ତିଥି ଓ ବାର ଅନୁସାରେ ଖାଇବା ନିଷେଧ

ତିଥି ଓ ବାର ଅନୁସାରେ ଖାଇବା ନିଷେଧ


ଆମ ଜୀବନରେ ପୂଜାପାଠର ବହୁତ ମହତ୍ତ୍ୱ ରହିଛି | ସେହିପରି ତିଥି ଓ ବାର ମଧ୍ୟ ଆମ ଜୀବନରେ ବହୁତ ପ୍ରଭାବ ପକାଇଥାଏ | ତିଥି ଓ ବାର ଅନୁସାରେ କଣ ଖାଇବା କଥା ଆଉ କଣ ଖାଇବା କଥା ନୁହେଁ ସମସ୍ତେ ଜାଣି ନଥିବେ । ଆମ ଓଡ଼ିଆ ସଂସ୍କୃତି ଓ ତିଥି ଅନୁସାରେ କିଛି ଖାଦ୍ୟ ଖାଇବା ପାଇଁ ନିଷେଧ କରାଯାଇଛି | ଆପଣ ଜାଣନ୍ତି କି କେଉଁ ତିଥି ଓ ବାରରେ କଣ ଖାଇଲେ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ; ତେବେ ଆସନ୍ତୁ ଜାଣିବା…

ତିଥି ଅନୁସାରେ ଖାଦ୍ୟ ଖାଇବା ନିଷେଧ  :-

1. ପୂର୍ଣ୍ଣମୀ – ମତ୍ସ୍ୟମାଂସ
2. ପ୍ରତିପଦା – ପାଣିକଖାରୁ
3. ଦ୍ଵିତୀୟା – ଭେଜି ବାଇଗଣ
4. ତୃତୀୟା – ପୋଟଳ
5. ଚତୁର୍ଥୀ – ମୂଳା
6. ପଞ୍ଚମୀ – ବେଲ
7. ଷଷ୍ଠୀ – ନିମ୍ବ, ପିତାଦ୍ରବ୍ୟ
8. ସପ୍ତମୀ – ତାଳ
9. ଅଷ୍ଟମୀ – ନଡ଼ିଆ
10. ନବମୀ – ଲାଉ
11. ଦଶମୀ – କଳମୀ ଶାଗ, ପୋଇ
12. ଏକାଦଶୀ – ଶିମ୍ବ
13. ଦ୍ୱାଦଶୀ – ପୋଇ
14. ତ୍ରୟୋଦଶୀ – ବାଇଗଣ
15. ଚତୁର୍ଦ୍ଦଶୀ – ବିରିଦ୍ରବ୍ୟ
16. ଅମାବାସ୍ୟା – ମତ୍ସ୍ୟମାଂସ, କ୍ଷୀର

ବାର ଅନୁସାରେ ଖାଦ୍ୟ ଖାଇବା ନିଷେଧ  :-

1. ସୋମବାର -
2. ମଙ୍ଗଳବାର - ମୂଳା 
3. ବୁଧୁବାର - ଆଖୁ 
4. ଗୁରୁବାର - ନିମ,କଲରା 
5. ଶୁକ୍ରବାର - 
6. ଶନିବାର - କ୍ଷୀର 
7. ରବିବାର - ଗୁଡ଼, ମସୁର ଡାଲି, ବିରିଦ୍ରବ୍ୟ, ଆମିଷ, ଲାଲ ଶାଗ
                     କାଚ ପାତ୍ରରେ ଖାଦ୍ୟ ଖାଇବେ ନାହିଁ  |  

  • ରବିବାର ଓ ବୁଧୁବାର ଦିନ ପିପଲ ( ଅଶ୍ବତଥ ) ଗଛରେ ପାଣି ଦେବେ ନାହିଁ  |
  • ରବିବାର ଦିନ ତୁଳସୀ ଏବଂ ଦୁବ ତୋଳିବେ ନାହିଁ |  
  • ରବିବାର ଦିନ ତୁଳସୀ ଗଛରେ ଦିପ ଲଗାଇବେ ନାହିଁ |
  • ରବିବାର ଦିନ କୌଣସି ବୃକ୍ଷକୁ  ପୂଜା ନାହିଁ |
  • ତୁଳସୀ ପତ୍ର :- ପୂର୍ଣ୍ଣମୀ, ଅମାବାସ୍ୟା, ସଂକ୍ରାନ୍ତି, ଏକାଦଶୀ, ଦ୍ୱାଦଶୀ, ରବିବାର ଦିନ ତୁଳସୀପତ୍ର ତୋଳିବେ ନାହିଁ  |
  • ବେଲପତ୍ର :- ଚତୁର୍ଥୀ, ଅଷ୍ଟମୀ,ନବମୀ, ସଂକ୍ରାନ୍ତି,ଚତୁର୍ଦ୍ଦଶୀ,ଅମାବାସ୍ୟା ,ସୋମବାର ବେଲପତ୍ର ତୋଳିବେ ନାହିଁ  |

ଆଶା କରୁଛୁ ଏହି ଆର୍ଟିକିଲ୍‌ଟିରେ ଥିବା ତିଥି ଓ ବାର ସମ୍ଭନ୍ଧିତ ସୁଚନାଟି ସମସ୍ତଙ୍କ ପାଇଁ ଦରକାରୀ । ସୁଚନାଟି ଭଲ ଲାଗିଲେ Like ଓ Share କରିବାକୁ ଭୁଲିବେ ନାହିଁ | ଯଦି ଆପଣଙ୍କୁ ଆମର ଏହି ଆଟିକିଲ୍‌ ଟି ପସନ୍ଦ ଆସିଥାଏ ତେବେ ନିଜ ମତାମତ Comment କରି ନିଶ୍ଚୟ ଜଣାନ୍ତୁ | 

ଦୟାକରି ନୂଆଁ ନୂଆଁ ବିଷୟରେ ଜାଣିବା ପାଇଁ ଆମ ପୋଷ୍ଟକୁ ନିଶ୍ଚୟ ଆରମ୍ଭ ଠୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ |

ଧନ୍ୟବାଦ

Post a Comment

0 Comments