ଏହିସବୁ ମୁଖି ରୁଦ୍ରାକ୍ଷର କ'ଣ ରହିଛି ମହତ୍ତ୍ୱ

ଏହିସବୁ ମୁଖି ରୁଦ୍ରାକ୍ଷର କ'ଣ ରହିଛି ମହତ୍ତ୍ୱ 



ରୁଦ୍ରାକ୍ଷକୁ ଶିବଙ୍କ ପ୍ରତୀକ ବୋଲି କୁହାଯାଏ। ସେଥିପାଇଁ ରୁଦ୍ରାକ୍ଷ ଧାରଣ କରୁଥିବା ବ୍ୟକ୍ତିଙ୍କ ସମସ୍ତ ଦୁଃଖ ଭଗବାନ ଶିବ ହରଣ କରିନିଅନ୍ତି ବୋଲି ବିଶ୍ୱାସ ରହିଛି |  ଶିବ ମହାପୁରାଣ ପ୍ରମାଣ ଅନୁସାରେ ୧ରୁ୩୮ ମୁଖ ପର୍ଯ୍ୟନ୍ତ ରୁଦ୍ରାକ୍ଷ ଅଛି।ବର୍ତ୍ତମାନ ୧ ଠାରୁ ୧୪ମୁଖ ପର୍ଯ୍ୟନ୍ତ ରୁଦ୍ରାକ୍ଷ ଉପଲବ୍ଧ। 

ଏକମୁଖି ରୁଦ୍ରାକ୍ଷ ଧାରଣ କରୁଛନ୍ତି କି ତେବେ ଜାଣନ୍ତୁ କ’ଣ ହୋଇଥାଏ…

ହିନ୍ଦୁଧର୍ମ ଏବଂ ଭଗବାନ ଶିବଙ୍କୁ ମାନୁଥିବା ଲୋକ ଆଜି ମଧ୍ୟ ଏକମୁଖି ରୁଦ୍ରାକ୍ଷ ଧାରଣ କରିଥାନ୍ତି । ତାହାଲେ ଆସନ୍ତୁ ଜାଣିବା ଏହି ରୁଦ୍ରାକ୍ଷ ଧାରଣ କରିବାର ଫାଇଦା ବିଷୟରେ ।

ଏହାକୁ ଧାରଣ କରିବାର ବିଧି:-

1. ପ୍ରଥମେ ଏକ ପିତ୍ତଳ ପାତ୍ରରେ ପଞ୍ଚାମୃତ ତିଆରି କରନ୍ତୁ । ପରେ ସେହି ପଞ୍ଚାମୃତରେ ଗୋଲାପ ପତ୍ର ପକାନ୍ତୁ । 

2. ସେହି ପାତ୍ରରେ ରୁଦ୍ରାକ୍ଷ ବା ଏହାର ମାଳା ପକାଇ ସ୍ନାନ କରାଇ ଦିଅନ୍ତୁ । ଏହାପରେ ଭଗବାନ ଶିବଙ୍କ ମନ୍ତ୍ର ଜପ କରନ୍ତୁ ।

3. ପୁଣି ଥରେ ଏହାକୁ ଗଙ୍ଗା ଜଳରେ ସ୍ନାନ କରାନ୍ତୁ ।

4. ଏହାପରେ ରୁଦ୍ରାକ୍ଷକୁ ଏକ ଲାଲ୍ ସଫା କପଡ଼ାରେ ରଖନ୍ତୁ । 

5. ସେଥିରେ ଚନ୍ଦନ, ବେଲପତ୍ର, ଧଳାଫୁଲ, ଧୂପ, ଦୀପ ଦେଇ ପୂଜା କରି ଅଭିମନ୍ତ୍ରିତ କରନ୍ତୁ । 

6. ଆପଣ ଶିବ-ଗାୟତ୍ରୀ ମନ୍ତ୍ର ମଧ୍ୟ ଜପ କରିପାରିବେ ।

ଏକମୁଖି ରୁଦ୍ରାକ୍ଷ ଧାରଣର ସଫଳତା:-

1. ଏକ ମୁଖୀ ରୁଦ୍ରାକ୍ଷ ଶିବଙ୍କର ସ୍ୱରୂପ ବୋଲି କୁହାଯାଏ । ଯେଉଁମାନଙ୍କ କୁଣ୍ଡଳୀରେ ସୂର୍ଯ୍ୟ ସମ୍ଵନ୍ଧିତ ସମସ୍ୟା ଥାଏ ସେମାନେ ଏକ ମୁଖୀ ରୁଦ୍ରାକ୍ଷ ଧାରଣା କରିବା ଉଚିତ ।

2. ଜ୍ୟୋତିଷଙ୍କ ଅନୁସାରେ ଯେଉଁମାନଙ୍କ ବୈବାହିକ ଜୀବନରେ ହସଖୁସିରେ କଟୁନାହିଁ, ସେମାନଙ୍କୁ ମଧ୍ୟ ଏକମୁଖି ରୁଦ୍ରାକ୍ଷ ଧାରଣ କରିବାକୁ କୁହାଯାଇଥାଏ ।

3.ଏହାକୁ ଧାରଣ କରିଥିବା ବ୍ୟକ୍ତି ପବିତ୍ର ଏବଂ ଭଲ ଆଚରଣ କରିଥାନ୍ତି ।

4. ଯେଉଁମାନଙ୍କର ଚାକିରିରେ ସମସ୍ୟା ଅଛି ବା ଚାକିରି ପ୍ରତି ବିପଦ ଅଛି ସେମାନେ ଏହି ରୁଦ୍ରାକ୍ଷ ଧାରଣ କରନ୍ତୁ । *

5. ସେହିଭଳି ଯେଉଁମାନେ ରାଜନୀତିରେ ସଫଳତା ପାଇବାକୁ ଚାହୁଁଛନ୍ତି, ସେମାନେ ମଧ୍ୟ ଏହି ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ରାଜନୀତିରେ ମାନ ସମ୍ମାନ ବୃଦ୍ଧି ହୋଇଥାଏ ।

ଦ୍ୱି ମୁଖୀ :-

  1. ଏହାକୁ ଅର୍ଦ୍ଧନାରିଶ୍ଚର ସ୍ୱରୂପ କୁହାଯାଏ । ବୈବାହିକ ଜୀବନରେ ସମସ୍ୟା ଥିଲେ କିମ୍ବା ଚନ୍ଦ୍ରମା ଦୁର୍ବଳ ଥିଲେ ଦୋ ମୁଖୀ ରୁଦ୍ରାକ୍ଷ ଅତ୍ୟନ୍ତ ଲାଭକାରୀ ହୋଇଥାଏ ।

ତ୍ରିମୁଖୀ :-

  1. ତ୍ରିମୁଖୀ ରୁଦ୍ରାକ୍ଷ ଅଗ୍ନିର ସ୍ୱରୂପ । ମଙ୍ଗଳ ଦୋଷ ନିବାରଣ ପାଇଁ ଏହି ରୁଦ୍ରାକ୍ଷ ପ୍ରୟୋଗ କରାଯାଏ ।

ଚତୁଃମୁଖୀ :- 

  1. ଏହି ରୁଦ୍ରାକ୍ଷ ଅଗ୍ନିର ବ୍ରହ୍ମାଙ୍କର ସ୍ୱରୂପ । ତ୍ୱଚା ରୋଗ ପାଇଁ ଚତୁଃମୁଖୀ ରୁଦ୍ରାକ୍ଷ ବ୍ୟବହାର କରାଯାଏ ।

ପଂଚମୁଖୀ:-

1. ଏହାକୁ ଜାଳାଗ୍ନି କୁହାଯାଏ । ଏହାକୁ ଧାରଣ ଦ୍ଵାରା ଜ୍ଞାନ ପ୍ରାପ୍ତ ହୋଇଥାଏ।

2. ସେଥି ମଧ୍ୟରୁ ପଞ୍ଚମୁଖୀ ରୁଦ୍ରାକ୍ଷ ମହିଳା ଏବଂ ପୁରୁଷ ଉଭୟଙ୍କ ପାଇଁ ଉପକାରୀ ହେବାର ଜଣା ପଡିଛି |

3. ପଞ୍ଚମୁଖୀ ରୁଦ୍ରାକ୍ଷ ଧାରଣ କଲେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ |

୧୧ ମୁଖି ରୁଦ୍ରାକ୍ଷ :-

ଏମିତି ବିଭିନ୍ନ ପ୍ରକାରର ରୁଦ୍ରାକ୍ଷ ମିଳିଥାଏ। ରାଶି ଓ ଗ୍ରହଙ୍କୁ ନେଇ ଏହାକୁ ଧାରଣ କରିବାକୁ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ ୧୧ ମୁଖି ରୁଦ୍ରାକ୍ଷ ସର୍ମ୍ପକରେ କହିବାକୁ ଯାଉଛୁ। ଆସନ୍ତୁ ଜାଣିବା ଏହାକୁ ଧାରଣ କରିବାରେ କ’ଣ ଲାଭ ମିଳିଥାଏ ଓ ଏହାକୁ କିପରି ଧାରଣ କରିବେ ?

୧୧ ମୁଖି ରୁଦ୍ରାକ୍ଷ ଧାରଣ କଲେ କ’ଣ ମିଳିଥାଏ ଲାଭ ?

1. ଶିବ ପୁରାଣ ଅନୁସାରେ ୧୧ ମୁଖି ରୁଦ୍ରାକ୍ଷର ସମ୍ବନ୍ଧ ଶିକ୍ଷା ସହ ରହିଛି। ଏହାକୁ ଧାରଣ କଲେ ଶିକ୍ଷା କ୍ଷେତ୍ରରେ ଚମତ୍କାରୀତା ମିଳିଥାଏ। ହେଲେ ଏହାକୁ ବିଧିବିଧାନର ସହ ଧାରଣ କରିବାକୁ ପଡ଼ିବ।

2. ୧୧ ମୁଖି ରୁଦ୍ରାକ୍ଷ ସଙ୍କଟ ଦୂର କରିବା ସହ ପରାକ୍ରମ, ସାହସ ଓ ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ।

3. ଏହି ରୁଦ୍ରାକ୍ଷକୁ ଶୋଇବା ଘରେ ରଖି ପ୍ରତିଦିନ ପୂଜା କଲେ ଭୂତପ୍ରେତ ବାଧା, ଶତ୍ରୁ ଭୟ ଦୂର ହୋଇଥାଏ।

4. ଏହାକୁ ଧାରଣ କଲେ ରୋଗ, ଦୋଷରୁ ରକ୍ଷା ମିଳିଥାଏ। 

5. ଏହାକୁ ବ୍ୟବସାୟ ସ୍ଥାନରେ ରଖି ନିୟମିତ ପୂଜା କଲେ ଉନ୍ନତି ଘଟିଥାଏ।

6. ଯେଉଁ ପିଲାମାନଙ୍କୁ ବାରମ୍ବାର ନଜର ଲାଗିଥାଏ, ଲାଲ ରଙ୍ଗର ସୂତାରେ ରୁଦ୍ରାକ୍ଷକୁ ବାନ୍ଧି ପିଲାର ଗଳାରେ ପିନ୍ଧାଇ ଦେଲେ ଲାଭ ମିଳିଥାଏ।

7. ଏହାକୁ ଧାରଣ କରିବା ଦ୍ୱାରା ଗଜାନନ ଏବଂ ମା’ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ସବୁବେଳେ ରହିବ ଓ କେବେ ବି ଆର୍ଥିକ ସମସ୍ୟାରେ ପଡିବେ ନାହିଁ।

8. ଏହାକୁ ଘରେ ବିଧି ପୂର୍ବକ ପୂଜା କରି ଏକ ତମ୍ଭା ପାତ୍ରରେ ଜଳ ଭରି ସେଥିରେ ରଖି ଦିଅନ୍ତୁ। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଏଥିରେ ଜଳ ଦେଇ ପୂଜା କଲେ ଘରୁ ସମସ୍ତ ପ୍ରକାର ନକାରାତ୍ମକ ଶକ୍ତି ଦୂର ହୋଇଯିବ।

ଯଦି ଆପଣ ଭୁଲ ରୁଦ୍ରାକ୍ଷ ଧାରଣ କରିବେ ଓ ଏହାର ନୀତି ନିୟମକୁ ପାଳନ କରିବେ ନାହିଁ ଏହା ଆପଣଙ୍କ ଉପରେ ବିପରୀତ ପ୍ରଭାବ ପକାଇ ପାରେ। 

Post a Comment

0 Comments