ବଥୁଆ ଶାଗର ଉପକାରିତା
ବଥୁଆ ଶାଗର ଉପକାରିତା
ଶୀତଦିନେ ଅଧିକ ମାତ୍ରାରେ ମିଳୁଥିବା ବଥୁଆ ଶାଗରେ ବିଭିନ୍ନ ପ୍ରକାର ଔଷଧୀୟ ଗୁଣ ରହିଛି। ଏଣୁ ନିୟମିତ ଭାବେ ଏହାକୁ ଖାଦ୍ୟ ତାଲିକାରେ ସାମିଲ କରିବା ଆବଶ୍ୟକ। ଏହାକୁ ଖାଇବା ଦ୍ୱାରା ଷ୍ଟୋନ, ଗ୍ୟାସ, ପେଟ ଦରଜ ଓ କୋଷ୍ଟକାଠିନ୍ୟ ପରି ସମସ୍ୟା ଦୂର ହୋଇଥାଏ | ନିଜର ପସନ୍ଦ ଅନୁସାରେ ଏହାକୁ ତରକାରୀ କରି ଖାଇପାରିବେ। ତେବେ ରାତିରେ ଏହାକୁ ଖାଆନ୍ତୁ ନାହିଁ। - ବଥୁଆ ଶାଗକୁ ସିଝାଇ ତାର ପାଣି ପିିଇଲେ, ମହିଳାମାନଙ୍କର ଋତୁସ୍ରାବ ଜନିତ ଅନିୟମିତତାକୁ ଦୂର ହୁଏ ।
- ବଥୁଆ ଶାଗର ରସ ପିଇବା ଦ୍ୱାରା ଜ୍ଵର ଓ ପାର୍ଶ୍ଵପ୍ରତିକ୍ରିୟା ଦ୍ୱାରା ହେଉଥିବା ଜ୍ଵର ଭଲ ହୁଏ |
- ବଥୁଆ ଶାଗକୁ ସିଝାଇ ତା ରସରେ ଲେମ୍ଭୁ ରସ ,ଲୁଣ ଓ ଜିରାଗୁଣ୍ଡ ମିଶାଇ ପିଇବା ଦ୍ୱାରା ପରିସ୍ରା ପାର୍ଶ୍ଵପ୍ରତିକ୍ରିୟା ଓ ଦରଜ ହୋଇନଥାଏ |
- ଗୋଟିଏ ଗ୍ଲାସ ବଥୁଆ ଶାଗ ରସରେ ଲୁଣ ମିଶାଇ ପିଇବା ଦ୍ୱାରା ରୋଗ ସୃଷ୍ଟିକାରୀ ଜୀବାଣୁ ମରିଯାନ୍ତି |
- ମୁଣ୍ଡରେ ଉକୁଣୀ ହୋଇଥିଲେ ବଥୁଆ ଶାଗକୁ ସିଝାଇ ତା ରସରେ ମୁଣ୍ଡ ଧୋଇଲେ, ଉକୁଣୀ ମରିଯିବେ |
ଭିଟାମିନ ଏ’ ମିଳିଥାଏ :-
- ବଥୁଆ ଶାଗ ଭିଟାମିନ ଏ’ର ଏକ ଭଲ ସ୍ରୋତ। ଏକ ଗବେଷଣା ଅନୁସାରେ ସବୁଠୁ ଅଧିକ ଭିଟାମିନ୍ ବଥୁଆ ଶାଗରୁ ମିଳେ।
- ଏହାଛଡ଼ା ଭିଟାମିନ୍ ବି, ସି, କ୍ୟାଲସିୟମ, ଫସଫରସ ଏବଂ ପୋଟାସିୟମ ମଧ୍ୟ ମିଳିଥାଏ।
ଦୃଷ୍ଟିଶକ୍ତିର ବୃଦ୍ଧି ହୁଏ :-
- ବଥୁଆ ଶାଗ ନିୟମିତ ଖାଇବା ଦ୍ୱାରା ଦୃଷ୍ଟିଶକ୍ତିର ବୃଦ୍ଧି ପାଏ |
- ଏହାସହ ଗଣ୍ଠି ଦରଜ ଭଲ ହୁଏ |
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ :-
- ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେଲେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ। ବଥୁଆ ଶାଗର ରସ ନିୟମିତ ଭାବେ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ।
- ଅଧିକ ସୁଫଳ ପାଇବା ଲାଗି ବଥୁଆ ଶାଗର ବ୍ୟଞ୍ଜନରେ କଳା ଲୁଣ ମିଶାଇ ଦହିପାଣି ସହିତ ଖାଆନ୍ତୁ। ଏସିଡିଟି, ଗ୍ୟାସ ଭଳି ସମସ୍ୟା ଖୁବ୍ କମ ସମୟରେ ଦୂର ହେବ।
ଚର୍ମ ରୋଗ ଦୂର କରେ :-
- ବଥୁଆରେ ଥିବା ରକ୍ତଶୋଧକ ଗୁଣ ହେତୁ ଏହା ଧଳା ଦାଗ, ଏକଜିମା, କୁଣ୍ଡେଇ ହେବା ଭଳି ଚର୍ମରୋଗରୁ ମୁକ୍ତି ପ୍ରଦାନ କରିଥାଏ।
କୋଷ୍ଠକାଠିନ୍ୟ ସମସ୍ୟା ଦୂରକରେ :-
- ବଥୁଆ ଶାଗ ଫାଇବରର ଏକ ଭଲ ସ୍ରୋତ। ଯାହାକି ପାଚନତନ୍ତ୍ର ସମ୍ବନ୍ଧୀୟ ରୋଗ ଯେପରିକି କୋଷ୍ଠକାଠିନ୍ୟକୁ ଦୂର କରିଥାଏ।
- ସେହିପରି ମଧୁମେହ ଭଳି ଜୀବନଶୈଳୀଜନିତ ରୋଗରେ ପୀଡ଼ିତ ରୋଗୀ ବି ବଥୁଆ ଶାଗ ଖାଇଲେ ଉପକାର ମିଳିଥାଏ।
ହିମୋଗ୍ଲୋବିନର ଅଭାବ ଦୂର ହୋଇଥାଏ :-
- ବଥୁଆ ଶାଗରେ ଲୌହ ଏବଂ ଫୋଲିକ ଏସିଡ୍ ପ୍ରଚୁର ପରିମାଣରେ ରହିଥାଏ। ତେଣୁ ଏହାକୁ ନିୟମିତ ଭାବେ ଖାଇଲେ ହିମୋଗ୍ଲୋବିନର ଅଭାବ ଦୂର ହୁଏ ।
- ବିଶେଷକରି ଛୋଟ ପିଲା, ବୃଦ୍ଧବୃଦ୍ଧା ଏବଂ ମହିଳାମାନେ ଏହାକୁ ଖାଇବା ଆବଶ୍ୟକ।
ଷ୍ଟୋନ ସମସ୍ୟା :-
- ପିତ୍ତକୋଷରେ ଷ୍ଟୋନ ହୋଇଥିଲେ ନିୟମିତ ଭାବେ ବଥୁଆ ଶାଗ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି।
0 Comments
Do you have any doubts or suggestions? Ask them here in the comments!