ମଳମାସର ମହତ୍ତ୍ୱ
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମଳମାସ ପ୍ରତି ତିନି ବର୍ଷରେ ଥରେ ଆସିଥାଏ । ମଳମାସକୁ ଅଧିକ ମାସ ଏବଂ ପୁରୁଷୋତ୍ତମ ମାସ ମଧ୍ୟ କୁହାଯାଏ। ମଳମାସରେ କୌଣସି ଶୁଭ ଏବଂ ନୂତନ କାର୍ଯ୍ୟ କରାଯାଏ ନାହିଁ।
ତିନି ବର୍ଷରେ ଥରେ କାହିଁକି ଆସେ :-
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମଳମାସ କିମ୍ବା ଅଧିକ ମାସର ଆଧାର ସୂର୍ଯ୍ୟ ଏବଂ ଚନ୍ଦ୍ରର ଗତିବିଧି ଉପରେ ଆଧାରିତ ହୋଇଥାଏ। ସୂର୍ଯ୍ୟ ବର୍ଷ ୩୬୫ ଦିନ ଏବଂ ପ୍ରାୟ ୬ ଘଣ୍ଟା ହୋଇଥାଏ। ଚନ୍ଦ୍ର ବର୍ଷ ୩୫୪ ଦିନ ବୋଲି ବିବେଚନା କରାଯାଏ। ଏହି ଦୁଇ ବର୍ଷ ମଧ୍ୟରେ ୧୧ ଦିନ ୬ ଘଣ୍ଟାର ଅନ୍ତର ରହିଥାଏ। ଏହି ଅନ୍ତର 3 ବର୍ଷରେ ଏକ ମାସ ସହିତ ସମାନ ହୋଇଥାଏ। ସୌରମାନ ବର୍ଷ ସଙ୍ଗେ ଚାନ୍ଦ୍ରମାନ ବର୍ଷର ମେଳ ରଖି ଏହି ଅଳ୍ପତାକୁ ପୂରଣ କରିବା ପାଇଁ ପ୍ରତି ତିନି ବର୍ଷରେ ଏକ ଚନ୍ଦ୍ର ମାସ ଆସିଥାଏ। ଏହାକୁ ମଳମାସ କୁହାଯାଏ।
ଗୋଟିଏ ଚାନ୍ଦ୍ର ମାସ ହେଉଛି ୨୯ ଦିନ ୧୨ ଘଣ୍ଟା ୪୪ ମିନିଟ୍। ଏଣୁ ୧୨ଟି ଚାନ୍ଦ୍ରମାସ ବା ଗୋଟିଏ ଚାନ୍ଦ୍ର ବର୍ଷ ହେଉଛି ୩୫୪ ଦିନ ୯ ଘଣ୍ଟା ଯାହା ୩୬୫.୨୫ ଦିନ ବିଶିଷ୍ଟ ଏକ ସୌର ବର୍ଷଠାରୁ ପ୍ରାୟ ୧୧ ଦିନ କମ୍। ୩ ବର୍ଷରେ ଏହି ବ୍ୟବଧାନ ବଢ଼ି ବଢ଼ି ୩୦ ଦିନରୁ ଅଧିକ ହୋଇଯାଏ। ଏହିପରି ବ୍ୟବଧାନ ବଢ଼ିଚାଲିଲେ ସୌର ମାସଠାରୁ ଚନ୍ଦ୍ରମାସର ବ୍ୟବଧାନ ଏତେ ବଢ଼ିଯିବ ଯେ, ଶୀତଋତୁରେ ଚନ୍ଦ୍ର ବୈଶାଖ ଓ ଗ୍ରୀଷ୍ମ ଋତୁରେ ଚନ୍ଦ୍ର ମାଘମାସ ବି ପଡ଼ିପାରିବ ।
- ମଳମାସ ଫାଲଗୁନଠାରୁ ମାର୍ଗଶୀର ଏହି ୧୦ ମାସରେ ପଡ଼େ । ପୁଷମାସ କେବେହେଁ ମଳମାସ ହୁଏନାହିଁ ଓ ମାଘରେ କ୍ୱଚିତ ମଳମାସ ପଡ଼େ ।
- ସାଧାରଣ ମାସରେ ପ୍ରଥମେ କୃଷ୍ଣପକ୍ଷ ଓ ପରେ ଶୁକ୍ଳପକ୍ଷ ପଡ଼େ କିନ୍ତୁ ଚାନ୍ଦ୍ରମାନ ମଳ ମାସରେ ପ୍ରଥମେ ଶୁକ୍ଳପକ୍ଷ ଓ ପରେ କୃଷ୍ଣପକ୍ଷ ପଡ଼େ । ହିନ୍ଦୁ ଗଣନାରେ ମଳମାସର ବ୍ୟବହାର ଥିବାରୁ ପର୍ବ ଓ ଉତ୍ସବମାନ ଋତୁ ଅନୁସାରେ ପଡ଼େ ।
- ସାଧାରଣତଃ ଆମେ ଗୋଟିଏ ଚାନ୍ଦ୍ରସୌର ମାସରେ ଗୋଟିଏ ଅମାବାସ୍ୟା ଓ ଗୋଟିଏ ପୂର୍ଣ୍ଣିମା ପାଇଥାଉ।
- ଯଦି କୌଣସି ସୌରମାସର ଆରମ୍ଭରେ ଗୋଟିଏ ଅମାବାସ୍ୟା ଓ ଶେଷ ଆଡ଼କୁ ଆଉ ଗୋଟିଏ ଅମାବାସ୍ୟା ପଡ଼େ, ତେବେ ଏଇ ଦୁଇ ଚାନ୍ଦ୍ରମାସକୁ ସେଇ ଗୋଟିଏ ସୌରମାସ ଭିତରେ ଗୋଟିଏ ନାମରେ ରଖାଯାଏ।
- ଯେତେବେଳେ ସୌରମାସ ଓ ଚାନ୍ଦ୍ରମାସର ବ୍ୟବଧାନ ୩୦ ଦିନରୁ ଅଧିକ ହୋଇଯାଏ (ପ୍ରାୟ ପ୍ରତି ୩ ବର୍ଷରେ ଥରେ), ସେତେବେଳେ ଗୋଟିଏ ସୌରମାସ (ସଂକ୍ରାନ୍ତିରୁ ମାସାନ୍ତ ପର୍ଯ୍ୟନ୍ତ) ଭିତରେ ଏକା ନାମରେ ଦୁଇଟି ଚାନ୍ଦ୍ରମାସ (ଗୋଟିଏ ଶୁଦ୍ଧ ଓ ସଂକ୍ରାନ୍ତିଯୁକ୍ତ ମାସ ଏବଂ ଅନ୍ୟଟି ମଳ ଓ ସଂକ୍ରାନ୍ତିବିହୀନ ମାସ) ଗଣନା କରାଯାଏ।
- ସୌର ଗଣନା ସହ ସମ୍ପର୍କ ରଖି ଚନ୍ଦ୍ର ଗଣନାକୁ ଆଗେଇ ନେବା ପାଇଁ ଆମର ପୂର୍ବସୂରିମାନେ ଅଧିମାସ ବା ମଳମାସର ବ୍ୟବସ୍ଥା କରିଛନ୍ତି।
ଆଷାଢ଼ରେ ମଳମାସ :-
- ପ୍ରତିବର୍ଷ ଜ୍ୟେଷ୍ଠ (ସ୍ନାନ) ପୂର୍ଣ୍ଣିମା ପରେ ଆଷାଢ଼ କୃଷ୍ଣପକ୍ଷ ସାରା (୧୫ ଦିନ) ମହାପ୍ରଭୁ ଶ୍ରୀଜଗନ୍ନାଥ ଅଣସରରେ ରହନ୍ତି। ଅଣସର ପରେ ଆଷାଢ଼ ଅମାବାସ୍ୟା ଓ ଆଷାଢ଼ ଶୁକ୍ଳ ପ୍ରତିପଦରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଉଭାଯାତ୍ରା ପରେ ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ରଥଯାତ୍ରା ଆରମ୍ଭ ହୁଏ।
- କିନ୍ତୁ ଯେଉଁ ବର୍ଷ ଯୋଡ଼ା ଆଷାଢ଼ ପଡ଼େ, ଶୁଦ୍ଧ ଆଷାଢ଼ କୃଷ୍ଣପକ୍ଷ ୧୫ ଦିନ ସହ ମଳ ଆଷାଢ଼ ମାସର ୩୦ ଦିନ ମିଶି ମୋଟ ୪୫ ଦିନ ମହାପ୍ରଭୁ ଅଣସରରେ ରହନ୍ତି। ଏହାକୁ ମହାଅଣସର କୁହାଯାଏ। ନବକଳେବର ପ୍ରକ୍ରିୟା ପାଇଁ ଏହି ୪୫ ଦିନର ଦୀର୍ଘ ଅବଧି ସାହାଯ୍ୟ କରିଥାଏ।
ଆଶ୍ଵିନମାସରେ ମଳମାସ ବା 'ମୂଳାଷ୍ଟମୀର' ମହତ୍ତ୍ୱ :-
ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ ବା କାର୍ତ୍ତିକ କୃଷ୍ଣପକ୍ଷ ଅଷ୍ଟମୀରେ ଦୁର୍ଗାପୂଜା କରିବା ବିଧେୟ। ଆଶ୍ୱିନ କୃଷ୍ଣ ଅଷ୍ଟମୀ ଏହାର ମୂଳତିଥି। ତେଣୁ ଏହା ‘ମୂଳାଷ୍ଟମୀ’ ରୂପେ ଆଖ୍ୟାତ। ସପ୍ତମୀଯୁକ୍ତ ଅଷ୍ଟମୀରେ ଏହି ପୂଜା ଆରମ୍ଭ କରାଯାଏ। କୃଷ୍ଣ ଅଷ୍ଟମୀଠାରୁ ଆରମ୍ଭ କରି ଶୁକ୍ଳ ଅଷ୍ଟମୀ ପର୍ଯ୍ୟନ୍ତ, ପ୍ରତିଦିନ ଦୁର୍ଗାପୂଜା କରିବା ପ୍ରଶସ୍ତ। ଏଣୁ ଛଅ ପ୍ରକାରର ଦୁର୍ଗାପୂଜାର ବିଧି ଥିଲେ ମଧ୍ୟ, ଷୋଡ଼ଶ ଦିନାତ୍ମକ ଦୁର୍ଗାପୂଜା ଅଧିକ ଲୋକପ୍ରିୟ ହୋଇଛି।
କିନ୍ତୁ ଯେଉଁ ବର୍ଷ ଆଶ୍ୱିନରେ ମଳମାସ ପଡ଼େ, ଶୁଦ୍ଧ ଦୁଇପକ୍ଷରେ ୮ଦିନ ଲେଖାଏଁ ପୂଜା କରି, ମଧ୍ୟବର୍ତ୍ତୀ ମଳମାସରେ କ’ଣ ପୂଜା ବନ୍ଦ ରହିବ? ଏହା ଉଚିତ ନୁହେଁ। କାରଣ, ଶାସ୍ତ୍ରରେ ବିହିତ ହୋଇଅଛି ଯେ ସର୍ବବିଧ କାମ୍ୟକର୍ମର ଆରମ୍ଭ ଓ ସମାପ୍ତି ମଧ୍ୟରେ ଯଦି ମଳମାସ ପଡ଼େ, ତେବେ ଏହାଦ୍ୱାରା ନିର୍ଣ୍ଣିତ ହେଲା ଯେ ଅଧିମାସ (ମଳମାସ) ପଡ଼ିଲେ, ଦେଢ଼ ମାସ ପୂଜା କରିବାକୁ ହେବ।ଏଣୁ ୧୬ ଦିନର ପୂଜା ହେଉ ବା ଦେଢ଼ ମାସର- ଆଶ୍ୱିନ ମାସର ଏହି ଦୁର୍ଗାପୂଜାର ମୂଳତିଥି ହେଉଛି ଆଶ୍ୱିନ କୃଷ୍ଣ ଅଷ୍ଟମୀ ବା ‘ମୂଳାଷ୍ଟମୀ’। ଏଣୁ ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ।
ଆଶ୍ଵିନମାସରେ ମଳମାସ ବା 'ମୂଳାଷ୍ଟମୀର' ମହତ୍ତ୍ୱ :-
ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ ବା କାର୍ତ୍ତିକ କୃଷ୍ଣପକ୍ଷ ଅଷ୍ଟମୀରେ ଦୁର୍ଗାପୂଜା କରିବା ବିଧେୟ। ଆଶ୍ୱିନ କୃଷ୍ଣ ଅଷ୍ଟମୀ ଏହାର ମୂଳତିଥି। ତେଣୁ ଏହା ‘ମୂଳାଷ୍ଟମୀ’ ରୂପେ ଆଖ୍ୟାତ। ସପ୍ତମୀଯୁକ୍ତ ଅଷ୍ଟମୀରେ ଏହି ପୂଜା ଆରମ୍ଭ କରାଯାଏ। କୃଷ୍ଣ ଅଷ୍ଟମୀଠାରୁ ଆରମ୍ଭ କରି ଶୁକ୍ଳ ଅଷ୍ଟମୀ ପର୍ଯ୍ୟନ୍ତ, ପ୍ରତିଦିନ ଦୁର୍ଗାପୂଜା କରିବା ପ୍ରଶସ୍ତ। ଏଣୁ ଛଅ ପ୍ରକାରର ଦୁର୍ଗାପୂଜାର ବିଧି ଥିଲେ ମଧ୍ୟ, ଷୋଡ଼ଶ ଦିନାତ୍ମକ ଦୁର୍ଗାପୂଜା ଅଧିକ ଲୋକପ୍ରିୟ ହୋଇଛି।
କିନ୍ତୁ ଯେଉଁ ବର୍ଷ ଆଶ୍ୱିନରେ ମଳମାସ ପଡ଼େ, ଶୁଦ୍ଧ ଦୁଇପକ୍ଷରେ ୮ଦିନ ଲେଖାଏଁ ପୂଜା କରି, ମଧ୍ୟବର୍ତ୍ତୀ ମଳମାସରେ କ’ଣ ପୂଜା ବନ୍ଦ ରହିବ? ଏହା ଉଚିତ ନୁହେଁ। କାରଣ, ଶାସ୍ତ୍ରରେ ବିହିତ ହୋଇଅଛି ଯେ ସର୍ବବିଧ କାମ୍ୟକର୍ମର ଆରମ୍ଭ ଓ ସମାପ୍ତି ମଧ୍ୟରେ ଯଦି ମଳମାସ ପଡ଼େ, ତେବେ ଏହାଦ୍ୱାରା ନିର୍ଣ୍ଣିତ ହେଲା ଯେ ଅଧିମାସ (ମଳମାସ) ପଡ଼ିଲେ, ଦେଢ଼ ମାସ ପୂଜା କରିବାକୁ ହେବ।


0 Comments
Do you have any doubts or suggestions? Ask them here in the comments!