ଆମ ସ୍ବାସ୍ଥ୍ୟ ପାଇଁ ପୋଟଳର ଉପକାରିତା

ଆମ ସ୍ବାସ୍ଥ୍ୟ ପାଇଁ ପୋଟଳର ଉପକାରିତା

ସବୁଜ ପନିପରିବା କଥା ଆସିଲେ ପୋଟଳ ଲୋକମାନଙ୍କର ଖୁବ୍ ପ୍ରିୟ। ଏହାକୁ ତରକାରୀ ବା ଭଜା ଭାବେ ଖାଦ୍ୟରେ ବ୍ୟବହାର କରାଯାଏ। କିନ୍ତୁ ଆପଣ ଜାଣିଛନ୍ତି କି ପୋଟଳର ସ୍ୱାସ୍ଥ୍ୟ ପକ୍ଷେ ବହୁ ଉପକାରିତା ରହିଛି।

ଖରାଦିନେ କିଛି ପରିବା ଖାଇବାର ଇଚ୍ଛା କମ ହୋଇଥାଏ। କିନ୍ତୁ କିଛି ଏପରି ପରିବା ରହିଛି ଯାହା ଖରା ଦିନେ ଶୀଘ୍ର ମିଳିଥାଏ। ଏପରି ଏକ ପରିବା ହେଉଛି ପୋଟଳ। ପୋଟଳ ଖରା ଦିନେ ଅଧିକ ମିଳିଥାଏ। ଏହାକୁ ଅନେକ ଦିନ ପର୍ଯ୍ୟନ୍ତ ସାଇତି ରଖି ହୋଇଥାଏ।

ପୋଟଳରେ ଭିଟାମିନ-ଏ, ଭିଟାମିନ-ବି ୧, ବି ୨ ଓ ଭିଟାମିନ-ସି ଭରପୂର ମାତ୍ରାରେ ରହିଛି। ଏହାସହ ପୋଟଳରେ କ୍ୟାଲସିୟମ ଅଧିକ ମାତ୍ରାରେ ରହିଛି। ପୋଟଳ ଚୋପାରେ ମ୍ୟାଗ୍ନେସିୟମ, ପୋଟାସିୟମ, ଫସଫରସ ଭରପୂର ମାତ୍ରାରେ ରହିଛି । 

ପୋଟଳ ଖାଇବାର ଲାଭ :-

  1. ପୋଟଳ ଖାଇବା ଦ୍ବାରା ଚର୍ମ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ। 
  2. ମଧୁମେହ ରୋଗୀମାନେ ବିଶେଷ କରି ପୋଟଳ ଖାଇବାକୁ ପରାମର୍ଶ ଦିଆଯାଇଛି। ପୋଟଳ ପତ୍ରର ବରା କିମ୍ବା ତରକାରୀ ଖାଇବା ଦ୍ୱାରା ଶରୀରରେ ଶର୍କରାର ପରିମାଣ ନିୟନ୍ତ୍ରିତ ହୋଇ ରହେ।
  3. ପୋଟଳରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥିବାରୁ ତାହା ଖାଇବା ଦ୍ବାରା ବୟସ ବୃଦ୍ଧି ଦ୍ବାରା ହେଉଥିବା ସମସ୍ୟାରୁ ମୁକ୍ତି ମିଳିଥାଏ। 
  4. ଏହା ମୁହଁରେ କୁଞ୍ଚନ ସମସ୍ୟା ଦୂର କରିଥାଏ।
  5. ପୋଟଳ ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏହା ଜ୍ବର, ଥଣ୍ଡା-କାଶ ଓ ଚର୍ମ ସଂକ୍ରମଣ ଓ ଖଣ୍ଡିଆକୁ ଶୀଘ୍ର ଭଲ କରିଥାଏ।
  6. ଯଦି ଆପଣଙ୍କ ପିଲାଙ୍କୁ ଭୋକ ଲାଗୁ ନ ଥାଏ ତେବେ ସେମାନଙ୍କୁ ପୋଟଳର କିଛି ଭଜା କିମ୍ବା ତରକାରୀ ଖାଇବାକୁ ଦିଅନ୍ତୁ।
  7. ପୋଟଳ ଖାଇବା ଦ୍ବାରା ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳେ।
  8. ପୋଟଳରେ ବହୁ ପରିମାଣରେ ଫାଇବର ରହିଥାଏ। ଯାହାଫଳରେ କି ପାଚନ କ୍ରିୟା ଭଲ ଭାବେ ହୁଏ। ପାଚନ ତନ୍ତ୍ର ମଜଭୁତ ହେବା ଯୋଗୁଁ ଗ୍ୟାଷ୍ଟ୍ରିକ୍ ସମସ୍ୟା, କୋଷ୍ଠକାଠିନ୍ୟତା ଦୂର ହୁଏ। 
  9. ପୋଟଳରେ ଥିବା ମଞ୍ଜିରେ କୋଷ୍ଠକାଠିନ୍ୟ ଓ ପାଚନ କ୍ରିୟା ସହ ଜଡିତ ସମସ୍ୟାରୁ ମୁକ୍ତି ମିଳିବାର ଗୁଣ ରହିଛି। 
  10. ପୋଟଳ ତରକାରୀ ଖାଇବା ଦ୍ୱାରା ପେଟରେ ପାଣି ଜମା ହେବାର ସମସ୍ୟା ରହେ ନାହିଁ।
  11. ପୋଟଳରେ ପ୍ରଚୁର ପରିମାଣର ପୋଟାସିୟମ, ମ୍ୟାଗ୍ନେସିୟମ୍, ଫସଫରସ ଏବଂ ଅନେକ ପୋଷକ ତତ୍ତ୍ୱ ରହିଥାଏ। ତେଣୁ ଏହା ରକ୍ତକୁ ପରିଷ୍କାର କରିବାରେ ସହାୟକ ହୁଏ।

ପୋଟଳ ରେ ପୋକ ଲାଗୁଛନ୍ତି କି ?

ଘରେ ଘରେ ପରିଚିତ ପୋଟଳ ର ଚାଷ ଯେତିକି ସହଜ ;ଅଧିକ ଲାଭବାନ ହେବା ଲାଗି ତାର ରକ୍ଷଣ ବେକ୍ଷଣ ମଧ୍ୟ ସେତିକି ଆବଶ୍ୟକ |ତେଣୁ ଏନେଇ ଏହାର ରୋଗ ପୋକ ପରିଚାଳନା କରିବା ଦରକାର | ପୋଟଳ ରେ ହେଉଥିବା କେତୋଟି ରୋଗ ଓ ତାର ପରିଚାଳନା ବିଷୟରେ ଜାଣିବାକୁ ଆଗକୁ ପଢନ୍ତୁ |
ଝୁଅଁଳା ରୋଗ :-
ଏହି ମୂର୍ତ୍ତିକ ଜନିତ ରୋଗରେ ଗଛ ଗୁଡିକ ଅଗରୁ ଶୁଖିବା ଆରମ୍ଭ କରିଥାନ୍ତି ଏବଂ ପରିଶେଷରେ ସମ୍ପୂର୍ଣ ଗଛ ଶୁଖିଯାଏ |ଆକ୍ରାନ୍ତ ଗଛ ଓ ଛେରା ସଢ଼ି ଯାଏ ଏବଂ କଲା ପଡ଼ିଯାଏ |
ପ୍ରତିକାର :-
ଚାରା ଲଗାଇବା ସମୟରେ ଚେର ଗୁଡିକ ବାଭିଷ୍ଟିନ (୨ ଗ୍ରାମ/ଲିଟର )ଘୋଳାରେ ବୁଡାଇ ୨୦ ମିନିଟ ଯାଏ ରଖନ୍ତୁ|ଫଳ ଧରିବା ସମୟରେ ବାଭିଷ୍ଟିନ କିମ୍ବା ଭିଟାଭାକ୍ସ ଘୋଳ ଦ୍ୱାରା ଗଛ ମୂଳକୁ ଭିଜାଇଲେ ସୁଫଳ ମିଳେ |
ଆନ୍ତଃରାକନୋସ:-
ଏହି ରୋଗରେ ପତ୍ର ଉପର ଭାଗରେ ହଳଦିଆ ରଙ୍ଗ ର ଛୋଟ ଛୋଟ ଦାଗ ହେଇଯାଏ | ଧୀରେ ଧୀରେ ସେହି ଦାଗ ବଢି ବାଦାମୀ  ଓ ପରେ କଲା ରଙ୍ଗ ହୋଇଯାଏ |
ପ୍ରତିକାର :-
ଡିଥେନ -ଏମ - ୪୫ କୁ ୫ ରୁ ୬ ଦିନ ବ୍ୟବଧାନରେ ୨ ଗ୍ରାମ/ଲିଟର ହିସାବରେ ସିଞ୍ଚନ କଲେ ଏହି ରୋଗର ପ୍ରତିକାର ହୁଏ |
ପାଉଁଶିଆ ରୋଗ :-
ଏହି ରୋଗରେ ଧଳା ପାଉଡର ପରି ଦାଗ ଗଛ ର ପତ୍ର ରେ ଦେଖାଯାଏ | ପରେ ଏହା ସମ୍ପୂର୍ଣ ଗଛ ରେ ଦେଖିବାକୁ ମିଳେ |ଅଧିକ ଆକ୍ରାନ୍ତ ପତ୍ର ଗୁଡିକ ସୁଖୀ ଝଡି  ଯାଏ |
ପ୍ରତିକାର :-
ସଲଫର ୨ ଗ୍ରାମ /ଲିଟର କୁ ୧୫ ଦିନ ବ୍ୟବଧାନ ରେ ସିଞ୍ଚନ କଲେ ରୋଗ ଆକ୍ରାନ୍ତ କମିଯାଇପାରେ |

Post a Comment

0 Comments