ଧନତେରସ ଦିନ ନିଶ୍ଚୟ କିଣନ୍ତୁ ଝାଡ଼ୁ
ଧନତେରସ ଦିନ ନିଶ୍ଚୟ କିଣନ୍ତୁ ଝାଡ଼ୁ
ଧନତେରସ ଦିନ ସୁନା-ଚାନ୍ଦି, ବାସନକୁସନ ଆଦି କିଣିବାର ବିଧାନ ରହିଛି । ମାତ୍ର ଏହି ଦିନ ଆଉ ଏକ ଜିନିଷ ନିଶ୍ଚୟ କିଣିବା ଉଚିତ । ତାହା ହୁଏତ ସଭିଏଁ ଜାଣି ନଥିବେ। ଜିନିଷଟି ହେଉଛି ଝାଡ଼ୁ । ଧନତେରସ ଦିନ ଝାଡ଼ୁ କିଣିବା ଦ୍ୱାରା ଗୃହରେ ସର୍ବଦା ମା’ଲକ୍ଷ୍ମୀଙ୍କ ବାସ ହୋଇଥାଏ ।
ଯଦି ଆପଣ ଦୀପାବଳି ଦିନ ମାଲକ୍ଷ୍ମୀଙ୍କୁ ଖୁସି କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ଘରକୁ ବାସ୍ତୁ ଶାସ୍ତ୍ର ଅନୁସାରେ ହିଁ ସଜେଇବା ଦରକାର, ମାଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ନିଜଘରେ ଶୁଭ ଲାଭ ଓ ମାଙ୍କ ପାଦ ଚିହ୍ନ୍ ଆଦି ଜିନିଷର ଆଗମନ କରିବା ଦରକାର |
ଦୀପାବଳି ଦିନ ଘରକୁ ସଜେଇବା ଅତ୍ୟନ୍ତ ଶୁଭ ହୋଇଥାଏ,ଏହା ସହିତ ଦୀପାବଳି ପୂର୍ବରୁ ଘରକୁ ସଫା ସୁତରା କରିବା ଅତ୍ୟନ୍ତ ଆବଶ୍ୟକ | ଏବେ ଏହା ତ ଆପଣ ଜାଣିଥିବେ ଯେ ଘରର ସଫା ଝାଡ଼ୁ ଦ୍ୱାରା କରାଯାଇଥାଏ |
ଏହିଦିନ ଝାଡ଼ୁ କିଣିବା ସହ ଏହାସହ ଜଡ଼ିତ କିଛି ମାନ୍ୟତା ଗୁଡ଼ିକୁ ପାଳନ କଲେ ଘରେ ଥିବା ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଜାଣନ୍ତୁ ଏହା ବିଷୟରେ ….
- ଏହାଛଡା ବହୁତ କମଲୋକ ଜାଣନ୍ତି ଯେ ଝାଡ଼ୁର ସମ୍ବନ୍ଧ ପଇସା ସହ ହୋଇଥାଏ | ଏହି କାରଣ ଅଟେ ଯେ ଶାସ୍ତ୍ରରେ ଝାଡୁ କୁ ଗୋଡରେ ନ ଲଗେଇବାକୁ କୁହାଯାଇଥାଏ | ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀକ୍ରୋଧ କରିଥାଆନ୍ତି ।
- ଏହା ଏଥିପାଇଁ କାରଣ ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ରାଗି ଯାଇପାରନ୍ତି | ମାନେ ଯଦି ଆମେ ସିଧା ଶବ୍ଦରେ କହିବା ତ ଦୀପାବଳି ଦିନ ଝାଡ଼ୁର ଅନେକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ |
- ଧନତେରସ ଦିନ ଝାଡୁ କିଣିବା ପ୍ରଥା ରହିଛି । ଏହି ଦିନ ଝାଡୁ କିଣିଲେ ଗରିବୀ ବା ଅଭାବ ଦୂର ଏବଂ ଆର୍ଥିକ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି ।
- ଧନତେରସ ଦିନ କିଣିଥିବା ଝାଡ଼ୁ ସହ ଜଡ଼ିତ ପ୍ରଥମ ନିୟମ ହେଉଛି । ଝାଡୁରେ ଧଳା ସୁତା ବାନ୍ଧି ଘରକୁ ଆଣିବା ଉଚିତ ଯାହାଦ୍ୱାରା ମାତା ଲକ୍ଷ୍ମୀ ଘରେ ବାସ କରିବେ ଏବଂ ସୁଖ ସମୃଦ୍ଧି ପ୍ରାପ୍ତ ହେବ ।
- ଧନତେରସ ଦିନ ଏକ କାଳୀନ ୩ଟି ଝାଡ଼ୁ କିଣନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ । ମାତ୍ର କଦାପି ସମ ସଂଖ୍ୟକ ଝାଡ଼ୁ କିଣିବା ଉଚିତ ନୁହେଁ।
- ମଙ୍ଗଳବାର ଓ ରବିବାର କଦାପି ଝାଡ଼ୁ କିଣିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଘରେ କଳହର ବାତାବରଣ ସୃଷ୍ଟି ହୋଇଥାଏ।
- ଦୀପାବଳୀ ଦିନ ମନ୍ଦିରରେ ଝାଡ଼ୁ ଦାନ କରିବା ଦ୍ୱାରା ଆପଣଙ୍କ ଗୃହରେ ସର୍ବଦା ମା’ଲକ୍ଷ୍ମୀଙ୍କ କୃପା ଓ ଆଶୀର୍ବାଦ ରହିବ। ମାତ୍ର ମନ୍ଦିରରେ ଝାଡ଼ୁକୁ ସୂର୍ଯ୍ୟୋଦୟ ପୂର୍ବରୁ ଦାନ କରନ୍ତୁ । ଦାନ କରିବା ଝାଡ଼ୁକୁ ଧନତେରସ ଦିନ ପୂର୍ବରୁ କିଣନ୍ତୁ ।
- ଆପଣଙ୍କୁ ଏହି କଥାର ଧ୍ୟାନ ଦେବାକୁ ପଡିବ ଯେ ଆପଣଙ୍କମ ଝାଡୁକୁ ସବୁବେଳେ ଘରର କବାଟ କୋଣରେ ଲୁଚେଇକି ରଖିବା ଦରକାର | ଏହା ଆପଣଙ୍କ ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ |
- ଏହାଛଡା ଝାଡ଼ୁର ପୂଜା ଧନତେରାସ ଦିନ କରିବା ଉଚିତ୍ | କିଛି ଲୋକ ଝାଡ଼ୁର ପୂଜା କରିବାକୁ ଉଚିତ୍ ମନେ କରନ୍ତିନି. କାରଣ ଏହାର ବ୍ୟବହାର ମଇଳା ସଫା କରିବା ପାଇଁ କରାଯାଇଥାଏ.
- ହେଲେ ଆମେ ଆପଣଙ୍କ ଜାଣିବା ପାଇଁ ବତେଇଦେଉଛୁ ଯେ ଧନତେରାସ ଦିନ ଝାଡୁର ପୂଜା କରିବା ଅତ୍ୟନ୍ତ ଶୁଭ ହୋଇଥାଏ |
- ଏହାଛଡା ଯେଉଁ ସବୁ ଜିନିଷ ଦ୍ୱାରା ଆପଣଙ୍କ ଘର ଉପରେ ଖରାପ ପ୍ରଭାବ ପଡିଥାଏ, ସେହିସବୁକୁ ଘରୁ ବାହାର କରିଦିଅନ୍ତୁ | ଯଦି ଆପଣ ଆପଣଙ୍କ ଘରେ ସବୁବେଳେ ସୁଖ ସମୃଦ୍ଧି ଚାହୁଁଛନ୍ତି ତେବେ ସବୁବେଳେ ବାସ୍ତୁ ଶାସ୍ତ୍ର ଅନୁସାରେ ହିଁ କାମ କରିବା ଉଚିତ୍ |
0 Comments
Do you have any doubts or suggestions? Ask them here in the comments!