ଜପାମାଳାରେ ୧୦୮ ସଂଖ୍ୟକ ମାଳି ରହିବାର କାରଣ କ’ଣ

ଜପାମାଳାରେ ୧୦୮ ସଂଖ୍ୟକ ମାଳି ରହିବାର କାରଣ କ’ଣ


ଜପା ମାଳାରେ ୧୦୮ ଗୋଟି ମାଳି କାହିଁକି ରହିଥାଏ ଆପଣ ଜାଣିଛନ୍ତି କି ? ହୁଏତ ଜାଣି ନ ଥିବେ।

*ମଣିଷର ନିଃଶ୍ୱାସର ସଂଖ୍ୟା ସହ ୧୦୮ ମାଳିର ସାମଞ୍ଜସ୍ୟ ରହିଛି। ୨୪ ଘଣ୍ଟାରେ ଜଣେ ବ୍ୟକ୍ତି ୨୧ ହଜାର ଛଅ ଶହ ଥର ନିଃଶ୍ୱାସ ନେଇଥାଏ। 

*ଏହି ଅନୁସାରେ, ପ୍ରତ୍ୟେକ ମଣିଷର ୧୨ ଘଣ୍ଟା ଦିନଚର୍ୟ୍ୟାରେ ବିତିବା କଥା ଓ ୧୨ ଘଣ୍ଟା ଦେବାରାଧନାରେ। 

*ଏହାର ଅର୍ଥ ଏହି ବଳକା ୧୨ ଘଣ୍ଟାରେ ୧୦ ହଜାର ୮ଶହ ନିଃଶ୍ୱାସ ମଣିଷ ନେଇଥାଏ। ଯେଉଁଥିରେ ଜଣେ ତାର ଇଷ୍ଟ ଦେବତାଙ୍କୁ ସ୍ମରଣ କରିବା କଥା।

*କିନ୍ତୁ ଏତେ ସମୟ ଦେବା କୌଣସି ଜଞ୍ଜାଳ ବ୍ୟକ୍ତି ପାଇଁ ସମ୍ଭବ ହୋଇ ନ ଥାଏ। ସେଥିପାଇଁ ଏହି ସଂଖ୍ୟାରୁ ଅନ୍ତିମ ଦୁଇଟି ଶୂନ ହଟାଇ ୧୦୮ଟି ନିଃଶ୍ୱାସକୁ ପ୍ରଭୁଙ୍କ ସ୍ମରଣ ପାଇଁ ସମର୍ପିତ କରିଯାଇଛି।

ସେହିପରି ଦ୍ୱିତୀୟ ମାନ୍ୟତାକୁ ସୂର୍ୟ୍ୟ ଉପାସନା ସହ ଯୋଡି ଦିଆଯାଇଛି। 

*୧ ବର୍ଷ ମଧ୍ୟରେ ସୂର୍ୟ୍ୟ ୨ ଲକ୍ଷ ୧୬ ହଜାର ଥର ନିଜର କଳା ପରିବର୍ତ୍ତନ କରିଥାନ୍ତି। 

*ପ୍ରତି ୬ମାସରେ ସୂର୍ୟ୍ୟଙ୍କର ଉତ୍ତରାୟଣ ଓ ଦକ୍ଷିଣାୟନ ଗତି ହୋଇଥାଏ। 

*ଏହିପରି ୬ମାସରେ ସୂର୍ୟ୍ୟଙ୍କର କଳା ୧ ଲକ୍ଷ ୮ ହଜାର ହୋଇଥାଏ।

*ଏହି ସଂଖ୍ୟାରୁ ମଧ୍ୟ ଦୁଇଟି ଶୂନ ହଟାଇଲେ ୧୦୮ ଅଙ୍କ ହୋଇଥାଏ। 

*ଏଥିପାଇଁ ଜପମାଳା ୧୦୮ ମାଳି ସୂର୍ୟ୍ୟଙ୍କର ଗୋଟିଏ ଗୋଟିଏ କଳାର ପ୍ରତୀକ ଭାବେ ହିନ୍ଦୁ ଧର୍ମରେ ଗ୍ରହଣୀୟ ହୋଇଛି।

ଆଶା କରୁଛୁ ଏହି ଆର୍ଟିକିଲ୍‌ଟିରେ ଥିବା ରୁଦ୍ରାକ୍ଷ ସମ୍ଭନ୍ଧିତ ସୁଚନାଟି ସମସ୍ତଙ୍କ ପାଇଁ ଦରକାରୀ । ସୁଚନାଟି ଭଲ ଲାଗିଲେ Like ଓ Share କରିବାକୁ ଭୁଲିବେ ନାହିଁ | ଯଦି ଆପଣଙ୍କୁ ଆମର ଏହି ଆଟିକିଲ୍‌ ଟି ପସନ୍ଦ ଆସିଥାଏ ତେବେ ନିଜ ମତାମତ Comment କରି ନିଶ୍ଚୟ ଜଣାନ୍ତୁ | 

ଦୟାକରି ନୂଆଁ ନୂଆଁ ବିଷୟରେ ଜାଣିବା ପାଇଁ ଆମ ପୋଷ୍ଟକୁ ନିଶ୍ଚୟ ଆରମ୍ଭ ଠୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ |

ଧନ୍ୟବାଦ

Post a Comment

0 Comments