ଧନତେରସରେ କିଣିବା ଅଶୁଭ ଅଟେ

ଧନତେରସରେ କିଣିବା ଅଶୁଭ ଅଟେ

କାର୍ତ୍ତିକ କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତେରସ ପର୍ବ ପାଳନ କରାଯାଏ । ଧନତେରସ ଦିନ କିଛି ନୂଆ କିଣିବାର ପରମ୍ପରା ରହିଛି । ଏହି ଦିନ ପିତ୍ତଳ କିମ୍ବା ରୂପା ବାସନ କିଣିବାର ଏକ ପରମ୍ପରା ରହିଛି । ବିଶ୍ୱାସ କରାଯାଏ ଯେ ଏହି ଦିନରେ ଯାହା ବି କିଣାଯାଏ ଶୁଭ ହୋଇଥାଏ । ଏହା ସହିତ ଧନ ମଧ୍ୟ ବୃଦ୍ଧି ପାଇଥାଏ । ଧନତେରାସରେ, ସପିଂ ସହିତ ଶୁଭ କାର୍ଯ୍ୟ ମଧ୍ୟ କରାଯାଇଥାଏ । ଏହି ଦିନ ସୁନା ଓ ରୂପା ଅଳଙ୍କାର କିଣିବା ବିଶେଷ କରି ଶୁଭ ହୋଇଥାଏ । 

କିଛି ବସ୍ତୁ ଏପରି ମଧ୍ୟ ଅଛି ଯାହାକୁ କିଣିବା ଉଚିତ ନୁହେଁ । କିନ୍ତୁ କେବେ ବି ଏହି ବସ୍ତୁ କିଣନ୍ତୁ ନାହିଁ ନଚେତ ଘରର ସୁଖ, ସମୃଦ୍ଧି, ଧନ ସବୁ ନଷ୍ଟ ହୋଇଯିବ। ଏହା ସହ ଘରକୁ ଆସିବ ଦାରିଦ୍ରତା । ତେବେ ଜାଣିରଖନ୍ତୁ ସେହି ବସ୍ତୁ ବିଷୟରେ।

ଧନତେରସରେ ଏହି ଜିନିଷଗୁଡିକ କିଣନ୍ତୁ ନାହିଁ :-

ଆଲୁମିନିୟମ :-

ଆଜିର ଦିନରେ ଧନତେରସ ସମୟରେ କୌଣସି ନୂଆ ଵସ୍ତୁ କିଣିବା ସମୟରେ ଏହି କଥାର ଧ୍ୟାନ ରଖନ୍ତୁ କି ସେହି ବସ୍ତୁ ଆଲୁମିନିୟମ ତ ନୁହେଁ। କାରଣ ଆଲୁମିନିୟମରେ ପ୍ରସ୍ତୁତ ବସ୍ତୁ କିଣିବା ଦ୍ଵାରା ଘରର ଲଷ୍ମୀ କ୍ରୋଧିତ ହୋଇଯାଇଥାନ୍ତି ଏହା ପରେ ଘରେ ଦାରିଦ୍ରତାର ବାସ ହୋଇଯାଇଥାଏ। ଆଲୁମିନିୟମରେ ରାହୁର ବାସ ହୋଇଥାଏ। ତେଣୁ ଏହାକୁ ଅଶୁଭ ମାନାଯାଇଛି।

ଲୁହା :-

ଜ୍ୟୋତିଷରେ ଲୁହାକୁ ଶନିର କାରକ ମାନାଯାଇଛି । ତେଣୁ ଏହି ଶୁଭ ଦିନରେ ଲୁହା ବସ୍ତୁ ଘରକୁ ଆଣିବା ଅଶୁଭ ମାନାଯାଇଛି । ମାନ୍ୟତା ଅଛି କି ଧନତେରସ ଦିନରେ ଏହି ବସ୍ତୁ କିଣିବା ଦ୍ଵାରା ଦୁର୍ଭାଗ୍ୟ ଆସିଥାଏ । 

ଧନତେରସରେ ଧାରୁଆ ବସ୍ତୁ ଯେପରିକି ଛୁରୀ ,କଇଁଚି , ଧାରୁଆ ଅସ୍ତ୍ର ଆଦି କିଣିବା ନିଷେଧ |

ପ୍ଲାଷ୍ଟିକ :-

ଧନତେରସ ଦିନରେ ପ୍ଲାଷ୍ଟିକ ବସ୍ତୁ କିଣିବା ବି ଅଶୁଭ ମାନାଯାଇଛି କାରଣ ସ୍ୱାସ୍ଥ୍ୟରେ ପ୍ରଭାବ ପକାଇଥାଏ।

କାଚ :-

ହିନ୍ଦୁ ଧର୍ମ ଶାସ୍ତ୍ରରେ କୁହାଯାଇଛି କି ଧନତେରସ ଦିନରେ କାଚରେ ତିଆରି କୌଣସି ବସ୍ତୁ କିଣିବା ଭଲ ନୁହେଁ କାରଣ କାଚର ସମ୍ବନ୍ଧ ରାହୁ ସହ ଅଛି । ଏହା ଦ୍ଵାରା ଘରକୁ ଦାରିଦ୍ରତା ଆସିଥାଏ।

ଚିନି :-

ଏହି ଦିନରେ ଚିନିରେ ପ୍ରସ୍ତୁତ ଜିନିଷ କିଣିବା ବି ଉଚିତ ନୁହେଁ। କାରଣ ଚିନିରେ ପ୍ରସ୍ତୁତ ଜିନିଷ ଘରେ ଅଧିକ ଦିନ ରହିନଥାଏ ଏହା ଦ୍ଵାରା ଘରେ ସୁଖ ଶାନ୍ତି ଭଙ୍ଗ ହୋଇଥାଏ।

ଚିନା ମାଟି :-

ଧନତେରାସରେ ଚିନା ମାଟିରେ ପ୍ରସ୍ତୁତ ଜିନିଷ କିଣିବା ଉଚିତ୍ ନୁହେଁ । କୁହାଯାଏ ଏଗୁଡିକର ସ୍ଥାୟୀତ୍ୱ ନ ଥାଏ ଏବଂ   ଏପରି କରିବା ଦ୍ୱାରା ଘରେ ଧନ ହ୍ରାସ ପାଇଥାଏ ।

କଳା ରଙ୍ଗର ବସ୍ତ୍ର କିମ୍ବା ଅନ୍ୟ କୌଣସି ଜିନିଷ :-

ଏହି ଦିନ କଳା ରଙ୍ଗର ବସ୍ତ୍ର କିମ୍ବା ଅନ୍ୟ କୌଣସି ଜିନିଷ କିଣନ୍ତୁ ନାହିଁ କାରଣ ଏହା ସହଆପଣ ଦୁର୍ଭାଗ୍ୟକୁ ବି ଡାକି ଆଣିବେ

ଘିଅ ଓ ତେଲ :-

ଧନତେରସର ଶୁଭ ମୁହୂର୍ତ୍ତରେ ଘରକୁ କେବେ ହେଲେ ତୈଳ ଉତ୍ପାଦ ଯଥା- ଘିଅ ଓ ତେଲ ଆଦି ଆଣନ୍ତୁ ନାହିଁ । ତେବେ ଏହି ଦିନ ଘରେ ଦୀପ ଜଳାଇବାକୁ ଏ ସବୁର ଆବଶ୍ୟକ ହୋଇଥାଏ । ତେଣୁ ଏଗୁଡ଼ିକୁ ପୂର୍ବରୁ ଆଣି ରଖନ୍ତୁ।

Post a Comment

0 Comments