ସଜନା ହେଉଛି ସକଳ ଶକ୍ତିର ଗନ୍ତାଘର
ଏଥିରେ ପ୍ରାୟ ୪୬ ପ୍ରକାରର ଆଣ୍ଟି ଅକ୍ସିଡେଣ୍ଟ ଓ ଆମିନୋ ଏସିଡ ରହିଛି। ଯାହା ଶରୀରକୁ ଶକ୍ତି ଯୋଗାଏ । ଏହାର ଔଷଧୀୟ ଗୁଣ ମଧ୍ୟ କମ ନୁହେଁ। ଏହାର ସର୍ବାଙ୍ଗକୁ ଔଷଧ ରୂପରେ ବ୍ୟବହାର କରାଯାଏ। ଯଥା ଛୁଇଁ,ଫୁଲ,ପତ୍ର,ଡାଳ ଏବଂ ମୂଳରେ ଔଷଧୀୟ ଗୁଣ ଭରି ରହିଥାଏ ।
୫ ଗ୍ଲାସ କ୍ଷୀରରେ ଯେତିକି କ୍ୟାଲସିୟମ ରହିଛି ୧୦୦ ଗ୍ରାମ ସଜନା ପତ୍ରରେ ସେତିକି କ୍ୟାଲିସିୟମ ରହିଥାଏ। ଗୋଟିଏ ଲେମ୍ବୁ ତୁଳନାରେ ଏଥିରେ 5 ଗୁଣା ଅଧିକ ଭିଟାମିନ୍ ସି ରହିଥାଏ। ଖାଲି ସେତିକି ନୁହଁ ଏହାର ପତ୍ରରେ ଡାଇଟର ଫାଇବର, ସୋଡିଅମ, ଭିଟା କ୍ୟାରୋଟିନ, ପ୍ରୋଟିନ,ପୋଟାସିୟମ, ଆଇରନ୍, ମ୍ୟାଗ୍ନେସିୟମ ଓ ବି କମ୍ପ୍ଲେସ ଭଳି ପ୍ରଚୁର ଭିଟାମିନ ରହିଛି। ସଜନାକୁ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବଢିଥାଏ |
ପୌଷ୍ଟିକତତ୍ତ୍ୱ ସାଧାରଣ ଖାଦ୍ୟ ସଜନାର ସଜ ପତ୍ର ସଜନାର ଶୁଖିଲା ପତ୍ର
ଭିଟାମିନ୍ ଏ ଗାଜର-1.8 mg 6.8 mg 18.9 mg
କ୍ୟାଲସିୟମ କ୍ଷୀର-120 mg 440 mg 2003 mg
ପୋଟାସିୟମ୍ କଦଳୀ-88 mg 259 mg 1324 mg
ପ୍ରୋଟିନ୍ ବସାଦହି-3.1 g 6.7 g 27.1 g
ଭିଟାମିନ୍ ସି କମଳା ଲେମ୍ବୁ-30 mg 220 mg 17.3 mg
ଶାସ୍ତ୍ରୋକ୍ତ ଗୁଣ :-
କଟୁ ତିକ୍ତ ମିଶ୍ରିତ ମଧୁର ରସ। ଉଷ୍ଣବୀର୍ଯ୍ୟ, ରୁକ୍ଷ, ଅଗ୍ନିଦୀପକ, ରୁଚିକର, ତୀକ୍ଷ୍ଣ, ଚକ୍ଷୁ ହିତକାରି, ବୀର୍ଯ୍ୟ ବର୍ଦ୍ଧକ, ବଳକର, ଧାରକ, ବିଦାହୀ, କ୍ଷାରମୟ ରକ୍ତ ପିତ୍ତକର, ବାୟୁବର୍ଦ୍ଧକ, ଗଳଗଣ୍ଡ, ପ୍ଳୀହା, ମେଦରୋଗ, ଗୁଳ୍ମ, ବ୍ରଣ ଓ ପିତ୍ତଦୋଷ ବିନାଶକ।
ଏହାର ଔଷଧୀୟ ଗୁଣ ଗୁଡିକ ମଧ୍ୟରେ ରକ୍ତହୀନତା, ଚର୍ମରୋଗ, କୃମି ସଂକ୍ରମଣ, ରକ୍ତ ଅପରିଷ୍କାର, ଆସ୍ଥମା, ଆଜମା, ଖାଦ୍ୟ ହଜମ ସମସ୍ୟା, ପରିସ୍ରାଜନିତ ସମସ୍ୟା, ଅମ୍ଳଦୋଷ, ହୃଦରୋଗ ନିରାକରଣରେ ଏହା ବହୁଳ ମାତ୍ରାରେ ସହାୟକ ହୋଇଥାଏ |
ମଞ୍ଜି :-
- ଅଧକପାଳୀ ମୁଣ୍ଡ ବିନ୍ଧାରେ ଏହାର ମଞ୍ଜିକୁ ଶୁଖାଇ କୁଟି ଚୂର୍ଣ୍ଣ କରି ଘ୍ରାଣ କରାଯାଏ।
- ଚକ୍ଷୁ ରୋଗରେ ସଜନା ମଞ୍ଜିର ରସକୁ ମହୁ ସହିତ ଅଥବା ଗାଈ ଲହୁଣୀ ସହିତ ମର୍ଦ୍ଦନ କରି ଲଗାଯାଏ।
ଛାଲି :-
- ବ୍ରଣ, ବଥ, ବାଳମୂଳିଆରେ ସଜନା ଗଛର ଛେଲିକୁ ଜଳରେ ଘୋରି ଲେପ ଦିଆଯାଏ।
- ସଜନା ଛେଲି ଓ ଶ୍ୱେତସୋରିଷ ଏ ଦୁଇ ପଦାର୍ଥକୁ ଗୋମୂତ୍ରରେ ବାଟି ଲଗାଇଲେ ଗୋଡ଼ଫୁଲା ଭଲହୁଏ।
- ବାଗୀ, ଭଗନ୍ଦର, ବିଇଞ୍ଚି ଓ ବିବର୍ଚ୍ଚିକା ଆଦିରେ ସଜନା ଛାଲିକୁ ଜଳରେ ସିଝାଇ ସେଇ ଜଳରେ ଉଷୁମ ଥାଉଁଣୁ ଧୋଇଲେ ଉପକାର ମିଳେ।
- ବାୟୁ, ଅଜୀର୍ଣ୍ଣ, ମେଦବୃଦ୍ଧିରେ ସୋରିଷ ଓ ସଜନା ଛେଲିକୁ ଏକତ୍ର ବାଟି ସେବନ କରି କିଛି ଉଷୁମ ଜଳ ସେବନ କଲେ ଉପକାର ମିଳେ।
ପତ୍ର :-
- ନିୟମିତ ଏହାର ପତ୍ରକୁ ଖାଦ୍ୟରୂପେ ବ୍ୟବହାର କଲେ ଶରୀରରୁ ରକ୍ତହୀନତା ଦୂର ହୋଇଥାଏ।
- ସଜନା ପତ୍ରର ରସ ନିୟମିତ ପାନ କଲେ ଉଚ୍ଚରକ୍ତଚାପ ସମସ୍ୟା ଦୂର ହୋଇଥାଏ। ଏହା ମଧ୍ୟ ରକ୍ତରେ ଶର୍କରା ନିୟନ୍ତ୍ରଣ କରିବାରେ ବହୁ ମାତ୍ରାରେ ସାହାଯ୍ୟ କରେ ।
- ସଜନା ପତ୍ର ଲିଭରକୁ ସଂକ୍ରମଣରୁ ରକ୍ଷା କରିଥାଏ। କ୍ୟାନସରକୁ ଦୂରରେ ରଖିଥାଏ।
- ପିଲା ହୁଅନ୍ତୁ ଅବା ବୟସ୍କ ସଜନା ପତ୍ର ଖାଇଲେ ଦୃଷ୍ଟିଶକ୍ତି ବୃଦ୍ଧି ପାଇଥାଏ।
- ପତ୍ରକୁ ପାଣିରେ ସିଝାଇ ତାର ବାମ୍ଫକୁ ଶୁଙ୍ଘିଲେ ଥଣ୍ଡାରୋଗୀର ଶ୍ୱାସକ୍ରିୟାକୁ ଆରାମ ମିଳିଥାଏ।
- ଯାଦୁ, ଚମଦଳା, କନ୍ଦା ଆଦିରେ ସଜନା ପତ୍ରର ରସକୁ ଲୁଣ ସହିତ ମିଶାଇ ଲଗାଯାଏ ।
- ଫୁଲା କିମ୍ବା ବଥା ଦରଜ ଆଦିରେ ସଜନା ପତ୍ର ରସକୁ ଅଳ୍ପ ଉଷୁମ କରି ଲଗାଯାଏ ।
- ଉହାଜ୍ୱରରେ ସଜନାପତ୍ର ରସକୁ ଲୁଣ ସହିତ ପ୍ରୟୋଗ କରାଯାଏ ।
- ମହିଳାଙ୍କ ୠତୁଚକ୍ରରେ ଅନିୟମିତତା ଦେଖାଦେଲେ ଏବଂ ପିରିୟଡ଼ ସମୟରେ ହେଉଥିବା ପେଟ ଯନ୍ତ୍ରଣା କମ କରିବା ପାଇଁ ସାଜନସାଗ ଖାଇବା ଉଚିତ |
- ସଜନା ପତ୍ର ରଶ ପିଇଲେ ଡାଇରିଆ, ହଇଜା, ଜଣ୍ଡିସ୍ ଓ ଆମାଶୟ ଭଳି ରୋଗ ଭଲ ହୋଇଥାଏ।
- ସଜନା ଶାଗକୁ ଗର୍ଭାବସ୍ଥାରେ ଖାଇଲେ ଶିଶୁ ଜନ୍ମ ସମୟରେ ହେଉଥିବା ସମସ୍ତ ସମସ୍ୟାରେ ମୁକ୍ତି ମିଳେ |
ଫୁଲ ଓ ଛୁଇଁ :-
- ଗର୍ଭାବସ୍ଥାରେ ସଜନା ଫୁଲ ଓ ଛୁଇଁ ଖାଇବା ଦ୍ୱାରା ଉଭୟ ମା’ ଓ ପିଲା ପାଇଁ ଲାଭକାରୀ ହୋଇଥାଏ। ଏଥିରେ ଥିବା ଫଲିକ ଏସିଡ ଗର୍ଭବତୀ ମହିଳାମାନଙ୍କ ପାଇଁ ଖୁବ ଭଲ ।
- ଏହା ମଣିଷର ସେକ୍ସ ପାଓ୍ୱାର ମଧ୍ୟ ବଢ଼ାଇଥାଏ। ପୁରୁଷଙ୍କ ଶୁକ୍ରାଣୁ ବଢ଼ାଇବା ଓ ଗାଢ଼୍ କରିବାରେ ଏହା ସହାୟକ ହୋଇଥାଏ।
- ସେହିପରି ମଳକଣ୍ଟକ ଓ କୋଷ୍ଟକାଠିନ୍ୟ ଭଳି ରୋଗ ପାଇଁ ଏହା ଉତ୍ତମ ଔଷଧୀର କାମ କରେ।
- ହାଡକୁ ମଜବୁତ କରିଥାଏ ଏବଂ ଜୀବାଣୁ ସଂକ୍ରମଣରୁ ରକ୍ଷା କରେ।
- ଶରୀରରେ ଆଇରନ୍ର ମାତ୍ରା କମ୍ ହେଲେ ସଜନା ଶାଗ ବ୍ୟତୀତ ଗାଜର ଓ ଅମୃତଭଣ୍ଡା ରସ ପିଇଲେ ଏହା ଦୂର ହୋଇଥାଏ।
- ଷ୍ଟୋନ ସମସ୍ୟା, ହଜମ ନହେବା ଆଦି ରୋଗରୁ ମୁକ୍ତି ମିଳିଥାଏ।
ସଜନା ଛୁଇଁର ଉପକାରିତା
ହାଡ଼କୁ ଶକ୍ତ କରେ :-
ଡାଇବେଟିଜର ଉପକାରୀତା :-
- ଯଦି ଆପଣ ଡାଇବେଟିଜ ରୋଗୀଙ୍କୁ ସଜନା ଛୁଇଁ ଖାଇବା ପାଇଁ ଦେବେ ତାହାଲେ ତାଙ୍କର ଡାଇବେଟିଜ କଂଟ୍ରୋଲରେ ରହିଥାଏ।
ରକ୍ତ ପରିସ୍କାର :-
- ସଜନା ଛୁଇଁର ପତ୍ର ମଧ୍ୟ ବହୁ ଉପକାରୀ ଅଟେ। ଯଦି ଏହାକୁ ସୁପ କରି ସେବନ କରିବେ ତାହାଲେ ରକ୍ତ ପରିସ୍କାର ହୋଇଥାଏ।
ଓଜନ କମାଇଥାଏ :-
- ସଜନା ସେବନ କରିବା ଦ୍ୱାରା ମୋଟାପଣ ବି କମ ହୋଇଥାଏ। ଏହାକୁ ନିୟମିତ ସେବନ ଦ୍ୱାରା ଆପଣ ଓଜନ କମାଇପାରିବେ।


0 Comments
Do you have any doubts or suggestions? Ask them here in the comments!