ଧନତେରସରେ ରାଶି ଅନୁଯାୟୀ ଦ୍ରବ୍ୟ କିଣା
ଦୀପାବଳୀର ଆରମ୍ଭ ଧନତେରସ ଦିନ ଠାରୁ ହିଁ ହୋଇଯାଇଥାଏ । ଧନତେରସ, ଧନ ତ୍ରୟୋଦଶୀ ଅଥବା ଧନ୍ଵନ୍ତରି ତୟୋଦଶୀ ଏହି ତିନି ଗୋଟିଏ ତିଥିର ହିଁ ନାମ ଅଟେ । କୁହାଯାଏ କି ଧନତେରସ ଦିନ ପ୍ରତ୍ୟେକ ମାଆ ଲକ୍ଷ୍ମୀ, ଗଣେଶ ଏବଂ ଧନର ଦେବତା ଭଗବାନ ଧନ୍ଵନ୍ତରୀ ଓ କୁବେରଙ୍କୁ ପୂଜା କରିଥାନ୍ତି |ଧନତେରସ ଦିନ କିଛି ବିଶେଷ ସାମଗ୍ରୀ କିଣା ଯାଇଥାଏ। ଏହି ଦିନ ନୂଆ ଗାଡି କିଣିବା ମଧ୍ୟ ଶୁଭ ହୋଇଥାଏ । ଏହି ଦିନରେ ଅନେକ ପ୍ରକାର ଜିନିଷ କ୍ରୟ କରାଯାଇଥାଏ | କୌଣସି ନା କୌଣସି କଂସାବାସନ ଅବଶ୍ୟ କ୍ରୟ କରିବା ଉଚିତ | ଯଦିଓ ଏହା ବ୍ୟତୀତ ଅନେକ ନିଜ ନିଜର ଆବଶ୍ୟକତା ଅନୁସାରେ ଅଲଗା ଅଲଗା ପ୍ରକାରର ବସ୍ତୁ କ୍ରୟ କରୁଛନ୍ତି । କିନ୍ତୁ ଧନତେରସ ଦିନ ରାଶି ଅନୁଯାୟୀ ସାମଗ୍ରୀ କିଣିବା ଶୁଭ ବୋଲି କୁହାଯାଏ।
ଆସନ୍ତୁ ଜାଣିବା ଧନତେରସ ଦିନ କେଉଁ ରାଶି ପାଇଁ କ'ଣ କ୍ରୟ କରିବା ମଙ୍ଗଳ ଦାୟକ ହୋଇଥାଏ :-
ମେଷ ରାଶି :-
- ମେଷ ରାଶିର ଲୋକମାନେ ଧନତେରସ ଦିନ ପିତ୍ତଳର ବସ୍ତୁ କ୍ରୟ କରନ୍ତୁ । ଏହା କରିବା ଦ୍ୱାରା ତାଙ୍କର ଭଲ ଦିନ ଶୀଘ୍ର ହିଁ ଆସିପାରେ ।
- ମେଷ ରାଶିର ବ୍ୟକ୍ତି ଧନତେରସ ଦିନ ସୁନା କିମ୍ବା ତମ୍ବା ସାମଗ୍ରୀ କିଣିବା ବି ଶୁଭ ହୋଇଥାଏ। ଏହାଦ୍ୱାରା ଆର୍ଥିକ ପ୍ରଗତିର ସମ୍ଭାବନା ବୃଦ୍ଧି ପାଇଥାଏ।
ବୃଷ ରାଶି :-
- ବୃଷ ରାଶିର ଲୋକମାନଙ୍କ ପାଇଁ ରୂପାର କଳସ କ୍ରୟ କରିବା ଶୁଭଫଳ ଦାୟକ ରହିବ | ତଥା ଏହା ନିଜର ଜୀବନ ସାଥି ପାଇଁ ସୁନାର ଚୁଡି ଅଥବା ଆଙ୍ଗୁଠି କ୍ରୟ କରିପାରିବେ | ଏହା ମଧ୍ୟ ଅଧିକ ମଙ୍ଗଳ ଦାୟକ ବୋଲି ମାନ୍ୟତା କରାଯାଇଥାଏ |
- ବୃଷ ରାଶିର ବ୍ୟକ୍ତି ରୂପା ସାମଗ୍ରୀ କିଣିପାରିବେ । ଲକ୍ଷ୍ମୀ ଗଣେଶଙ୍କ ରୂପା ମୂର୍ତ୍ତି, ରୂପା ମୁଦ୍ରା କିମ୍ବା କୌଣସି ଆଭୂଷଣ କିଣିପାରିବେ । ଏହା ଶୁଭ ଫଳ ପ୍ରଦାନ କରିଥାଏ ।
ମିଥୁନ ରାଶି :-
- ମିଥୁନ ରାଶିର ବ୍ୟକ୍ତି ଏହି ଧନତେରସ ଦିନ ଧଳା ରଙ୍ଗର ଧାତୁର ଶ୍ରୀଯନ୍ତ୍ର ଅଥବା ଗଣେଶ ନେଇ ପାରିବେ । ଧନତେରସ ଦିନ ଏହି ବସ୍ତୁର କ୍ରୟ କରିବା ଅତ୍ୟଧିକ ମଙ୍ଗଳ ଦାୟକ ମନେ କରାଯାଇଥାଏ ।
- ମିଥୁନ ରାଶି ବ୍ୟକ୍ତି ଧନତେରସ ଦିନ ତମ୍ବା ବସ୍ତୁ କିଣିପାରିବେ । ଏହାଦ୍ୱାରା ଭଗବାନ ଧନ୍ଵନ୍ତରୀଙ୍କ କୃପା ପ୍ରାପ୍ତ ହେବ।
କର୍କଟ ରାଶି :-
- ପାର୍ଟନର ପାଇଁ ମୋତି ଅଥବା ହୀରାର ଆଙ୍ଗୁଠି କ୍ରୟ କରିପାରିବେ | ଏହା ବ୍ୟତୀତ ଏମାନଙ୍କ ପାଇଁ ଏହି ଦିନରେ ପାରଦର ଶିବଲିଙ୍ଗ କ୍ରୟ କରିବା ମଧ୍ୟ ଅଧିକ ଉତ୍ତମ ମନେ କରାଯାଏ |
- କର୍କଟ ରାଶି ବ୍ୟକ୍ତି ଧନତେରସ ଦିନ ଷ୍ଟିଲ ବାସନ କିଣି ପାରିବେ । ଏହାଦ୍ୱାରା ମହାଲକ୍ଷ୍ମୀଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବ।
ସିଂହ ରାଶି :-
- ସିଂହ ରାଶିର ଲୋକମାନେ ଧନତେରସ ଦିନ ନିଜ ଘରର ମନ୍ଦିର ପାଇଁ ଧନର ଦେବୀ ମାତା ଲକ୍ଷ୍ମୀ ଏବଂ ବିଷ୍ଣୁଙ୍କ ସୁନାର ଅଥବା ହଳଦିଆ ରଙ୍ଗର ମୂର୍ତ୍ତୀ କ୍ରୟ କରନ୍ତୁ । ଏହା ଅତ୍ୟଧିକ ମଙ୍ଗଳଦାୟକ ରହିବ |
- ସିଂହ ରାଶିର ବ୍ୟକ୍ତି ଧନତେରସ ଦିନ ସୁନାର ମୁଦ୍ରା କିମ୍ବା କୌଣସି ଆଭୂଷଣ କିଣିବା ଶୁଭ ହେବ।
କନ୍ୟା ରାଶି :-
- କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ଦିନରେ ନିଜ ଘରର ମନ୍ଦିର ପାଇଁ ରୂପାର ଲକ୍ଷ୍ମୀ, ଗଣେଶ, ପାରଦ ଅଥବା ସୁନାର ଶ୍ରୀଯନ୍ତ୍ର କ୍ରୟ କରିବା ଅଧିକ ହିତକର ହେବ ବୋଲି ମନେ କରାଯାଉଛି | ଏହି ଦିନରେ ସେ ନିଜର ଜୀବନ ସାଥି ପାଇଁ ରୂପାର ଆଭୁଷଣର କ୍ରୟ ମଧ୍ୟ କରିପାରିବେ |
- କନ୍ୟା ରାଶି ବ୍ୟକ୍ତି ଧନତେରସ ଦିନ ଗାଡି କିଣିପାରିବେ। ଏହାଛଡା ରୂପା ମୁଦ୍ରା କିଣିବା ମଧ୍ୟ ଶୁଭ ରହିବ।
ତୁଳା ରାଶି :-
- ଘରର ମନ୍ଦିର ପାଇଁ ରୂପର ଶ୍ରୀ ଯନ୍ତ୍ର ଏବଂ ଦକ୍ଷିଣବର୍ଭି ଶଙ୍ଖ ନିଅନ୍ତୁ ତଥା ନିଜ ଜୀବନସାଥି ପାଇଁ ପ୍ରବାଳର ମାଳ ଅଥବା ଚୁଡି କ୍ରୟ କରନ୍ତୁ । ତେବେ ତାହା ଆପଣଙ୍କ ଜୀବନ ପାଇଁ ବହୁତ ଶୁଭ ବୋଲି ମାନ୍ୟତା ରହିଛି ।
- ତୁଳା ରାଶି ବ୍ୟକ୍ତି ଧନତେରସ ଦିନ ରୂପା ବାସନ କିଣିଲେ ଅତ୍ୟନ୍ତ ଶୁଭ ଫଳ ମିଳିବ। କିନ୍ତୁ ଯଦି ନୂଆ ବାସନ ଆବଶ୍ୟକ ନାହିଁ ତାହେଲେ ନୂଆ କପଡା ମଧ୍ୟ କିଣିପାରିବେ।
ବିଛା ରାଶି :-
- ବିଛା ରାଶିର ବ୍ୟକ୍ତିମାନେ ଧନତେରସ ଦିନ ତମ୍ବା କଳସ ଅଥବା ହଳଦିଆ ଧାତୁର ଦୀପ କ୍ରୟ କରିପାରିବେ |
- ବିଛା ରାଶି ବ୍ୟକ୍ତି ଧନତେରସ ଦିନ ଦୀପାବଳି ପୂଜା ସାମଗ୍ରୀ କିଣିପାରିବେ। ଏହା ଅତ୍ୟନ୍ତ ଶୁଭ ଫଳ ଦେବ। ସୁନା ଆଭୂଷଣ ମଧ୍ୟ କିଣିପାରିବେ।
ଧନୁ ରାଶି :-
- ଏହି ରାଶିର ବ୍ୟକ୍ତିଙ୍କୁ କୌଣସି ହଳଦିଆ ବସ୍ତୁ ଅଥବା ପ୍ରବାଳ ଧାତୁ କ୍ରୟ କରିବା ଅଧିକ ମଙ୍ଗଳ ଦାୟକ ହୋଇଥାଏ |
- ଧନୁ ରାଶି ବ୍ୟକ୍ତି ଏହି ଦିନ ଗାଡି ଏବଂ ରୂପା ବାସନ କିଣିପାରିବେ। ଏହାଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇପାରେ।
ମକର ରାଶି :-
- ମକର ରାଶିର ବ୍ୟକ୍ତି ନିଜ ଜୀବନ ସାଥି ପାଇଁ ହୀରା କିମ୍ବା ରୂପାର କୌଣସି ଜିନିଷ କ୍ରୟ କରିପାରିବେ | ଏହା ବ୍ୟତୀତ ନିଜ ଶୟନ କକ୍ଷ ପାଇଁ ଧଳା ରଙ୍ଗର ମେଜ ଇତ୍ୟାଦିର ଜିନିଷ ମଧ୍ୟ କ୍ରୟ କରିପାରିବେ |
- ମକର ରାଶି ବ୍ୟକ୍ତି ଏହି ଦିନ ଦୀପାବଳି ପୂଜା ପାଇଁ ଘରର ସାମଗ୍ରୀ କିଣିପାରିବେ। ଏହା ଅତି ଉତ୍ତମ ରହିବ।
କୁମ୍ଭ ରାଶି :-
- କୁମ୍ଭ ରାଶିର ଲୋକମାନେ ଧନତେରସ ଦିନ ନିଜ ଘରର ମନ୍ଦିର ପାଇଁ ଧଳା ରଙ୍ଗର ଧାତୁ ଅଥବା ରୂପାର ଦୀପ କ୍ରୟ କରନ୍ତୁ, ଏହା ଦ୍ୱାରା ଏମାନଙ୍କର ସଞ୍ଚିତ ଧନରେ ବୃଦ୍ଧି ହେବ |
- କୁମ୍ଭ ରାଶିର ସ୍ୱାମୀ ଶନିଦେବ। କୁମ୍ଭ ରାଶି ବ୍ୟକ୍ତି ଏହି ଦିନ ଷ୍ଟିଲ କିମ୍ବା ରୂପା ବାସନ ଓ ଆଭୂଷଣ କିଣିପାରିବେ। ଏହା ଶୁଭ ରହିବ।
ମୀନ ରାଶି :-
- ଏହି ରାଶିର ଲୋକମାନେ ଧନତେରସ ଦିନ ନିଜ ପାଇଁ ହଳଦିଆ ପୁଖରାଜ ନେଇ ପାରିବେ | ଧଳା ରଙ୍ଗର ଧାତୁ ଅଥବା ରୂପାର ପିରାମିଡ ଏବଂ ଗଣେଶ, ସରସ୍ୱତୀ ପ୍ରତିମା ଏବଂ ତମ୍ବାର କଳସ କ୍ରୟ କରିବା ଦ୍ୱାରା ଏମାନଙ୍କର ପାଇଁ ବହୁତ ଶୁଭ ହେବ ।
- ମୀନ ରାଶି ବ୍ୟକ୍ତି ଧନତେରସ ଦିନ ସୁନା କିମ୍ବା ରୂପାର ଯେକୌଣସି ବସ୍ତୁ କିଣିପାରିବେ। ଏହା ଶୁଭ ଫଳ ଦେବ। ଏହାଛଡା କୌଣସି ନୂଆ ଚୁକ୍ତି ମଧ୍ୟ କରିପାରିବେ।
0 Comments
Do you have any doubts or suggestions? Ask them here in the comments!