ରୁଦ୍ରାକ୍ଷ ପିନ୍ଧୁଥିବା ଲୋକ ଜାଣି ନିୟନ୍ତୁ ଏହି ଭୟଙ୍କର ନିୟମ

ରୁଦ୍ରାକ୍ଷ ପିନ୍ଧୁଥିବା ଲୋକ ଜାଣି ନିୟନ୍ତୁ ଏହି ଭୟଙ୍କର ନିୟମ


ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୂର୍ଣ୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ, ରୁଦ୍ରାକ୍ଷକଳ୍ପ, ରୁଦ୍ରାକ୍ଷ ମାହାତ୍ମ୍ୟ ଆଦି ଗ୍ରନ୍ଥରେ ରୁଦ୍ରାକ୍ଷ ମହିମା ସମ୍ପର୍କରେ ଉଲ୍ଲେଖ ରହିଛି | ରୁଦ୍ରାକ୍ଷ ସମସ୍ତଙ୍କ ପାଇଁ ଲାଭଦାୟୀ | କିନ୍ତୁ ମୁଖ ଅନୁସାରେ ଏହାର ମହତ୍ୱ ଭିନ୍ନ ଭିନ୍ନ ରହିଥାଏ | ପ୍ରତ୍ୟେକ ରୁଦ୍ରାକ୍ଷ ଉପରେ ଧାରା ରହିଥାଏ | ଧାରା ଅନୁଯାୟୀ ରୁଦ୍ରାକ୍ଷର ମୁଖ ନିର୍ଣ୍ଣୟ ହୋଇଥାଏ | ରୁଦ୍ରାକ୍ଷ ଏକମୁଖୀ ରୁ ଏକୋଇଶ ମୁଖୀ ରହିଛି | ଶିବ ମହାପୁରାଣ ପ୍ରମାଣ ଅନୁସାରେ ୧ରୁ୩୮ ମୁଖ ପର୍ଯ୍ୟନ୍ତ ରୁଦ୍ରାକ୍ଷ ଅଛି।ବର୍ତ୍ତମାନ ୧ ଠାରୁ ୧୪ମୁଖ ପର୍ଯ୍ୟନ୍ତ ରୁଦ୍ରାକ୍ଷ ଉପଲବ୍ଧ। 

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ତ୍ୱ :-

1. ରୁଦ୍ରାକ୍ଷ ମାଳା କୁ ଶାସ୍ତ୍ର ରେ ଅକ୍ଷ ମାଳା ମଧ୍ୟ କୁହାଯାଏ। ଏଠାରେ "ଅ" ଠାରୁ "କ୍ଷ" ପର୍ଯ୍ୟନ୍ତ ସ୍ୱର ଓ ବ୍ୟଞ୍ଜନ ବର୍ଣ୍ଣର ଅର୍ଥ "ଅକ୍ଷ"  ଶବ୍ଦର ଦ୍ୟୋତକ।

2. ରୁଦ୍ରାକ୍ଷ ମନକୁ ଶାନ୍ତ ରଖିବା ସହିତ ଏହାକୁ ଧାରଣ କରିଥିବା ବ୍ୟକ୍ତି ର ଉଭୟ ଶାରୀରିକ ଓ ମାନସିକ ସ୍ତର ରେ ସୁରକ୍ଷା ଦେଇଥାଏ |

3. ଇଲେକ୍ଟ୍ରୋମ୍ୟାଗନେଟିକ ଗୁଣ ଯୋଗୁଁ ଏଥିରେ ଅଭୁତ ଶକ୍ତି ରହିଥାଏ | ଏହାକୁ ଡାଇ-ଇଲେକ୍ଟିକ ପ୍ରପର୍ଟି ବୋଲି ମଧ୍ୟ କୁହାଯାଏ |

4. ଏହି ଗୁଣ ଯୋଗୁଁ ଏହା ମସ୍ତିସ୍କ ରେ କେତେକ ରାସାୟନିକକୁ ପ୍ରୋତ୍ସାହିତ କରି ତାର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିଥାଏ |

5. ରୁଦ୍ରାକ୍ଷ ମାଳାରେ ଜୀବାଣୁନାଶକ ଗୁଣ ସହିତ ବୈଦ୍ୟୁତିକ ଓ ଚୁମ୍ୱକୀୟ ଶକ୍ତି ମଧ୍ୟ ରହିଛି।

6. ହିନ୍ଦୁ ଧାର୍ମିକ ପରମ୍ପରାରେ ଏହା ସାଧକଙ୍କୁ ସିଦ୍ଧି ପ୍ରାପ୍ତ କରାଏ । 

7. ଏହା ସୁଖ ସମୃଦ୍ଧି, ବୈଭବ, ସ୍ୱାସ୍ଥ୍ୟ ବୃଦ୍ଧିରେ ସହାୟକ ହୁଏ । 

8. ଧାର୍ମିକ ମାନ୍ୟତା ଅନୁସାରେ ଯେଉଁ ଘରେ ନିୟମିତ ରୁଦ୍ରାକ୍ଷ ପୂଜା ହୋଇଥାଏ ସେଠାରେ ଅନ୍ନ, ବସ୍ତ୍ର, ଧନର ଅଭାବ ରହେନାହିଁ | ଏମିତି ଘରେ ସର୍ବଦା ମା ଲକ୍ଷ୍ମୀ ବାସ କରନ୍ତି | 

9. କଳିରେ ମୁଁ ପ୍ରତ୍ୟକ୍ଷ ଏହି ବୃକ୍ଷରେ ନିବାସ କରିବି ଏହି ବୃକ୍ଷ ରୋପଣ ଓ ମୂଳ ରେ ଯେ ଜଳ ଦେବ ସେ ଶିବ ଲୋକ ପ୍ରାପ୍ତ ହେବ ଓ ମୁ ତାକୁ ମୋକ୍ଷ ଦେବି।

10. ବିଶ୍ୱାସ ରହିଛି ଯେ ରୁଦ୍ରାକ୍ଷ ଧାରଣ କରୁଥିବା ବ୍ୟକ୍ତି କିମ୍ବା ପୂଜା କରୁଥିବା ବ୍ୟକ୍ତି ଶେଷ ସମୟରେ ଶରୀରକୁ ତ୍ୟାଗ କରି ଶିବଲୋକରେ ସ୍ଥାନ ପ୍ରାପ୍ତ କରିଥାଏ | 

11. ଶ୍ରୀମଦଦେବୀ ଭାଗବତରେ ଭଗବାନ ଶିବ ଦେବୀ ପାର୍ବତୀଙ୍କୁ କହିଛନ୍ତି ହେ ମହାଦେବୀ ଯଦି କୌଣସି କାରଣରୁ ଦେହତ୍ୟାଗ ସମୟରେ ଗୋଟିଏ ସ୍ୱାନ(କୁକୁର)ର ଗଳାରେ ରୁଦ୍ରାକ୍ଷ ମାଳ ପଡ଼ିଯାଏ,ତେବେ ଉକ୍ତ ମାଳ ର ପ୍ରଭାବରେ ତାକୁ ଶିବ ଲୋକ ପ୍ରାପ୍ତ ହୁଏ।

12. ଜ୍ୟୋତିଷଶାସ୍ତ୍ର ଅନୁସାରେ ମଣିଷ ରୋଗାକ୍ରାନ୍ତ ହେବାର ସବୁଠାରୁ ବଡ କାରଣ ଗ୍ରହମାନଙ୍କର ପ୍ରତିକୂଳତା | ରୁଦ୍ରାକ୍ଷ ଧାରଣ କରିବାରୁ ଗ୍ରହଙ୍କ ପ୍ରତିକୂଳତା ଦୂର ହୋଇଥାଏ | 

13. ଯଦି କୁଣ୍ଡଳୀରେ କାଳସର୍ପ ଦୋଷ ଥାଏ ଏବଂ ଜୀବନରେ ସମସ୍ୟା ଦେଖାଦିଏ ତାହେଲେ ରୁଦ୍ରାକ୍ଷ ଧାରଣ କଲେ ଅନୁକୂଳ ଫଳ ପ୍ରାପ୍ତ ହୋଇଥାଏ | 

14.ଯଦି କୌଣସି ଶୁଭ ଦିନରେ ଗଙ୍ଗା ସ୍ନାନ କରିବାକୁ ଚାହୁଁଛନ୍ତି ଏବଂ କୌଣସି କାରଣବଶତଃ ଗଙ୍ଗାକୂଳକୁ ଯାଇ ନ ପାରନ୍ତି ତାହେଲେ ରୁଦ୍ରାକ୍ଷକୁ ମୁଣ୍ଡରେ ରଖି ଭଗବାନ ଶିବଙ୍କୁ ଧ୍ୟାନ କଲେ ଗଙ୍ଗା ସ୍ନାନର ଫଳ ପ୍ରାପ୍ତ ହୋଇଥାଏ |

15. ଦୁସ୍ୱପ୍ନରୁ ମୁକ୍ତି ପାଇବା ପାଇଁ ରୁଦ୍ରାକ୍ଷ ଧାରଣ କରିବା ଲାଭଦାୟକ। 

 ଧାରଣ କରିବା ବିଧି :-

1. ସୋମବାର, ଶୁକ୍ରବାର କିମ୍ବା ଏକଦଶୀ ତିଥିରେ ଏହାକୁ ଧାରଣ କରିବା ଉଚିତ୍‌। 

2. ଗୋଟିଏ ଘିଅ ଦୀପ ଜଳାଇ ଏହାକୁ ରଙ୍ଗା ଯାଇଥିବା ଚାଉଳ ଉପରେ ରଖନ୍ତୁ। ଏହା ଆଗରେ ରୁଦ୍ରାକ୍ଷ ରଖି          ଦିଅନ୍ତୁ। 

3. ଏହାପରେ ରୁଦ୍ରାକ୍ଷକୁ ଗଙ୍ଗାଜଳ କିମ୍ବା ଗାଈ ଖିରରେ ସୁଦ୍ଧ କରନ୍ତୁ। ଏହାପରେ ରଙ୍ଗାଯାଇଥିବା ଚାଉଳରେ ଛିଞ୍ଚି ହନୁମାନଜୀଙ୍କ ଧ୍ୟାନ କରନ୍ତୁ।

4. ଧ୍ୟାନ କରିବା ପରେ ହନୁମାନଙ୍କ ମନ୍ତ୍ର ଜପ କରି ଚନ୍ଦନ, ବେଲପତ୍ର, ଖୀର ଓ ଦୀପରେ ପୂଜା କରନ୍ତୁ। 

6. ଏହାପରେ ୧୧ ଥରେ ହନୁମାନ ମନ୍ତ୍ର ଜପ କରି ଯଜ୍ଞ କରନ୍ତୁ। ଯଜ୍ଞ ନିଆଁକୁ ୧୧ ଥର ପରିକ୍ରମା କରି ଏହାକୁ ଗଳାରେ ଧାରଣ କରନ୍ତୁ।

ରୁଦ୍ରାକ୍ଷ ପିନ୍ଧିଲେ ମାନିବାକୁ ପଡ଼େ ଏହି ନିୟମ :-

1. ପବିତ୍ର ରୁଦ୍ରାକ୍ଷ ଧାରଣ କରିଥିବା ବ୍ୟକ୍ତିମାନେ ଭୁଲ କାମରୁ ନିବୃତ୍ତ ରହିବା ଆବଶ୍ୟକ।

 2. ଏଥିସହ ଆମିଶ ଖାଇବେ ନାହିଁ ଓ ସମସ୍ତଙ୍କୁ ସମ୍ମାନ ଦେବେ। 

3. ରୁଦ୍ରାକ୍ଷ ଧାରଣ କରିଥିବା ବ୍ୟକ୍ତି ସବୁବେଳେ ବାପା-ମାଆଙ୍କ ସେବା କରିବା ଉଚିତ। 

4. ଏହି କଥା ନମାନିଲେ ଆପଣ ରୁଦ୍ରାକ୍ଷଠାରୁ ଶୁଭଫଳ ପାଇ ପାରିବେ ନାହିଁ।   

5. ଶିବ ପାର୍ବତୀଙ୍କୁ କହିଲେ ହେ ବରାନନେ ନାରୀ ମାନେ ମଧ୍ୟ ନିଜ ଋତୁକାଳ ବ୍ୟତୀତ ଅନ୍ୟ ସମୟରେ ରୁଦ୍ରାକ୍ଷ ଧାରଣ କରିପାରିବେ।

6. ରାତିରେ ରୁଦ୍ରାକ୍ଷ ପିନ୍ଧନ୍ତୁ ନାହିଁ |  ଏହା ଶିବଙ୍କର ଅଭିନ୍ନ ଅଙ୍ଗ ହୋଇଥିବାରୁ ଏହାକୁ ରାତିରେ ପରିଧାନ କରିବା ଉଚିତ୍‍ ନୁହେଁ। ଶୋଇବା ସମୟରେ ଏହାକୁ ତକିଆ ତଳେ ରଖିବା ଉଚିତ୍‍।

Post a Comment

0 Comments