ରାଶି ଅନୁସାରେ ଧାରଣ କରନ୍ତୁ ରୁଦ୍ରାକ୍ଷ
ଗ୍ରହର କୁପ୍ରଭାବ କମାଇବାକୁ ଅଥବା ସମାପ୍ତ କରିବାକୁ ଆମେ ବିଭିନ୍ନ ପ୍ରକାରର ରତ୍ନ ପିନ୍ଧିଥାନ୍ତି। ସେହିଭଳି ରାଶି ଅନୁଯାୟୀ ରୁଦ୍ରାକ୍ଷ ପରିଧାନ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ, ଏବଂ ଅନେକ ରୋଗରୁ ମିଳିଥାଏ ମୁକ୍ତି । ରୁଦ୍ରାକ୍ଷ ଅନେକ ମୁଖ ବିଶିଷ୍ଟ ହୋଇଥାଏ। ତେବେ ଜାଣନ୍ତୁ ଆପଣ ନିଜ ରାଶି ଅନୁସାରେ କେଉଁ ରୁଦ୍ରାକ୍ଷ ପିନ୍ଧିବା ଉଚିତ।
ମେଷ :-
*ମେଷ ରାଶିର ବ୍ୟକ୍ତି ନିଜ ସୌଭାଗ୍ୟ ବୃଦ୍ଧି କରିବାକୁ ଚାହୁଁଥିଲେ ଏକମୁଖି ରୁଦ୍ରାକ୍ଷ ଧାରଣ କରିବା ଦରକାର।
*ଏହାସହ ଏହି ରାଶିର ବ୍ୟକ୍ତି ତିନି କିମ୍ବା ପାଞ୍ଚ ମୁଖି ରୁଦ୍ରାକ୍ଷ ଧାରଣ କରିପାରିବେ।
*ତିନି ମୁଖୀ ରୁଦ୍ରାକ୍ଷ ଧାରଣ କରିବା କାରଣ ଏହାର ସମ୍ବନ୍ଧ ଅଗ୍ନି ଦେବତାଙ୍କ ସହ ରହିଛି।
*ତିନିମୁଖୀ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ପୂର୍ବ ଜନ୍ମ ଏବଂ ବର୍ତ୍ତମାନ ଜନ୍ମରୁ ସମସ୍ତ ପାପ କର୍ମରୁ ମୁକ୍ତି ମିଳିଥାଏ।
*ଏଥିସହ ଭୁଲ୍ ବିଚାର, ଅପରାଧ ଚିନ୍ତାଧାରା, ନିଚ ଭାବନା ଆଦି କମ ହେବା ସହ ବ୍ୟକ୍ତିତ୍ୱର ବିକାଶ ହୋଇଥାଏ।
ବୃଷ :-
*ମାନସମ୍ମାନରେ ବୃଦ୍ଧି କରିବାକୁ ଚାହୁଁଥିଲେ ଚାରିମୁଖି ରୁଦ୍ରାକ୍ଷ ଧାରଣ କରନ୍ତୁ।
*ଏହାସହ ଆପଣ ଛଅ ମୁଖି କିମ୍ବା ଚଉଦ ମୁଖି ରୁଦ୍ରାକ୍ଷ ଧାରଣ କରିପାରିବେ।
*ଛଅ ମୁଖୀ ରୁଦ୍ରାକ୍ଷର ସୂଚକ ହେଉଛନ୍ତି ଭଗବାନ ଶିବଙ୍କ ପୁତ୍ର କାର୍ତ୍ତିକ।
*ଛଅ ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ଇଛାଶକ୍ତି ବୃଦ୍ଧି ହେବା ସହ ଭଲପାଇବା ସଫଳ ହୋଇଥାଏ।
ମିଥୁନ :-
*ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ପାଇଁ ଚାରି ମୁଖି ରୁଦ୍ରାକ୍ଷ ଧାରଣ କରନ୍ତୁ।
*ଏହାସହ ଆପଣ ପାଞ୍ଚ ମୁଖି ଓ ତେର ମୁଖି ରୁଦ୍ରାକ୍ଷ ମଧ୍ୟ ଧାରଣ କରିପାରିବେ।
*ଚାରିମୁଖୀ ରୁଦ୍ରାକ୍ଷକୁ ଭଗବାନ ବ୍ରହ୍ମାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଛି।
*ଚର୍ତୁମୁଖୀ ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ମନୁଷ୍ୟକୁ ଗୁଣବନ୍ତ ଆଖି ପ୍ରାପ୍ତ ହୋଇଥାଏ।
*ଏଥିସହ ମନୁଷ୍ୟ ତେଜସ୍ୱୀ ହୋଇଥାଏ ଏବଂ ମାନସିକ ସନ୍ତୁଳନ ଭଲ ରହିଥାଏ।
କର୍କଟ :-
*ଚାକିରି ଓ ବ୍ୟବସାୟରେ ଉନ୍ନତି ଚାହୁଁଥିଲେ ଆପଣ ତିନି ମୁଖି ରୁଦ୍ରାକ୍ଷ ଧାରଣ କରନ୍ତୁ।
*ଏହାସହ ଦୁଇ ମୁଖୀ,ପାଞ୍ଚ ମୁଖି ଓ ଏଗାର ମୁଖି ରୁଦ୍ରାକ୍ଷ ଧାରଣ କଲେ ମଧ୍ୟ ଭାଗ୍ୟରେ ପରିବର୍ତ୍ତନ ଘଟିବ।
*ଦୁଇ ମୁଖୀ ରୁଦ୍ରାକ୍ଷରେ ଶିବ ଏବଂ ଶକ୍ତି ଉଭୟଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।
*ଉତ୍ତମ ପାରିବାରିକ ଜୀବନ, ସମସ୍ତଙ୍କ ସହ ସୁସମ୍ପର୍କ ଏବଂ ବିବାହ ସିଦ୍ଧି ପାଇଁ ଏହି ରୁଦ୍ରାକ୍ଷ ଧାରଣ କରାଯାଇଥାଏ।
ସିଂହ :-
*ସିଂହ ରାଶିର ବ୍ୟକ୍ତି ଏକ ମୁଖି, ତିନି ମୁଖି,ବାର ମୁଖୀ ଓ ପାଞ୍ଚ ମୁଖି ରୁଦ୍ରାକ୍ଷ ପିନ୍ଧିବା ଦରକାର।
*ଏହାଦ୍ୱାରା ଧନପ୍ରାପ୍ତି ହେବାର ଆଶା ରହିଛି।
*ବାରମୁଖୀ ରୁଦ୍ରାକ୍ଷକୁ ଭଗବାନ ସୂର୍ଯ୍ୟଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଛି।
*ଏହାକୁ ଧାରଣ କରିବା ଦ୍ୱାରା ସମସ୍ତ ପ୍ରକାର ଭୟରୁ ମୁକ୍ତି ମିଳିଥାଏ।
କନ୍ୟା :-
*ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣ ଚାରି ମୁଖି, ପାଞ୍ଚ ମୁଖି ଓ ତେର ମୁଖି ରୁଦ୍ରାକ୍ଷର ମାଳ ଗଳାରେ ଧାରଣ କରନ୍ତୁ,
*ସବୁ ସମସ୍ୟାର ଅନ୍ତ ହୋଇଯିବ ଓ ଭାଗ୍ୟ ଉଦୟ ହେବ।
*ଏକ ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଉଚିତ। ଏକମୁଖୀ ରୁଦ୍ରାକ୍ଷ ସବୁଠାରୁ ଶୁଭ ହୋଇଥାଏ।
*ଏହି ରୁଦ୍ରାକ୍ଷ ଉପରେ ସ୍ୱଂୟ ଭଗବାନ ଶିବଙ୍କର ଆଶୀର୍ବାଦ ରହିଛି।
*ଏହି ରୁଦ୍ରାକ୍ଷ ଧାରଣ କରିଥିବା ବ୍ୟକ୍ତି ଏକାଗ୍ରତା, ମନରେ ଶାନ୍ତି ପ୍ରଦାନ କରିଥାଏ ଏବଂ ସମସ୍ତ ଇଛାଶକ୍ତି ପୂରଣ କରିଥାଏ।
ତୁଳା :-
*ଏହି ରାଶିର ବ୍ୟକ୍ତି ଚାରି ମୁଖି ଓ ଛଅ ମୁଖି ରୁଦ୍ରାକ୍ଷ ମାଳ ପିନ୍ଧିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଉପଦେଶ ଦିଆଯାଇଛି।
*ଏହାଦ୍ୱାରା ସବୁ କଷ୍ଟର ଅନ୍ତ ହୋଇଯିବ।
*ଆଠ ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଶୁଭ ହୋଇଥାଏ।
*ଆଠମୁଖୀ ରୁଦ୍ରାକ୍ଷରେ ଭଗବାନ ଗଣେଶଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଛି।
*ଏହି ରୁଦ୍ରାକ୍ଷ ପିନ୍ଧିବା ଦ୍ୱାରା ବ୍ୟକ୍ତି ଯଶ, କଳାରେ ନିପୁଣତା ଏବଂ ସମୃଦ୍ଧି ପ୍ରାପ୍ତ ହୋଇଥାନ୍ତି।
ବିଚ୍ଛା :-
*ଏହି ରାଶିର ବ୍ୟକ୍ତି ତିନି ମୁଖି କିମ୍ବା ପାଞ୍ଚ ମୁଖି ରୁଦ୍ରାକ୍ଷ ପିନ୍ଧିରେ ସବୁ ସମସ୍ୟାର ସମାଧାନ ହୋଇଯିବ।
*ଉଲ୍ଲେଖ ରହିଛି ତିନଟି ବଡ ପଞ୍ଚମୁଖୀ ରୁଦ୍ରାକ୍ଷ ପିନ୍ଧିବା ଦ୍ୱାରା ଅକାଳ ମୃତ୍ୟୁ ମଧ୍ୟ ଟଳିଯାଇଥାଏ।
*ଏହାବ୍ୟତୀତ ମନ-ପ୍ରାଣ ଶୁଦ୍ଧ ହୋଇଥାଏ।
ଧନୁ :-
*ଯେତେ ଯାହା କଲେ ବି ସମସ୍ୟା ପିଛା ଛାଡୁ ନଥିଲେ, ଆପଣ ଚାରି ମୁଖି, ପାଞ୍ଚ ମୁଖି କିମ୍ବା ତେର ମୁଖି ରୁଦ୍ରାକ୍ଷ ଧାରଣ କରନ୍ତୁ।
*ଦେଖିବେ ଗ୍ରହଦୋଷ କଟିଯିବ ଓ ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଘଟିବ।
*ନଅ ମୁଖୀ ରୁଦ୍ରାକ୍ଷରେ ଦେବୀ ଦୁର୍ଗାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।
*ଏହି ରୁଦ୍ରାକ୍ଷ ଧାରଣ କରିଥିବା ବ୍ୟକ୍ତି ନିର୍ଭୟ ଏବଂ ଚିନ୍ତା ମୁକ୍ତ ହୋଇଥାନ୍ତି।
ମକର :-
*ମକର ରାଶିର ବ୍ୟକ୍ତିଙ୍କୁ ସୁଖ ସମ୍ପୃଦ୍ଧି ପାଇବାକୁ ହେଲେ ଚାରି ମୁଖି ରୁଦ୍ରାକ୍ଷ ଧାରଣ କରିବା ଉଚିତ।
*ଆପଣ ତିନି ମୁଖି, ସାତ ମୁଖି ଓ ଚଉଦ ମୁଖି ରୁଦ୍ରାକ୍ଷ ମଧ୍ୟ ଧାରଣ କରିପାରିବେ।
*ଦଶ ମୁଖୀ ରୁଦ୍ରାକ୍ଷ ପିନ୍ଧିବା ବି ଭଲ । ଏହି ରୁଦ୍ରାକ୍ଷକୁ ଭଗବାନ ବିଷ୍ଣୁ ଙ୍କ ବରଦାନ ପ୍ରାପ୍ତ ହୋଇଛି।
*ଏହି ରୁଦ୍ରାକ୍ଷ ଭୂତ, ଗୁଣିଗାରେଡି, କ୍ରୋଧ ଏବଂ ଶଙ୍କଟ ଆଦିରୁ ରକ୍ଷା କରିଥାଏ।
କୁମ୍ଭ :-
*କୁମ୍ଭ ରାଶିର ବ୍ୟକ୍ତି ଭାଗ୍ୟ ବୃଦ୍ଧି କରିବାକୁ ଚାହୁଁଥିଲେ ଏକ ମୁଖି, ତିନି ମୁଖି କିମ୍ବା ପାଞ୍ଚ ମୁଖି ରୁଦ୍ରାକ୍ଷ ଧାରଣ କରିପାରିବେ।
*ମକର ରାଶି ଭଳି କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟ ସାତ ବା ଚଉଦ ମୁଖୀ ରୁଦ୍ରାକ୍ଷ ଲାଭ ଦାୟକ ହୋଇଥାଏ ।
*ସାତ ମୁଖୀ ରୁଦ୍ରାକ୍ଷକୁ ପିନ୍ଧିବା ସପ୍ତମାତଅକାୟଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।
*ଏହି ରୁଦ୍ରାକ୍ଷ ଧାରଣ କରିଥିବା ବ୍ୟକ୍ତିଙ୍କ ଜୀବନରେ ପ୍ରଗତି, କିର୍ତ୍ତି ଏବଂ ଧନର ବର୍ଷା ହୋଇଥାଏ।
ମୀନ :-
*ଏହି ରାଶିର ବ୍ୟକ୍ତି ମାନସମ୍ମାନ ବୃଦ୍ଧି ଚାହୁଁଥିଲେ ଚାରି ମୁଖି, ଛଅ ମୁଖି କିମ୍ବା ଚଉଦ ମୁଖି ଧାରଣ କରନ୍ତୁ।
*ସେହିପରି ମୀନ ରାଶି ବ୍ୟକ୍ତିଙ୍କ ପାଇଁ ପାଞ୍ଚମୁଖୀ ରୁଦ୍ରାକ୍ଷ ।
*ଏଗାର ମୁଖୀ ରୁଦ୍ରାକ୍ଷ ଧାରଣ କରିବା ଉଚିତ। ଏହି ରୁଦ୍ରାକ୍ଷରେ ବଜରଙ୍ଗବଲୀଙ୍କ କୃପା ପ୍ରାପ୍ତ ହୋଇଥାଏ।
*ଏହି ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ତୀବ୍ର ବୁଦ୍ଦି, ଆତ୍ମବିଶ୍ୱାସ, ଶାରୀରିକ ବଳ ଆଦି ପ୍ରାପ୍ତ ହୋଇଥାଏ।ରାଶି ଅନୁସାରେ କେଉଁ ରୁଦ୍ରାକ୍ଷ ଆପଣଙ୍କ ପାଇଁ ଉତ୍ତମ


0 Comments
Do you have any doubts or suggestions? Ask them here in the comments!