତ ରଖିବା ପାଇଁ ହେଲେ କେତେକ ନୀତିନିୟମ ପାଳନ କରିବାକୁ ପଡିଥାଏ |
ତେବେ ସେଗୁଡିକ ...
1.ଏହି ମାସରେ ତୁଳସୀ ପୂଜାର ବିଶେଷ ମହତ୍ତ୍ୱ ରହିଛି | ତୁଳସୀ ପୂଜା ବିନା କାର୍ତ୍ତିକ ବ୍ରତ କରିବାର କୌଣସି ମାନେ ନଥାଏ |
- ଏଣୁଏହି ମାସରେ ପ୍ରତିଦିନ ତୁଳସୀପୂଜା ସହିତ ଦୀପ ଦେବା ଓ ସେବନ କରିବାରେ ବିଶେଷ ଲାଭ ମିଳିଥାଏ |
- ଏମିତିରେ ବି ପ୍ରତ୍ୟେକ ମାସରେ ତୁଳସୀ ପୂଜା କରିବା ଦ୍ୱାରା ଭଗବାଙ୍କ କୃପା ମିଳିଥାଏ | ହେଲେ କାର୍ତ୍ତିକ ମାସରେ ତୁଳସୀ ପୂଜା କରିବା ଦ୍ୱାରା ଭଗବାନ ବିଷ୍ଣୁ ଅଧିକ ସନ୍ତୁଷ୍ଟ ହୁଅନ୍ତି |
- ଏଣୁଏହି ମାସରେ ପ୍ରତିଦିନ ତୁଳସୀପୂଜା ସହିତ ଦୀପ ଦେବା ଓ ସେବନ କରିବାରେ ବିଶେଷ ଲାଭ ମିଳିଥାଏ |
- ଏମିତିରେ ବି ପ୍ରତ୍ୟେକ ମାସରେ ତୁଳସୀ ପୂଜା କରିବା ଦ୍ୱାରା ଭଗବାଙ୍କ କୃପା ମିଳିଥାଏ | ହେଲେ କାର୍ତ୍ତିକ ମାସରେ ତୁଳସୀ ପୂଜା କରିବା ଦ୍ୱାରା ଭଗବାନ ବିଷ୍ଣୁ ଅଧିକ ସନ୍ତୁଷ୍ଟ ହୁଅନ୍ତି |
2. ଏହି ମାସରେ ସୁଖ ବିଳାସରେ ନିଦ୍ରା ଯିବା ଅନୁଚିତ | ଶୀଘ୍ର ନିଦ୍ରା ଯାଇ ପ୍ରାତଃରୁ ଉଠି ନିତ୍ୟକର୍ମ ସାରି ଦେବ ଦର୍ଶନ କରିବା ଦରକାର |
- ଏଥିପାଇଁ ଭୂମିରେ ଶୋଇବା କାର୍ତ୍ତିକରେ ପ୍ରମୁଖ କାର୍ଯ୍ୟ ମାନାଯାଏ | ତଳେ ଶୋଇଲେ ମନରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହୁଏ |
- କାମନା ଭାବ ଦୂର ହୋଇଥାଏ ଏବଂ ପ୍ରାତଃରୁ ନିଦ ଭାଙ୍ଗି ଥାଏ |
- ଏଥିପାଇଁ ଭୂମିରେ ଶୋଇବା କାର୍ତ୍ତିକରେ ପ୍ରମୁଖ କାର୍ଯ୍ୟ ମାନାଯାଏ | ତଳେ ଶୋଇଲେ ମନରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହୁଏ |
- କାମନା ଭାବ ଦୂର ହୋଇଥାଏ ଏବଂ ପ୍ରାତଃରୁ ନିଦ ଭାଙ୍ଗି ଥାଏ |
3.କାର୍ତ୍ତିକ ମାସରେ ବ୍ରହ୍ମଚର୍ଯ୍ୟ ପାଳନକୁ ଗୁରୁତ୍ୱ ଦିଆଯାଏ | ଏହାକୁ ପାଳନ ନ କରିବା ଦ୍ୱାରା ପତିପତ୍ନୀଙ୍କ ଦୋଷ ଲାଗିଥାଏ ଓ ଅଶୁଭ ଫଳ ପ୍ରାପ୍ତ ହୋଇଥାଏ |
4.କାର୍ତ୍ତିକ ମାସରେ ଆମିଷ କିମ୍ବା ଆମିଷ ଜାତୀୟ ଉତ୍ତେଜକ ଖାଦ୍ୟ ନ ଖାଇ ସାଧା ତଥା ସ୍ୱାତ୍ତିକ ଆହାରଗ୍ରହଣ କରିବା ଦରକାର | ଏପରିକି ପିଆଜ , ରସୁଣ ଆଦି ନ ଖାଇଲେ ଭଲ |- ଯଦି ମାସ ସାରା ଏହି ନିୟମ ପାଳନ କରିପାରିବେ ନାହିଁ ,ତେବେ ପଞ୍ଚକ 5ଦିନ ପାଳନ କରିବା ଏକାନ୍ତ ଆବଶ୍ୟକ |
5.ବ୍ରତ ରଖିଥିବା ବ୍ୟକ୍ତି ଯେତେ ସମ୍ଭବ କଥା କମ କହିବା, ଅନ୍ୟ ସହ ଭଲ ବ୍ୟବହାର କରିବା ସହିତ ଭଗବାନଙ୍କୁ ସ୍ମରଣ କରିବା ଦରକାର |- ଅନ୍ୟ କାହାର ଅନିଷ୍ଟ ଚିନ୍ତା ନକରି ସର୍ବଦା ଭଗବାନଙ୍କ ପାଖରେ ମନ ନିବେଶ କରିବା ଦରକାର |
- ଏହାଦ୍ୱାରା ମନ ଏକାଗ୍ର ହୋଇ ଧର୍ମ କାର୍ଯ୍ୟରେ ଲାଗିବ ଏବଂ ଭଗବାନଙ୍କ କୃପା ପ୍ରାପ୍ତ ହେବ |
କାର୍ତ୍ତିକ ମାସରେ ପାଳନ କରାଯାଉଥିବା ପର୍ବପର୍ବାଣୀ ଗୁଡିକ ହେଲା :-
1. କୃଷ୍ଣ ଚତୁର୍ଥୀ: କରୱ।ଚୌଥ
2. କୃଷ୍ଣ ଦ୍ୱାଦଶୀ: ଗୋବତ୍ସା ଦ୍ୱାଦଶୀ
3. କୃଷ୍ଣ ତ୍ରୟୋଦଶୀ: ଧନ ତ୍ରୟୋଦଶୀ/ ଧନତେରାସ/ ଧନ୍ୱନ୍ତରୀ ଜୟନ୍ତୀ
4. କୃଷ୍ଣ ଚତୁର୍ଦ୍ଦଶୀ: ନରକ ଚତୁର୍ଦ୍ଦଶୀ
5. ଅମାବାସ୍ୟା: କାଳୀ ପୂଜା, ଦୀପାବଳୀ ଓ ପୟାଶ୍ରାଦ୍ଧ
6. ଶୁକ୍ଳ ଦ୍ୱିତୀୟା: ଯମଦ୍ୱିତୀୟା
7. ଶୁକ୍ଳ ଚତୁର୍ଥୀ: ନାଗ ଚତୁର୍ଥୀ
8. ଶୁକ୍ଳ ପଞ୍ଚମୀ: ଲାଭ ପଞ୍ଚମୀ
9. ଶୁକ୍ଳ ଷଷ୍ଠୀ: ଛଠ ପୂଜା
10. ଶୁକ୍ଳାଷ୍ଟମୀ: ଗୋଷ୍ଠାଷ୍ଟମୀ ବା ଗୋପାଷ୍ଟମୀ: ଗୋସେବା ଉତ୍ସବ ।
11. ଶୁକ୍ଳ ନବମୀ: ଅଅଁଳା ନବମୀ, ସାକ୍ଷୀଗୋପାଳ ମନ୍ଦିରରେ ରାଧାପାଦ ଦର୍ଶନ
ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ: ଭୀଷ୍ମ ପଞ୍ଚକ
କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତକୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ । ଏହି ଅବସରରେ ଶ୍ରୀମନ୍ଦିରରେ ପ୍ରତ୍ୟହ ଅବକାଶ ନୀତି ଶେଷହେବା ପରେ ଶ୍ରୀଜୀଉମାନଙ୍କୁ ଏହିସବୁ ଆକର୍ଷଣୀୟ ବେଶରେ ସୁସଜ୍ଜିତ କରାଯାଇଥାଏ ।
ପ୍ରତିବର୍ଷ ଶ୍ରୀମନ୍ଦିରରେ ଆଶ୍ଵିନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ପ୍ରତିଦିନ ଶ୍ରୀଜୀଉ ମାନଙ୍କର ”ରାଧାଦାମୋଦର ବେଶ” ଅନୁଷ୍ଠିତ ହୋଇଥାଏ । ଏହି ମନୋରମ ବେଶ କାର୍ତ୍ତିକ ମାସରେ ଦୀର୍ଘ ଏକ ମାସ ଧରି ହୋଇଥାଏ । ପୌରାଣିକ ମତନୁଯାୟୀ ଅକ୍ରୁର ମଥୁରା ଯିବା ସମୟରେ ଯମୁନା ନଦୀରେ ସ୍ନାନ କରୁଥିବା ସମୟରେ ଏହି ବେଶରେ ପ୍ରଭୁଙ୍କୁ ଜଳରେ ଦର୍ଶନ କରିଥିଲେ । ରାଧାଦାମୋଦର ବେଶରେ ପ୍ରଭୁ ଜଗନ୍ନାଥ ଓ ଶ୍ରୀବଳଭଦ୍ର ତ୍ରିଚ୍ଛକ ପରିଧାନ କରିଥାନ୍ତି ।


0 Comments
Do you have any doubts or suggestions? Ask them here in the comments!