ଆତ ଖାଇଲେ ଏହିସବୁ ଶାରୀରିକ ସମସ୍ୟାକୁ ଦୂର ହୋଇଥାଏ
ବିଭିନ୍ନ ଫଳ ଶରୀରକୁ ବହୁ ପରିମାଣରେ ଭିଟାମିନ ଦେଇଥାଏ । ମାତ୍ର ଆତ ଖାଇବା ଦ୍ୱାରା ଆମର ବହୁ ଉପକାର ହୋଇଥାଏ । ଆତ ହେଉଛି କ୍ୟାଲସିୟମ,ମାଗ୍ନେସିୟମ,ପୋଟାସିୟମ, ଆଇରନ, ଭିଟାମିନ-ଏ,ଭିଟାମିନ୍-ବି3, ଭିଟାମିନ୍-ବି୬, ଫସଫରସ , ଜିଙ୍କ, ଫାଇବର୍ , ମାଙ୍ଗାନିଜ ପରି ବହୁ ଜୀବସାର ଓ ଖଣିଜର ଗନ୍ତାଘର । ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଶରୀରକୁ ବିଭିନ୍ନ ରୋଗରୁ ରକ୍ଷାକରେ | ଏପରିକି ଆୟୁର୍ବେଦରେ ଆତ ପତ୍ରକୁ ମଧ୍ୟ ଔଷଧ ଭାବେ ବ୍ୟବହାର କରାଯାଇଥାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ କମଳା ଅପେକ୍ଷା 'ଆତ'ରେ ଭିଟାମିନ-ସି ପୋଷକ ତତ୍ତ୍ୱର ମାତ୍ରା ଅଧିକ ରହିଛି ।
- ଏହା ସ୍ନାୟୁକୁ ଶକ୍ତ ରଖିଥାଏ।
- ହାଡ଼କୁ ଶକ୍ତ ରଖିଥାଏ।
- ଏହା ନିୟମିତ ଖାଇବା ଦ୍ୱାରା ମୁହଁ ମଧ୍ୟ ଉଜ୍ଜଳ ରହିଥାଏ।
- ଏହା କେଶ ବଢାଇବାରେ ସହାୟକ ହୋଇଥାଏ।
- କର୍କଟ ରୋଗ ପ୍ରତିରୋଧକ ତତ୍ତ୍ୱ ମଧ୍ୟ ରହିଛି |
1. ଗର୍ଭ ଜନିତ କଷ୍ଟ ଦୂର :-
ଏଥିରେ ଥିବା କପର୍ ଓ ଆଇରନ୍ ଗର୍ଭବତୀଙ୍କ ପାଇଁ ବେଶ୍ ଭଲ । ଗର୍ଭାବସ୍ଥାରେ ଆତ ଖାଇଲେ ଗର୍ଭଜନିତ କଷ୍ଟ ଅନେକାଂଶରେ ଦୂର ହୋଇଥାଏ ।
2. ଦୃଷ୍ଟିଶକ୍ତି ବଢ଼ାଏ :-
ଆତରେ ଭିଟାମିନ-ଏ, ଭିଟାମିନ-ସି ଓ ରାଇବଫ୍ଲୋବିନ ପୋଷଣ ରହିଛି । ଏହା ଦୃଷ୍ଟିଶକ୍ତି ବଢ଼ାଇବା ପାଇଁ ଉପଯୁକ୍ତ ଫଳ ଅଟେ ।
3. ସ୍ମରଣ ଶକ୍ତି ବଢ଼େ :-
ଆତରେ ଭିଟାମିନ ବି-୬ ଓ ଆଣ୍ଟିଅକ୍ସିଡେଣ୍ଟ ଭଳି ଗୁଣ ରହିଥିବାରୁ ଏହି ଫଳ ଖାଇଲେ ସ୍ମରଣ ଶକ୍ତି ଓ ଏକାଗ୍ରତା ବଢାଇଥାଏ ।
4. ଶ୍ୱାସରୋଗ :-
ଶ୍ୱାସ ଗୋଟିଏ ଏପରି ରୋଗ ଯାହା ପାଇଁ ନିଃଶ୍ୱାସ ପ୍ରଶ୍ୱାସରେ ବାଧା ଉପୁଜିଥାଏ | 'ଆତ'ରେ ଏଭଳି ଏକ ପୋଷକ ତତ୍ତ୍ୱ ରହିଛି ଯାହା ଶ୍ୱାସ ରୋଗକୁ କମ କରିବା ସହିତ ଛାତିକୁ କଫ କବଳରୁ ମୁକ୍ତ କରିଥାଏ | ଆତରେ ପ୍ରଚୁର ମାତ୍ରାରେ ଭିଟାମିନ ବି-୬ ରହିଛି । ଏଥିପାଇଁ ଶ୍ୱାସରୋଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।
5. ହୃଦରୋଗ :-
ଆତରେ ଥିବା ପୋଟାସିୟମ୍, ମ୍ୟାଗ୍ନେସିୟମ୍ ହୃଦ୍ଜନିତ ବିଭିନ୍ନ ସମସ୍ୟାରୁ ରକ୍ଷା କରିଥାଏ । ଯାହା ଫଳରେ ଦୃଦୟ ସମ୍ମନ୍ଧୀୟ ରୋଗ ନିୟନ୍ତ୍ରଣ କରେ | ଏଥିପାଇଁ ହୃଦ୍ରୋଗୀଙ୍କୁ ନିୟମିତ ଆତ ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥା’ନ୍ତି ।
6. ଗର୍ଭବତୀ ମହିଳାଙ୍କ ପାଇଁ ଉପଯୋଗୀ :-
ଆତରେ ଥିବା କପର ଓ ଆଇରନ ଗର୍ଭବତୀ ମହିଳା ଓ ପିଲା ପାଇଁ ବହୁତ ଉପକାରୀ ଅଟେ। ଗର୍ଭବତୀ ମହିଳା ଏହାକୁ ଖାଇବା ଦ୍ୱାରା ଗର୍ଭାବସ୍ଥା ସମୟରେ ହେଉଥିବା ଅସୁବିଧା କିଛି ମାତ୍ରାରେ ଦୂର ହୋଇଥାଏ।
7. କୋଷ୍ଠକାଠିନ୍ୟ ସମସ୍ୟା :-
ଏହି ଫଳରେ ଅତ୍ୟଧିକ ମାତ୍ରରେ ଫାଇବର ରହିଛି । ଏଥିରେ ଥିବା ଫାଇବର ପାଚନ କ୍ରିୟାକୁ ସୁଦୃଢ କରିବା ସହିତ ଖାଦ୍ୟ ସହଜରେ ହଜମ ହୁଏ ଏବଂ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ l
8. ରକ୍ତହୀନତା ଦୂର :-
ରକ୍ତହୀନତା ଦ୍ୱାରା ମଣିଷମାନଙ୍କ ଶରୀରରେ RBC କମି ଯାଇଥାଏ | ଏଥିପାଇଁ ବ୍ୟକ୍ତିର ଶରୀରରେ ରକ୍ତ ସହିତ ଅକ୍ସିଜେନ ପର୍ଯ୍ୟାପ୍ତ ମାତ୍ରାରେ ପହଞ୍ଚି ପାରେ ନାହିଁ | ବିଶେଷଜ୍ଞମାନଙ୍କ ମତରେ 'ଆତ'ରେ ଥିବା ଆଇରନ, କପର ଓ ଫୋଲେଟ ପର୍ଯ୍ୟାପ୍ତ ମାତ୍ରାରେ ମିଳିଥାଏ, ଯାହା ଆନିମିଆ ରୋଗୀମାନଙ୍କ ପାଇଁ ଆବଶ୍ୟକ | ତେଣୁ ଆତକୁ ରକ୍ତ ହୀନତାର ଶିକାର ହେଉଥିବା ବ୍ୟକ୍ତିମାନେ ଖାଇବା ଉଚିତ l
9. ରକ୍ତଚାପ ରୋଗ ନିୟନ୍ତ୍ରଣ :-
ପ୍ରତିଦିନ ଆତ ଖାଇବା ଦ୍ୱାର ରକ୍ତଚାପ ରୋଗ ନିୟନ୍ତ୍ରଣ ହୋଇଥାଏ ।
ଉଚ୍ଚ ରକ୍ତଚାପ ରୋଗୀମାନଙ୍କ ପାଇଁ 'ଆତ' ଅତ୍ୟନ୍ତ ଉପଯୋଗୀ । ଏଥିରେ ଥିବା ମ୍ୟାଗନେସିୟମ,ପୋଟାସିୟମ ପ୍ରଚୁର ମାତ୍ରାରେ ରହିଛି ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।
10. କୋଲେଷ୍ଟ୍ରେରଲ ସ୍ତର ବୃଦ୍ଧି :-
ଭିଟାମିନ୍-ବି3 ଅଭାବ ହେଲେ ଖରାପ କୋଲେଷ୍ଟ୍ରେରଲର ସ୍ତର ବୃଦ୍ଧି ପାଏ | ଆତରେ ଥିବା ଭିଟାମିନ୍-ବି3 ଏହାକୁ ହ୍ରାସ କରିବା ସହ ଭଲ କୋଲେଷ୍ଟ୍ରେରଲ ସ୍ତର ବଢାଏ |
11. ଓଜନ ବଢ଼ାଏ :-
କୌଣସି ବ୍ୟକ୍ତି ନିଜର ପତଳା ଶରୀରକୁ ନେଇ ବ୍ୟସ୍ତ ହେଉଥିଲେ 'ଆତ' ଖାଆନ୍ତୁ ।
ଦୁର୍ବଳତାର ଶିକାର ହେଉଥିବା ପ୍ରତ୍ୟେକ ବ୍ୟକ୍ତି ମଧ୍ୟ ନିୟମିତ ଭାବରେ 'ଆତ' ଖାଇଲେ ସୁଫଳ ମିଳିଥାଏ । ଏହା ଦ୍ୱାରା ଶରୀର ଚଳଚଞ୍ଚଳ ହେବା ସହିତ ଓଜନ ମଧ୍ୟ ବଢ଼ିପାରିବ ।


0 Comments
Do you have any doubts or suggestions? Ask them here in the comments!