ଧନତେରସ ସନ୍ଧ୍ୟାରେ ଦୀପ ଜାଳିବାର ମହତ୍ତ୍ୱ
ସାରା ଦେଶରେ ଧନତେରସ ଉତ୍ସବ ପାଳନ କରାଯାଉଛି । ଏହି ଦିନ ପ୍ରତ୍ୟେକ ବ୍ୟକ୍ତି ମା’ ଲକ୍ଷ୍ମୀ, କୁବେର ଏବଂ ଧନ୍ଵନ୍ତରୀଙ୍କ ସମେତଙ୍କ ଯମରାଜଙ୍କୁ ବି ପୂଜା କରିଥାନ୍ତି । ହିନ୍ଦୁ ଧର୍ମ ଅନୁଯାୟୀ, ଆଜିର ଦିନରେ ଯମରାଜଙ୍କ ପୂଜା କରିବାରେ ଏବଂ ସନ୍ଧ୍ୟାରେ ଦୀପଦାନ କରିବା ଦ୍ୱାରା ନର୍କ ଯାତନା ଏବଂ ଅକାଳ ମୃତ୍ୟୁର ଭୟ ଦୂର ହୋଇଥାଏ । ଏହି ଖାସ୍ ଦିନକୁ ନେଇ ଭାରତୀୟ ଶାସ୍ତ୍ରରେ ଅନେକ କଥା ରହିଛି । ଆଜି ଆମେ ଆପଣଙ୍କୁ ଧନତେରସ ସହ ଜଡିତ କିଛି ଖାସ୍ ଏବଂ ମହତ୍ୱପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା...
ଧନତେରସ ଦିନ ସନ୍ଧ୍ୟା ସମୟରେ ଦୀପରେ ସୋରିଷ ତେଲ ପକାଇ ଦୀପ ଜାଳନ୍ତୁ ଏବଂ ଖୀର , ମିଠା ଏବଂ ଫୁଲ ଦ୍ୱାରା ଯମଦେବତାକୁ ପୂଜାକରନ୍ତୁ । ଏହାପରେ ସେହି ଦୀପକୁ ଘର ବାହାରକୁ ନେଇ ଦକ୍ଷିଣ ମୁହଁକୁ ମୁଁହ କରି ରଖି ଦିଅନ୍ତୁ ।
ଧନତେରସ୍’ରେ ଏକ ଛୋଟ ଚାନ୍ଦିର ଯେକୌଣସି ବସ୍ତୁ ନିଶ୍ଚୟ କିଣନ୍ତୁ। ଏହି ବସ୍ତୁକୁ ଆଣି ପୂଜା ଘରେ ରଖନ୍ତୁ। ଦୀପାବଳି ଦିନ ଏହି ବସ୍ତୁକୁ ମା’ ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ। ଦୀପାବଳି ପର ଦିନ ଏହାକୁ ଚାଉଳ କିମ୍ବା ଧାନ ଗଦା ଭିତରେ ରଖନ୍ତୁ। ଏହାକୁ ସେଠାରେ ବର୍ଷ ସାରା ରଖନ୍ତୁ, ଧନର ଆଦୌ ଅଭାବ ରହିବ ନାହିଁ।
ହିନ୍ଦୁ ପୌରାଣିକ ଅନୁଯାୟୀ, ଜଣେ ରାଜାଙ୍କ ମୃତ୍ୟୁ ପରେ ଯେତେବେଳେ ଯମରାଜ ତାଙ୍କୁ ନର୍କ ନେବାକୁ ଆସିଥିଲେ, ସେହି ସମୟରେ ଯମଦୂତକୁ ରାଜା କହିଥିଲେ କି, ମୁଁ ଏଭଳି କି ପାପ କରିଛି । ସେହି ସମୟରେ ଯମଦୂତ କହିଥିଲେ , ଗୋଟେ ଥରେ ସେ ଜଣେ ବ୍ରାହ୍ମଣଙ୍କୁ ତାଙ୍କ ଘରୁ ଭୋକିଲା ଭାବେ ଫେରାଇ ଦେଇଥିଲେ । ଏହାପରେ ରାଜା ତାଙ୍କୁ ଗୋଟେ ବର୍ଷ ସମୟ ମାଗିଥିଲେ । ସେହି ସମୟରେ ରାଜା ମୁନି ଋଷିଙ୍କ ପାଖକୁ ଯାଇ ନିଜର ସମସ୍ତ କାହାଣୀ କହିଥିଲେ । ଏହାପରେ ମୁନୀଋଷିମାନେ ରାଜାଙ୍କୁ କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ବ୍ରତ କରି ବ୍ରାହ୍ମଣ ଭୋଜନ କରାଇବାର ସେବା କରିବାକୁ କହିଥିଲେ । ଏକ ବର୍ଷ ପରେ ଯେତେବେଳେ ଯମଦୂତ ରାଜାଙ୍କୁ ନେବାପାଇଁ ଆସିଲେ ସେତେବେଳେ ସେ ରାଜାଙ୍କୁ ନର୍କକୁ ନେବା ବଦଳରେ ବିଷ୍ଣୁ ଲୋକକୁ ନେଇଯାଇଥିଲେ । ସେବେଠାରୁ ଏହି ଦିନ ଯମରାଜଙ୍କ ପୂଜା କରାଯାଉଛି ଏବଂ ସନ୍ଧ୍ୟା ସମୟରେ ଦୀପ ଜାଳିବାର ନିୟମ ରହିଛି ।
ଅଭିଶାପ ମିଳିବା କାରଣରୁ ୧୨ ବର୍ଷ ପର୍ଯ୍ୟନ୍ତ ଚାଷୀ ଘରେ ରହିଥିଲେ ମା ଲକ୍ଷ୍ମୀ :-
କହିବାକୁ ଗଲେ ଧନତେରସ ପର୍ବ ବିଭିନ୍ନ ପୌରାଣିକ କଥା ସହ ଜଡିତ ଅଟେ ଓ ଏହି କଥା ମଧ୍ୟରୁ ଗୋଟିଏ କଥା ମାତା ଲକ୍ଷ୍ମୀ ଓ ଏକ କୃଷକର ଅଟେ ।
ଧନତେରସ କଥା ଅନୁସାରେ ଥରେ ଭଗବାନ ବିଷ୍ଣୁ ମୃତ୍ୟୁଲୋକ ଯିବା ପାଇଁ ବିଚାର କରିଲେ | ଏହି କଥାକୁ ଜାଣିବା ପରେ ମାତା ଲକ୍ଷ୍ମୀ ବି ବିଷ୍ଣୁଙ୍କ ସହିତ ମୃତ୍ୟୁଲୋକ ଯିବା ପାଇଁ ଆଗ୍ରହ କରିଲେ । ଏହା ପରେ ବିଷ୍ଣୁ ମାତା ଲକ୍ଷ୍ମୀଙ୍କୁ କହିଲେ କି, ଯଦି ତୁମେ ମୋର ଗୋଟିଏ କଥା ମାନିବ ତେବେ ମୁଁ ତୁମକୁ ନିଜ ସହିତ ମୃତ୍ୟୁଲୋକ ନେଇଯିବି । ଏହା କହି ବିଷ୍ଣୁ ମାତା ଲକ୍ଷ୍ମୀଙ୍କୁ ପୃଥୁବୀ ପୃଷ୍ଠକୁ ନେଇ ଆସି ଗୋଟିଏ ଜାଗାରେ ଛିଡା କରାଇ ଦେଇ କହିଲେ କି, ଏହି ଜାଗାରେ ଛିଡା ହୋଇରୁହ |
ମୁଁ ଦକ୍ଷିଣ ଦିଗକୁ ଯାଉଛୁ । ତୁମେ ମୋର ପିଛା କରିବ ନାହିଁ । ବିଷ୍ଣୁଙ୍କର ଯିବା ପରେ ମାତା ଲକ୍ଷ୍ମୀ ଅପେକ୍ଷା କରି ପାରିଲେ ନାହିଁ ଓ ସେ ବି ଦକ୍ଷିଣ ଦିଗ ଆଡକୁ ଯିବାକୁ ଲାଗିଲେ । ଦକ୍ଷିଣ ଦିଗକୁ ଯିବା ସମଯରେ ମାତା ଲକ୍ଷ୍ମୀଙ୍କୁ ଏକ ବଗିଚା ନଜର ଆସିଲା ଓ ସେ ସେହି ବଗିଚାରୁ କିଛି ଫୁଲ ତୋଳି ନେଲେ | ସେହି ଫୁଲ ଦ୍ୱାରା ସେ ନିଜର ଶୃଙ୍ଗାର କରିବାକୁ ଲାଗିଲେ |
ଏହା ପରେ କିଛି ବାଟ ଯିବା ପରେ ମାତା ଲକ୍ଷ୍ମୀଙ୍କୁ ଗୋଟିଏ ଆଖୁ ଜମି ନଜର ଆସିଲା ଓ ମାତା ଲକ୍ଷ୍ମୀ ସେହି ଆଖୁ ଜମିରୁ କିଛି ଆଖୁ ଭାଙ୍ଗି ଖାଇବାକୁ ଆରମ୍ଭ କଲେ । ଏହା ମଧ୍ୟରେ ବିଷ୍ଣୁ ବି ସେହି ସ୍ଥାନରେ ଆସି ଉପସ୍ଥିତ ହୋଇଗଲେ ଓ ଏହି ସବୁ ଦେଖି ସେ ରାଗି ଯାଇ ମାତା ଲକ୍ଷ୍ମୀଙ୍କୁ ଅଭିଶାପ ଦେଲେ କି ଯେଉଁ ଚାଷୀର ଜମିରୁ ତୁମେ ଚୋରୀ କରିଛ, ସେହି ଚାଷୀର ତୁମେ ୧୨ ବର୍ଷ ପର୍ଯ୍ୟନ୍ତ ସେବା କରିବ |
ଏହା ପରେ ଲକ୍ଷ୍ମୀ ସେହି ଗରିବ ଚାଷୀ ଘରେ ରହିବାକୁ ଲାଗିଲେ । ଦିନେ ମାତା ଲକ୍ଷ୍ମୀ ଚାଷୀର ପତ୍ନୀକୁ କହିଲେ କି ସକାଳେ ସ୍ନାନ କରି ମାତା ଲକ୍ଷ୍ମୀଙ୍କ ପୂଜା କରି ଯାହା ଚାହୁଁଛ ତାହା ମାଗି ନିଅ । ଏହା ପରେ ଚାଷୀର ପତ୍ନୀ ମାତା ଲକ୍ଷ୍ମୀଙ୍କ ପୂଜା କରିଲେ ଓ ତାଙ୍କୁ ଧନ ମାଗିଲେ । ଯାହା ଫଳରେ ଚାଷୀ ଘରେ ଧନ ଭରପୁର ହୋଇଗଲା | ଏହିପରି ୧୨ ବର୍ଷ ବିତିଗଲା ପରେ ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କୁ ନେବା ପାଇଁ ଆସିଲେ |
କିନ୍ତୁ ଚାଷୀ ମାତା ଲକ୍ଷ୍ମୀଙ୍କୁ ଛାଡିବା ପାଇଁ ମନା କରି ଦେଲେ । ସେତେବେଳେ ମାତା ଲକ୍ଷ୍ମୀ ଚାଷୀକୁ କହିଲେ କି ସେ କାର୍ତ୍ତିକ କୃଷ୍ଣ ପକ୍ଷ ର ତ୍ରୟୋଦଶୀ ତିଥି ଦିନ ତୁମେ ନିଜ ଘରେ ଏକ ଦୀପ ଜଳାଇ ମୋର ପୂଜା କରିବ | ପୂଜା କରିବା ସମୟରେ ଧନ ଦ୍ୱାରା ଭରପୁର ଏକ କଳସ ପୂଜା ସ୍ଥଳରେ ରଖିବ | ଏହି କଳସରେ ମୋର ବାସ ହେବ ଓ ମୁଁ ସର୍ବଦା ତୁମ ପାଖରେ ରହିବି । ମା' ଲକ୍ଷ୍ମୀଙ୍କ କଥା ଅନୁସାରେ ଚାଷୀ ଜଣକ ସେହିପରି କଲା ଓ ତା'ର ଘର ସଦା ସର୍ବଦା ଧନରେ ପରିପୂର୍ଣ୍ଣ ହୋଇଗଲା ।
0 Comments
Do you have any doubts or suggestions? Ask them here in the comments!